Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦିଲ୍ଲୀର ନିଆଁ ଓ ଟ୍ରମ୍ଫଙ୍କ ଭାରତ ଗସ୍ତ, ଆମେ ପୃଥିବୀକୁ କଣ ଦେଖାଇବାକୁ ଚାହୁଁଛୁ?
ବିଶେଷ ଖବର

ଦିଲ୍ଲୀର ନିଆଁ ଓ ଟ୍ରମ୍ଫଙ୍କ ଭାରତ ଗସ୍ତ, ଆମେ ପୃଥିବୀକୁ କଣ ଦେଖାଇବାକୁ ଚାହୁଁଛୁ?

February 25, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଯେଉଁ ସମୟରେ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ, ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ଫ ଓ ତାଙ୍କର ଝିଅ ଜୋଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଉଛି, ଠିକ ସେହି ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ ବ୍ୟାପକ ପୋଡାଜଳା ଓ  ହିଂସାକାଣ୍ଡ ଘଟୁଛି। ଭାରତର ବିବିଧତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ନେଇ ରାଷ୍ଟ୍ରପତି ଟ୍ରମ୍ଫ ଉଚ୍ଛ୍ଵସିତ ପ୍ରଶଂସା କରୁଥିବା ସମୟରେ, ଦିଲ୍ଲୀ ର ଏ ଭୟଙ୍କର ନିଆଁ ଆମକୁ କି ବାର୍ତ୍ତା ଦେଉଛି? କେବେ ଏମିତି ହୋଇଥିଲା କି, ଯେତେବେଳେ ଏ ଦେଶକୁ ସବୁଠୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟ ଆସିଥିବେ ଆଉ ସେ ସମୟରେ ଦେଶରେ ନିଆଁ ଲାଗିଥିବ? ଆଜି ହୁଏତ, ଦେଶର ସବୁ ଗଣମାଧ୍ୟମରେ ଭାରତ ଓ ଆମେରିକାର ସମ୍ପର୍କ କଥା ଚର୍ଚ୍ଚା ହେବା କଥା। ହେଲେ ଦିଲ୍ଲୀର ଭୟଙ୍କର ଦଙ୍ଗା, ଆମର ସବୁ ଭାବମୂର୍ତ୍ତିକୁ ବିଧ୍ଵସ୍ତ କରି ଦେଇଛି।

ତେବେ ଏଥିଲାଗି ଆମେ କାହାକୁ ଦାୟୀ କରିବା? ବିନା କାରଣରେ ଓ ବିନା ଆବଶ୍ୟକତାରେ ହଠାତ ମୋଦୀ ସରକାର ନାଗରିକତା ସଂଶୋଧନ ଆଇନକୁ ଗୃହୀତ କରାଇନେଲେ। ଧର୍ମ ଆଧାରରେ ଏକ ଆଇନ ପ୍ରଣୟନ ହେବା ସମ୍ବିଧାନ ବିରୋଧୀ ଏବଂ ଏହା ପଛରେ ଏକ ସାମ୍ପ୍ରଦାୟିକ ଚିନ୍ତନ ରହିଛି ବୋଲି, ଆରମ୍ଭରୁ ବିରୋଧୀ ଦଳ ଏବଂ ଏ ଦେଶର ସଚେତନ ନାଗରିକମାନେ ସରକାରଙ୍କୁସୂଚେଇ ଦେଇଥିଲେ। ହେଲେ ମୋଦୀ ସରକାରର ଏକ ମୌଳିକ ଚରିତ୍ର ହେଉଛି, ଯେ କୌଣସି ନିଷ୍ପତ୍ତି ନେବାପରେ, ତାକୁ ଲୋକଙ୍କୁ ଗ୍ରହଣ କରିବାକୁ ବାଧ୍ୟ କରିବାର ପ୍ରବଣତା। ଆଲୋଚନା, ସହମତି ଓ ବିଚାର ବିମର୍ଶ ଉପରେ ଏ ସରକାରର ମୂଳରୁ ଭରସା ନାହିଁ। ଯାହା ଫଳରେ ଲୋକଙ୍କ ଉପରେ ଅନେକ ଅପରିଣାମଦର୍ଶୀ ନିଷ୍ପତ୍ତି ଲଦି ଦିଆଯାଇଛି। ପ୍ରଥମେ ଲୋକେ ଏହାକୁ ସହ୍ୟ କରିଛନ୍ତି, ହେଲେ ଲୋକଙ୍କ ସହନ ଶକ୍ତିର ଚରମ ପରୀକ୍ଷା ନେବାକୁ ସରକାର ଯେତେବେଳେ ସମ୍ବିଧାନର ମୌଳିକ ଲକ୍ଷ୍ୟ ଓ ବିଚାର ଉପରେ ପ୍ରହାର କାଲେ, ଲୋକେ ସରକାରକୁ ବିରୋଧ କରିବାକୁ ବାଧ୍ୟ ହେଲେ।

ଗତ ତିନିମାସ ଧରି ନିରନ୍ତର ଭାବରେ ଦେଶସାରା ନାଗରିକତା ସଂଶୋଧନ ଆଇନର ବିରୋଧ ଚାଲିଛି। ବିରୋଧକୁ ସମ୍ମାନ ଜଣାଇ ଆଲୋଚନା କରିବା ଅପେକ୍ଷା ବିରୋଧକୁ ଦେଶଦ୍ରୋହ ବୋଲି ଦେଖାଇବାର ପୁରୁଣା ଅଭ୍ୟାସ ଯୋଗୁଁ ସାମାଜିକ ସ୍ତରରେ ଭୟଙ୍କର ଘୃଣା ଓ ବିଭାଜନର ବାତାବରଣ ସୃଷ୍ଟି ହୋଇଛି। ଦିଲ୍ଲୀରେ ବିଜେପିର ପରାଜୟ ପରେ, ସେଠିକାର କେତେଜଣ ସ୍ଥାନୀୟ ନେତା ଖୋଲାଖୋଲି ହିଂସା ସୃଷ୍ଟି କରିବାର ଉଦ୍ୟମ କରିଛନ୍ତି। ଦିଲ୍ଲୀର ପୋଲିସ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ ରହିଛି। ଗତ ୪୮ ଘଣ୍ଟା ଭିତରେ ଦିଲ୍ଲୀର ଘଟଣାକ୍ରମ ଦେଖି ଯେ କେହି  ବି କହିପାରିବ ଯେ, ସୁଚିନ୍ତିତ ଭାବରେ ବିଜେପି କର୍ମୀମାନେ ହିଂସା ବଢାଇବାର ଉଦ୍ୟମ କରୁଛନ୍ତି। ଏ ଖବର ଦିଲ୍ଲୀ ପୋଲିସ ପାଖରେ ନଥିଲା କି? ରାଷ୍ଟ୍ରପତି ଟ୍ରମ୍ଫଙ୍କ ଗସ୍ତ ସମୟରେ ଅନ୍ତତଃ ଏ ପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ନକରିବାର ପରାମର୍ଶ ବିଜେପି କର୍ମୀମାନଙ୍କୁ ଦିଆଯାଇଥିଲା କି?

ଏଠି ଉଲ୍ଲେଖଯୋଗ୍ୟ ଯେ ନାଗରିକ ସଂଶୋଧନ ଆଇନ ଲାଗୁ ହେବା ପରେ ପରେ ଆସାମରେ ଯେଉଁ ପ୍ରବଳ ହିଂସା ହୋଇଥିଲା, ସେଥି ଯୋଗୁଁ ଗୌହାଟିରେ ଅନୁଷ୍ଠିତ ହେବାକୁ ଥିବା ଜାପାନ ଓ ଭାରତର ଶିଖର ବାର୍ତ୍ତା ବାତିଲ ହୋଇଥିଲା।ସେହି ଘଟଣାରୁ ସରକାର କିଛି ଶିଖିଥିଲା ଭଳି ମନେ ବେଉନାହିଁ। ସାରା ଦେଶର ବ୍ୟାପକ ବିରୋଧ ସତ୍ତ୍ୱେ ଏହି ଆଇନକୁ ଲାଗୁ କରିବାର ଜିଦ ଯୋଗୁଁ  ଆଜି ଏ ପ୍ରକାର ସ୍ଥିତି ଉପୁଜିଛି। ସରକାର ଏଥି ପାଇଁ ବିରୋଧୀ ଦଳଙ୍କ ମୁଣ୍ଡରେ ଦୋଷ ଲଦି ଖସି ଯାଇପାରିବେ ନାହିଁ।

ଦିଲ୍ଲୀ ନିର୍ବାଚନ ସମୟରେ ବିଜେପି ଯେଉଁ ହିଂସା ଓ ଘୃଣାର ବାତାବରଣ ତିଆରି କରିଥିଲା, ତାର ପରିଣତିରେ ଦିଲ୍ଲୀ ଆଜି ପୁଣି ଅଶାନ୍ତ ରହିଛି। ଶେଷ ଖବର ସୁଦ୍ଧା ଏହି ହିଂସାକାଣ୍ଡରେ ୪ଜଣ ଲୋକ ପ୍ରାଣ ହରାଇଲେଣି। ଖୋଲାଖୋଲି ବନ୍ଧୁକ ଧରି ଦଙ୍ଗାକାରୀମାନେ ଦିଲ୍ଲୀର ରାଜରାସ୍ତାରେ ବୁଲୁଛନ୍ତି। ସେମାନଙ୍କୁ ନିୟନ୍ତ୍ରିତ କରିବାକୁ ପୋଲିସ ଚାହୁଁନାହିଁ। ଜାମିଆ ମିଲିଆ, ଜେଏନୟୁ ଭଳି ଶିକ୍ଷାନୁଷ୍ଠାନରେ ଯେଉଁ ବ୍ୟାପକ ହିଂସାକାଣ୍ଡ ଘଟିଲା ସେଥିରେ ଦିଲ୍ଲୀ ପୋଲିସର ନୀରବତା ଏ ପ୍ରକାର ହିଂସାକାଣ୍ଡ ଲାଗି ବିଶେଷ ଦାୟୀ।

ତେବେ ଆଜି ପାଇଁ ସବୁଠୁ ଚିନ୍ତାର ବିଷୟ ହେଉଛି, ପୃଥିବୀବାସୀଙ୍କୁ ଆମେ କଣ ଦେଖାଇବାକୁ ଚାହୁଁଛୁ? ପୃଥିବୀର ସର୍ବ ବୃହତ ଗଣତନ୍ତ୍ର ବୋଲି ଡିଣ୍ଡିମ ପିଟୁଥିବା ମୋଦୀ ସରକାର ଗଣତାନ୍ତ୍ରିକ ଉପାୟରେ ଲୋକଙ୍କ ସହ ଆଲୋଚନା କରନ୍ତୁ। ଧର୍ମ ଆଧାରରେ ଅଣା ଯାଇଥିବା ନାଗରିକତା ସଂଶୋଧନ ଆଇନକୁ ବଳବତ୍ତର ରଖାଇବାର ଜିଦ ଏ ଦେଶର ସାମାଜିକ ଏକତାକୁ ବିପନ୍ନ କରୁଛି ବୋଲି ସରକାର କେବେ ଆଉ ବୁଝିବେ??      

Share. Facebook Twitter LinkedIn Email WhatsApp Copy Link

Related Posts

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026
Latest News

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.