Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଲକଡାଉନକୁ ଆହୁରି ବୃଦ୍ଧି କରାଯାଉ, ପ୍ରଧାନମନ୍ତ୍ରୀଙ୍କ ନିକଟରେ କେଉଁ ମୁଖ୍ୟମନ୍ତ୍ରୀମାନେ କଲେ ଦାବୀ ଜାଣନ୍ତୁ
ଜାତୀୟ ଖବର

ଲକଡାଉନକୁ ଆହୁରି ବୃଦ୍ଧି କରାଯାଉ, ପ୍ରଧାନମନ୍ତ୍ରୀଙ୍କ ନିକଟରେ କେଉଁ ମୁଖ୍ୟମନ୍ତ୍ରୀମାନେ କଲେ ଦାବୀ ଜାଣନ୍ତୁ

May 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Telangana, Maha, Punjab, Bengal among those wanting lockdown extension

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶର କରୋନା ସ୍ଥିତି ବଢିବାରେ ଲାଗିଛି, ଏପରି ପରିସ୍ଥିତିରେ ଲକ ଡାଉନ ହଟାଇବା ପରିବର୍ତ୍ତେ ବୃଦ୍ଧି କରାଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଭିଡିଓ କନଫ୍ରେସିଂ ବେଳେ ଏପରି ଦାବୀ କରିଛନ୍ତି 4ଟି ରାଜ୍ୟର ମୁଖ୍ୟମନ୍ତ୍ରୀ। ସେହି ରାଜ୍ୟଗୁଡିକ ହେଲା ପଶ୍ଚିମ ବଂଗ, ପଂଜାବ, ମହାରାଷ୍ଟ୍ର ଏବଂ ତେଲାଙ୍ଗାନା। ବର୍ତ୍ତମାନ ଲକଡାଉନ ଯୋଗୁଁ କରୋନା ଭାଇରସ ବ୍ୟାପିବାରେ ହ୍ରାସ ଘଟିଛି। ଏହି ଲକଡାଉନ ଠିକ କାମ ଦେଉଥିବାରୁ ଏହାକୁ ଆହୁରି ବୃଦ୍ଧି କରାଯାଉ ବୋଲି ଏହି 4 ମୁଖ୍ୟମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ କୋଭିଡ ମୁକାବିଲା ନେଇ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ, ବର୍ତ୍ତମାନ ତାଙ୍କ ରାଜ୍ୟର ସ୍ଥିତି ବହୁ ଖରାପ। ମୁଖ୍ୟତଃ ଗୋଷ୍ଠୀ ସଂକ୍ରାମଣ ହେବାରେ ଲାଗିଛି। ଯଦି ଲକଡାଉନ ନିର୍ଦ୍ଧାରିତ ସମୟରେ ଉଠାଇ ଦିଆଯାଏ ତେବେ ମହାରାଷ୍ଟ୍ର ସ୍ଥିତି ଗମ୍ଭୀର ହେବ ବୋଲି ଠାକରେ କହିଥିଲେ।

ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପେଟନ ଅମରେନ୍ଦ୍ର ସିଂ ମଧ୍ୟ ସେହି ଲକଡାଉନ ବୃଦ୍ଧିକୁ ସମର୍ଥନ କରିଥିଲେ। ପଂଜାବ ମୁଖ୍ୟମନ୍ତ୍ରୀଙ୍କ କହିବା କଥା ହେଲା ବର୍ତ୍ତମାନ ମହାରାଷ୍ଟ୍ରରୁ ବହୁ ଲୋକ ପଂଜାବ ଫେରିବାରେ ଲାଗିଛନ୍ତି। ସେହିମାନେ ବର୍ତ୍ତମାନ ରାଜ୍ୟରେ ଭାଇରସକୁ ବ୍ୟାପିବାରେ ସାହାର୍ଯ୍ୟ କରୁଛନ୍ତି। ତେଣୁ ଲକଡାଉନକୁ ବୃଦ୍ଧି କରିବା ଯଥାର୍ଥ ବୋଲି ସେ କହିଥିଲେ। ପୂର୍ବରୁ ଅମରେନ୍ଦ୍ର କହିଥିଲେ ଯେ, ମହାରାଷ୍ଟ୍ର ସରକାରଙ୍କ ଭୁଲ ଯୋଗୁଁ ପଂଜାବକୁ ଭୋଗୀବାକୁ ପଡୁଛି।

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଲକଡାଉନକୁ ସମର୍ଥନ କରିବା ସହିତ ରେଳ ଚଳାଚଳକୁ ଗରୁତ୍ବ ଦେଇଥିଲେ। ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ରାଜ୍ୟଗୁଡିକର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ ବୋଲି ଦାବୀ କରିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ମଧ୍ୟ ଅର୍ଥନୈତିକ ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ନୀତି ଆଣନ୍ତୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଆନ୍ଧ୍ର ପ୍ରଦେଶକୁ କୋଭିଡ19 ମୁକାବିଲା କରିବା ପାଇଁ କେନ୍ଦ୍ର 16 ଶହ କୋଟି ଟଙ୍କା ପ୍ରଦାନ କରୁ ବୋଲି ଦାବୀ କହିଥିଲେ।

ବର୍ତ୍ତମାନ ଲକଡାଉନ 3.0  ଆସନ୍ତା ମେ 17 ତାରିଖରେ ଶେଷ ହେଉଛି। ତା ପୂର୍ବରୁ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପଞ୍ଚମ ଆଲୋଚନା।

Top News
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.