Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମୁକାବିଲା ତଥା ନିଜ ରାଜ୍ୟର ଶ୍ରମିକଙ୍କୁ ଫେରାଇ ଆଣିବାରେ ଓଡିଶା ଏକ ଉଦାହରଣ ପ୍ରସ୍ତୁତ କରୁଛି
ବିଶେଷ ଖବର

କରୋନା ମୁକାବିଲା ତଥା ନିଜ ରାଜ୍ୟର ଶ୍ରମିକଙ୍କୁ ଫେରାଇ ଆଣିବାରେ ଓଡିଶା ଏକ ଉଦାହରଣ ପ୍ରସ୍ତୁତ କରୁଛି

May 5, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଗରୁ ସବୁ କଥାରେ ଓଡିଶାର ଗରିବୀକୁ ନେଇ ଚର୍ଚ୍ଚା କରୁଥିବା ଆମର ଜାତୀୟ ଗଣମାଧ୍ୟମ ପ୍ରାକୃତିକ ବିପର୍ୟୟ ତଥା କରୋନା ଭଳି ବିଶ୍ଵର ଏକ ଭୟଙ୍କର ସଙ୍କଟକୁ ମୁକାବିଲା କରିବାରେ ଓଡିଶାର ଦକ୍ଷତାକୁ ଦେଖିବା ଉଚିତ। କରୋନା ମୁକାବିଲା ଲାଗି ଯେତେବେଳେ ଭାରତ ସରକାର ଚିନ୍ତା କରିବା ଆରମ୍ଭ କରିନଥିଲେ, ସେତେବେଳେ ଏହାକୁ ଗୁରୁତ୍ଵର ସହିତ ନେବା ଆରମ୍ଭ କରି ବିଦେଶରୁ ଫେରୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ସ୍କ୍ରିନିଙ୍ଗ କରିବା ଆରମ୍ଭ କରିଥିଲେ। ସେମାନଙ୍କର ରହଣି ତଥା ଗତାଗତ ଉପରେ ଓଡିଶା ସରକାର ତୀବ୍ର ନଜର ରଖିବା ଆରମ୍ଭ କରିଥିଲେ। ୧୪ ଦିନିଆ କ୍ଵାରେଣ୍ଟାଇନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ସହିତ ଏହା ଉପରେ କଡା ନଜର ରଖା ଯାଇଥିଲା । ପ୍ରତିଦିନ କରୋନା ଭୂତାଣୁ ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ଓ ଗଣମାଧ୍ୟମରେ ସବୁ ତଥ୍ୟକୁ ତୁରନ୍ତ ପହଞ୍ଚାଇବାର ସବୁ ବ୍ୟବସ୍ଥା କରା ଯାଇଥିଲା। ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ପ୍ରଥମେ ଓଡିଶା ସାମାଜିକ ଦୂରତା ତଥା ଲକ ଡାଉନ ବ୍ୟବସ୍ଥା ଗ୍ରହଣ କରିଥିଲା।

ଓଡିଶା ସରକାରଙ୍କ ଏହି ବ୍ୟବସ୍ଥା ଆରମ୍ଭ ହେବା ବେଳକୁ କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ ଓ ଦିଲ୍ଲୀର ରାଜ୍ୟ ସରକାରମାନେ ମଧ୍ୟ ଏ ପ୍ରକାର ପଦକ୍ଷେପ ନେବା ଆରମ୍ଭ କରିଥିଲେ। ମାର୍ଚ୍ଚ ୧୫ ରୁ ମଇ ୫ ତାରିଖ , ଅର୍ଥାତ ଗତ ୫୦ ଦିନ ଭିତରେ ଭାରତର ଅନ୍ୟାନ୍ୟ ପ୍ରଦେଶରେ କରୋନା ସଂକ୍ରମଣ ଅତି ବ୍ୟାପକ ହୋଇ ଚାଲିଥିବା ବେଳେ ଓଡିଶାରେ ଏହା ଆଜି ମଧ୍ୟ ନିୟନ୍ତ୍ରିତ ସ୍ଥିତିରେ ରହିଛି। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଭଳି ରାଜ୍ୟ  ଏବେ କରୋନା ସଂକ୍ରମଣ ର ବ୍ୟାପକତାକୁ ସାମ୍ନା କରୁଛନ୍ତି। ତେବେ ଆଜି ସୁଦ୍ଧା ଓଡିଶାରେ କରୋନା ସଂକ୍ରମଣ ୧୬୯ଟି  ପୋଜିଟିଭ କେସ ରେ ସୀମିତ ରହିଛି। ସେଥିରୁ ୬୦ ଜଣ ଆରୋଗ୍ୟ ଲାଭ କରି ସାରିଲେଣି। ଏବେ ରାଜ୍ୟରେ ୧୦୮ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।   କରୋନାର ବିଶ୍ଵବ୍ୟାପୀ ସଂକ୍ରମଣର ସ୍ଥିତି କୁ ଦେଖି କେତେବେଳେ ଯେ କଣ ଘଟିବତାହା କହିହେଉ ନାହିଁ। ତେବେ ଏଥି ପାଇଁ ନିଜକୁ ସରକାର ପ୍ରସ୍ତୁତ କରି ସାରିଛନ୍ତି। ଦେଶର ଅନ୍ୟାନ୍ୟ ଆଗୁଆ ରାଜ୍ୟ ତୁଳନାରେ ଓଡିଶା ଏବେ ଏକ ବଡ ଉଦାହରଣ ପ୍ରସ୍ତୁତ କରିଛି। କରୋନା ସଂକ୍ରମିତ ରୋଗୀଙ୍କ ସ୍ବତନ୍ତ୍ର ଚିକିତ୍ସା ଲାଗି ରାଜ୍ୟର ୩୦ଟି ଜିଲ୍ଲାରେ ସ୍ଵତନ୍ତ୍ର ଡାକ୍ତରଖାନା ଖୋଲାଯାଇଛି। ବର୍ତ୍ତମାନ କରୋନା ସଂକ୍ରମଣକୁ ସୀମିତ ରଖିବା ରାଜ୍ୟ ତଥା ଦେଶର ପ୍ରାଥମିକ ଆବଶ୍ୟକତା ରହିଛି। ତେବେ ଆଗାମୀ ଦିନରେ କରୋନା ରୋଗୀଙ୍କ ସଂକ୍ରମଣ ବଢିବାର ସମ୍ଭାବନାକୁ ଆଖିରେ ରଖି ଏ ପ୍ରକାର ପ୍ରସ୍ତୁତି ନିତାନ୍ତ ଆବଶ୍ୟକ ଥିଲା। ଆରମ୍ଭରୁ କରୋନା ପରୀକ୍ଷଣ ଲାଗି ଓଡିଶା ଏକମାତ୍ର କେନ୍ଦ୍ରୀୟ ଲାବୋରେଟରୀ ଉପରେ ନିର୍ଭର କରୁଥିବା ବେଳେ ଏବେ ବୁର୍ଲା, ରାଉରକେଲା, ବ୍ରହ୍ମପୁର, କଟକ ଓ ଭୁବନେଶ୍ବରରେ ପରୀକ୍ଷା ସୁବିଧା ଉପଲବ୍ଧ ହୋଇଛି। ରାଜ୍ୟରେ ଏ ଯାବତ ୪୨ହଜାର ରୁ ଅଧିକ ପରୀକ୍ଷା ହୋଇ ସାରିଛି।

ଲକ ଡାଉନ ଆରମ୍ଭ ହେବା ସମୟରେ ଏକ  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଓଡିଶା ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି  ସେହି ସବୁ ରାଜ୍ୟରେ ରହିଥିବା ଓଡିଆ ଲୋକମାନଙ୍କର ଦାୟିତ୍ଵ ନେବାକୁ ଅନୁରୋଧ କରିଥିଲେ। ଏଥିପାଇଁ ସମ୍ପୃକ୍ତ ରାଜ୍ୟ ଗୁଡିକ ଯାହା ଖର୍ଚ୍ଚ କରିବେ, ଓଡିଶା ସରକାର ତାକୁ ଭରଣା କରିବେ ବୋଲି ନବୀନ ବାବୁ  କହିଥିଲେ। ଲକ ଡାଉନର ଦ୍ଵିତୀୟ ପର୍ୟାୟ ସରିବା ପରେ ଏବେ ବାହାରେ ରହିଥିବା ଓଡିଆ ଶ୍ରମିକମାନଙ୍କୁ ଫେରାଇ ଆଣିବାର ଯୋଜନା ଆରମ୍ଭ ହୋଇଛି। ଏ କ୍ଷେତ୍ରରେ ମଧ୍ୟ ଓଡିଶା ଏକ ନୂଆ ଉଦାହରଣ ପ୍ରସ୍ତୁତ କରିଛି।

ଗତ କିଛି ଦିନ ଭିତରେ ଅନ୍ୟାନ୍ୟ ବିରୋଧୀ ଶାସିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିତରେ ମୁହାଁମୁହିଁ  ସ୍ଥିତି ଦେଖିବାକୁ ମିଳିଛି। ହେଲେ ଓଡିଶା ଏ କ୍ଷେତ୍ରରେ ରାଜନୈତିକ ବିରୋଧକୁ ପଛରେ ପକାଇ ଓଡିଶା ସରକାର  ଅନେକ ଗୁରୁତ୍ବପୂର୍ଣ ନିଷ୍ପତ୍ତିରେ ଓଡିଶାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ କରୁଛନ୍ତି। ତେଣୁ ରାଜ୍ୟର ପ୍ରମୁଖ ବିରୋଧୀ ଏବେ କୌଣସି ପ୍ରକାର ସମାଲୋଚନା କରିବା ସ୍ଥିତିରେ ନାହିଁ।  ଓଡିଶା ସରକାର ପ୍ରଥମେ  ମଇ-ଜୁନ ମାସ ପର୍ୟନ୍ତ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଏବେ ଏହାର ଦୀର୍ଘସୂତ୍ରୀ ଯୋଜନା ଆରମ୍ଭ କଲେଣି।

ସାରା ଦେଶରେ ଦିନକୁ ଅତି କମରେ  ଲକ୍ଷେ ଲୋକଙ୍କର କରୋନା ପରୀକ୍ଷା ହୋଇପାରିବା ଭଳି ଭିତ୍ତିଭୂମି ତିଆରି ହେବା ଆଜି ସର୍ବ ପ୍ରଥମ ଆବଶ୍ୟକତା। ଆରମ୍ବହରୁ ଏହା ଯେମିତି ଭାରତର ଗ୍ରାମାଞ୍ଚଳକୁ ନ ବ୍ୟାପେ, ତାହା ଦେଖିବା ଲାଗି କେନ୍ଦ୍ର ସରକାର ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଉଚିତ ଥିଲା। ହେଲେ ଏବେ ଓଡିଶା ସମେତ ଦେଶର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବ୍ୟାପକ ହେଲାଣି। ଗ୍ରାମାଞ୍ଚଳରେ ଏହାର ମୁକାବିଲା ଲାଗି ପଂଚାୟତ ସ୍ତରରୁ ଓଡିଶା ସରକାର ଯେଉଁ ପ୍ରସ୍ତୁତି କରିଛନ୍ତି, ତାହା ଆଉ ଏକ ଉଦାହରଣ ସୃଷ୍ଟି କରିଛି। ଆଜି କରୋନା ମୁକାବିଲା କ୍ଷେତ୍ରରେ ଓଡିଶା କୁ ଆଦର୍ଶ ଭାବରେ କେନ୍ଦ୍ର ସରକାର ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି।

 

migrant workers odisha govt
Share. Facebook Twitter LinkedIn Email WhatsApp Copy Link

Related Posts

ଐତିହାସିକ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଉତ୍ସବ ପାଇଁ ପ୍ରସ୍ତୁତ କୋଲକାତା

June 19, 2026

ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

June 19, 2026

ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

June 18, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ଛାଡ଼ିଲା ୪୦ ଟି ଏଲପିଜି ଟ୍ୟାଙ୍କର

June 18, 2026
Latest News

ଟାଇମ୍ସ ସ୍କୋୟାରରେ ଗୁଳିକାଣ୍ଡ

June 19, 2026

ଚିଲିକା ହ୍ରଦରେ ଥିବା କାଙ୍କଣଶିଖରୀ ପାଇବ ନୂଆ ରୂପ, ପରିଦର୍ଶନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

June 19, 2026

ଉଦ୍ଧବ ଠାକରେ ପାଇଁ ଅଗ୍ନିପରୀକ୍ଷା: ଦଳ ରହିବ କି ଭାଙ୍ଗିବ?

June 19, 2026

ଦୟାଲ ଗଙ୍ଗୱାରଙ୍କ ବିରୋଧରେ ବଡ଼ ଖୁଲାସା

June 19, 2026

ପାଠ୍ୟପୁସ୍ତକରେ ମାଳ ମାଳ ତ୍ରୁଟି : ଆଜିଠାରୁ ଆରମ୍ଭ ହେବ ତଦନ୍ତ

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.