Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ବୈରାଗ୍ୟ ବନାମ ସୋସିଆଲ ମିଡିଆ ଅନୁରାଗ, ଏକ ଭିନ୍ନ ଦୃଷ୍ଟି
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ବୈରାଗ୍ୟ ବନାମ ସୋସିଆଲ ମିଡିଆ ଅନୁରାଗ, ଏକ ଭିନ୍ନ ଦୃଷ୍ଟି

March 4, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ସବୁକୁ ଆସନ୍ତା ରବିବାର ଦିନ ବନ୍ଦ କରିଦେବାର ଇଚ୍ଛା ପ୍ରକଟ କଲେ, ସ୍ଵାଭାବିକ ଭାବରେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା। ମୋଦୀଙ୍କ ଭକ୍ତମାନେ ତାଙ୍କୁ ବ୍ୟାକୁଳ ହୋଇ “ଏମିତି କରନ୍ତୁ ନାହିଁ ସାର”  ବୋଲି ଅନୁରୋଧ କରିଥିବା ବେଳେ ବିରୋଧୀମାନେ ଏହାକୁ ନେଇ ଆଶଙ୍କା ପ୍ରକଟ କଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ କେବଳ ଏକ ହାଲୁକା ଟୁଇଟ ବୋଲି ଆମେ ଗ୍ରହଣ କରି ଭୁଲିଯିବା ଉଚିତ ହେବ କି? ଏହି ଟୁଇଟର ଅଳ୍ପ କେଇ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ କହିଲେ ଯେ, ରବିବାର ଆନ୍ତର୍ଜାତିକ ମହିଳା ଦିବସ ପଡୁଥିବାରୁ ସେଦିନ ତାଙ୍କର ସୋସିଆଲ ମିଡିଆ ଏକାଉଣ୍ଟ ସବୁ ଉଲ୍ଲେଖନୀୟ ମହିଳାମାନଙ୍କ ପାଇଁ ନିବେଦିତ ରହିବ।

ଏହି ଦୁଇଟି ଯାକ ଟୁଇଟରେ କେବଳ ଲୋକଙ୍କୁ ଭୁଲାଇବାର ଓ ଆତ୍ମ ପ୍ରଚାରର ଉଦ୍ଦେଶ୍ୟ ବାରି ହୋଇପଡୁଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ବ ମୂଳତଃ ସୋସିଆଲ ମିଡିଆକୁ ଆଧାର କରି ନିର୍ମାଣ ହୋଇଛି। ଯଦି ସୋସିଆଲ ମିଡିଆ ନଥାନ୍ତା, ତାହେଲେ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ କି ନାହିଁ, ସେ ଏକ ପ୍ରଶ୍ନବାଚୀ ହୋଇ ସବୁବେଳେ ରହିବ। ତେଣୁ ସୋସିଆଲ ମିଡିଆରୁ ମୋଦୀ ଦୂରେଇ ରହିବେ ବୋଲି ଭାବିବାର ସେମିତି କୌଣସି କାରଣ ବର୍ତ୍ତମାନ ନାହିଁ। ହେଲେ ସୋସିଆଲ ମିଡିଆର ଆଚରଣରେ ମୋଦୀ ଓ ତାଙ୍କ ଦଳ ବିଜେପି ଯେ ବିଶେଷ ଖୁସି ନୁହେଁ, ତାହା ଏହି ଘଟଣାରେ ସ୍ପଷ୍ଟ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ତାଙ୍କ ଇଚ୍ଛା ବ୍ୟକ୍ତ କଳା କ୍ଷଣି ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା କହିଲେ,  ଏ ସବୁ ସୋସିଆଲ ମିଡିଆ ଆଉ ଭରସାଯୋଗ୍ୟ ନୁହନ୍ତି। ଆମକୁ ଆମର ବିକଳ୍ପ ତିଆରି କରିବାକୁ ପଡିବ। ସରକାର ଓ ସରକାରୀ ଦଲପରତି ସମାଲୋଚନାକୁ ଗ୍ରହଣ କରିନେବାର ଗଣତାନ୍ତ୍ରିକ ମାନସିକତା ବିଜେପି ପାଖରେ କେବେ ନଥିଲା। ତେଣୁ, ଆଜି ଯେତେବେଳେ ସୋସିଆଲ ମିଡିଆରେ ମୁକ୍ତ ସମାଲୋଚନାର ଜୁଆର ଆସିଛି, ତାକୁ ନେଇ ବିଜେପି ଚିନ୍ତିତ ହେବା ସ୍ଵାଭାବିକ।

ତେବେ ପ୍ରଧାନମନ୍ତ୍ରୀ ତାଙ୍କର ସୋସିଆଲ ମିଡିଆ ପ୍ରତି ରହିଥିବା ବୈରାଗ୍ୟ ବିଷୟରେ ସୂଚନା ଦେବାକୁ ଯାଇ ଭିନ୍ନ କିଛି ଇଙ୍ଗିତ ଦେଇଛନ୍ତି କି? ଭବିଷ୍ୟତରେ ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲଗାଇବାକୁ ଏ ପ୍ରକାର ଘୋଷଣାକୁ ଏକ ପ୍ରକାର ପରୀକ୍ଷା ନୀରୀକ୍ଷା ବୋଲି ଆମେ କହି ପାରିବା କି? ୟୁପିଏ ସରକାରର ଅନ୍ତିମ ବର୍ଷରେ ଯେତେବେଳେ ସରକାର ପ୍ରତି ପ୍ରବଳ ସମାଲୋଚନା ବଢିବା ଆରମ୍ଭ ହେଲା, ସେତେବେଳେ ଏହା ଉପରେ ଅଙ୍କୁଶ ଲଗାଇବାକୁ ତତ୍କାଳୀନ ଟେଲି ଯୋଗାଯୋଗ ମନ୍ତ୍ରୀ କପିଲ ଶିବଲ ଉଦ୍ୟମ ଆରମ୍ଭ କରିଥିଲେ। ସେତେବେଳେ ଏହାକୁ ତୀବ୍ର ବିରୋଧ କରା ଯାଇଥିଲା। ତେବେ କଂଗ୍ରେସ ଅମଳରେ ବିରୋଧ କଲେ, ତାର କିଛି ଟା ପ୍ରଭାବ ସରକାର ଉପରେ ପଡୁଥିଲା। ବିଜେପି ସରକାର ବିରୋଧୀ ମତ ପ୍ରତି ପ୍ରଚଣ୍ଡ ଭାବରେ ଅସହିଷ୍ଣୁ। ଯଦି ସରକାର ସୋସିଆଲ ମିଡିଆ ଉପରେ ସତରେ ଅଙ୍କୁଶ ଲଗାଇବାର କିଛି ଯୋଜନା କରନ୍ତି, ତାହେଲେ ତାକୁ ବିରୋଧ କରିବା ସହଜ ହେବନାହିଁ।

ସୋସିଆଲ ମିଡିଆର “ଅସାମାଜିକ” ପ୍ରଭାବ ମଧ୍ୟ କିଛି କମ ନୁହେଁ। ସାମାଜିକ ବିଦ୍ଵେଷ, ଦଙ୍ଗା ଓ ବିଭାଜନ ସୃଷ୍ଟିରେ ସୋସିଆଲ ମିଡିଆର ଭୂମିକା କିଛି କମ ଭୟଙ୍କର ନୁହେଁ। ଏହାକୁ ଆଳ କରି ସରକାର ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲଗାଇବା କଥା ଚିନ୍ତା କରିପାରନ୍ତି। ଅନ୍ୟ ଦୃଷ୍ଟିରୁ ଦେଖିଲେ କାଶ୍ମୀରରେ ଯେଉଁ ପ୍ରକାର ସ୍ଥିତି ତିଆରି କରାଯାଇଛି, ସରକାର ବିରୋଧୀ କ୍ଷେତ୍ର ଗୁଡିକରେ ସେ ପ୍ରକାର ପରୀକ୍ଷା ଭବିଷ୍ୟତରେ କରା ଯାଇପାରେ। ନାଗରିକତା ସଂଶୋଧନ ଆଇନ ବିରୋଧରେ ଯେତେବେଳେ ଉତ୍ତର ପ୍ରଦେଶରେ ଆନ୍ଦୋଳନ ତୀବ୍ର ହୋଇଥିଲା, ସେଠାରେ ସାମୟିକ ଭାବରେ ଇଣ୍ଟରନେଟକୁ ନିଷିଦ୍ଧ କରା ଯାଇଥିଲା। ସରକାର ବିରୋଧୀ ସ୍ଵରକୁ ଚପାଇବାକୁ ସୋସିଆଲ ମିଡିଆକୁ ନିଷିଦ୍ଧ କରିବା ହେଉ ବା ଅଙ୍କୁଶ ଲଗାଇବାର ପ୍ରୟାସ ହେବା କିଛି ବିଚିତ୍ର ନୁହେଁ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ସୋସିଆଲ ମିଡିଆଠାରୁ ଦୂରତା ରକ୍ଷା କରିବା ବର୍ତ୍ତମାନ ପରିସ୍ଥିତିରେ ଆଦୌ ସହଜ କଥା ନୁହେଁ। ଲୋକଙ୍କ ସହିତ ଯୋଗାଯୋଗ ପାଇଁ ସୋସିଆଲ ମିଡିଆ ବ୍ୟତୀତ ତାଙ୍କର ଅନ୍ୟ ବିକଳ୍ପ ନାହିଁ। ମୁଖ୍ୟ ଧାରାର ଗଣମାଧ୍ୟମ ସହିତ ପ୍ରଧାନମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ କାର୍ୟାଳୟ କେବଳ ସୋସିଆଲ ମିଡିଆ ଜରିଆରେ ହିଁ ସମ୍ପର୍କ ରଖିଥାନ୍ତି। ମୋଦୀଙ୍କ ଶାସନ କାଳରେ ତାଙ୍କର କେହି ପ୍ରେସ ପରାମର୍ଶଦାତା ନାହାନ୍ତି। ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ପରି ମୋଦୀ ସିଧାସଳଖ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି ନାହିଁ। ତେଣୁ ସୋସିଆଲ ମିଡିଆ ଛଡା ଜନ ସମ୍ପର୍କ ର ଅନ୍ୟ ବିକଳ୍ପ ପ୍ରଧାନମନ୍ତ୍ରୀଙ୍କ ପାଖରେ ନାହିଁ।

ଆଗକୁ ସୋସିଆଲ ମିଡିଆ ପାଇଁ ମୋଦୀ ସରକାରର କିଛିଟା ସନ୍ଦେଶ ଯେ ରହିଛି, ଏହାର ବାସ୍ନା ଆମେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାରୁ ପାଉଛୁ ନିଶ୍ଚୟ। ତେବେ ସେହି ସନ୍ଦେଶଟି କଣ, ତାହା ସମୟ କ୍ରମେ ସ୍ପଷ୍ଟ ହେବ।

narendramodi primeminister socialmedia
Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026
Latest News

ଅଙ୍ଗଦାନକୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କ ନୂଆ ପଦକ୍ଷେପ, ଲଞ୍ଚ ହେଲା ‘ଇ-ଟ୍ରାନ୍ସପ୍ଲାଣ୍ଟ’ ପ୍ଲାଟଫର୍ମ

August 4, 2026

ଇଗ୍ନୋରେ ନୁତନ ନାମ ଲେଖା ଓ ପୁନଃ ପଞ୍ଜିକରଣ ଅବଧି ଚଳିତ ମାସ ୧୬ ତାରିଖକୁ ବୃଦ୍ଧି

August 4, 2026

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.