Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସତ୍ୟନଗରର କରୋନା ସତ୍ୟ; ସ୍ୱାସ୍ଥ୍ୟ ବିଭାଗ ନୀରବ, ହେଲେ ମହାନଗର ନିଗମ ଅଞ୍ଚଳକୁ ସିଲ କରିଛି କାହିଁକି?
ବିଶେଷ ଖବର

ସତ୍ୟନଗରର କରୋନା ସତ୍ୟ; ସ୍ୱାସ୍ଥ୍ୟ ବିଭାଗ ନୀରବ, ହେଲେ ମହାନଗର ନିଗମ ଅଞ୍ଚଳକୁ ସିଲ କରିଛି କାହିଁକି?

April 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 42ରେ ପହଞ୍ଚିଥିବାବେଳେ ଜଣକଙ୍କର ମୃତ୍ୟୁ ହୋଇଯାଇଛି। ଭୁବନେଶ୍ବରକୁ କରୋନା ହଟସ୍ପଟ୍‌ ବୋଲି ଚିହ୍ନଟ କରାଯାଇଛି  ସର୍ବାଧିକ କରୋନା ରୋଗୀ ଭୁବନେଶ୍ବରରୁ ହିଁ ଚିହ୍ନଟ ହୋଇଛନ୍ତି। ଆଜି ସକାଳୁ ଭୁବନେଶ୍ବରର କେନ୍ଦ୍ରରେ ଥିବା ସତ୍ୟନଗର ଅଞ୍ଚଳକୁ ବିଏମସି ତରଫରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇ ବ୍ୟାପକ ପଦକ୍ଷେପ ନିଆଯାଉଥିବାବେଳେ ଏହି ଅଞ୍ଚଳରୁ କେହି ଆକ୍ରାନ୍ତ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହି ନାହିଁ। ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚୁପ୍‌ ରହିଥିବା ବେଳେ ମହାନଗର ନିଗମର ପଦକ୍ଷେପକୁ ନେଇ ଅନେକ ଦ୍ଵନ୍ଦ୍ଵ ଉପୁଜିଛି।

ଭୁବନେଶ୍ବରର ଝାରପଡା, ବମିଖାଲ, ସୂର୍ଯ୍ୟନଗର, କପିଳପ୍ରସାଦ ପରି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ରୂପେ ଘୋଷଣା କରାଯାଇ ସେହି ସବୁ ଅଞ୍ଚଳକୁ ସିଲ୍‌ କରାଯାଇଥିଲା। କିନ୍ତୁ ମିଳିଥିବା କରୋନା ଆକ୍ରାନ୍ତଙ୍କ ତଥ୍ୟ ହିସାବରେ ସତ୍ୟନଗରରୁ କେହି ଆକ୍ରାନ୍ତ ରହିଥିବାର ସୂଚନା ନାହିଁ। ସତ୍ୟନଗରରୁ କେହି କରୋନା ଆକ୍ରାନ୍ତ ଥିବାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଚୁପ୍‌ ରହିଥିବାବେଳେ ବିଏମ୍‌ସି ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ରୂପେ ଘୋଷଣା କରିବା ଏକ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି। ରାଜ୍ୟ ସରକାର କରୋନା ଆକ୍ରାନ୍ତଙ୍କୁ ନେଇ ବେଶ୍‌ ସମ୍ବେଦନଶୀଳ ରହିଛନ୍ତି। କରୋନା ସହ ଲଢେଇ ପାଇଁ ରାଜ୍ୟ ସରକାର ଯଥାସମ୍ଭବ ସବୁପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟରେ 7ଟି କୋଭିଡ ହସ୍ପିଟାଲ କାର୍ୟକ୍ଷମ ହୋଇସାରିଛି ଓ ଏନେଇ ରାଜ୍ୟସ୍ବାସ୍ଥ୍ୟ ବିଭାଗ ବେଶ୍‌ ସଜାଗ ରହିଛି।

ବିଏମସି ସତ୍ୟ ନଗରରୁ କରୋନା ଆକ୍ରାନ୍ତ ମିଳିଥିବା ନେଇ କହିଥିବାବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନଥିବା ମଧ୍ୟ  କହିଛି। ଆକ୍ରାନ୍ତଙ୍କ କୌଣସି ଯାତ୍ରା ବିବରଣୀ ନଥିବାରୁ ଏହି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଭାବେ ବିବେଚନା କରାଯାଉଛି ବୋଲି ବିଏମ୍‌ସି କହିଛି। ତେବେ ସତ୍ୟନଗରର କରୋନା ପଜିଟିଭି ସମ୍ପର୍କରେ କାହାକୁ କିଛି ସୂଚନା ମିଳିନଥିବା ହେତୁ ବିଏମସିର ଏପରି ପଦକ୍ଷେପ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଉଛି। ତେବେ ସତ୍ୟନଗରର ଦ୍ବନ୍ଦ୍ବକୁ ଏବେ ରାଜ୍ୟ ସରକାର ଓ ବିଏମ୍‌ସି ମଧ୍ୟରେ ତାଳମେଳ ନାହିଁ ବୋଲି ଅନୁମାନ କରାଯାଉଛି। ତେବେ ସେ ଯାହାବି ହେଉ ଏହାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ ସୂଚନା ଦେବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି।

ସୂଚନାଯୋଗ୍ୟ, ରାଜ୍ୟରେ ସର୍ବମୋଟ 42 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରୁ ସର୍ବାଧିକ 34 ଜଣ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ବରର ଝାରପଡାର 72 ବର୍ଷୀୟ ବ୍ୟକ୍ତି କରୋନା ଯୋଗୁଁ ପ୍ରାଣ ହାରିଛନ୍ତି। ଭୁବନେଶ୍ବରର ବମିଖାଲ ଅଞ୍ଚଳରେ ସର୍ବାଧିକ 19ଜଣ ଚିହ୍ନଟ ହୋଇଥିବାବେଳେ ସୂର୍ଯ୍ୟନଗର ଅଞ୍ଚଳରେ 7 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକ, ପୁରୀ, କେନ୍ଦ୍ରାପଡ଼ା, କଳାହାଣ୍ଡି, ଭଦ୍ରକ, ଯାଜପୁର ଆଦି ଅଞ୍ଚଳରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

bmc corona covid-19 satyanagar
Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026
Latest News

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.