Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାକୁ କେନ୍ଦ୍ରର ପ୍ରଶଂସା, ଜମିଜମା ରେକର୍ଡକୁ ଡିଜିଟାଇସନ କରିବାରେ ଓଡିଶା, ମଧ୍ୟପ୍ରଦେଶ ଦେଶରେ ଶ୍ରେଷ୍ଠ ରାଜ୍ୟ
ଜାତୀୟ ଖବର

ଓଡିଶାକୁ କେନ୍ଦ୍ରର ପ୍ରଶଂସା, ଜମିଜମା ରେକର୍ଡକୁ ଡିଜିଟାଇସନ କରିବାରେ ଓଡିଶା, ମଧ୍ୟପ୍ରଦେଶ ଦେଶରେ ଶ୍ରେଷ୍ଠ ରାଜ୍ୟ

February 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପୁଣିଥରେ କେନ୍ଦ୍ର ସରକାର ଓଡିଶାକୁ ପ୍ରଶଂସା କରିଛନ୍ତି। ସେ ପ୍ରଶଂସା ହେଲା ଜମିଜମା ଡିଜିଟାଇସନ କରିବାରେ ଓଡିଶା ଦେଶରେ ଶ୍ରେଷ୍ଠ ରାଜ୍ୟ ବୋଲି କେନ୍ଦ୍ରୀୟ ସଂସ୍ଥା କହିଛି। କେନ୍ଦ୍ର ସରକାରଙ୍କ ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନିମିକ୍ ରିସର୍ଚ୍ଚ  ବା ଏନସିଏଇଆର ଏହି ରିପୋର୍ଟ ପ୍ରକାଶ କରିଛି।  ସଂସ୍ଥା ତରଫରୁ ପ୍ରକାଶିତ ଲ୍ୟାଣ୍ଡ ରେକର୍ଡସ ଆଣ୍ଡ ସର୍ଭିସେସ ଇଣ୍ଡେକ୍ସରେ କୁହାଯାଇଛି ଯେ, ଏହି ଡିଜିଟାଇସନ କରିବାରେ ଦେଶରେ ପ୍ରଥମ ରାଜ୍ୟ ମଧ୍ୟପ୍ରଦେଶ ହୋଇଥିବା ବେଳେ ଦ୍ବିତୀୟରେ ରହିଛି ଓଡିଶା। ଏହି ଦୁଇ ରାଜ୍ୟ ସହିତ ମହାରାଷ୍ଟ୍ର, ଛତିଶଗଡ ଏବଂ ତାମିଲନାଡୁ ଦେଶର ଶ୍ରେଷ୍ଠ ପାଞ୍ଚୋଟି ରାଜ୍ୟ ଭାବେ ତାଲିକାଭୁକ୍ତ ହୋଇଛନ୍ତି।

ସଂସ୍ଥାର ରିପୋର୍ଟ ଅନୁସାରେ ଦେଶର ଶ୍ରେଷ୍ଠ 10 ଟି ରାଜ୍ୟ ହେଲା

1-ମଧ୍ୟପ୍ରଦେଶ

2-ଓଡିଶା

3-ମହାରାଷ୍ଟ୍ର

4-ଛତିଶଗଡ

5-ତାମିଲନାଡୁ

6-ପଶ୍ଚିମବଂଗ

7-ଝାଡଖଣ୍ଡ

8-ରାଜସ୍ଥାନ

9-ତେଲଙ୍ଗାନା

10-ଆନ୍ଧ୍ର ପ୍ରଦେଶ

ଏନସିଏଇଆର 2019-20 ମସିହାରେ ଦେଶର ସମସ୍ତ ରାଜ୍ୟରୁ ଡାଟା ସଂଗ୍ରହ କରିଥିଲା। ସେହି ଡାଟାକୁ ଦୁଇଟି ଭାଗରେ ଯାଞ୍ଚ କରାଯାଇ ଏହି ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରାଯାଇଛି। ସେହି ଦୁଇଟି ହେଲା ଜମିଜମା ରେକର୍ଡକୁ କେତେ ପରିମାଣର ଡିଜିଟାଇଜେସନ କରାଇଛି ଏବଂ ଦ୍ବିତୀୟରେ କିପରି ମାନ ରଖାଯାଇଛି। ସେହି ଅନୁସାରେ ଏହି 10ଟି ରାଜ୍ୟ ଶ୍ରେଷ୍ଠ ତାଲିକାରେ ଆସିଛନ୍ତି ବୋଲି ଏନସିଏଇଆର ତରଫରୁ କୁହାଯାଇଛି।

ପ୍ରଥମତଃ ଜମିଜମା ରେକର୍ଡକୁ ଡିଜିଟାଇସେନ କରି ଲୋକଙ୍କ ନିକଟରେ ଉପଲବଧ କରାଇବା ଏହି ରାଜ୍ୟଗୁଡିକ ସଫଳତାର ସହ କରିପାରିଛନ୍ତି। ଏପରିକି ଏହି ରେକର୍ଡକ ତିନୋଟି ଗୁରୁତ୍ବ ପୂର୍ଣ୍ଣ ଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ରେକର୍ଡ ଅଫ ରାଇଟସ, ଜମି ସଂଲଗ୍ନ ମାନଚିତ୍ର ପ୍ରସ୍ତୁତି ଏବଂ ଜମିଜମା ରେଜିଷ୍ଟ୍ରେସନକୁ ସଠିକ ଭାବେ ଡିଜିଟାଇସନ କରିବାରେ ଏହି ରାଜ୍ୟଗୁଡିକ ସଫଳ ହୋଇପାରିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ଦ୍ବିତୀୟରେ ଏହି ଡିଜିଟାଇସନକୁ ପ୍ରତିଟି ଦିଗକୁ ଧ୍ୟାନ ଦେଇ ଲୋକଙ୍କ ଭରସା ଯୋଗ୍ୟ କରାଯାଇ ପାରିଛି। ମୁଖ୍ୟତଃ ଜମିଜମାର ସଠିକ ମାଲିକଙ୍କ ବିସ୍ତୁତ ବିବରଣୀ ପ୍ରଦାନ କରାଯିବା ସହିତ କିଣିବିକା ପରେ ପରେ ତାହା ଶିଘ୍ର ଅପଡେଟ କରାଯାଉଛି। ଏଥିସହିତ ଜମିର ପ୍ରକାର ଭେଦ, ଜମିର ପରିସୀମା ଏହି ରେକର୍ଡରେ ଅନ୍ତର୍ଭୁକ୍ତ କରାଯିବା ସହିତ ମାନଚିତ୍ରରେ ମଧ୍ୟ ସ୍ଥାନିତ କରାଯାଇଛି। ଏପରକି ଜମିର ମାଲିକ କିଏ କେତେବେଳେ ଥିଲେ ତାହାର ବିସ୍ତୁତ ବିବରଣୀ ମଧ୍ୟ ଏହି ଡିଜିଟାଇସେନ ଦ୍ବାରା ଜଣାପଡୁଛି।

ସେହିପରି ଜମି ବନ୍ଧକ କିମ୍ବା ଜମିକୁ ନେଇ କୈଣସି ମାମଲା ଥିଲେ ତାହାର ବିବରଣୀ ମଧ୍ୟ ଦିଆଯିବା ନିଶ୍ଚିତ ବଡ ସଫଳତା ବୋଲି ସଂସ୍ଥା କହିଛି। ଏହାଦ୍ବାରା ବିଭିନ୍ନ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ଭବିଷ୍ୟତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାରେ ବେଶ୍ ସାହାର୍ଯ୍ୟ କରିବ ବୋଲି ସଂସ୍ଥାର ନିର୍ଦ୍ଦେଶକ ଶେଖର ଶାହା କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

ଆଜି ICSE ରେଜଲ୍ଟ ପ୍ରକାଶ ପାଇବ

April 30, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆନ୍ତଃ-ମନ୍ତ୍ରଣାଳୟ ବିବୃତି

April 30, 2026

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026
Latest News

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026

ଆଜି ICSE ରେଜଲ୍ଟ ପ୍ରକାଶ ପାଇବ

April 30, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆନ୍ତଃ-ମନ୍ତ୍ରଣାଳୟ ବିବୃତି

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.