Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅମିତ ଶାହାଙ୍କ ଓଡିଶା ଗସ୍ତ ପରେ ବଦଳିବ କି ବିଜେଡି ବିରୋଧରେ ବିଜେପିର ରଣନୀତି, ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରାମକ ହେବ କି ରାଜ୍ୟ ବିଜେପି ?
ବିଶେଷ ଖବର

ଅମିତ ଶାହାଙ୍କ ଓଡିଶା ଗସ୍ତ ପରେ ବଦଳିବ କି ବିଜେଡି ବିରୋଧରେ ବିଜେପିର ରଣନୀତି, ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରାମକ ହେବ କି ରାଜ୍ୟ ବିଜେପି ?

February 23, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆପଣ ଲେଖିକି ରଖନ୍ତୁ, ଆସନ୍ତା ମାର୍ଚ୍ଚ ମାସରୁ ଓଡିଶା ବିଜେପି ପୁଣିଥରେ ନିଜର ପୁରୁଣା ଫର୍ମକୁ ଫେରିବ ଓ ଓଡିଶାରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆକ୍ରାମକ ରଣନୀତି ଆପଣାର କରିବ- ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା ଏକଥା ଆମକୁ କହିଥିଲେ। ନେତାଙ୍କ କଥା ଓ ପାଣିପାଗ ବିଭାଗର ଆକଳନ, ଏ ଦୁଇଟି ବିଷୟରେ ଆମର ଘୋର ସନ୍ଦେହ ରହି ଆସିଛି। ତେଣୁ ବିଜେପି ନେତା ଯାହା କହିଲେ ତାକୁ ପୂରା ବିଶ୍ଵାସ ବା ଅବିଶ୍ଵାସ କରିବା ଅପେକ୍ଷା ଏ ସମ୍ପର୍କରେ ଅଧିକ ତର୍ଜମା କରିବାକୁ ଆମେ ଉଚିତ ମନେ କରୁଛୁ। ୨୦୧୯ ମସିହା ଏପ୍ରିଲ ମାସ ଶେଷ ସପ୍ତାହରେ ଓଡିଶା ସାଧାରଣ ନିର୍ବାଚନର ଅନ୍ତିମ ପର୍ୟାୟ ସାରିବା ପରଠୁ ରାଜ୍ୟରେ ବିଜେପି ଓ ବିଜେଡି ସମ୍ପର୍କର ଯାଦୁକରୀ ପରିବର୍ତ୍ତନ ସଂଘଟିତ ହୋଇଥିଲା। ନିର୍ବାଚନ ପ୍ରଚାରରେ ବିଜେଡି ବିଜେପି ପରଷ୍ପରକୁ ଲହୁଲୁହାଣ କରୁଥିବା ବେଳେ ପ୍ରଚାର ସାରିବା କ୍ଷଣି ଉଭୟଙ୍କ ଭିତରେ ମଧୁର ସମ୍ପର୍କ ସ୍ଥାପିତ ହୋଇଗଲା।

ନିର୍ବାଚନ ପରେ ବିଜେଡି-ବିଜେପି ସମ୍ପର୍କରେ ଆସିଥିବା ଏହି କୁହୁକ ପରିବର୍ତ୍ତନ ଦିନକୁଦିନ ଘନିଷ୍ଠତର ହୋଇ ଚାଲିଛି। କେନ୍ଦ୍ରରେ ବିଜେପି ର ତୁଙ୍ଗ ନେତାମାନେ ବିଜେଡ଼ିର ଭୂୟସୀ ପ୍ରଶଂସା କରୁଥିବା ବେଳେ ବିଜେଡି ମଧ୍ୟ ବିଜେପିକୁ ନିଜର ଅଯାଚିତ ସମର୍ଥନ ଦେଇ ଚାଲିଛି। ଏକଦା “ବିଜେଡି ସରକାର ଏକ ପୋଡା ଟ୍ରାନ୍ସଫର୍ମର ଓ ଏହାକୁ ଓପାଡି ସମୁଦ୍ରରେ ଫୋପାଡି ଦେବା ପାଇଁ” ଆହ୍ଵାନ ଦେଉଥିବା ବିଜେପିର ପୂର୍ବତନ ସଭାପତି ଓ ବର୍ତ୍ତମାନର ଗୃହମନ୍ତ୍ରୀ ଅମିତ ଶାହା ଆଜିର ତାରିଖରେ ସବୁକଥାରେ ବିଜେଡ଼ିର ସମର୍ଥନ ପାଇଁ ସବୁଜ ପତାକା ଧରି ଅପେକ୍ଷା କରି ବସିଛନ୍ତି। କାଶ୍ମୀର, ନାଗରିକତା ସଂଶୋଧନ ଆଇନ, ସୂଚନା ଅଧିକାର ସଂଶୋଧନ ଆଇନ, ଜାତୀୟ ଜନସଂଖ୍ୟା ପଞ୍ଜୀକରଣ ଭଳି ଅନେକ ବିବାଦୀୟ ନିଷ୍ପତ୍ତିରେ ବିଜେପି ବିଜେଡ଼ିର ସମର୍ଥନ ମାଗିଛି ଓ ମାଗୁ ମାଗୁ ତାଙ୍କୁ ସମର୍ଥନ ବି ମିଳି ଯାଇଛି।

ମଧୁଚନ୍ଦ୍ରିକା ପରି ଲାଗୁଥିବା ଏ ସମ୍ପର୍କ କଣ ସତରେ ଭାଙ୍ଗିଯିବ? ରାଜ୍ୟ ବିଜେପି ନିଜର ଅସ୍ତିତ୍ଵ ବଞ୍ଚାଇବାକୁ ବିଜେଡ଼ିକୁ ବିରୋଧ କରିବାକୁ ବାଧ୍ୟ। ରାଜ୍ୟ ନେତାମାନେ ନିଜର ବିଜେଡି ବିରୋଧୀ ଛବି ବଜାୟ ରଖିବାକୁ ଚେଷ୍ଟା ଅବଶ୍ୟ କରୁଛନ୍ତି। ହେଲେ ରାଜ୍ୟ ନେତାଙ୍କର ବା କ୍ଷମତା କେତେ? ବିଜେପିର ନୂଆ ରାଜ୍ୟ ସଭାପତି ନବୀନ ବାବୁଙ୍କୁ ସମାଲୋଚନା କରି ଗୋଟେ ଦୁଇଟି ଦୁର୍ବଳ ମନ୍ତବ୍ୟ ଦେଇଛନ୍ତି। ସେ ମନ୍ତବ୍ୟ ପବନରେ ମିଳେଇ ଯାଇଛି। ଓଡିଶା ବାସୀ ଏବେ ଭାବି ନେଇଛନ୍ତି ଯେ ବିଜେଡି ଓ ବିଜେପିର ସମ୍ପର୍କ ଅତ୍ୟନ୍ତ ନିବିଡ ଓ ଏମାନେ ନିଜ ନିଜ ଭିତରେ କେବଳ ବନ୍ଧୁତ୍ବପୂର୍ଣ୍ଣ ଲଢେଇ ଲଢୁଛନ୍ତି। ବିଜେଡି ସମର୍ଥନରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ନିର୍ବାଚିତ ହେବାପରେ ଏବେ ଲୋକେ ଆଉ ବିଜେଡି ବିଜେପି କୁସ୍ତି ଦେଖିବାକୁ ଇଚ୍ଛୁକ ନୁହନ୍ତି। ଓଡିଶା ରାଜନୀତିରେ ସବୁଠୁ ବଡ ବିଡମ୍ବନା ହେଉଛି, ଏଠି ଶାସକ ଓ ମୁଖ୍ୟ ବିରୋଧୀ ଦଳ ପରଷ୍ପରର ସହଯୋଗୀ ଭାବରେ କାମ କରନ୍ତି।

ଏମିତି ଏକ ପୃଷ୍ଠଭୂମିରେ ଅମିତ ଶାହା ଏଇ ମାସ ଶେଷ ଆଡକୁ ପୁଣି ଥରେ ରାଜ୍ୟ ଗସ୍ତରେ ଆସୁଛନ୍ତି। ଶାହାଙ୍କ ଗସ୍ତ ପରେ ରାଜ୍ୟ ବିଜେପି ନିଜର ପୁରୁଣା ଫର୍ମ ଫେରି ପାଇବ ଓ ବିଜେଡି ଉପରେ ଏହାର ଆକ୍ରମଣ ଅଧିକ ତୀବ୍ର ହେବ ବୋଲି ଏବେ ବିଜେପି ଶିବିର ପ୍ରଚାର କରୁଛନ୍ତି। ହେଲେ ଶାହାଙ୍କ ଗସ୍ତକୁ ନେଇ ବିଜେଡି ଶିବିରର କହିବା କଥା ହେଲା, କୌଣସି କେନ୍ଦ୍ରୀୟ ବିଜେପି ନେତା ଏବେ ନବୀନଙ୍କ ବିରୋଧରେ ବିଶେଷ କିଛି କହିବେ ନାହିଁ। ଆସନ୍ତା ଏପ୍ରିଲରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ଆଉ ଏକ ଆସନ ହାତେଇବାକୁ ବିଜେଡି ସହିତ କଥାବାର୍ତ୍ତା ଚଳାଇଛି। ସେହି ସମୟରେ ବିଜେଡ଼ିକୁ ନାରାଜ କରିବା ଭଳି ସ୍ଥିତି ତିଆରି କରିବାକୁ ଅମିତ ଶାହ ବିଲକୁଲ ଚାହିଁବେ ନାହିଁ।

ଏହା ପୂର୍ବରୁ ଅମିତ ଶାହାଙ୍କ ଓଡିଶା ଗସ୍ତ ଏକାଧିକ ଥର ବାତିଲ ହୋଇଛି। ଏଥର ଗସ୍ତରେ ସେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ସଭା କରିବେ ବୋଲି କୁହା ଯାଉଛି। ଏହି ଆଇନ ପ୍ରତି ବିଜେଡ଼ିର ସମର୍ଥନ ରହିଛି। ତେଣୁ ଏହି କ୍ରମରେ ବିଜେଡ଼ିକୁ ଆକ୍ରମଣ କରିବାର ବିଶେଷ ସୁଯୋଗ ଶାହାଙ୍କ ପାଖରେ ନାହିଁ। ଓଲଟା ତାଙ୍କୁ ନବୀନ ପଟ୍ଟନାୟକଙ୍କୁ ଏଥିଲାଗି ଧନ୍ୟବାଦ ଦେବାକୁ ପଡିପାରେ। ରାଜ୍ୟ ବିଜେପି ଏକ୍ଷେତ୍ରରେ ନିଜକୁ ବୁଝାଇ ଦେବା ଭଲ ହେବ। ନବୀନ ବିରୋଧୀ ବା ବିଜେଡି ବିରୋଧୀ ହେବା ଲାଗି ଏବେ ରାଜ୍ୟ ବିଜେପି ପାଖରେ ସୁଯୋଗ ଇ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗ କାହାର ? ଦିଦି ବନାମ ମୋଦୀ

April 29, 2026

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026
Latest News

ଏସଆଇ ଓ ଦୁଇ କନେଷ୍ଟବଳ ସସପେଣ୍ଡ

April 30, 2026

୫୯୪ କିଲୋମିଟର ଲମ୍ବ ଆକ୍ସେସ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 29, 2026

ଯୁକ୍ତ ତିନି ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା..

April 29, 2026

ସୋଆରେ ସାଇବର ସୁରକ୍ଷା ନେଇ ଦୁଇଦିନିଆ ଜାତୀୟ ସମ୍ମିଳନୀ

April 29, 2026

ଢେଙ୍କାନାଳରେ ଲଜ୍ଜା: ଦୁଷ୍କର୍ମ ପରେ ମୁହଁକୁ ହାଣିଲେ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.