Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିମଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ, ୨୦୨୦ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ
ବିଶେଷ ଖବର

ବିମଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ, ୨୦୨୦ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

February 12, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କୋଣାର୍କ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ), ଅନ୍ୟ ଅର୍ଦ୍ଧସାମରିକ ବାହିନୀ ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଆଜି କୋଣାର୍କର ରାମଚଣ୍ଡି ବେଳାଭୂମିରେ ଦ୍ୱିତୀୟ ବିମଷ୍ଟେକ ବିପର୍ଯ୍ୟୟ ପ୍ରଶମନ ଅଭ୍ୟାସ ୨୦୨୦ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉଦଘାଟନ କରିଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ । ଏଥିରେ ଭାରତ ସମେତ ନେପାଳ, ମିଆଁମାର, ବାଂଲାଦେଶ, ଶ୍ରୀଲଙ୍କାର ଉଦ୍ଧାରକାରୀ ଦଳ ତଥା ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମନ୍ତ୍ରୀ କହିଥିଲେ ଯେ, ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଭାରତର ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିମଷ୍ଟେକରେ ସାମିଲ ୭ଟି ଦେଶରେ ପ୍ରାୟ ୬୦ଟି ବିରଳ ଐତିହାସିକ କୀର୍ତୀରାଜି ରହିଛି । ବିପର୍ଯ୍ୟୟ କାଳରେ କିପରି ସେଗୁଡିକୁ ସୁରକ୍ଷିତ ରଖାଯାଇପାରିବ ତା ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଉଛି ବୋଲି ସେ କହିଥିଲେ । ଓଡ଼ିଶାରେ ହେଉଥିବା ଏହି ଦ୍ୱିତୀୟ ବିମଷ୍ଟେକ ସମ୍ମିଳନୀ ଅନ୍ୟାନ୍ୟ ସଦସ୍ୟ ରାଷ୍ଟ୍ରଗୁଡିକ ପାଇଁ ପାରସ୍ପରିକ ସହଯୋଗ ବୃଦ୍ଧି ଦିଗରେ ସହାୟକ ହେବ । ଏହାଛଡା ସଦସ୍ୟ ରାଷ୍ଟ୍ରଗୁଡିକ ଐତିହ୍ୟସ୍ଥଳୀର ସୁରକ୍ଷା ପାଇଁ ସେମାନଙ୍କ ବର୍ତମାନର ସାମର୍ଥ୍ୟର ଆକଳନ, ଶ୍ରେଷ୍ଠ ବିପତି ମୁକାବିଲା ଅଭ୍ୟାସ, ଜରୁରିକାଳୀନ ସ୍ଥିତିରେ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ସାମର୍ଥ୍ୟ ବୃଦ୍ଧି, କ୍ଷେତ୍ରୀୟ ମୁକାବିଲା ବ୍ୟବସ୍ଥା ସୁଦୃଢ଼ କରିବା ଏବଂ ବିପତିର ଆକଳନ ପାଇଁ ଏକ ମଂଚ ପାଇପାରିବେ ।

ଦେଶର ଉପକୂଳ ସହର ପୁରୀରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜନ କରିବା ଲାଗି ଭାରତ ସରକାରଙ୍କ ପ୍ରୟାସ ବିଷୟରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହାଦ୍ୱାରା ବିପର୍ଯ୍ୟୟ ସମୟରେ ବିମଷ୍ଟେକ ରାଷ୍ଟ୍ରଗୁଡିକ ମଧ୍ୟରେ ଶ୍ରେଷ୍ଠ ପ୍ରଚଳନ ଓ ବିଶେଷଜ୍ଞତା ବିନିମୟ ତଥା ବିପର୍ଯ୍ୟୟ ମୁକାବିଲା ସମୟରେ ପାରସ୍ପରିକ ସମନ୍ୱୟ ଓ ସହଯୋଗ ବୃଦ୍ଧି ପାଇବ ବୋଲି ସେ କହିଥିଲେ ।

ଏହି ଅଭ୍ୟାସ ଶିବିର ଅବସରରେ ବାସ୍ତବ ବିପର୍ଯ୍ୟୟ ମୁକାବିଲାର ସ୍ଥିତି ସୃଷ୍ଟି କରିବା ଲାଗି କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ଐତିହ୍ୟସ୍ଥଳି ଏବଂ ଅସ୍ଥାୟୀ ଗ୍ରାମ ରାମଚଣ୍ଡି ବେଳାଭୂମିରେ ନିର୍ମାଣ କରାଯାଇଥିଲା । ବନ୍ୟା ଆସିବା ସମୟରେ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଲୋକମାନଙ୍କୁ ଉଦ୍ଧାର କରାଯିବାର କୌଶଳ ଉଦ୍ଧାରକାରୀ ଦଳଙ୍କ ଦ୍ୱାରା ପ୍ରଦର୍ଶୀତ ହୋଇଥିଲା । ଉଦ୍ଧାର କାର୍ଯ୍ୟ ଅଭ୍ୟାସ ସମୟରେ ଉଦ୍ଧାରକାରୀ ଦଳମାନେ ଅତ୍ୟାଧୁନିକ ସରଞ୍ଜାମର ଉପଯୋଗ କରିଥିଲେ । ଏଥିସହିତ ବନ୍ୟା ସମୟରେ ଲୋକମାନଙ୍କୁ ନଦୀ ଆମ୍ବୁଲାନ୍ସ ଜରିଆରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଏବଂ ବନ୍ୟାଂଚଳରେ ରିଲିଫ ବଂଟନର ଅଭ୍ୟାସ ପ୍ରଦର୍ଶୀତ ହୋଇଥିଲା । ଜରୁରିକାଳୀନ ପରିସ୍ଥିତି ସମୟରେ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଅଭ୍ୟାସ ମଧ୍ୟ କରାଯାଇଥିଲା । ଏହି ଅଭ୍ୟାସ ପାଇଁ ଅନ୍ତର୍ଜାତୀୟ ସନ୍ଧାନ ଓ ଉଦ୍ଧାର ପରାମର୍ଶ ଗୋଷ୍ଠୀ (ଓଘଝଇଜଇଏ)ର ଗାଇଡଲାଇନ ଅନୁଯାଇ ଏନଡିଆରଏଫ ଦ୍ୱାରା ଏକ ଯୋଗାଯୋଗ କେନ୍ଦ୍ର, ଜରୁରିକାଳୀନ କାର୍ଯ୍ୟାନୁଷ୍ଠାନ କେନ୍ଦ୍ର, ବେସ ଅଫ ଅପରେସନ, ମେଡିକାଲ କ୍ୟାମ୍ପ, ସୁବିଧା କେନ୍ଦ୍ର, ଗଣମାଧ୍ୟମ ଏନକ୍ଲେଭ ଆଦି ପ୍ରତିଷ୍ଠା କରାଯାଇଥିଲା ।

ଅଭ୍ୟାସ ସମୟରେ ବିଭିନ୍ନ ବନ୍ୟା ଉଦ୍ଧାର କୌଶଳର ଚମତ୍କାର ପ୍ରଦର୍ଶନ କରାଯାଇଥିଲା । ଏଥିସହିତ ସ୍ଥାନୀୟ ସାମଗ୍ରୀ ଓ ସରଞ୍ଜାମ ଉପଯୋଗ କରି ବନ୍ୟା ବିପତି ସମୟରେ ଉଦ୍ଧାର କାର୍ଯ୍ୟ କିଭଳି ଭାବେ କରାଯାଇପାରିବ ସେ ସମ୍ପର୍କରେ ମଧ୍ୟ ପ୍ରଦର୍ଶନୀ ହୋଇଥିଲା । ଏନଡିଆରଏଫର ମହାନିର୍ଦ୍ଦେଶକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଯୁଗ୍ମ ପ୍ରଶିକ୍ଷଣ ଅଭ୍ୟାସ ସମ୍ପାଦିତ ହୋଇଥିଲା । ଏଥିରେ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାର ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ । ଏହାବ୍ୟତୀତ ଗୃହ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା (ଏନଡିଏମଏ), ଏନଡିଆରଏଫ ଓ ରାଜ୍ୟ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଉଦ୍‌ଯାପିତ ହେବ ।

ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରଠାରେ ଏହି ତିନିଦିନିଆ ବିମଷ୍ଟେକ ସମ୍ମିଳନୀର ଉଦ୍‌ଘାଟନ କରିଥିଲେ । ଏହି ବିମଷ୍ଟେକର ସମସ୍ତ କାର୍ଯ୍ୟକ୍ରମରେ ଜାତୀୟ ବିପର୍ଯ୍ୟୟ ପ୍ରଶମନର ବଳର ମହାନିର୍ଦ୍ଦେଶକ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପାଇରେସୀ ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ: ୧୨୬୩ ୱେବସାଇଟ୍ ହେଲା ନିଷ୍କ୍ରିୟ

August 6, 2026

NEET-UG ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ: ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଯୋଜନା ପ୍ରକାଶ କଲେ ସରକାର

August 5, 2026

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

August 5, 2026

ହଟ୍ଟଗୋଳ ମଧ୍ୟରେ ଏହି ପ୍ରମୁଖ ବିଲ୍ ପାସ୍ କଲେ ସୀତାରମଣ: ୩ ମିନିଟରେ କିପରି ହେଲା ସମ୍ଭବ?

August 5, 2026
Latest News

ପାଇରେସୀ ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ: ୧୨୬୩ ୱେବସାଇଟ୍ ହେଲା ନିଷ୍କ୍ରିୟ

August 6, 2026

ଓଡ଼ିଶାର ସମସ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ

August 6, 2026

ରେଢ଼ାଖୋଲ ଅଞ୍ଚଳରୁ ଫେରିବାଲା ଓ ମିସ୍ତ୍ରୀଙ୍କୁ ଚିହ୍ନଟ କରି ବିଦା କରାଯାଉ: ବିଜେପି ନେତାଙ୍କ ଦାବି

August 6, 2026

ଅଗଷ୍ଟ ୬ ତାରିଖ ରାଶିଫଳ: ପଢନ୍ତୁ ଆଜିର ଦିନଟି କିପରି ରହିବ?

August 6, 2026

ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଅନ୍ତର୍ଜାତୀୟ ପ୍ରତିନିଧି

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.