Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦିଲ୍ଲୀ ସରକାର ଯାହା କରିପାରିଲେ ଓଡିଶା ସରକାର ତାହା କରି ପାରିବେ କି?
ବିଶେଷ ଖବର

ଦିଲ୍ଲୀ ସରକାର ଯାହା କରିପାରିଲେ ଓଡିଶା ସରକାର ତାହା କରି ପାରିବେ କି?

February 19, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଏବେ ଦିଲ୍ଲୀର ରାଜ୍ୟ ସରକାର ନିଜ ଶାସନର ମଡେଲକୁ ନେଇ ଲୋକଙ୍କ ପାଖକୁ ଯାଇଥିଲେ ଓ ଲୋକେ ତାଙ୍କୁ ତାଙ୍କ କାମ ଆଧାରରେ  ଆଉ ପାଞ୍ଚ ବର୍ଷ ଶାସନ କରିବାର ସୁଯୋଗ ଦେଲେ। ଦିଲ୍ଲୀ ସରକାରଙ୍କର ଦୁଇଟି କଥାକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି। ପ୍ରଥମଟି ହେଲା ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଓ ଲୋକଙ୍କୁ ବିଜୁଳି,ପାଣି ଭଳି ଅତ୍ୟାବଶ୍ୟକ ସୁବିଧା ମାଗଣାରେ ବା ଶସ୍ତାରେ ଦେଇ ପାରିବାର ସଫଳତା। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ କାମକୁ ପ୍ରଶଂସା କରିବାକୁ ତାଙ୍କର ଶତ୍ରୁ ମଧ୍ୟ ବାଧ୍ୟ ହେବେ। ତେବେ ମାଗଣା ବା ଶସ୍ତା ବିଜୁଳି-ପାଣିକୁ “ମାଗଣାଖିଆ କାରବାର” (ଇଂରାଜୀରେ ଫ୍ରିବି) ବୋଲି କେହି କେହି କହୁଛନ୍ତି। ତେବେ ସରକାର ଏଠି କାହା ବୋପାର ସମ୍ପତ୍ତି ନୁହଁ ଯେ ସେ ମାଗଣାରେ କିଛି ବାଣ୍ଟୁଛନ୍ତି। ଗୋଟେ ଜନକଲ୍ୟାଣକାରୀ ରାଷ୍ଟ୍ରର ଦାୟିତ୍ଵ ହେଉଛି, ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା। ଶିକ୍ଷା କୁ ଆମେ ସମ୍ବିଧାନର ମୌଳିକ ଅଧିକାର ଭାବେ ଗ୍ରହଣ କରିଥିଲେ ମଧ୍ୟ, ଆଜି ମଧ୍ୟ ସବୁ ନାଗରିକଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବାରେ ଆମେ ଅସମର୍ଥ ହୋଇଛୁ। ତେଣୁ ଗୋଟେ ରାଜ୍ୟ ସରକାର ଯେତେବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟ ଲାଗି ସର୍ବାଧିକ ସମ୍ବଳ ବିନିଯୋଗ କରୁଛନ୍ତି, ତାକୁ ସମାଲୋଚନା କରିବାର କୌଣସି ଅର୍ଥ ନାହିଁ।

ଅନେକ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥକମାନେ ଗୋଟେ ପ୍ରଶ୍ନ କରୁଛନ୍ତି- ଦିଲ୍ଲୀ ସରକାର ଯାହା କରୁଛନ୍ତି, ଅନ୍ୟ ରାଜ୍ୟ ସରକାର ଗୁଡିକ ତାହା କରୁନାହାନ୍ତି କାହିଁକି। ଏହାର ସରଳ ଉତ୍ତର ହେଉଛି, ଲୋକ କଲ୍ୟାଣକାରୀ ଯୋଜନା ପାଇଁ ଦିଲ୍ଲୀ ସରକାରଙ୍କ ପାଖରେ ଯେଉଁ ବଳକା ରାଜସ୍ଵ ରହିଛି, ତାହା ଅନ୍ୟ କୌଣସି ରାଜ୍ୟଙ୍କ ପାଖରେ ନାହିଁ। ଭାରତର ଯେଉଁ ଦୁଇଟି ରାଜ୍ୟ ପାଖରେ ବଳକା ରାଜସ୍ୱ ରହିଛି, ସେମାନେ ହେଲେ ଦିଲ୍ଲୀ ଓ ମହାରାଷ୍ଟ୍ର। ରିଜର୍ଭ ବ୍ୟାଙ୍କର କହିବା ଅନୁସାରେ ଚଳିତ ବର୍ଷ ଦିଲ୍ଲୀ ସରକାର ୨୦,୧୪୨କୋଟି ଟଙ୍କାର ଲୋକ କଲ୍ୟାଣ ଯୋଜନା କରି ପାରିବେ। ଏତେ ଟଙ୍କା ଖର୍ଚ୍ଚ କଲେ ମଧ୍ୟ ସରକାରୀ ବଜେଟରେ ଚାପ ପଡିବାର ସମ୍ଭାବନା ନାହିଁ।

ଦିଲ୍ଲୀ ର ବଳକା ବଜେଟ ପାଇଁ କିଛିଟା ଶ୍ରେୟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପାଖକୁ ମଧ୍ୟ ଯିବ। ୨୦୧୦-୧୧ ବେଳକୁ ରାଜ୍ୟ ଜିଡିପିର ୪.୨% ଅର୍ଥ ରାଜସ୍ଵ ବଳକା ଭାବରେ ରାଜକୋଷରେ ରହିଥିଲା। ବଜେଟ ବଢିବା ସହିତ ଏହା ୪.୨% ରୁ କମି ୦.୭% ପହଞ୍ଚିଛି। ଦିଲ୍ଲୀ ଭଳି ଛୋଟିଆ ରାଜ୍ୟ ପାଇଁ ଏହା ବହୁତ ବଡ ଆର୍ଥିକ ବିଳାସ ବୋଲି କୁହାଯାଇପାରେ। ତେଣୁ କେଜ୍ରିୱାଲଙ୍କ ପାଖରେ ରାଜସ୍ଵର ଏକ ବଡ ସ୍ରୋତ ରହିଛି। ଏହା ଅନ୍ୟ ରାଜ୍ୟମାନଙ୍କ ପାଖରେ ନାହିଁ।

ଓଡିଶା ଦିଲ୍ଲୀ ଭଳି କାହିଁକି କରି ପାରୁନାହିଁ ବୋଲି ଅନେକ ସମୟରେ ପ୍ରଶ୍ନ ଉଠୁଛି। ଏହାର ଅତି ସହଜ ଉତ୍ତର ହେବ- ଓଡିଶା ଦିଲ୍ଲୀ ନୁହେଁ। ଓଡିଶା ବା ଅନ୍ୟାନ୍ୟ ରାଜ୍ୟ ସରକାର ଗୁଡିକ କୃଷି, ଆଇନ ଶ୍ରୁଙ୍ଖଳା, ଆଦିବାସୀ କଲ୍ୟାଣ ଇତ୍ୟାଦି କ୍ଷେତ୍ରରେ ଯାହା ଖର୍ଚ୍ଚ କରନ୍ତି, ତାହା ଦିଲ୍ଲୀରେ ହେବାର ସମ୍ଭାବନା କମ। ଏକ କସ୍ମୋପଲିଟାନ ରାଜ୍ୟ ଭାବରେ କୃଷି ଲାଗି ଦିଲ୍ଲୀର ଖର୍ଚ୍ଚ ସେତେ ବେଶୀ ନୁହଁ।ଭୂ ରାଜସ୍ଵ ଏବଂ ଆଇନ ଶ୍ରୁଙ୍ଖଳା ଦିଲ୍ଲୀର ଦାୟିତ୍ବରେ ନାହିଁ। ତେଣୁ ଏ କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କର ଖର୍ଚ୍ଚ ଯଥେଷ୍ଟ କମ। ଓଡିଶାରେ ଭୂ ରାଜସ୍ୱ ତଥା ଆଇନ ଶୃଙ୍ଖଳା ବାବଦକୁ ବଜେଟର ଏକ ବଡ ଅଂଶ ଖର୍ଚ୍ଚ ହୋଇଥାଏ। ତେଣୁ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଭଳି ଅତ୍ୟାବଶ୍ୟକ ଯୋଜନା ବାବଡକୁ ଖର୍ଚ୍ଚ କରିବାରେ ଓଡିଶା ସରକାରଙ୍କୁ ଅର୍ଥର ଅଭାବ ପଡିଥାଏ।

ଗତ ପାଞ୍ଚ ବର୍ଷରେ କେନ୍ଦ୍ର ସରକାର ଦିଲ୍ଲୀ ସରକାରକୁ କେନ୍ଦ୍ରୀୟ ଅନୁଦାନ ଏବଂ ଟିକସର ରାଜ୍ୟଭାଗ କମାଇ ଦେବା ସତ୍ତ୍ୱେ ଦିଲ୍ଲୀ ସରକାର ଲୋକଙ୍କୁ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ସୁବିଧା ଯୋଗାଇ ପାରୁଛନ୍ତି। ଏହା ଅନ୍ୟ ରାଜ୍ୟଙ୍କ ପାଖରେ ସମ୍ଭବ ନୁହେଁ। କେଜ୍ରିୱାଲ ନିଜର “ନୀତି ଓ ନିୟତ” କଥା କହିବା ଅବଶ୍ୟ ଠିକ, ହେଲେ ନୀତି ଓ ଉଦ୍ଦେଶ୍ୟ ଠିକ ଥିଲେ ମଧ୍ୟ ଅନ୍ୟାନ୍ୟ ରାଜ୍ୟ ଗୁଡିକ ଦିଲ୍ଲୀ ଭଳି ଆର୍ଥିକ ସୁଯୋଗ ରୁ ବଞ୍ଚିତ। ରାଜଧାନୀ ସହର ଭାବରେ ବ୍ୟବସାୟର ଏକ ସ୍ଵାଭାବିକ ପରିବେଶ ଦିଲ୍ଲୀରେ ରହିଛି। ଏହା ଅନ୍ୟ ରାଜ୍ୟଙ୍କ ପାଖରେ ନାହିଁ। ମହାରାଷ୍ଟ୍ର ସରକାରଙ୍କ ପାଖରେ ବଳକା ରାଜସ୍ୱ ଥିଲେ ମଧ୍ୟ, ମହାରାଷ୍ଟ୍ରର ଭୌଗୋଳିକ ବିସ୍ତୃତି ଏବଂ ଆଇନ ଶ୍ରୁଙ୍ଖଳାର ଜଟିଳତା ଯୋଗୁଁ, ସେଠାରେ ମଧ୍ୟ ଦିଲ୍ଲୀ ଭଳି ସୁଯୋଗ ନାହିଁ। ରାଜସ୍ୱ ଦୃଷ୍ଟିରୁ ଦିଲ୍ଲୀ ସରକାରଙ୍କ ହାତରେ ପୁଲିସ ବିଭାଗ ନ ରହିବା, ତାଙ୍କ ପାଇଁ ଏକ ପ୍ରକାର ବରଦାନ ପାଲଟିଛି। ଓଡିଶା ବା ଅନ୍ୟ ରାଜ୍ୟଙ୍କ ପାଖରେ ସେ ସୁଯୋଗ ବିଲକୁଲ ନାହିଁ।

ତେବେ ନେତାଙ୍କ “ନୀତି ଓ ନିୟତ” ଠିକ ରହିଲେ, ଲୋକଙ୍କ ଲାଗି ଅନେକ କିଛି ଅବଶ୍ୟ କରିହେବ।

arabindakejriwal naveenpattanaik
Share. Facebook Twitter LinkedIn Email WhatsApp Copy Link

Related Posts

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026
Latest News

ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ

March 18, 2026

ଶିଳ୍ପମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

March 18, 2026

ସୁଲଭ ଦରରେ ଅତି ଗରିବ ଲୋକଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧ: ରେଳ ମନ୍ତ୍ରୀ

March 18, 2026

କୃଷକଙ୍କ ଆୟ ଓ ନିରାପତ୍ତା ଉଭୟର ଗ୍ୟାରେଣ୍ଟି: ଲୋକସଭାରେ କେନ୍ଦ୍ର କୃଷିମନ୍ତ୍ରୀ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.