Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କବିତାରୁ ଆରମ୍ଭ ଏବଂ କବିତାରେ ଶେଷ ହେଲା ନିରଂଜନ ପୂଜାରୀଙ୍କ ଚଳିତ ବର୍ଷର ବଜେଟ ଉପସ୍ଥାପନା
ଜାତୀୟ ଖବର

କବିତାରୁ ଆରମ୍ଭ ଏବଂ କବିତାରେ ଶେଷ ହେଲା ନିରଂଜନ ପୂଜାରୀଙ୍କ ଚଳିତ ବର୍ଷର ବଜେଟ ଉପସ୍ଥାପନା

February 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଆଜି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଚଳିତ 2020-21 ବର୍ଷର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ କେତେକ କ୍ଷେତ୍ରରେ ବିଗତ ବଜେଟଠାରୁ ଟିକିଏ ଅଲଗା ରହିଛି। ପ୍ରଥମତଃ ଏଥର ବଜେଟ ସଂପୂର୍ଣ୍ଣ ହାଇଟେକ୍ ହୋଇଛି। ପରଂପରା ଅନୁସାରେ ବଜେଟ ବହି ନ ପଢାଯାଇ ଏଥର ଆଇପ୍ୟାଡ ମାଧ୍ୟରେ ବଜେଟ ପଢାଯାଇଛି। ସେହିପରି ପୂର୍ବବର୍ଷ ପରି ଚଳିତ ବର୍ଷ ବଜେଟର ସଂପୂର୍ଣ୍ଣ ବିବରଣୀ ପେନଡ୍ରାଇଭ ମାଧ୍ୟମରେ ଗୃହର ସଦସ୍ୟ ଓ ସଦସ୍ୟାଙ୍କୁ ପ୍ରଦାନ କରାଯାଇଛି।

ତେବେ ବିଗତ ବର୍ଷ ପରି ଏଥର ମଧ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କୃଷି ବଜେଟ ଆରମ୍ଭରେ ଏକ କବିତା ଏବଂ ଶେଷରେ ଏକ କବିତା ବୋଲିଛନ୍ତି। ବଜେଟ ଆରମ୍ଭରେ ପ୍ରଖ୍ୟାତ ନାରୀକବି କୁନ୍ତଳା କୁମାରୀ ସାବତଙ୍କ ଏକ କବିତାକୁ ପଢିଥିଲେ। ତାହା ଥିଲା

ନବ ଆଲୋକେ,ନବ ପୁଲକେ

                                      ନିଖିଳ ଅବନୀ ହସିବ

ଫୁଟିବ ପ୍ରସୂନ ବନେ ଉପବନେ

                                          ନବଗାନେ ପିକ ରସିବ

ସେହିପରି କୃଷି ବଜେଟ ସରିବା ପରେ ମଧ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଆଉ ଏକ କବିତା ପାଠ କରିଥିଲେ। ତାହାଥିଲା ସ୍ବଭାବ କବି ଗଂଗାଧର ମେହେରଙ୍କ ଏକ କବିତା ଥିଲା। ତାହା ହେଲା

“ଛାଡିଦେଲେ କୃଷିକି ସବୁ ହେବ ନାଶ,

                                ନ ମିଳିବ ର୍ଗାସ ଯେ ନ ମିଳିବ ବାସ

କୃଷି ତୋର ବେଦ ରେ କୃଷି ତୋ ପୁରାଣ.

                                     କୃଷି ବିନା ନ ରହି ପାରଇ ପରାଣ”

ଏହାପରେ ସାଧାରଣ ବଜେଟ ପଢା ଶେଷରେ ଅର୍ଥମନ୍ତ୍ରୀ ଆଉ ଏକ କବିତା ପଢି ବଜେଟ ଭାଷଣ ଶେଷ କରିଥିଲେ। ତାହାଥିଲା ଜାତୀୟକବି ବୀର କିଶୋର ଦାସଙ୍କ ଏକ କବିତା। ତାହା ହେଲା..

“ଜୀବସେବା ଭାଇ,

                        ଅହିଂସା ନୀତିର ଅସଲ ଭିତ୍ତି,

ଜୀବସେବାରେ ଯେ ଜୀବନ ସଂପିଛି

                           ସବୁଠାରେ ପାରେ ସଭିଙ୍କି ଜିତି”

Share. Facebook Twitter LinkedIn Email WhatsApp Copy Link

Related Posts

ଏମଏମଡିଆର ବିଲକୁ ପ୍ରତ୍ୟାହାର ଦାବିରେ ଇଣ୍ଡିଆମେଣ୍ଟ ତରଫରୁ ମଶାଲ ଯାତ୍ରା

August 24, 2026

ପାନୀୟ ଜଳ ଟାଙ୍କି ଓ ଫିଲ୍ଟରର ସ୍ୱଚ୍ଛତା ଓ ଜୀବାଣୁମୁକ୍ତି ପାଇଁ ଭାରତୀୟ ରେଳବାଇର ସ୍ୱତନ୍ତ୍ର ଅଭିଯାନ

August 24, 2026

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026
Latest News

ଏମଏମଡିଆର ବିଲକୁ ପ୍ରତ୍ୟାହାର ଦାବିରେ ଇଣ୍ଡିଆମେଣ୍ଟ ତରଫରୁ ମଶାଲ ଯାତ୍ରା

August 24, 2026

ପାନୀୟ ଜଳ ଟାଙ୍କି ଓ ଫିଲ୍ଟରର ସ୍ୱଚ୍ଛତା ଓ ଜୀବାଣୁମୁକ୍ତି ପାଇଁ ଭାରତୀୟ ରେଳବାଇର ସ୍ୱତନ୍ତ୍ର ଅଭିଯାନ

August 24, 2026

ଏମ୍ସ ଭୁବନେଶ୍ବର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଏକ ଦଶନ୍ଧିର ସଫଳ ଯାତ୍ରା

August 24, 2026

ଆଇନ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା “ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ”

August 24, 2026

ପୁରୀ ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ପରିବର୍ତ୍ତନ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.