Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକ ଡାଉନ ର ସମୟସୀମା ଯଦି ବଢାଯାଏ, ଆମକୁ ଅଧିକ କିଛି ସଫଳତା ମିଳିବ କି?
ବିଶେଷ ଖବର

ଲକ ଡାଉନ ର ସମୟସୀମା ଯଦି ବଢାଯାଏ, ଆମକୁ ଅଧିକ କିଛି ସଫଳତା ମିଳିବ କି?

April 8, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗୋଟେ ବିଚିତ୍ର ସ୍ଥିତିରେ ବର୍ତ୍ତମାନ ପୂରା ଦେଶ ଠିଆ ହୋଇଛି। ଗତ ମାର୍ଚ୍ଚ ୨୪ ତାରିଖରେ ଦେଶରେ ଆରମ୍ଭ ହୋଇଥିବା ଲକ ଡାଉନ ଇତିମଧ୍ୟରେ ଦୁଇ ସପ୍ତାହ ପୂରଣ କରି ଶେଷ ସପ୍ତାହରେ ପହଞ୍ଚିଛି। ଆସନ୍ତା ଏପ୍ରିଲ ୧୪ ରେ ଲକ ଡାଉନ ସରିବ ନା ଏହା ଆହୁରି କିଛି ସପ୍ତାହ ଅବ୍ୟାହତ ରହିବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ ରାଜ୍ୟ ସରକାର ଲକ ଡାଉନ ବଢାଇବା ସପକ୍ଷରେ ମତ ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାର କହିବା କଥା ହେଲା ଯେ ପର୍ୟନ୍ତ ନୂଆ କେଶ ଚିହ୍ନଟ ହେଉଥିବ ସେ ଯାଏ, ଲକ ଡାଉନ ଅବ୍ୟାହତ ରହୁ। ତେବେ ଏ ପ୍ରକାର ଲକ ଡାଉନ ବ୍ୟବସ୍ଥାରେ ସରକାର ଚାଲିବ କେମିତି? ରାଜ୍ୟ ସରକାରମାନେ ଭାବୁଛନ୍ତି, ତାଙ୍କୁ କାରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ସୀମିତ ରଖିବାକୁ ପଡିବ। ତେବେ ଏହା ସମ୍ଭବ କି?

ମାର୍ଚ୍ଚ ୨୪ରେ ଲକ ଡାଉନ ଆରମ୍ଭ ହେବା ବେଳକୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାଖାପାଖି ରହିଥିଲା। ଗତ ଦୁଇ ସପ୍ତାହରେ ଏହା ପ୍ରାୟ ଦଶଗୁଣ ବଢିଛି। ଆଜିର ତାରିଖରେ ଭାରତ ସରକାର ଦେଶରେ  ୪୭୮୯ ଜଣ କରୋନା ଆକ୍ରାନ୍ତ ରହିଥିବା କଥା ସ୍ଵୀକାର କରିଛନ୍ତି। ତେବେ କୋଭିଡ ଟ୍ରାକର ଇଣ୍ଡିଆ ଏହି ସଂଖ୍ୟା ୫୩୬୦ ଓ ଜନ ହପ୍କିନ୍ସ ବିଶ୍ଵ ବିଦ୍ୟାଳୟ ୪୯୧୧ ବୋଲି କହିଛନ୍ତି। ମୋଟାମୋଟି ଲକ ଡାଉନ ସମୟ ଠାରୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୦ ଗୁଣ ବଢିଛି। ତେବେ ଲକ ଡାଉନ ଲାଗୁ ହୋଇନଥିଲେ ଏହା ହୁଏତ ଶହେ ଗୁଣ ବଢିଥାନ୍ତା ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେଣୁ ଏ ପ୍ରସଙ୍ଗରେ ଆମେ ଗୋଟିଏ କଥା ନିଶ୍ଚୟ ମାନିବା ଯେ, ୟୁରୋପ ଏବଂ ଆମେରିକା ତୁଳନାରେ ଭାରତରେ କରୋନା ସଂକ୍ରମଣ ଧୀମା ରହିଛି। କେବଳ ଭାରତ ନୁହଁ ପ୍ରାୟ ସବୁ  ଏସୀୟ ଦେଶ ଗୁଡିକରେ କରୋନା ସଂକ୍ରମଣର ଗତି ଟିକେ ମନ୍ଥର।

ଗତ ମାସେ ଭିତରେ ଆମେରିକାରେ ଏହା ହଜାରରୁ ୩,୬୮,୫୩୩, ସ୍ପେନ ରେ ୧,୪୦,୫୧୦, ଇଟାଲିରେ ୧,୩୨,୫୪୭, ଜର୍ମାନୀରେ ୨.୦୩,୭୧୭ ଓ ଫ୍ରାନ୍ସରେ ୯୮, ୯୮୪ ଆକ୍ରାନ୍ତ ବଢିଛନ୍ତି। ସେହି ତୁଳନାରେ ଏସୀୟ ଦେଶ ଯଥା ଚୀନ, ଇରାନ,ଦକ୍ଷିଣ କୋରିଆ, ଭାରତ, ପାକିସ୍ତାନ, ଜାପାନ, ମାଲେସିଆ ଇତ୍ୟାଦି ଦେଶରେ ଏହାର ସଂକ୍ରମଣ ସୀମିତ ରହିଛି। ଚୀନରେ ଏହା ଆରମ୍ଭ ହୋଇଥିଲେ ମଧ୍ୟ ଗତ ସାଢେ ତିନି ମାସରେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨, ୭୧୮ ଓ ମୃତ୍ୟୁ ସଂଖ୍ୟା ୩୨୧୨ ଭିତରେ ରହିଛି। ସବୁଠୁ ଆଶ୍ଚର୍ୟର କଥା ହେଉଛି ଚୀନର ହୁବେଇ ପ୍ରଦେଶକୁ ବାଦ ଦେଲେ ଅନ୍ୟ ପ୍ରଦେଶ ଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା ନଗଣ୍ୟ।

ଭାରତରେ ଯଦିଓ ସବୁ ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ହେଲେ ମହାରାଷ୍ଟ୍ର(୯୪୫), ତାମିଲନାଡୁ(୬୯୦), ଦିଲ୍ଲୀ (୫୨୫), ତେଲେଙ୍ଗାନା(୩୨୪), କେରଳ(୩୩୬), ରାଜସ୍ଥାନ(୩୨୮), ଉତ୍ତର ପ୍ରଦେଶ (୩୦୫), ଆନ୍ଧ୍ରପ୍ରଦେଶ (୩୦୪), ମଧ୍ୟପ୍ରଦେଶ (୨୬୮), ଗୁଜରାଟ ଓ କର୍ଣ୍ଣାଟକ(୧୭୫), ହରିୟାନା(୧୪୩), ଜାମ୍ମୁ କାଶ୍ମୀର( ୧୨୫)  ଇତ୍ୟାଦି ରାଜ୍ୟରେ ଏହି ସଂଖ୍ୟା ଟିକେ ଅଧିକ। ବର୍ତ୍ତମାନ ସ୍ଥିତିରେ ଯଦି ଲକ ଡାଉନ ଉଠି ଯାଏ ସାମାଜିକ ଦୂରତ୍ଵ ହଟିଯିବ ଓ ହୁ ହୁ ସଂଖ୍ୟାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଯିବା, ଯାହାକୁ ସମ୍ଭାଳିବା ରାଜ୍ୟ ସରକାରମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡିବ।

ତେବେ ଲକ ଡାଉନ ରହିଲେ ସ୍ଥିତି ରେ ପରିବର୍ତ୍ତନ ଆସିବ କି? ଲକ ଡାଉନ ପରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି ଓ ଆଗକୁ ଏହା ବଢି ଚାଲିବ। ସେ ଦୃଷ୍ଟିରୁ ଭାରତରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ ଡାଉନ ଲଗାଇ ହେବ କି? ଦେଶର ୩୦ ଭାଗ ଗରିବ ଓ ପଚାଶ ଭାଗ ନିମ୍ନ ମଧ୍ୟବିତ୍ତଙ୍କ ଜୀବନରେ ଲକ ଡାଉନର ପ୍ରଭାବ ଭୟଙ୍କର ହେବା ଆରମ୍ଭ କଲାଣି। ପ୍ରଥମ ସପ୍ତାହରେ ଖାଦ୍ୟ ତଥା ଅପରିହାର୍ୟ ଜିନିଷର ଯୋଗାଣ ଅବ୍ୟାହତ ରହିବ ବୋଲି ଆମେ ଭାବୁଥିଲେ। ହେଲେ ସମୟ କ୍ରମେ ଖାଦ୍ୟ ଓ ଦୈନନ୍ଦିନ ଆବଶ୍ୟକତା ଥିବା ଜିନିଷର ଯୋଗାଣ ବ୍ୟାହତ ହେବା ଆରମ୍ଭ କଲାଣି।

ଲକ୍ଷ ଲକ୍ଷ ଲୋକ ଆଜି ନିଜର ଜୀବିକା ହରାଇ ମୃତ୍ୟୁ ଭୟରେ ଚୁପ ରହିଛନ୍ତି। ତେବେ ଖାଇବାକୁ ନ ପାଇଲେ, ଲୋକଙ୍କ ମନରୁ ଭୟ ଆପେ ଆପେ ଚାଲିଯିବ ଏବଂ ସେମାନେ ଅଧିକ ଅମାନିଆଁ ହେବେ। ଓଡିଶାରେ ଆସନ୍ତା ଏପ୍ରିଲ ୧୪ ବେଳକୁ ଲକ ଡାଉନ ୨୫ ଦିନରେ ପହଞ୍ଚିବ। ତାଠୁ ଅଧିକ ଦିନ ଲକ ଡାଉନ ସମ୍ଭବପର କି? ଅର୍ଥନୀତିର ଯେଉଁ ବିକଳ ଅବସ୍ଥା ଓ ଟିକସ ସଂଗ୍ରହରେ ଯେଉଁ ସ୍ଥାଣୁ ସ୍ଥିତି, ସେଥିରେ ଅଧିକ ଦିନର ଲକ ଡାଉନ ଆମକୁ ଦୋହଲାଇ ଦେବାକୁ ବାଧ୍ୟ।

ବର୍ତ୍ତମାନ ଭାରତ ସରକାରଙ୍କ ଅବସ୍ଥା ବାଘ ଚଢିଥିବା ରାଜକୁମାର ପରି। ଲକ ଡାଉନ ବଢାଇବା ଯେତିକି ଭୟଙ୍କର, ତାଙ୍କୁ ନ ବଢାଇବା ସେତିକି ବିପଜ୍ଜନକ। କାମକୁ ନ ଯାଇ ବା ସଂପୂର୍ଣ୍ଣ ଅର୍ଥନୀତିକୁ ସ୍ଥାଣୁ କରିଦେଲେ ଆମେ କରୋନା ବିରୋଧରେ ଯୁଦ୍ଧ ଜିଣିଯିବା କି? କରୋନା ବିରୋଧରେ ପୃଥିବୀକୁ ଲମ୍ବା ଲଢେଇ ଲଢିବାକୁ ପଡିବ। ସେହି ଲଢେଇ ଲାଗି ଭାରତକୁ ସମ୍ବଳ ଓ ସାଧନ ମଧ୍ୟ ଦରକାର। ଟିକସ ଆଦାୟ କମିଗଲେ ଓ ଅର୍ଥନୀତି ସ୍ଥାଣୁ ହୋଇଗଲେ, ସେ ସମ୍ବଳ ଓ ସାଧନ ଆସିବା କେଉଁଠୁ?

extend india Lockdown Top News
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀଙ୍କ ନାମ, ସେପଟେ ଦିଲ୍ଲୀପ ରାୟ କଲେ ଘୋଷଣା

March 3, 2026

ଇରାନରେ ପରମାଣୁ ବିକିରଣ ବ୍ୟାପିଲେ କେତେ ଦେଶ ବିପଦରେ ପଡ଼ିବେ?: ଜାଣନ୍ତୁ ସବିକିଛି

March 3, 2026

ୟୁଏଇରେ ଫସି ରହିଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି: ଜାଣନ୍ତୁ ଦୂତାବାସ କ’ଣ କହିଛି?

March 3, 2026
Latest News

ହୋଲି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ: ମାତା ଲକ୍ଷ୍ମୀଙ୍କ ମିଳିବ ଆଶୀର୍ବାଦ

March 4, 2026

ହୋଲିରେ ମଦ୍ୟପାନ କରି ଗାଡି ଚଲାଉଥିଲେ ହୋଇଯା’ନ୍ତୁ ସାବଧାନ!: କାର୍ଯ୍ୟାନୁଷ୍ଠାନ ନେବ ପୋଲିସ

March 4, 2026

ଆଜି ମାର୍ଚ୍ଚ ୪ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

March 4, 2026

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.