Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାଷା ସଂସ୍କୃତିର ବିକାଶ ଲାଗି କେନ୍ଦ୍ରୀୟ ଅନୁଦାନ ନ ମିଳିବା ନେଇ ଗୃହରେ ଉଦ୍‌ବେଗ
ବିଶେଷ ଖବର

ଭାଷା ସଂସ୍କୃତିର ବିକାଶ ଲାଗି କେନ୍ଦ୍ରୀୟ ଅନୁଦାନ ନ ମିଳିବା ନେଇ ଗୃହରେ ଉଦ୍‌ବେଗ

February 18, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର

ଓଡ଼ିଆ ଭାଷା, ସଂସ୍କୃତିର ବିକାଶ ଲାଗି କେନ୍ଦ୍ରୀୟ ଅନୁଦାନ ନ ମିଳିବା ପ୍ରତିବାଦରେ ଆଜି ବିଧାନସଭାରେ କଂଗ୍ରେସ ବିଧାୟକମାନେ ହଙ୍ଗମା କରିଛନ୍ତି। ସେମାନେ ଅଭିଯୋଗ ବାଢିଛନ୍ତି ଯେ, ବିଭିନ୍ନ ପ୍ରାଦେଶିକ ଭାଷା ଓ ସଂସ୍କୃତିର ଉନ୍ନତି ଲାଗି କେନ୍ଦ୍ର ସରକାର ୩୦୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ସେଥିମଧ୍ୟରୁ ସିଂହଭାଗ ଅର୍ଥାତ୍‌ ୯୦ ପ୍ରତିଶତ ଅର୍ଥ ସଂସ୍କୃତ ଭାଷାର ବିକାଶ ନିମନ୍ତେ ବରାଦ ହୋଇଛି। ଜଣେ ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତାଇବାରେ ବିଜୁ ଜନତା ଦଳ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସୁଦ୍ଧା ପ୍ରତିଦାନରେ  ଓଡ଼ିଆ ଭାଷା ସଂସ୍କୃତିର ବିକାଶ ଲାଗି ଭାରତ ସରକାର କାଣି କଉଡିଟିଏ ମଧ୍ୟ ଦେଇନାହାନ୍ତି। ରାଜ୍ୟ ସରକାର ଏଥିନେଇ କେନ୍ଦ୍ର ଉପରେ କିଭଳି ଚାପ ପକାଇଛନ୍ତି, ତାହା ଜଣାଇବା ଲାଗି ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକମାନେ ଅଡି ବସିଥିଲେ। ଏହାପରେ ସେମାନେ ଗୃହର ମଧ୍ୟଭାଗ୍ୟକୁ ଯାଇ ହଟ୍ଟଗୋଳ ସୃଷ୍ଟି କରିଥିଲେ। ତେବେ ଓଡ଼ିଶା କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ହେବା ସମ୍ପର୍କରେ ସମ୍ପୃକ୍ତ ମନ୍ତ୍ରୀ ବିଧାନସଭାରେ ବିବୃତ୍ତି ଦେବେ ବୋଲି  ବାଚସ୍ପତିଙ୍କ ଆଶ୍ବାସନା କଂଗ୍ରେସ ସଭ୍ୟମାନଙ୍କୁ ଆଶ୍ବସ୍ତ କରିପାରିନଥିଲା। ସେମାନେ ଗୃହର ମଧ୍ୟଭାଗରେ ଛିଡା ହୋଇ ବିଭିନ୍ନ ନାରାବାଜି ଚଳାଇବା ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଥମେ ୧୨ଟା ୧୪ ମିନିଟ୍‌ରେ ଗୃହର କାର୍ଯ୍ୟ ୧୫ ମିନିଟ୍‌ ପାଇଁ ମୁଲତବୀ ରଖିଥିଲେ। ଏହାପରେ ୧୨ଟା ୨୯ ମିନିଟ୍‌ରେ ଉପ-ବାଚସ୍ପତି  ରଜନୀକାନ୍ତ ସିଂହ ଗୃହର କାର୍ଯ୍ୟ ୨୧ ମିନିଟ୍‌ ପାଇଁ ମୁଲତବୀ କରିଥିଲେ। ଶେଷରେ ବାଚସ୍ପତି ଜଣାଉଥିଲେ ଯେ, ଆସନ୍ତାକାଲି ସଂସ୍କୃତି ମନ୍ତ୍ରୀ ବିଧାନସଭାରେ ଏଥିନେଇ ବିବୃତ୍ତି ରଖିବେ। ଏହାପରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଘେନି ଗୃହରେ ଉପୁଜିଥିବା ଅସ୍ବାଭାବିକ ପରିସ୍ଥିତିର ପରିସମାପ୍ତି ଘଟିଥିଲା।

ଆଜି ବିଧାନସଭାର ଶୂନ୍ୟକାଳରେ ଓଡ଼ିଆ ଭାଷା ସଂସ୍କୃତି ଲାଗି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ବ୍ୟତୀତ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା, ମହାନଦୀ ଗ୍ରୀନ୍‌ ମିଶନ, ବିଧାୟକମାନଙ୍କୁ କ୍ବାର୍ଟର ଯୋଗାଣ, ବିଦ୍ୟୁତ ଆଘାତ ଜନିତ ମୃତ୍ୟୁ ଲାଗି କ୍ଷତିପୂରଣ, ବେସରକାରୀ କଲେଜ ଅଧ୍ୟାପକମାନଙ୍କୁ ୨୧ ମାସର ବକେୟା ଦରମା ପ୍ରଦାନ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ସରଗରମ ଆଲୋଚନା ହୋଇଥିଲା।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏକ ବୈଧାନିକ ପ୍ରଶ୍ନ ଜରିଆରେ ଘରୋଇ କଲେଜ ଅଧ୍ୟାପକଙ୍କ ଆର୍ଥିକ ଦୁର୍ଦ୍ଦଶା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଦର୍ଶାଇଥିଲେ ଯେ, ଜଣେ ଘରୋଇ କଲେଜ ଅଧ୍ୟାପକ ଅବସର ନେବା ପରେ ମାତ୍ର ୫ ଲକ୍ଷ ଟଙ୍କା ପାଇଥିବାବେଳେ ସରକାରୀ କଲେଜ ଅଧ୍ୟାପକମାନେ ୧୫ ଲକ୍ଷ ଟଙ୍କା ହାସଲ କରୁଛନ୍ତି। ସେହିପରି ଘରୋଇ କଲେଜ ଅଧ୍ୟାପକମାନଙ୍କ ୨୧ ମାସର ବକେୟା ଦରମା ତୁରନ୍ତ ପ୍ରଦାନ ଲାଗି ସେ ଦୃଢ ଦାବି କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ଉଲ୍ଲେଖ  କରିଥିଲେ ଯେ, ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ ସରକାର ପଶ୍ଚିମ ଓଡ଼ିଶା ନ୍ୟାୟାଳୟର ମାମଲାଗୁଡ଼ିକୁ ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ମାତ୍ର ସେଥିପାଇଁ ମାମଲା ଦାୟରକାରୀଙ୍କ ସମ୍ମତି ହାସଲ କରାଯାଇନାହିଁ। ଇତିମଧ୍ୟରେ ପଶ୍ଚିମ ଓଡ଼ିଶାର ଓକିଲମାନେ ଆନ୍ଦୋଳନରୁ ଓହରିଯାଇଥିବାରୁ ମାମଲା ସ୍ଥାନାନ୍ତର ନିର୍ଦ୍ଦେଶକୁ ସରକାର ପ୍ରତ୍ୟାହାର କରନ୍ତୁ।

ଏହାପରେ ଶ୍ରୀ ମିଶ୍ର ସେଥିନେଇ ଗୃହରେ ଆଇନମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲେ। ଫଳରେ ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇଥିଲେ ଯେ, ଆଇନ ବିଭାଗ ଏହି ସମସ୍ୟାକୁ ପରୀକ୍ଷା କରିବ ଏବଂ ସମ୍ପୃକ୍ତ ମନ୍ତ୍ରୀ ସେଥିନେଇ ଗୃହରେ ବିବୃତ୍ତି ରଖିବେ।

ସେହିପରି ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁଚରଣ ସେଠୀ ବିଧାୟକମାନେ ସାତ ମାସ ଧରି କ୍ବାର୍ଟର ପାଇନଥିବା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ବାରମ୍ବାର ନିବେଦନ ସତ୍ତ୍ବେ କ୍ବାର୍ଟର ପାଇବାକୁ ସମର୍ଥ ହୋଇନଥିବାରୁ ସେ ଏକ କବିତା ଆବୃତ୍ତି କରିଥିଲେ। ଫଳରେ ବାଚସ୍ପତି ଏଥିନେଇ ତାଙ୍କ ପ୍ରକୋଷ୍ଠରେ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଯେଉଁ ବିଧାୟକମାନେ କ୍ବାର୍ଟର ପାଇନାହାନ୍ତି, ସେମାନଙ୍କୁ  ତୁରନ୍ତ ଯୋଗାଇଦେବା ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟ ପକ୍ଷରେ ଶାସକ ଦଳର ବରିଷ୍ଠ ସଭ୍ୟ ଅମର ପ୍ରସାଦ ଶତପଥୀ ଉଲ୍ଲେଖ କରିଥିଲେ ଯେ, ମହାନଦୀ ଗ୍ରୀନ୍‌ ମିଶନ ଯୋଜନାରେ ବ୍ୟାପକ ବନୀକରଣ ପାଇଁ ସ୍ଥିରୀକୃତ ହୋଇଛି, କିନ୍ତୁ ସେହି କାର୍ଯ୍ୟକ୍ରମ ମନରେଗା ମାଧ୍ୟମରେ ରୂପାୟିତ କରିବା ଲାଗି ନିଷ୍ପତ୍ତି ହୋଇଛି। ମାତ୍ର ଜଙ୍ଗଲ ବିଭାଗ ଏହି ବନୀକରଣ ପାଇଁ ସ୍ବତନ୍ତ୍ର ଭାବରେ ଅର୍ଥ ଆବଣ୍ଟନ ନକଲେ, ତାହା କାର୍ଯ୍ୟକାରୀ ହୋଇପାରିବ ନାହିଁ।

ସର୍ବୋପରି ବିଜେଡି ସଭ୍ୟ ବିଷ୍ଣୁବ୍ରତ ରାଉତରାୟ ଦର୍ଶାଇଥିଲେ ଯେ, ସାପକାମୁଡାଠାରୁ ଆରମ୍ଭ କରି ଘଡଘଡି ବିଜୁଳି ଆଘାତରେ ପର୍ଯ୍ୟନ୍ତ ମୃତ୍ୟୁ ପାଇଁ କ୍ଷତିପୂରରଣ ବ୍ୟବସ୍ଥାଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ ପାଇଁ ସହାୟତାର ବ୍ୟବସ୍ଥା ନାହିଁ। ତେଣୁ ପରିବର୍ତ୍ତିତ ପରିସ୍ଥିତିରେ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ ଲାଗି ସରକାର ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ସେ ପ୍ରସ୍ତାବ ରଖିଥିଲେ।

odishaassembly
Share. Facebook Twitter LinkedIn Email WhatsApp Copy Link

Related Posts

ଇତିହାସ ରଚିଲେ ଓଡ଼ିଶାର ଝିଅ: ‘ଇଣ୍ଡିଆନ୍ ଆଇଡଲ୍ ୧୬’ ଜିତିଲେ ଜ୍ୟୋତିର୍ମୟୀ ନାୟକ

July 27, 2026

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ସ୍ୱର୍ଣ୍ଣ: ଇତିହାସ ରଚିଲେ ମୀରାବାଇ ଚାନୁ 

July 26, 2026

ନୂତନ ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ: ପେପର ଲିକ୍ ସମ୍ପର୍କରେ ନେଲେ ଆଉ ଏକ ବଡ଼ ପଦକ୍ଷେପ

July 26, 2026

୧୩ ଦିନ ପରେ ଆକ୍ରମଣ ବନ୍ଦ କଲା ଆମେରିକା!: ଜାଣନ୍ତୁ କାହିଁକି ଏଭଳି ନିଷ୍ପତ୍ତି ନେଲେ ଟ୍ରମ୍ଫ?

July 26, 2026
Latest News

ଆଜି ଜୁଲାଇ ୨୭ ତାରିଖ ସୋମବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭବେଳା

July 27, 2026

ଇତିହାସ ରଚିଲେ ଓଡ଼ିଶାର ଝିଅ: ‘ଇଣ୍ଡିଆନ୍ ଆଇଡଲ୍ ୧୬’ ଜିତିଲେ ଜ୍ୟୋତିର୍ମୟୀ ନାୟକ

July 27, 2026

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ସ୍ୱର୍ଣ୍ଣ: ଇତିହାସ ରଚିଲେ ମୀରାବାଇ ଚାନୁ 

July 26, 2026

ପୁଣି ଟି-୨୦ରେ ଭାରତ ନମ୍ବର ୧: ଜିମ୍ବାୱେକୁ କ୍ଲିନ୍ ସୁଇପ୍ କଲା ଟିମ ଇଣ୍ଡିଆ

July 26, 2026

ନୂତନ ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ: ପେପର ଲିକ୍ ସମ୍ପର୍କରେ ନେଲେ ଆଉ ଏକ ବଡ଼ ପଦକ୍ଷେପ

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.