Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମୁକାବିଲା ପାଇଁ ନବୀନଙ୍କ ସମୀକ୍ଷା ବୈଠକ : ଟେଷ୍ଟିଂ କ୍ଷମତା ବୃଦ୍ଧି ସହିତ ଅର୍ଥନୀତି ଉପରେ ଗୁରୁତ୍ବ
ବିଶେଷ ଖବର

କରୋନା ମୁକାବିଲା ପାଇଁ ନବୀନଙ୍କ ସମୀକ୍ଷା ବୈଠକ : ଟେଷ୍ଟିଂ କ୍ଷମତା ବୃଦ୍ଧି ସହିତ ଅର୍ଥନୀତି ଉପରେ ଗୁରୁତ୍ବ

May 5, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ କରୋନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ପୋଲିସ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ପ୍ରବାସୀ ମାନଙ୍କ ଫେରିବା ଉପରେ ଏକ ବଡ ବୟାନ ଦେଇଛନ୍ତି । ପ୍ରବାସୀ ଶ୍ରମିକ ମାନେ ବସ୍‌ରେ ଫେରୁଥିବା ବେଳେ ଏକାଧିକ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାରୁ ଏଣିକି ସୁରଟରୁ ପ୍ରବାସୀ ଓଡିଆ ମାନେ କେବଳ ଟ୍ରେନ୍‌ ଜରିଆରେ ଫେରି ପାରିବେ । ଫେରିବା ସମୟରେ ଖାଦ୍ୟପେୟରେ ଅସୁବିଧା ହେବା ସହିତ, ଅଂଶୁଘାତ ଏବଂ ଦୁର୍ଘଟଣା ଘଟୁଥିବା ବେଳେ ମହିଳା ଏବଂ ଶିଶୁ ମାନେ ହଇରାଣ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାର ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟର କରୋନା ପରୀକ୍ଷଣ କ୍ଷମତା ଦୈନିକ 3500ରୁ 15000କୁ ବୃଦ୍ଧି କରାଯିବ ବୋଲି ମଧ୍ୟ ନବୀନ ଘୋଷଣା କରିଛନ୍ତି । ଗ୍ରୀନ୍‌ ଜୋନ୍‌ରେ କୃଷି, ଶିଳ୍ପ, ଜୀବନ ଜୀବିକା ଏବଂ ପରିବହନ ପୂର୍ବବତ ଚାଲିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଚାଷୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ପରିମାଣ ବଢାଯିବା ସହିତ ଶିଳ୍ପ ସଂସ୍ଥା ଗୁଡିକର ପୁନରୁଦ୍ଧାର ପାଇଁ ଏକ ଆଦର୍ଶନୀତି ପ୍ରଣୟନ କରାଯିବ । ଏହି ବିପର୍ଯ୍ୟୟର ସମୟରେ ବିଭିନ୍ନ ମହିଳା ସ୍ବୟଂସହାୟିକା ଗୋଷ୍ଠୀ ପକ୍ଷରୁ 1 କୋଟିରୁ ଅଧିକ ମିଲ୍‌ ଯୋଗାଇ ଦିଆଯାଇଛି । ତେଣୁ ମିଲ୍‌ ପିଛା 2 ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁ ଜିଲ୍ଲା ମାନଙ୍କରୁ ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି ସେହି ଜିଲ୍ଲା ମାନଙ୍କମ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି । ଏହା ବ୍ୟତୀତ ଖରିଫ୍‌ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ ଉପକରଣ ସୁବିଧାରେ ଚାଷୀଙ୍କୁ ପ୍ରଦାନର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜଣାପଡିଛି ।

ରାଜ୍ୟରେ ବର୍ତ୍ତମାନ ଦୈନିକ 3500 କରୋନା ପରୀକ୍ଷଣ କରାଯାଉଥିବା ବେଳେ ଆଗାମୀ ଦିନରେ ବାରିପଦା, ବାଲେଶ୍ବର, କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟ ଟେଷ୍ଟିଂ କରାଯିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 46 ହଜାର ଟେଷ୍ଟିଂ କରାଯାଇଥିବା ବେଳେ ତନ୍ମଧ୍ୟରୁ 170 ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ରାଜ୍ୟ ବାହାରୁ ଆସିଥିବା ପ୍ରବାସୀ ଓଡିଆଙ୍କ ନିମନ୍ତେ 10751ଟି ଅସ୍ଥାୟୀ ଚିକିତ୍ସା ଶିବିର ପ୍ରତିଷ୍ଠା କରାଯାଇଛି । ଏହି ଶିବିରରେ ସମୁଦାୟ 4.68 ଲକ୍ଷ ଲୋକଙ୍କ ରହିବାର ବ୍ୟବସ୍ଥା କରାଯାଇଛି । ପ୍ରବାସୀ ଓଡିଆଙ୍କର ଖାଦ୍ୟ ପେୟ ଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିଭଳି ସହରାଞ୍ଚଳ ନଗର ନିଗମ ଉନ୍ନୟନ ବିଭାଗ ପକ୍ଷରୁ 415ଟି କ୍ବାରେଣ୍ଟାଇନ୍‌ ସେଣ୍ଟରରେ 32254 ଜଣଙ୍କ ରହିବାର ବ୍ୟବସ୍ଥା କରାଯାଇଛି ।

ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଅନ୍ତେବାସୀଙ୍କୁ କଡାକଡି ନିୟମ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ପ୍ରକାର ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ସତର୍କ କରିଦିଆଯାଇଛି । ବର୍ତ୍ତମାନର ଅସାଧାରଣ ପରସ୍ଥିତିରେ ସମସ୍ତଙ୍କୁ ତ୍ୟାଗ ସ୍ବୀକାର କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଗାମୀ ଦିନରେ ବିଦେଶରୁ ଓଡିଆ ଭାଇଭଉଣୀ ଫେରିବାର ସମ୍ଭାବନା ରହିଛି । ଓଡିଶା ଆସିବା ପୂର୍ବରୁ ସେମାନଙ୍କ ପଞ୍ଜୀକରଣ, ଟେଷ୍ଟିଂ ଓ ସଙ୍ଗରୋଧ ବାଧ୍ୟତାମୂଳକ କରାଯିବ ବୋଲି କୁହାଯାଇଛି ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାଯାଇଛି ଯେ, ରାଜ୍ୟର 16 ଜିଲ୍ଲାରେ ବର୍ତ୍ତମାନ କରୋନା ସଂକ୍ରମଣ ରହିଛି । 62ଟି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି । ତନ୍ମଧ୍ୟରୁ 47ଟି ସକ୍ରିୟ ଜୋନ୍‌ ରହିଛି । ସଂକ୍ରମିତ ଅଞ୍ଚଳରୁ ସଂଗୃହୀତ 6376 ନମୂନା ମଧ୍ୟରୁ 136ଟି ପଜିଟିଭ୍‌ କେସ୍‌ ବାହାରିଛି ଯାହାକି ମମୋଟ ସଂଖ୍ୟାର 83 ପ୍ରତିଶତ ଅଟେ । କୋଭିଡ୍‌ 19 ମୁକାବିଲା ପାଇଁ ଆବଶ୍ୟକ ଉପକରଣ ସଂଗ୍ରହ କାର୍ଯ୍ୟ ସନ୍ତୋଷଜନକ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ 40 ପ୍ରତିଶତ ଧାନ ଅମଳ ସରିଛି । ଆସନ୍ତା 6 ତାରିଖରୁ ଧାନ ସଂଗ୍ରହ ଏବଂ 7 ତାରିଖରୁ ମୁଗ, ବିରି ପରି ରବି ଫସଲ ସଂଗ୍ରହ କରାଯିବ । ଖରିଫ୍‌ ଋତୁରେ ଅଣ ଧାନଚାଷ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ । କୃଷିକ୍ଷେତ୍ର ନିମନ୍ତେ ଶ୍ରମିକ ସମସ୍ୟା ନଥିବା ନେଇ ସୂଚନା ଦିଆଯାଇଥିବା ବେଳେ ଏମ୍‌ଜିନରେଗାରେ ପ୍ରାୟ 1 ଲକ୍ଷ ଚାଷ ପୋଖରୀ ଖୋଳାଯିବ ବୋଲି ଜଣାପଡିଛି ।

ସେହିପରି ବିଭିନ୍ନ କ୍ଷୁଦ୍ର, ମଧ୍ୟମ ଏବଂ ଅଣୁ ଶିଳ୍ପର ପୁନରୁତ୍ଥାନ ପାଇଁ ସରକାର ବିଭିନ୍ନ ଶିଳ୍ପ ସଂସ୍ଥା ଏବଂ ବ୍ୟାଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡିଛି । ଏହା ସହିତ ଜାପାନ କୋରିଆ ଏବଂ ଆମେରିକାରୁ ଯେପରି ଅଧିକ ପୁଞ୍ଜି ରାଜ୍ୟକୁ ଆସିବ ସେ ସମ୍ପର୍କରେ ଆଲୋଚନା କରାଯାଉଥିବା ଜଣାପଡିଛି ।

ରାଜ୍ୟରେ ବର୍ତ୍ତମାନ ଆଇନ ଶୃଙ୍ଖଳା ପରସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଘରୋଇ ହିଂସା ରୋକିବା ପାଇଁ ପୋଲିସସ 5649 ଜଣଙ୍କ ସହିତ ଯୋଗାଯୋଗ କରିଥିଲା । ତନ୍ମଧ୍ୟରୁ ମାତ୍ର 1 ପ୍ରତିଶତ ଅଭିଯୋଗ ଆସିଥିବା ବେଳେ ତା ଉପରେ ଉଚିତ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିଭଳି ଲକ୍‌ଡାଉନ୍‌ ଉଲ୍ଲଂଘନ ଅଭିଯୋଗରେ 6500 ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ 47 ହଜାର ଗାଡି ଜବତ କରି ଫେରାଇ ଦିଆଯାଇଛି । ଅନ୍ୟାନ୍ୟ ବିଷୟ ଗୁଡିକ ମଧ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ନିର୍ଭର କରୁଥିବା ଅଢେଇ ଲକ୍ଷ ପରିବାରର ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

covid19 naveenpattnaik
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.