Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଷଷ୍ଠ ଆକ୍ରାନ୍ତ ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିଲେ- ସୁବ୍ରୋତ ବାଗ୍‌ଚୀ
ବିଶେଷ ଖବର

ଷଷ୍ଠ ଆକ୍ରାନ୍ତ ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିଲେ- ସୁବ୍ରୋତ ବାଗ୍‌ଚୀ

April 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆଜି ରାଜ୍ୟରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ କଟକର ବୋଲି ଜଣାପଡିଛି। ସେ ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିବାର ଜଣାଇଛନ୍ତି କୋଭିଡ – 19ର ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ। କଟକର ଅଶ୍ବିନୀ ହସ୍ପିଟାଲରେ ତାଙ୍କର ଚିକିତ୍ସ କରାଯାଉଛି ବୋଲି କହିଛନ୍ତି ବାଗ୍‌ଚୀ। ଏଯାବତ୍‌ 27 ଜଣ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଆସିଛନ୍ତି ବୋଲି ସୂଚନା ରହିଛି। ଏହି 27 ଜଣଙ୍କ ମଧ୍ୟରେ 7 ଜଣ ବିଦେଶୀ ମଧ୍ୟ ରହିଛନ୍ତି। 27ଜଣଙ୍କ କରୋନା ପରୀକ୍ଷାରୁ 21ଟି ନେଗେଟିଭ୍‌ ଆସିଥିବାବେଳେ ଜଣକର ପଜିଟିଭି ଚିହ୍ନଟ ହୋଇଛନ୍ତି। ଏହି ବ୍ୟକ୍ତି ଜଣକ କଟକର ବୋଲି ଜଣାପଡିଛି। ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ପରିବାରକୁ ଆଇସୋଲେସନରେ ରଖାଯାଇଛି ବୋଲି କହିଛନ୍ତି ବାଗ୍‌ଚୀ। ନିଜାମୁଦ୍ଦିନ ଯାଇଥିବା ଆଉ 40 ଜଣ ବାହାରେ ରହିଛନ୍ତି ବୋଲି ସୂଚନା ରହିଛି। ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରରେ ଥିବା କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି କୋଭିଡ୍‌ ମୁଖପାତ୍ର। କିଛି ଦିନ ତଳେ ପଶ୍ଚିମବଙ୍ଗରୁ 10 ଜଣ ଆସି ତାଳଚେର ବୁଲି ଯାଇଛନ୍ତି। ସେ ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରି ନମୁନା ପରୀକ୍ଷା ପାଇଁ ପଠାଯାଉଛି ବୋଲି କହିଛନ୍ତି ବାଗ୍‌ଚୀ।

ଏତଦ୍‌ବ୍ୟତୀତ ଓଡ଼ିଶାରେ କରୋନା ଅପଡେଟ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି ବାଗ୍‌ଚୀ। ଏଯାବତ୍‌ 113ଟି ସାମ୍ପଲ୍‌ ଟେଷ୍ଟ ହୋଇଥିବାବେଳେ ସେଥିରୁ 6ଟି ପଜିଟିଭି ଆସିଛି। ପ୍ରଥମ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତୃତୀୟ ଏବଂ ଚତୁର୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି 124 ଜଣ। ସେହିପରି ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା 30 ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି କହିଛନ୍ତି ବାଗ୍‌ଚୀ। ଷଷ୍ଠ ଜଣକ ସମ୍ପର୍କରେ କେତେଜଣ ଆସିଛନ୍ତି, ତାହାର ଅନୁସନ୍ଧାନ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି କୋଭିଡ -19ର ମୁଖପାତ୍ର।

ପଞ୍ଚମ ଜଣକଙ୍କର କୌଣସି ଗସ୍ତ ସୂଚନା ରହିନଥିବାବେଳେ ତାଙ୍କୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡିଛନ୍ତି। ଏଥିପାଇଁ ରାଜ୍ୟ ସରକାର 48 ଘଣ୍ଟିଆ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ର ଘୋଷଣା କରିଛନ୍ତି ବୋଲି କହିଛନ୍ତି ସୁବ୍ରୋତ ବାଗ୍‌ଚୀ।

covid-19 subrotobagchi
Share. Facebook Twitter LinkedIn Email WhatsApp Copy Link

Related Posts

କାଳବୈଶାଖୀ ସତର୍କତା: ୨୦ ଜିଲ୍ଲାକୁ ୱାର୍ଣ୍ଣିଂ

April 7, 2026

ସ୍ୱାସ୍ଥ୍ୟ ସୁରକ୍ଷାର ଆହ୍ୱାନ ଓ ପ୍ରତିବଦ୍ଧତା

April 7, 2026

୯ ମ ବ୍ୟାଚ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ ଯୋଗଦେଲେ ଡିଜିପି

April 7, 2026

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 7, 2026
Latest News

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026

କାଳବୈଶାଖୀ ସତର୍କତା: ୨୦ ଜିଲ୍ଲାକୁ ୱାର୍ଣ୍ଣିଂ

April 7, 2026

IPL 2026: ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ, ପ୍ରଥମ ସ୍ଥାନରେ ପଞ୍ଜାବ କିଙ୍ଗସ୍

April 7, 2026

ଅମରାବତୀ ଏବେ ଆନ୍ଧ୍ରର ଏକମାତ୍ର ରାଜଧାନୀ

April 7, 2026

ସ୍ୱାସ୍ଥ୍ୟ ସୁରକ୍ଷାର ଆହ୍ୱାନ ଓ ପ୍ରତିବଦ୍ଧତା

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.