Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତରେ ପ୍ରେସ ସ୍ୱାଧୀନତାର ସ୍ଥିତି, ବିଶ୍ବର ମୋଟ ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ହେଲା ୧୪୨
ବିଶେଷ ଖବର

ଭାରତରେ ପ୍ରେସ ସ୍ୱାଧୀନତାର ସ୍ଥିତି, ବିଶ୍ବର ମୋଟ ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ହେଲା ୧୪୨

May 9, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବିଜନ କୁମାର ମହାପାତ୍ର

ଭାରତୀୟ ଗଣତନ୍ତ୍ରରେ ପ୍ରେସ୍ ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ। ଏକ ସୁସ୍ଥ ଓ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ପ୍ରେସ୍‌ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ତେଣୁ ଗଣତନ୍ତ୍ରରେ ପ୍ରେସ୍ ସ୍ୱାଧୀନତାକୁ ବେଶ୍ ଗୁରୁତ୍ୱ ଦିଆଯାଇଥାଏ। ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରେସ୍ ସ୍ୱାଧୀନତାକୁ ସର୍ବଦା ଉଚ୍ଚ ସ୍ଥାନ ଦିଆଯାଇଛି। କିନ୍ତୁ ପ୍ରେସ୍ ସ୍ୱାଧୀନତା କ୍ଷେତ୍ରରେ ଭାରତ ଆଜି ବି ବହୁ ପଛରେ ପଡିଛି। ପ୍ୟାରିସ ସ୍ଥିତ ସଂସ୍ଥା ରିପୋର୍ଟର୍ସ ଓ୍ବିଥ୍ ଆଉଟ୍ ବର୍ଡର୍ସ ପକ୍ଷରୁ ଜାରି ବାର୍ଷିକ ରିପୋର୍ଟ ଅନୁସାରେ ଭାରତରେ ପ୍ରେସ ସ୍ୱାଧୀନତାର ସ୍ଥିତି ଅତି ନିରାଶାଜନକ। ସଂସ୍ଥାର ୨୦୨୦ ରିପୋର୍ଟ ଅନୁସାରେ ଭାରତ ପ୍ରେସ ସ୍ୱାଧୀନତା ସୂଚୀରେ ଆଉ ଦୁଇ ସ୍ଥାନ ତଳକୁ ଖସିଛି। ମୋଟ ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ହେଲା ୧୪୨। ୨୦୧୭ରେ ଭାରତ ୧୩୬, ୨୦୧୮ରେ ୧୩୮ ଓ ୨୦୧୯ରେ ୧୪୦ତମ ସ୍ଥାନରେ ଥିଲା ।

ସଂସ୍ଥାର ‘ବିଶ୍ୱ ପ୍ରେସ୍ ସ୍ୱାଧୀନତା ସୂଚକାଙ୍କ’ ସଂପର୍କିତ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ୨୦୧୯ରେ କୌଣସି ସାମ୍ବାଦିକ ହତ୍ୟାର ଶୀକାର ହୋଇ ନ ଥିବାରୁ ସେମାନଙ୍କ ସୁରକ୍ଷା ସ୍ଥିତିରେ ଉନ୍ନତି ଆସିଛି। କାରଣ ୨୦୧୮ରେ ୬ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା। ସ୍ଥିତିରେ ଉନ୍ନତି ଆସିବା ପରେ ବି ଭାରତରେ ପ୍ରେସ୍ ସ୍ୱାଧୀନତାର ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ପ୍ରେସ ସ୍ୱାଧୀନତା ସୂଚକାଙ୍କରେ ଭାରତ ଆହୁରି ଖସିବାର ଏକ କାରଣ ରହିଛି। ରିପୋର୍ଟର୍ସ ଓ୍ବିଥ୍ ଆଉଟ୍ ବର୍ଡର୍ସରେ ବାର୍ଷକ ରିପୋର୍ଟ ଅନୁସାରେ ଗତବର୍ଷ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟାଗଲା ପରେ ସେଠାରେ ସାମ୍ବାଦିକଙ୍କ ପାଇଁ ବିଭିନ୍ନ କଠୋର କଟକଣା ଲାଗୁ କରାଯାଇଥିଲା । ଯାହା ଦ୍ୱାରା କି ସେଠାରୁ ରିପୋର୍ଟିଂ କରିବାରେ ମିଡିଆକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, କାଶ୍ମୀରରେ ମିଡିଆ ଉପରେ କଟକଣା ଯୋଗୁଁ ହିଁ ଭାରତର ପ୍ରେସ ସ୍ୱାଧୀନତା ରାକିଂ ବିଶେଷ ପ୍ରଭାବିତ ହୋଇଛି।

ତେବେ, ଭାରତରେ ପ୍ରେସ ସ୍ୱାଧୀନତା ବାରମ୍ବାର ବିପନ୍ନ ହୋଇଛି ବୋଲି ସଂସ୍ଥାର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସାମ୍ବାଦିକଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ, ରାଜନୈତିକ କର୍ମୀଙ୍କ ଆକ୍ରମଣ, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଆକ୍ରୋଶମୂଳକ ହିଂସା ଭାରତରେ ପ୍ରେସ୍ ସ୍ୱାଧୀନତାକୁ ବିପନ୍ନ କରିଛି ବୋଲି କୁହାଯାଇଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ରିପୋର୍ଟିଂ ବେଳେ ଗଣମାଧ୍ୟମର ପ୍ରତିନିଧିଙ୍କୁ ପୋଲିସ ହିଂସାର ସାମନା କରିବାକୁ ପଡୁଛି। ସାମ୍ବାଦିକଙ୍କ ଉପରେ ରାଜନୈତିକ ଦଳର କର୍ମୀ ଓ ଅପରାଧୀମାନେ ଆକ୍ରମଣ କରିଛନ୍ତି। ଏଥିସହ ଭ୍ରଷ୍ଟ ଅଧିକାରୀମାନଙ୍କ ଦ୍ୱାରା ସାମ୍ବାଦିକମାନଙ୍କୁ ଅପମାନିତ କରାଯାଇଛି ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି । ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କ ୨୦୨୦ରେ ସମଗ୍ର ବିଶ୍ୱରେ ସାମ୍ବାଦିକଙ୍କ ସ୍ଥିତି ଅନୁଧ୍ୟାନ କରାଯାଇଛି। ସାମ୍ବାଦିକମାନଙ୍କ ବିରୋଧରେ ବିଦ୍ୱେଷ ହିଂସାରେ ପରିଣତ ହୋଇଛି।

ରିପୋର୍ଟର୍ସ ଓ୍ବିଥ୍‌ ଆଉଟ୍ ବର୍ଡର୍ସର ୨୦୧୯ ପ୍ରେସ୍ ସ୍ୱାଧୀନତା ସୂଚକାଙ୍କ ରିପୋର୍ଟରେ ମଧ୍ୟ ଭାରତରେ ସାମ୍ବାଦିକଙ୍କ ଦୁଃସ୍ଥିତି ସଂପର୍କରେ ବର୍ଣ୍ଣନା କରାଯାଇଥିଲା। ଭାରତରେ ସାମ୍ବାଦିକମାନେ ଅନେକ ପ୍ରକାର ବିପଦର ସମ୍ମୁଖୀନ ହୁଅନ୍ତି ବୋଲି ୨୦୧୯ ରିପୋର୍ଟରେ ସ୍ପଷ୍ଟ କୁହାଯାଇଥିଲା। ବିଶେଷ କରି ଗ୍ରାମାଂଚଳରେ ବିଭିନ୍ନ ଆଂଚଳିକ ସମ୍ବାଦପତ୍ରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ବିପଦର ସମ୍ମୁଖୀନ ହେଉଥିବା ଗତବର୍ଷର ରିପୋର୍ଟରେ କୁହାଯାଇଥିଲା। ଏହାଛଡା, ଭାରତରେ ହିନ୍ଦୁତ୍ୱ ବିଚାରଧାରା ବିରୋଧରେ କହୁଥିବା ବା ଲେଖୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିରୋଧରେ ସୋସିଆଲ ମିଡିଆରେ ଘୃଣିତ ଅଭିଯାନ ନେଇ ରିପୋର୍ଟରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା।

ରିପୋର୍ଟର୍ସ ଓ୍ବିଥ୍ ଆଉଟ ବର୍ଡର୍ସ ସଂସ୍ଥାର ପ୍ରେସ ସ୍ୱାଧୀନତା ସୂଚକାଙ୍କ ରିପୋର୍ଟରେ ପ୍ରତିବର୍ଷ ୧୮୦ଟି ଦେଶର ତାଲିକା ରହିଥାଏ। ବର୍ଷସାରା ଏସବୁ ଦେଶର ପ୍ରେସ ଗତିବିଧି ଉପରେ ଟିକିନିଖି ଅନୁଧ୍ୟାନ କଲା ପରେ ରିପୋର୍ଟ ପ୍ରସ୍ତୁତ କରିଥାଏ ସଂସ୍ଥା। ସଂସ୍ଥାର ୨୦୨୦ ରିପୋର୍ଟରେ ନରୱେ ପ୍ରେସ ସ୍ୱାଧୀନତା ମାମଲାରେ ଲଗାତର ଚତୁର୍ଥ ବର୍ଷ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଉତର କୋରିଆ ସବ ର୍ର୍ନିମ୍ନ ବା ୧୮୦ ତମ ସ୍ଥାନରେ ରହିଛି। ତାଲିକାରେ ଫିନଲାଣ୍ଡ ଦ୍ୱିତୀୟ , ଡେନମାର୍କ ତୃତୀୟ, ସ୍ୱିଡେନ ଚତୁର୍ଥ, ନେଦରଲାଣ୍ଡସ୍ ପଂଚମ, ଜାମାଇକା ଷଷ୍ଠ, କୋଷ୍ଟାରିକା ସପ୍ତମ, ଅଷ୍ଟମରେ ସ୍ୱିଜରଲାଣ୍ଡ, ନବମରେ ନ୍ୟୁଜିଲାଣ୍ଡ, ଦଶମରେ ପର୍ତୁଗାଲ ଓ ଏକାଦଶ ସ୍ଥାନରେ ଜର୍ମାନୀ ରହିଛି। ସଂସ୍ଥାର ସର୍ଭେ ଅନୁସାରେ ଫ୍ରାନ୍ସ ୩୪, ବ୍ରିଟେନ ୩୫ ଓ ଆମେରିକା ୪୫ତମ ସ୍ଥାନରେ ରହିଛି। ଜାପାନର ସ୍ଥାନ ୬୬ ରହିଥିବା ବେଳେ ବ୍ରାଜିଲର ସ୍ଥାନ ହେଲା ୧୦୭।

କୋରୋନା ମହାମାରୀ ଯୋଗୁଁ ସାରାବିଶ୍ୱରେ ଆକ୍ରୋଶର ଶୀକାର ହୋଇଥିବା ଚୀନ ପ୍ରେସ ସ୍ୱାଧୀନାତ ସୂଚକାଙ୍କ ୨୦୨୦ ତାଲିକାର ୧୭୭ତମ ସ୍ଥାନରେ ରହିଛି। ଭାରତ ତାଲିକାର ୧୪୨ତମ ସ୍ଥାନରେ ଥିଲା ବେଳେ ଦକ୍ଷିଣ ଏସିଆର ଅନ୍ୟଦେଶମାନଙ୍କ ମଧ୍ୟରେ ପାକିସ୍ତାନ ୧୪୫ ଓ ବାଂଲାଦେଶ ୧୫୧ ସ୍ଥାନରେ ରହିଛି । ମାଳଦ୍ୱୀପର ପ୍ରଦର୍ଶନ ଦକ୍ଷିଣ ଏସିଆ ଦେଶମାନଙ୍କ ମଧ୍ୟରେ ଉନ୍ନତ ରହିଛି। ମାଳଦ୍ୱୀପ ୭୯ତମ ସ୍ଥାନରେ ଥିଲା ବେଳେ ନେପାଳ ୧୧୨, ଆଫଗାନିସ୍ତାନ ୧୨୨ ଓ ଶ୍ରୀଲଙ୍କା ୧୨୭ ସ୍ଥାନରେ ରହିଛି। ରିପୋର୍ଟର୍ସ ଓ୍ବିଥ୍ ଆଉଟ ବର୍ଡର୍ସ ସଂସ୍ଥାର ରିପୋର୍ଟ ଅନୁସାରେ ଦକ୍ଷିଣ ଏସିଆରେ ପ୍ରେସ ସ୍ୱାଧୀନତା ହାର ନିରାଶାଜନକ।

ରିପୋର୍ଟର୍ସ ଓ୍ବିଥ୍ ଆଉଟ ବର୍ଡର୍ସ ସଂସ୍ଥା ୧୯୮୫ ମସିହାରେ ପ୍ରତିଷ୍ଠା ହୋଇଥିଲା। ରବର୍ଡ ମେନାର୍ଡ ଥିଲେ ସଂସ୍ଥାର ପ୍ରତିଷ୍ଠାତା। ଏହାର ମୁଖ୍ୟ କାର୍ଯ୍ୟାଳୟ ପ୍ୟାରିସରେ ରହିଛି । ଏହାଛଡା ଜେନେଭା, ବ୍ରସେଲସ, ବର୍ଲିନ, ଷ୍ଟକହୋମ୍ , ମାଦ୍ରିଦ, ରୋମ ଓ ଅନ୍ୟାନ୍ୟ ସହରରେ ସଂସ୍ଥାର ଆଂଚଳିକ କାର୍ଯ୍ୟାଳୟ ମଧ୍ୟ ରହିଛି। ସଂସ୍ଥା ବିଶ୍ୱବ୍ୟାପୀ ମିଡିଆ ବିରୋଧରେ ହେଉଥିବା ଆକ୍ରମଣ ଉପରେ ନଜର ରଖିବା ସହ ବିଭିନ୍ନ ଦେଶର ସରକାରଙ୍କ ସହ ମିଶି ପ୍ରେସ ସ୍ୱାଧୀନତା ନିଶ୍ଚିତ କରିବାକୁ କାର୍ଯ୍ୟ କରିଥାଏ।

india
Share. Facebook Twitter LinkedIn Email WhatsApp Copy Link

Related Posts

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026
Latest News

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.