Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋରୋନା ସଂକ୍ରମଣକୁ ଏଡ଼ାଇବା ନିମନ୍ତେ ପୂର୍ବ ତଟ ରେଳପଥ ପକ୍ଷରୁ ପ୍ରତିଶେଧକ ବ୍ୟବସ୍ଥା
ଆଜିର ଖବର

କୋରୋନା ସଂକ୍ରମଣକୁ ଏଡ଼ାଇବା ନିମନ୍ତେ ପୂର୍ବ ତଟ ରେଳପଥ ପକ୍ଷରୁ ପ୍ରତିଶେଧକ ବ୍ୟବସ୍ଥା

March 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ଭାଇରସ୍‌ ସଙ୍କ୍ରମଣକୁ ଏଡାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନୂତନ ବ୍ୟବସ୍ଥା ଘୋଷଣା କରାଯାଇଛି । ଏହି ପଦକ୍ଷେପ ସ୍ବରୂପ ଟ୍ରେନ୍ କୋଚ୍ ଗୁଡ଼ିକରେ ପ୍ରତିସଂକ୍ରମଣ ବା ଜୀବାଣୁ ନାଶ ପ୍ରକ୍ରିୟାକୁ ତୀବ୍ରତର କରାଯାଇଛି । ଯାତ୍ରୀମାନଙ୍କୁ ଜ୍ୱର କିମ୍ବା କଫ ଥିଲେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ଖୋଲାଥିବା ସାହାଯ୍ୟ କେନ୍ଦ୍ର ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି । ଷ୍ଟେସନମାନଙ୍କରେ ଯାଞ୍ଚ୍ ବୁଥ୍ ବା ସ୍କ୍ରିନିଙ୍ଗ୍ ବୁଥ୍ ଖୋଲିବା ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କୋରୋନା ସନ୍ଦିଗ୍ଧମାନଙ୍କୁ ନିକଟସ୍ଥ ହସ୍‌ପିଟାଲକୁ ନେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ଆମ୍ବୁଲାନ୍ସ୍ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ । କୋରୋନା ଭୂତାଣୁର ସଂକ୍ରମଣକୁ ରୋକିବା ଓ ନିୟନ୍ତ୍ରଣ କରିବା ନିମନ୍ତେ ପୂର୍ବ ତଟ ରେଳପଥ ପକ୍ଷରୁ ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଯାଇ ନିମ୍ନଲିଖିତ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

୧. ପୂର୍ବ ତଟ ରେଳପଥ, ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ଥିବା ସହାୟତା କେନ୍ଦ୍ରରେ ଯାଞ୍ଚ୍ ସୁବିଧା ବସାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛି । ରାଜ୍ୟ ସରକାରଙ୍କ ଡାକ୍ତରମାନଙ୍କୁ ଯାଞ୍ଚ ପ୍ରକ୍ରିୟାରେ ସମସ୍ତ ପ୍ରକାର ଯନ୍ତ୍ରପାତି ଓ ସୁବିଧାସୁଯୋଗ ଯୋଗାଇଦେବାକୁ ପ୍ରସ୍ତାବ ଦେଇଛି ।
୨. ବହୁସଂଖ୍ୟାରେ ଆସୁଥିବା ଯାତ୍ରୀମାନଙ୍କୁ ନିୟନ୍ତ୍ରଣ କରି ଯାଞ୍ଚ୍ କରିବାକୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ଥର୍ମାଲ ସ୍କ୍ରିନିଂ ପାଇଁ ଇନ୍‌ଫ୍ରାରେଡ୍ ଥର୍ମୋମିଟର ଯୋଗାଇ ଦିଆଯିବ । ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲ୍ଟିୟର ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକମାନଙ୍କୁ ଏଥି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।
୩. ଟ୍ରେନ୍ କୋଚ୍ ଏବଂ ପାଇଖାନା ଗୁଡ଼ିକୁ ଜୀବାଣୁ ନାଶ ନିମନ୍ତେ ସ୍ୱତନ୍ତ୍ୱ ଗୁରୁତ୍ୱ ପ୍ରଦାନ କରାଯାଇଛି ।
୪. ଯେଉଁ ସ୍ଥାନରେ କର୍ମଚାରୀମାନେ ବହୁଲୋକଙ୍କ ସଂସ୍ପର୍ଷରେ ଆସୁଛନ୍ତି ଯଥା ବୁକିଂ ଏବଂ ଆରକ୍ଷଣ କେନ୍ଦ୍ରଗୁଡ଼ିକୁ ସ୍ୱତନ୍ତ୍ରଭାବେ ସ୍ପର୍ଶକାତର କରିବା (ସେନ୍‌ସିଟାଇଜ୍‌) ସହ ପରିସ୍କାର ପରିଚ୍ଛନ୍ନ ରଖାଯାଉଛି । ଟ୍ରେନ୍‌ରେ ଯାତ୍ରା କରୁଥିବା ଟିକେଟ୍ ପରୀକ୍ଷକମାନଙ୍କୁ ମଧ୍ୟ ସେହିଭଳି ସେନ୍‌ସିଟାଇଜ୍ କରାଯାଉଛି ।
୫. ପୂର୍ବ ତଟ ରେଳପଥର ସମସ୍ତ ୩ଟି ରେଳ ମଣ୍ଡଳରେ ପୃଥକ/ସଂଗରୋଧ (ଆଇସୋଲେସନ୍‌/କ୍ୱାରେଣ୍ଟାଇନ୍‌) ସୁବିଧା ପ୍ରଦାନ କରାଯାଇଛି ।
୬. ଯେଉଁ ରେଳ କର୍ମଚାରୀମାନେ ନିକଟ ଅତୀତରେ ବିଦେଶ ଯାତ୍ରା କରିଛନ୍ତି ସେମାନଙ୍କୁ ଯାଞ୍ଚ୍ କରିବା ସହ ପୃଥକ ଭାବେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୭. ସମସ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ବଡ଼ ଷ୍ଟେସନମାନଙ୍କରେ କୋଭିଦ୍‌-୧୯ କେସ୍‌କୁ ନିୟନ୍ତ୍ରଣ କରିବାଭଳି ସୁବିଧା ସହ ନିକଟସ୍ଥ ଡାକ୍ତରଖାନାକୁ ସନ୍ଦିଗ୍ଧଙ୍କୁ ପରିବହନ କରିବା ନିମନ୍ତେ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି ।
୮. କୋଭିଦ୍‌-୧୯କୁ ନିୟନ୍ତ୍ରଣ କରିବା ନିମନ୍ତେ ସମସ୍ତ ପ୍ରକାର ଜରୁରୀକାଳୀନ ଉପକରଣ ବା ଯନ୍ତ୍ରପାତି କିଣିବା ନିମନ୍ତେ ସମସ୍ତ ମଣ୍ଡଳ ରେଳ ପ୍ରବନ୍ଧକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
୯. ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମହାପ୍ରବନ୍ଧକ ନିର୍ଦ୍ଦେଶ ଦେଇଛନ୍ତି । ଏହିଭଳି ଏକ ଜରୁରୀ ପରିସ୍ଥିତିରେ ସରକାରଙ୍କୁ ସମସ୍ତେ ସହଯୋଗ କରିବାକୁ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଅନୁରୋଧ ଜଣାଇଛନ୍ତି ।

covid19 railway
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.