Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟୁଇଟର ବାର୍ତ୍ତାରେ ଦିଲ୍ଲୀର ଧନ ଜୀବନ ସୁରକ୍ଷିତ ରହିବ ନାହିଁ ଶ୍ରୀମାନ ଅରବିନ୍ଦ କେଜ୍ରିୱାଲ!!
ଜାତୀୟ ଖବର

ଟୁଇଟର ବାର୍ତ୍ତାରେ ଦିଲ୍ଲୀର ଧନ ଜୀବନ ସୁରକ୍ଷିତ ରହିବ ନାହିଁ ଶ୍ରୀମାନ ଅରବିନ୍ଦ କେଜ୍ରିୱାଲ!!

February 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଦିଲ୍ଲୀରେ ଶାନ୍ତି ଓ ସଦଭାବନା ବଜାୟ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟର ମାଧ୍ୟମରେ ଅନୁରୋଧ କରିଛନ୍ତି। ହଁ, ଟୁଇଟର ମାଧ୍ୟମରେ। ମାତ୍ର ଦୁଇ ସପ୍ତାହ ତଳେ ବିପୁଳ ଭୋଟ ଓ ଆସନ ପାଇ ଦିଲ୍ଲୀରେ ତୃତୀୟ ଥର ସରକାର ଗଢିଥିବା ଅରବିନ୍ଦ କେଜ୍ରିୱାଲ ବା ତାଙ୍କର ମନ୍ତ୍ରୀ ଓ ବିଧାୟକମାନେ ସୁରକ୍ଷା ବଳୟରେ ରହି କେବଳ ଟୁଇଟର ବାର୍ତ୍ତା ଦେଇ ଚାଲିଛନ୍ତି। ଅବଶ୍ୟ ୟା ଭିତରେ କେଜ୍ରିୱାଲ, ଅମିତ ଶାହ ଓ ଦିଲ୍ଲୀ ଇଉପିଏ ରାଜ୍ୟପାଳଙ୍କର ବୈଠକ ବସିଛି। ଏ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପୋଲିସ ଦାୟିତ୍ବରେ ଥିବା ଗୃହମନ୍ତ୍ରୀ ଡିଜିଟାଲ ଶାନ୍ତିର ବାର୍ତ୍ତା ପାଠ କରୁଛନ୍ତି, ସେ ପଟେ ପାଖାପାଖି ୨୪ ଘଣ୍ଟା ହେଲାଣି ଦିଲ୍ଲୀ ଜଳୁଛି। ଲାଗୁଛି, ଯେମିତି ଦିଲ୍ଲୀରେ ଆଇନର ଶାସନ ବୋଲି କିଛି ନାଇଁ। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଗସ୍ତ ବନ୍ଦୋବସ୍ତ ପାଇଁ ବ୍ୟସ୍ତ ଥିବା ଦିଲ୍ଲୀ ପୋଲିସ ଏବେ ବଡ ଅସହାୟ ହୋଇ ଦିଲ୍ଲୀର ଭାଗ୍ୟକୁ ଭଗବାନଙ୍କ ହାତରେ ଛାଡି ଦେଇଛି।

ସାମ୍ବାଦିକମାନକୁ ଦଙ୍ଗାକାରୀମାନେ ପଚାରୁଛନ୍ତି, ତମେ ହିନ୍ଦୁ ନା ମୁସଲମାନ। ଧର୍ମକୁ ଦେଖି ମାଡ ମରାଯାଉଛି। ଘର ପୋଡା ହେଉଛି। ପୂରା ଅରାଜକତାର ଏ ବାତାବରଣରେ ଆମର କୌଣସି ରାଜନୈତିକ ନେତୃତ୍ଵ ନାହିଁ, ଯିଏ ଲୋକଙ୍କ ପାଖରେ ଠିଆ ହେବ। କପିଳ ମିଶ୍ର ଭଳି ଘୃଣାର ବେପାରୀ ( ଏ ବାବୁ ଗତକାଲି ଅରବିନ୍ଦ କେଜ୍ରିୱାଲଙ୍କ ସାଙ୍ଗରେ ଥିଲେ, ଆଜି ବିଜେପିରେ ଅଛନ୍ତି) ଏ ପ୍ରକାର ପରିସ୍ଥିତି ସୃଷ୍ଟି କରି ଆରାମରେ ଲୁଚିକି ଅଛନ୍ତି। ରାସ୍ତାରେ ମାରପିଟ ଓ ହତ୍ୟାକାଣ୍ଡ ଚାଲିଛି। ବେଧଡକ ଗୁଳି ଫୁଟୁଛି। ସୋସିଆଲ ମିଡିଆରେ ହିନ୍ଦୁ ମୁସଲମାନ ଯୁଦ୍ଧ ଚାଲିଛି। ଶାନ୍ତି ଓ ସଦଭାବନା ଅପେକ୍ଷା ଅଧିକରୁ ଅଧିକ ଘୃଣା ବଢେଇବାକୁ ସୋସିଆଲ ମିଡିଆରେ ସୁଯୋଗ ତିଆରି କରା ଯାଉଛି। ଏହାକୁ ରୋକିବା ଲାଗି କେହି ନାହାନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବଡ ଅସହାୟ, କାରଣ ତାଙ୍କ ପାଖରେ ପୋଲିସ କ୍ଷମତା ନାହିଁ। ହେଲେ ତାଙ୍କର ନୈତିକ ବଳ ଅଛି ନା ନାହିଁ? ୧୯୪୬ ନୂଆଖାଲି ଦଙ୍ଗା ସମୟରେ ମହାତ୍ମା ଗାନ୍ଧୀ ଆମକୁ ଶିଖାଇଥିଲେ, ରାଜନୈତିକ ନେତୃତ୍ବର ଦାୟିତ୍ଵ କଣ? ହେଲେ କେଜ୍ରିବାଲ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ରାଜଘାଟରେ ବସି ଗାନ୍ଧୀଙ୍କ ସମାଧିରେ ଫଟୋ ଉଠାଇବାର ସୁଯୋଗ ଖୋଜୁଛନ୍ତି!  ଟୁଇଟର ମାଧ୍ୟମରେ କିମ୍ବା ପ୍ରେସ ବାର୍ତ୍ତା ଜରିଆରେ ଶାନ୍ତି ଫେରିବାର ସମ୍ଭାବନା ନାଇଁ। ଆପଣ ଲୋକଙ୍କ ପାଖରେ ଠିଆ ହୋଇ ପାରିବେ ନାହିଁ ଯଦି, ଲୋକେ ଆପଣଙ୍କୁ ଭୋଟ ଦେଇଛନ୍ତି କାହିଁକି? ଦିଲ୍ଲୀର ଅନେକ ସଡକରେ ଗୁଣ୍ଡାମାନଙ୍କର ରାଜୁତି ଚାଲିଛି। ପୋଲିସ ର ଦେଖା ନାହିଁ। ଧାର୍ମିକ ବିଭାଜନର ଏଇ ସଙ୍କଟ କାଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପୋଲିସ ନେଇ ହୁଏତ ସମସ୍ୟାର ସମାଧାନ କରି ପାରିବେ ନାହିଁ, ହେଲେ ଲୋକଙ୍କ ଧନ ଜୀବନ ସୁରକ୍ଷା ଦେବାକୁ ପୋଲିସ ଓ ଗୃହ ବିଭାଗ ଉପରେ ନୈତିକ ଚାପ ତ ପକାଇ ପାରିବେ!

ଧାର୍ମିକ ବିଦ୍ଵେଷ ଓ ଘୃଣାର ରାଜନୀତିକୁ ବିରୋଧ କରିବାକୁ ଯାଇ ଦିଲ୍ଲୀବାସୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭୋଟ ଦେଇଛନ୍ତି। ହେଲେ ଶ୍ରୀମାନ କେଜ୍ରିୱାଲ ଟୁଇଟର ଟାଇଗର ହୋଇ ଦିଲ୍ଲୀରେ ଶାନ୍ତି ଫେରି ଆସିବ ବୋଲି ଅପେକ୍ଷା କରୁଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

୫୯୪ କିଲୋମିଟର ଲମ୍ବ ଆକ୍ସେସ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 29, 2026

ବଙ୍ଗ କାହାର ? ଦିଦି ବନାମ ମୋଦୀ

April 29, 2026
Latest News

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ଜୀ ସାର୍ଥକରେ ମେ ୩ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ ପ୍ରଥମ ଥର ପାଇଁ ସୁପରହିଟ ଚଳଚିତ୍ର ଦେଖନ୍ତୁ ‘ଚକ୍ରାନ୍ତ’

April 30, 2026

ଆଜି ଏପ୍ରିଲ ୩୦ ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 30, 2026

ଏସଆଇ ଓ ଦୁଇ କନେଷ୍ଟବଳ ସସପେଣ୍ଡ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.