Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବୁଢ଼ୀ ମାଉସୀଙ୍କ ପ୍ରେମରେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ, ଗାଁକୁ ଗାଁ ବୁଲି ଯୋଗାଡ କରିବାରେ ଲାଗିଛନ୍ତି ସମର୍ଥନ
ବିଶେଷ ଖବର

ବୁଢ଼ୀ ମାଉସୀଙ୍କ ପ୍ରେମରେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ, ଗାଁକୁ ଗାଁ ବୁଲି ଯୋଗାଡ କରିବାରେ ଲାଗିଛନ୍ତି ସମର୍ଥନ

February 28, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ex IAS turned politician aparajita sadangi in campaign mood
ex IAS turned politician aparajita sadangi in campaign mood
ବୌଦ୍ଧାୟନ

ଧୁଡୁଧୁଡିଆ ଦେହ,ପାକଳ କେଶ ଆଉ ପାକୁଆ ପାଟିରେ ଚେନାଏ ହସ । ନିଜ ଜୀବନର ଅପରାହ୍ନରେ ପହଁଚିଥିବା କିଛି ବୁଢ଼ୀ ମାଉସୀ ଓ ତାଙ୍କ ନେତ୍ରୀଙ୍କ ବାବଦରେ କାହାଣୀଟିଏ।

ପୁରୁଣା କଥା ସବୁ ମାଉସୀଙ୍କ ଆଖିସାମ୍ନାରେ ଭାସି ଉଠୁଛି । ଜିଲ୍ଲାପାଳ ଥିବା ସମୟରେ ଅଧିକାରୀଙ୍କ ଗହଣରେ ଗାଁକୁ ଆସୁଥିଲେ । ଆଉ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଉଥିଲେ । ବାବୁଆଣୀ ଥିଲେ ବି ସେଦିନର ଭଲପାଇବା ଆଉ ଅକୁଣ୍ଠ ସ୍ନେହ ମାଉସୀର ମନେ ରହିଛି । ଅଭିମାନ କରିଛି ୮୦ ବର୍ଷର ମାଉସୀ। କାହିଁକି ଯାଇଥିଲୁ ଦିଲ୍ଲୀ, ଆମ କଥା କଣ ମନେପଡିନଥିଲା ।

ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଢଙ୍ଗି ଗାଁକୁ ଗାଁ ବୁଲୁଥିବାବେଳେ ଏବେ ଅନେକ ଚିତ୍ର ସବୁ କଏଦ ହୋଇଛି । ନେତ୍ରୀ ଓ ପ୍ରତିଶ୍ରୁତିର ବିଶ୍ୱାସ ଜନ୍ମାଇବାରେ ବୋଧେ ସଫଳ ହୋଇଛନ୍ତି ଫାୟାରବ୍ରାଣ୍ଡ ଅପରାଜିତା । କାରଣ ଲୋକ ବିଶ୍ୱାସ କରିଛନ୍ତି ବଦଳାଇବେ ପରିସ୍ଥିତି । ସେଥିପାଇଁ ନିଜ ଘରକୁ ଟାଣିଟାଣି ଅପରାଜିତାଙ୍କୁ ବୁଢୀମାଉସୀମାନେ ନେଇଯାଉଛନ୍ତି ।

ଘରର ସମୃଦ୍ଧିରେ କୁଳଲକ୍ଷ୍ମୀଙ୍କର ଏକ ବଡ ଭୂମିକା ଥାଏ ବୋଧେ ରହସ୍ୟକୁ ଠିକ ବୁଝିଛନ୍ତି ଅପରାଜିତା। ବୋହୂମାନଙ୍କୁ ଭେଟିବା ସହ ଶାଶୁ-ବୋହୁଙ୍କ ସିକ୍ରେଟ ସମ୍ପର୍କକୁ ପରଖିଛନ୍ତି । କାରଣ ଆଜି ଯିଏ ଶାଶୁ କାଲି ସିଏ ବୋହୁ ଥିଲେ । ୪୦ ବର୍ଷ ତଳେ ଏମାନେ ବି ଅଳତା ନାଇ ଘରେ ପାଦ ଦେଇଥିଲେ । ଏତିକି ବର୍ଷର ଗ୍ରାମ୍ୟ ଜୀବନର ଅଭିଜ୍ଞତା ବୁଝିବାକୁ ସେ ଚେଷ୍ଟା କରିଛନ୍ତି । କେବଳ ଅପରାଜିତା ନୁହଁ ବରଂ ଯେଉଁମାନଙ୍କୁ ଭେଟୁଛନ୍ତି ସମସ୍ତଙ୍କ ମନରେ ଗୋଟିଏ କଥା । ଗାଁକୁ ଆସିଛି ଘରର ଝିଅ । ଭଲମନ୍ଦଠାରୁ ଅଭିଯୋଗ ସବୁ କିଛି ବଖାଣିଦେଉଛନ୍ତି ।ex IAS turned politician aparajita sadangi in campaign mood

କେତେକ କୁହନ୍ତି ଏସବୁ ଭୋଟ ଉପରେ କୌଣସି ପ୍ରଭାବ ପକାଇବନି । କିନ୍ତୁ ଯଦି ଘରର ଶାଶୁ-ବୋହୁ ପସନ୍ଦ କରନ୍ତି ପୁରୁଷ ଭୋଟର ବା ଯିବେ କୁଆଡେ । କାରଣ ଏବେ ବି ପ୍ରତିଟି ଘରେ ସ୍ତ୍ରୀ ର ଏକ ସ୍ୱତନ୍ତ୍ର ଦବଦବା ଥାଏ । ଯିଏ ଯେତେ ଚିତ୍କାର କଲେ ବି ଘରେ ସ୍ତ୍ରୀ ର ଦାବି ସ୍ୱତନ୍ତ୍ର ଭୂମିକା ରଖିଥାଏ । ଏଠାରେ ପ୍ରଶ୍ନ ଉଠିପାରେ ନିର୍ବାଚନ ସମୟରେ ତ ନେତା/ନେତ୍ରୀଙ୍କର ଭିନ୍ନ ଚରିତ୍ର ସବୁ ଦେଖିବାକୁ ମିଳେ ଏଥିରେ ଭିନ୍ନତା କଣ ।
ବଡ ଫରକ ହେଉଛି କୁଟିଳତାର ହସ ଓ ହୃଦୟର ହସ ସବୁବେଳେ ଅଲଗା ମନୋଭାବ ସୃଷ୍ଟି କରିଥାଏ । ଚିତ୍ର ଓ ଚରିତ୍ର ଭିତରର ନଜରିଆକୁ ବଦଳାଇଦେଇଥାଏ । ଚା ଖଟିରୁ ମସାଣି ଜୁଇ ସବୁଠି ପହଁଚିଥାନ୍ତି କେବଳ ବାସ୍ତବ ଚରିତ୍ର । ଜଟଣୀରୁ ବାଲିପାଟଣା, ଭୁବନେଶ୍ୱରରୁ ବେଗୁନିଆ ଏବେ ବିଫଳତାର ପ୍ରସଙ୍ଗ ପେଡି ଧରି ନିଜ ମିଶନରେ ଲାଗିଛନ୍ତି ନେତ୍ରୀ ଜଣକ ।
aparajita BJP bjpodisha ias
Share. Facebook Twitter LinkedIn Email WhatsApp Copy Link

Related Posts

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026
Latest News

ପ୍ରତିଷ୍ଠିତ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପରଲୋକ

August 24, 2026

ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଉଚ୍ଚସ୍ତରୀୟ ବୈଠକ

August 24, 2026

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026

ପଡ଼ିଆରେ ଲଢ଼େଇ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ଦଣ୍ଡ: ଫର୍ଣ୍ଣାଣ୍ଡୋଙ୍କୁ ମଧ୍ୟ ଜରିମାନା କଲା ଆଇସିସି 

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.