Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦିଲ୍ଲୀ ନିର୍ବାଚନ, ଅରବିନ୍ଦ କେଜ୍ରିୱାଲଙ୍କ ମହାବିଜୟ ପଛରେ ରହିଥିବା ଦଶଟି କାରଣ
ଜାତୀୟ ଖବର

ଦିଲ୍ଲୀ ନିର୍ବାଚନ, ଅରବିନ୍ଦ କେଜ୍ରିୱାଲଙ୍କ ମହାବିଜୟ ପଛରେ ରହିଥିବା ଦଶଟି କାରଣ

February 11, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଦିଲ୍ଲୀରେ ଆମ ଆଦମି ପାର୍ଟିର ବିଜୟ ହେବ, ଏକଥା ଜଣା ପଡୁଥିଲା। ହେଲେ ଏହି ବିଜୟ ଯେ ୨୦୧୫ ବିଜୟ ସହିତ ସମାନ ହେବ, ଏକଥା କେହି ଚିନ୍ତା କରିନଥିଲେ। ଏହି ରିପୋର୍ଟ ଲେଖା ହେଲାବେଳକୁ ଆପ ୬୩ ଆସନରେ ଆଗୁଆ ରହିଛି। ଗତ ନିର୍ବାଚନରେ ଆପ ୭୦ରୁ ୬୭ ଆସନ ଜିତିଥିବା ବେଳେ ପାଞ୍ଚ ବର୍ଷର ଶାସନ ପରେ ମଧ୍ୟ ୬୦ ରୁ ଅଧିକ ଆସନ ବଜାୟ ରଖିବା, ଏକ ଐତିହାସିକ ଘଟଣା ବୋଲି କୁହାଯାଇପାରିବା। ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିୱାଲଙ୍କ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବରେ ଖୋଦ ବିଜେପିର ଦ୍ଵିତୀୟ ବଡ ନେତା ଅମିତ ଶାହ ଲଢେଇ କରୁଥିଲେ। (ଅମିତ ଶାହ ଯଦିଓ ନିର୍ବାଚନ ଲାଢୁ ନଥିଲେ, ହେଲେ ଅରବିନ୍ଦଙ୍କ ବିରୋଧରେ ତାଙ୍କ ନେତୃତ୍ବରେ ହିଁ ନିର୍ବାଚନ ପ୍ରଚାର ଚାଲିଥିଲା)ବିଜେପିର ସବୁ ପ୍ରକାର ରାଣା କୌଶଳ ଓ ବିଭାଜନକାରୀ ରାଜନୀତି ସତ୍ତ୍ୱେ ଅରବିନ୍ଦ କେଜ୍ରିୱାଲଙ୍କର ଏ ବିପୁଳ ବିଜୟ ପଛରେ କି କାରଣ ରହିଛି, ଆସନ୍ତୁ ଦେଖିବା-

୧. ବିଜେପି ତରଫରୁ ଅରବିନ୍ଦ କେଜ୍ରିୱାଲଙ୍କୁ ବାରମ୍ବାର ଉତ୍ତେଜିତ କରାଇବାର ଉଦ୍ୟମ ହୋଇଥିଲେ ମଧ୍ୟ, ସେ ପୂରା ନିର୍ବାଚନରେ ନିଜର ପୁରୁଣା ଅବତାରକୁ ଫେରି ନଥିଲେ। ଏତେ ଶାନ୍ତ ଓ ସକାରାତ୍ମକ ରାଜନୀତିକୁ ମୁକାବିଲା କରିବାକୁ ଯାଇ ବିଜେପିର ନକାରାତ୍ମକ ରାଜନୀତି ବିଫଳ ହୋଇଥିଲା।

୨. କେଜ୍ରିୱାଲ ଅତି ସ୍ପଷ୍ଟ ଭାବରେ ମୁଖ୍ୟମନ୍ତ୍ରୀ ଭାବରେ କରିଥିବା କାମ ଆଧାରରେ ଭୋଟ ମାଗିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷାକୁ ନେଇ ଭୋଟ ମାଗିଥିଲେ। “ମୁଁ ଯଦି କାମ କରିନାହିଁ ତାହେଲେ ମୋତେ ଭୋଟ ଦିଅନ୍ତୁ ନାହିଁ” ବୋଲି କହିବାର ସତସାହସ ତାଙ୍କୁ ଏତେ ବଡ ବିଜୟର ଅଧିକାରୀ କରିଛି।

୩. ବିଭିନ୍ନ ମାଗଣା ଜନ କଲ୍ୟାଣକାରୀ ଯୋଜନା ବିରୋଧରେ ଯେ ଯାହା କହିଲେ ମଧ୍ୟ, ଲୋକଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚିଛି ଯେ, କୌଣସି ସରକାର ସମ୍ବେଦନଶୀଳ ଭାବେ କାମ କଲେ ଲୋକଙ୍କୁ ମାଗଣାରେ ବା ଅଳ୍ପ ପଇସାରେ ବିଜୁଳି, ପାଣି ଭଳି ଅତ୍ୟାବଶ୍ୟକ ସୁବିଧା ଯୋଗାଇ ଦିଆ ଯାଇପାରିବ।

୪. ମାଗଣା ବିଜୁଳି ଓ ପାଣିର ଯୋଜନା ସତ୍ତ୍ୱେ ଦିଲ୍ଲୀ ସରକାରଙ୍କ ବଜେଟ ଏକ ବଳକା ବଜେଟ ବୋଲି ପ୍ରମାଣିତ ହୋଇଛି। ଦିଲ୍ଲୀରେ ରାଜସ୍ୱ ବିପୁଳ ପରିମାଣରେ ବଢିଛି ଓ ସେହି ରାଜସ୍ଵରେ ଲୋକଙ୍କର କାମ ହୋଇଛି। କାମ ହୋଇଛି ବୋଲି ଲୋକେ ଥରେ ବୁଝିଗଲେ, ସେମାନେ ନିଜ ନେତାଙ୍କୁ ବାରମ୍ବାର ଭୋଟ ଦେବାକୁ ପସନ୍ଦ କରନ୍ତି।

୫. ପୂର୍ବରୁ ଭାରତୀୟ ରାଜନୀତିରେ କେଜ୍ରିୱାଲଙ୍କର ଯେଉଁ “ଏଙ୍ଗ୍ରି ୟଙ୍ଗମ୍ୟାନ” ଭାବମୂର୍ତ୍ତି ରହିଥିଲା ତାହା ଏହି ନିର୍ବାଚନରେ ପୂରା ବଦଳି ଯାଇଥିଲା। ସେ ନରେନ୍ଦ୍ର ମୋଦୀ ବା ବିଜେପିକୁ ସମାଲୋଚନା କରୁଥିଲେ, ହେଲେ ଭୋଟ ମାଗିଲା ବେଳେ କେବଳ ନିଜର ମନ କଥା ହିଁ କହୁଥିଲେ।

୬. ଜାତୀୟ ରାଜନୀତିରେ ଆପର ଭୂମିକା ପ୍ରାୟ ବିଜେଡି ଭଳି ରହିଥିଲା। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଆପ ବିଜେପିକୁ ସମର୍ଥନ କରିଥିବା ବେଳେ ନାଗରିକତା ସଂଶୋଧନ ଆଇନ ପ୍ରସଙ୍ଗରେ ନୀରବତା ଅବଲମ୍ବନ କରିଥିଲା। ସିଏଏ ସମ୍ପର୍କରେ କେଜ୍ରିୱାଲଙ୍କ ମତ ଥିଲା –ଏହାର ଆବଶ୍ୟକତା ରହିଛି କି? ଏ ପ୍ରକାର ମାଧ୍ୟମ ପନ୍ଥା ଯୋଗୁଁ ଉଭୟ ସଂଖ୍ୟାଲଘୁ ଓ ଉଦାର ସଂଖ୍ୟା ଗରିଷ୍ଠ ଭୋଟ ଆପ ପାଖକୁ କାଇଛି।

୭. ପୂର୍ବରୁ ବିକଳ୍ପ ରାଜନୀତିର କଥା କହୁଥିବା କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବାପରେ ବିକଳ୍ପ ଅପେକ୍ଷା ବର୍ତ୍ତମାନ ରାଜନୀତିରେ ବ୍ୟକ୍ତିତ୍ବ ଚମକାଇବାର ରାଜନୀତିକୁ ଆପଣାର କରିଥିଲେ। ଆପରେ ତାଙ୍କର ବ୍ୟକ୍ତିତ୍ବ ସର୍ବମାନ୍ୟ ନେତା ରୂପେ ସ୍ଵୀକୃତି ପାଇଥିଲା।

୮. ବିଜେପିର ଘୃଣା ଅରବିନ୍ଦଙ୍କ ଲାଗି ଲୋକଙ୍କର ଭଲପାଇବା ପାଲଟିଗଲା। ବିଜେପି କେଜ୍ରିୱାଲଙ୍କୁ “ସନ୍ତ୍ରାସବାଦୀ”, “ପାକିସ୍ତାନୀ” “ମୁଲ୍ଲା” ବୋଲି କହୁଥିବା ବେଳେ ଅରବିନ୍ଦ ମୋଦୀ ଓ ଶାହାଙ୍କ ପ୍ରତି ଗୋଟେ ବି ଅପଶବ୍ଦ କହି ନଥିଲେ। ଏହା ତାଙ୍କୁ ଲୋକଙ୍କ ପାଖରେ ଅଧିକ ଲୋକପ୍ରିୟ କରାଇଥିଲା।

୯. ବିଜେପିର ଉଗ୍ର ଜାତୀୟତାବାଦ ବିରୋଧରେ ଆପ ଏକ ପ୍ରକାର ନରମ ଜାତୀୟତାବାଦର ସ୍ଲୋଗାନ ଦେଇଥିଲା। ବିଜେପିର “ଗୋଳିମାରୋ” ରାଜନୀତି ବିପକ୍ଷରେ ଆପ କର୍ମକର୍ତ୍ତାମାନେ ବେଶ ସଂଯମ ପ୍ରଦର୍ଶନ କରିଥିଲେ।

୧୦. ବିଜେପିର ହିନ୍ଦୁ-ମୁସଲମାନ ଓ ପାକିସ୍ତାନ ସର୍ବସ୍ଵ ରାଜନୀତି ବିପକ୍ଷରେ “ବିକାଶ’ ଓ “ସଡକ ବିଜଲି ପାନି” ରାଜନୀତି ପରିଶେଷରେ ବିଜୟ ଲାଭ କରିଛି।

ତୃତୀୟ ଥର ଲାଗି ଅରବିନ୍ଦ କେଜ୍ରିୱାଲଙ୍କ ବିଜୟ ତାଙ୍କର କାମ ଓ ସକାରାତ୍ମକ ରାଜନୀତିର ବିଜୟ ବୋଲି କୁହାଯାଇପାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026

ଆଜି ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

April 29, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026
Latest News

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.