Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗଣମାଧ୍ୟମର ବିଚିତ୍ର ଗଣିତ, ଦିଲ୍ଲୀ ନିର୍ବାଚନର ଏ ପ୍ରକାର ଭବିଷ୍ୟବାଣୀକୁ କିଏ ବା କାହିଁକି ବିଶ୍ଵାସ କରିବ??
ବିଶେଷ ଖବର

ଗଣମାଧ୍ୟମର ବିଚିତ୍ର ଗଣିତ, ଦିଲ୍ଲୀ ନିର୍ବାଚନର ଏ ପ୍ରକାର ଭବିଷ୍ୟବାଣୀକୁ କିଏ ବା କାହିଁକି ବିଶ୍ଵାସ କରିବ??

February 5, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଦିଲ୍ଲୀ ନିର୍ବାଚନକୁ ଆଉ ମାତ୍ର ଚାରି ଦିନ ବାକି। ଦୁଇ ଦିନ ପରେ ନିର୍ବାଚନ ପ୍ରଚାର ସରିବ। ସେମିତି ଏକ ସମୟରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା “ଟାଇମ୍ସ ଅଫ ଇଣ୍ଡିଆ” ଏକ ଜନମତ ସର୍ବେକ୍ଷଣ ପ୍ରକାଶ କରିଛି। ଏହି ସର୍ବେକ୍ଷଣ ଅନୁଯାୟୀ ଦିଲ୍ଲୀରେ ସର୍ବ ମୋଟ ୭୦ ବିଧାନସଭା ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ୫୪ ରୁ ୬୦ ଆସନ ପାଇବ ବୋଲି ଭବିଷ୍ୟବାଣୀ କରାଯାଇଛି। ମୋଟାମୋଟି ପ୍ରାୟ ସବୁ ଗଣମାଧ୍ୟମର ନିର୍ବାଚନ ପ୍ରାକ ଆକଳନ ଅନୁଯାୟୀ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ପ୍ରଦର୍ଶନ ବହୁତ ଭଲ ରହିବ।  ଦିଲ୍ଲୀ ରାଜନୀତି ବିଷୟରେ ଜାଣିବା ଶୁଣିବା ଲୋକଙ୍କର କହିବା କଥା ହେଉଛି, ଦିଲ୍ଲୀରେ କେଜ୍ରିୱାଲ ହାୱା ପ୍ରବଳ ବେଗରେ ପ୍ରବାହିତ ହେଉଛି, ତେଣୁ ଆମ ଆଦମୀ ପାର୍ଟିର ବିଜୟ ସେଠାରେ ସ୍ଵାଭାବିକ।

ଆମେ ଦିଲ୍ଲୀ ନିର୍ବାଚନର ଫଳାଫଳ ବିଷୟରେ କିଛି କହିବାକୁ ଚାହୁଁନୁ। କାରଣ ସେ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭବ ବା ସୂଚନା ଆମ ପାଖରେ ନାହିଁ। କୌଣସି ଗଣମାଧ୍ୟମ ସଂସ୍ଥାର ଜନମତ ସର୍ବେକ୍ଷଣକୁ ନେଇ ଆମର ଘୋର ସନ୍ଦେହ ସବୁବେଳେ ରହି ଆସିଛି। ଆଜି ମଧ୍ୟ ସେ ସନ୍ଦେହ ଅଛି ଓ ଆଗକୁ ମଧ୍ୟ ରହିବ। “ଟାଇମ୍ସ ଅଫ ଇଣ୍ଡିଆ”ର ପୂର୍ବାନୁମାନ ସହିତ ଏହି ସଂସ୍ଥାର ଉଦ୍ଦେଶ୍ୟକୁ ନେଇ ଆମେ କିଛି ପ୍ରଶ୍ନ ପଚାରିବାକୁ ବାଧ୍ୟ। ଆମ ଆଦମି ପାର୍ଟି ଓ ବିଜେପି ମଧ୍ୟରେ ଦିଲ୍ଲୀ ବିଧାନସଭାକୁ ନେଇ ଚାଲିଥିବା ମୁକାବିଲାରେ ଆପର ବିଜୟ ସମ୍ଭାବନା ହୁଏତ  ସତ ହୋଇପାରେ। ତେବେ ସତ ମିଛର ଏ ଖେଳରେ ଯେଉଁ ଉଦ୍ଦେଶ୍ୟ ପ୍ରଣୋଦିତ ଧୂର୍ତ୍ତାମୀ ଏହି ସର୍ବେକ୍ଷଣରେ ରହିଛି, ସେକଥା ଆଲୋଚନା ହେବା ଜରୁରୀ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ଓ ବିଜେପିର ବିଜୟ ସମ୍ଭାବନା ଭିତରେ ଗୋଟେ ବଡ ବ୍ୟବଧାନ ରହିଛି। ନିର୍ବାଚନୀ ସମୀକରଣ ଅନୁସାରେ ଦୁଇ ଦଳ ଭିତରେ ସମ୍ଭାବ୍ୟ ଭୋଟର ବ୍ୟବଧାନ ହେଉଛି ୧୮%। ଆପକୁ ୫୨% ଭୋଟ ମିଳିବାର ସମ୍ଭାବନା ଥିବା ବେଳେ ବିଜେପିକୁ ମିଳିପାରେ ମାତ୍ର ୩୪% ଭୋଟ। ଏ ପ୍ରକାର ବ୍ୟବଧାନ ଯଦି ସତରେ ରହେ ତାହେଲେ, ୫୪-୬୦ ନୁହଁ, ବରଂ ୬୭-୭୦ ଆସନର ସମ୍ଭାବନା ରହିବ। ପୁଣି ଥରେ କହି ରଖୁଛୁ, ଏ ପ୍ରକାର ଆକଳନ ବା ଭବିଷ୍ୟବାଣୀ କଦାପି ବିଶ୍ୱାସଯୋଗ୍ୟ ନୁହେଁ। ହରିୟାନା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ଉଭୟ ଜନମତ ସର୍ବେକ୍ଷଣ ଓ ଏଗଜିଟ ପୋଲ ବିଫଳ ପ୍ରମାଣିତ ହୋଇଥିଲେ।

ଏ କ୍ଷେତ୍ରରେ ଦିଲ୍ଲୀ ବିଧାନସଭା ପାଇଁ ଆକଳନ କେବଳ ଉପଲକ୍ଷ୍ୟ ନୁହେଁ। ଯଦି ଦିଲ୍ଲୀରେ ବିଜେପି ହାରେ ତାହେଲେ, ସେଥିରୁ ମୁକୁଳିବାର ବାଟ ଏହି ସର୍ବେକ୍ଷଣ ତିଆରି କରିଛି। କେଜ୍ରିୱାଲ ଓ ଆମ ଆଦମି ପାର୍ଟି ର ଲୋକପ୍ରିୟତା କଥା କହିବାକୁ ଯାଇ, ସମାନ୍ତରାଳରେ ଏହି ସର୍ବେକ୍ଷଣ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କଥା ମଧ୍ୟ ଟାଣି ଓଟାରି ଆଲୋଚନା କରାଯାଇଛି। ଦିଲ୍ଲୀ ନିର୍ବାଚନରେ ମୋଦୀ ତ ପ୍ରାର୍ଥୀ ନୁହନ୍ତି, ସେ କେବଳ ପ୍ରଚାରକ। ଯଦି ତାଙ୍କର ଲୋକପ୍ରିୟତା ବଜାୟ ରହିଛି, ତାହେଲ ବିଜେପି ଦିଲ୍ଲୀରେ ହାରିବ କାହିଁକି? ଦିଲ୍ଲୀ ହାରିଲେ ମଧ୍ୟ ମୋଦୀ ମେଜିକ ବଜାୟ ଅଛି ବୋଲି କହିବାର ଏକ ଭିତିରି ଉଦ୍ଦେଶ୍ୟ ଏହି ସର୍ବେକ୍ଷଣ ରେ ରହିଛି।ସାଧାରଣ ନିର୍ବାଚନ ପରବର୍ତ୍ତୀ  ଗତ ଚାରୋଟି ଯାକ ବିଧାନସଭା ନିର୍ବାଚନରେ ବିଜେପିର ବିଫଳତାକୁ ମୋଦୀଙ୍କ ସଫଳତା ବୋଲି କହିବାର ଏହା ଏକ ଉଦ୍ଭଟ ଉଦ୍ୟମ ନୁହେଁ କି?

ଦିଲ୍ଲୀରେ ବିଜେପି ନେତାମାନେ କହୁଛନ୍ତି, ସେମାନେ ଶାହୀନ ବିରୋଧରେ ନିର୍ବାଚନ ଲଢୁଛନ୍ତି। ତାଙ୍କ ପାଇଁ ମୁଖ୍ୟ ଶତ୍ରୁ କେଜ୍ରିୱାଲ ନୁହନ୍ତି, ବରଂ ସେମାନେ ଶାହିନ ବାଗରେ ପ୍ରତିବାଦ କରୁଥିବା ସାଧାରଣ ଜନତାଙ୍କ ବିରୋଧରେ ଲଢୁଛନ୍ତି ବୋଲି କହୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହ ଦିଲ୍ଲୀରେ ବୁଲି ବୁଲି ଶାହିନ ବାଗ ପ୍ରସଙ୍ଗରେ ଭୋଟ ମାଗୁଛନ୍ତି। ତେଣୁ ଦିଲ୍ଲୀରେ ଯଦି ବିଜେପି ହାରେ ତାହା ହେଲେ ସେଥିରେ ଶାହିନ ବାଗର ବିଜୟ ହେବା ସୁନିଶ୍ଚିତ।

“ଟାଇମ୍ସ ଅଫ ଇଣ୍ଡିଆ” ଦିଲ୍ଲୀ ବିଜୟ ପାଇଁ କେଜ୍ରିୱାଲଙ୍କୁ ନାୟକ କରି ଦେଖାଇବାକୁ ଚାହୁଁଥିବା ବେଳେ ଶାହିନ ବାଗକୁ ଖଳ ନାୟକ କରି ରଖିବାର ଚତୁର ଷଡଯନ୍ତ୍ର ତିଆରି କରିଛି। ୫୪% ଲୋକ ଆପକୁ ଭୋଟ ଦେବେ, ହେଲେ ଆଜି ଯଦି ଲୋକସଭା ନିର୍ବାଚନ ହୁଏ ତାହେଲେ ବିଜେପି ୪୬% ଓ ଆପ ୩୮% ଭୋଟ ପାଇବେ ବୋଲି କୁହାଯାଇଛି। ସମାନ୍ତରାଳ ନିର୍ବାଚନରେ କେବେ ବି ଏତେ ବଡ ବ୍ୟବଧାନ ହୁଏନି, ଏକଥା ବୋଧେ ସର୍ବେକ୍ଷଣ ସଂସ୍ଥା ଜାଣନ୍ତି ନାହିଁ।

ବିଜେପି ଯେମିତି ଟାଣି ଓଟାରି ଶାହିନ ବାଗକୁ ନିଜ ନିର୍ବାଚନୀ ପ୍ରସଙ୍ଗ କରିଛି ଏହି ସର୍ବେକ୍ଷଣ ମଧ୍ୟ ଜାଣି ଶୁଣି ଶାହିନ ବାଗକୁ ନିଜର ଭୋଟ ଭିତରକୁ ଟାଣିଛି। ୫୨% ଲୋକ କୁଆଡେ ଶାହିନ ବାଗକୁ ବିରୋଧ କରୁଛନ୍ତି, ହେଲେ ୫୪% ଲୋକ ବିଜେପି ବିରୋଧରେ ଭୋଟ ଦେଉଛନ୍ତି।

ଛଳନା ଓ ଷଡଯନ୍ତ୍ରର ବି ଗୋଟେ ସୀମା ଥାଏ, ଏକଥା ଗଣମାଧ୍ୟମ ଯଦି ନ ବୁଝେ ତାହେଲେ, ଲୋକେ ଆମକୁ ବିଶ୍ଵାସ କରିବା ଦୂରେ ଥାଉ, ଆମକୁ ଦେଖିଲେ, ଥୁ ଥୁ କରିବା ଆରମ୍ଭ କରିବେ!!

aap BJP media saheenbagh
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026
Latest News

ଜର୍ମାନୀ ଚାନ୍ସେଲରଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 11, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.