Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା କୋଳରେ ଗଂଜାମ : ପଳାତକ ସାଜିଲେ ବୁଦ୍ଧିଜୀବୀ ସଂଗଠନ..!
ବିଶେଷ ଖବର

କରୋନା କୋଳରେ ଗଂଜାମ : ପଳାତକ ସାଜିଲେ ବୁଦ୍ଧିଜୀବୀ ସଂଗଠନ..!

May 13, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ଗଂଜାମ ଜିଲ୍ଲା ନେତୃତ୍ୱରେ ଆଗୁଆ, ବିକାଶରେ ପଛୁଆ ଶୀର୍ଷକରେ ଅନୁଷ୍ଠିତ ହୋଇଛି ଅନେକ ଆଲୋଚନା ଚକ୍ର। ଏଠାକାର ସହରରେ ଶ୍ରେଷ୍ଠ ବ୍ୟକ୍ତିତ୍ୱ ପରିଚୟରେ ଆଗଧାଡ଼ିର କିଛି ନାମ ଯୋଡ଼ି ହୋଇ ଅନେକ ବିକାଶ ମଂଚ ଅନେକ ଫୋରମ୍ ଅନେକ ସଂଗଠନ ରହିଛି। ଯେଉଁମାନେ ରାତିପାହିଲେ ଖବର ପୃଷ୍ଠାରେ ଖବର ପାଇଁ ମନବଳାଇ ନିଜ ଉଦ୍ଦେଶ୍ୟକୁ ଚରିତାର୍ଥ କରି ଧନ୍ୟ ମନେ କରି ଆସୁଥିଲେ, ଆଜି କରୋନା ରୋଗର ମହାମାରୀ ରୂପ ଆଗରେ ଏଇ ସଂଗଠନ ଗୁଡ଼ିକ ଆବଦ୍ଧ କୋଠରୀରେ କେବଳ ସମୟକୁ ସାଥୀରେ ନେଇ ନୀରବ। ବିଡ଼ମ୍ବନା ଗଂଜାମ ପାଇଁ ଚିନ୍ତା କରୁଥିବା ଚିନ୍ତାନଶୀଳ ବ୍ୟକ୍ତିମାନେ ଗଂଜାମରେ ସଂପ୍ରତି ଉପୁଜିଥିବା ଭୟଙ୍କର ପରିସ୍ଥିତି ପାଇଁ ସ୍ୱର ଉଠାଇବାରେ ଦୁର୍ବଳ କାହିଁକି। ନିଜ ନିଜ ସ୍ୱାର୍ଥ, ସମ୍ମାନ, ଉପାଧି ଓ ମାନପତ୍ର ଯୋଗାଡ଼ିବାର ଲାଳସାକୁ ଚରିତାର୍ଥ କରୁଥିବା ବିଭିନ୍ନ ସଂଗଠନ ଓ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ ରୂପେ ପଦାରେ ପଡ଼ୁଛି। ସୁରାଟରୁ ପ୍ରବାସୀ ଓଡ଼ିଆଙ୍କୁ ଆଣି ଯେଉଁ ଭୟଙ୍କର ବିପତ୍ତି ଗଂଜାମବାସୀଙ୍କ ମୁଣ୍ଡ ଉପରେ ଚିନ୍ତାର ପାହାଡ଼ ପରି ଲଦି ଦିଆଯାଇଛି ସେ ସମୟରେ କୌଣସି ବୁଦ୍ଧିଜୀବୀ, ନାଗରିକ, ଶିକ୍ଷାବିତ୍‌, ସଂଗଠକ, ବିଭିନ୍ନ ସମସ୍ୟାର ବିଭିନ୍ନ ଆନ୍ଦୋଳନ କରି ଖବର ଖୋଜୁଥିବା ତଥାକଥିତ ଗୁଣୀମାନେ ତୁନି ପଡ଼ିବା ଦୁର୍ଭାଗ୍ୟଜନକ ନୁହେଁ ଲଜ୍ଜାଜନକ। ଗଂଜାମକୁ ୪୫ ଦିନର ଲକଡ଼ାଉନ୍ ପୂରଣ ପରେ ଗଂଜାମ ପାଇଛି କ’ଣ ଓ ହରାଇଛି କ’ଣ?

ଆଜି ଗଂଜାମ ଜିଲ୍ଲାର ସ୍ଥିତି ଏକ ପ୍ରକାର ସଂଗୀନ ଅବସ୍ଥାକୁ ଟାଣି ହୋଇଯିବାର ଦୃଶ୍ୟ ଜଳଜଳ ହୋଇ ଦିଶୁଛି। ରାଜ୍ୟ ସରକାରଙ୍କ ସବୁଠୁ ଚର୍ଚ୍ଚିତ ଜିଲ୍ଲାରେ କରୋନାକୁ ନେଇ ଆଲୋଚନା ଦେଶରୁ ବିଦେଶରେ। ପ୍ରଶାସନ କଳର ତତ୍ପରତାରୁ ଦେଢ଼ମାସ ଭିତରେ ଏଠାକାର କୌଣସି ଲୋକ ଦେହରେ କରୋନା ଭୂତାଣୁ ସଂକ୍ରମଣ ଲକ୍ଷଣ ପ୍ରକାଶ ପାଇବା କିମ୍ବା ବିନା ଲକ୍ଷଣରେ ରୋଗୀ ଚିହ୍ନଟ ଗତସପ୍ତାହ ପର୍ଯ୍ୟନ୍ତ ହୋଇନଥିଲା। ଆଜି ପ୍ରାୟ ୨୦୦ରୁ ଅଧିକ ରୋଗୀ ଚିହ୍ନଟ କରାଗଲାଣି। ଏହି ସଂଖ୍ୟା ମଧ୍ୟ ହଜାର ଆଡ଼କୁ ଟପିବା ପାଇଁ ଆଉ କିଛି ଦିନର ଅପେକ୍ଷା। ଏହା କେବଳ ପ୍ରବାସୀ ଓଡ଼ିଆଙ୍କ ପାଇଁ। ଏପରି ସମୟରେ କୌଣସି ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା ଶୂନ୍ୟ ବିଚାର ନିଶ୍ଚୟ ଅନୁଶୀଳନୀୟ। ବୁଦ୍ଧିଜୀବୀମାନଙ୍କ ବୁଦ୍ଧି ଖଟିଥାଏ କେବଳ ନିଜର ସ୍ୱାର୍ଥ ଓ ଆତ୍ମ ପ୍ରଜ୍ଞାପନର ପ୍ରଶସ୍ତି ପାଠ ପାଇଁ। ଘଣ୍ଟୁଆମାନେ ଘଣ୍ଟ ଧରୁଥିଲେ ସ୍ୱାସ୍ଥ୍ୟସେବାକୁ ବିପର୍ଯ୍ୟସ୍ତ କରିବା ବିରୁଦ୍ଧରେ। ଘଣ୍ଟ ବାଜୁଥିଲେ ଖବର ପୃଷ୍ଠାରେ ପାଠ ପୋତି ହୋଇଯାଉଥିଲା। ପୁଣି କିଏ ରାତିରେ ମଂଜିପୋତିଲେ ସକାଳେ ଖବର କାଗଜରେ ଗଛ ହୋଇ ମହମହ ବାସୁଥିଲା। ପ୍ରକୃତି ପ୍ରେମୀ ଓ ସବୁଜପ୍ରେମୀର ବାର୍ତ୍ତାଦେଇ। ସଚିବାଳୟରୁ ଆର୍‌ଡ଼ିସି ଅଫିସ ପର୍ଯ୍ୟନ୍ତ ଏଇ ତଥାକଥିତ ଫୋରମ୍‌ଗୁଡ଼ିକ ଏକ ପ୍ରକାର ନିଜ ବିଚାରରେ ନିଜେ ଯେମିତି ବଳୀୟାନ ହୋଇ ଖବର ଗୋଟାଇବାରେ ଥିଲେ ଜଣେ ଜଣେ ଆତ୍ମପ୍ରଶସ୍ତି ପାଠ ପଠନର ଭିନ୍ନ ଏକ ବ୍ୟକ୍ତିତ୍ୱ। ଆଜି କେବଳ ଏମାନଙ୍କ ବିଚାର ଆଣ୍ଡ୍ରଏଡର ତର୍କ ଓ ବିତର୍କ।

କମିଶନର, ଜିଲ୍ଲାପାଳ କାର୍ଯ୍ୟାଳୟରେ ବସି ନିଜ ନିଜ ଲୋକଙ୍କୁ ନେଇ ଜଣଙ୍କ ପାଇଁ ଅଧିକ ଚିନ୍ତା କରିବାର ବାହାନା ଦେଖାଇ ସହରକୁ ସ୍ୱଚ୍ଛ କରିବା ପାଇଁ ଯେଉଁ ଚରିତ୍ର ମାନେ ବ୍ରହ୍ମପୁରରେ ଏକ ପ୍ରକାର ଆଡ୍ଡା ଜମାଇଥିଲେ ସେମାନେ କୋଭିଡ଼୍‌-୧୯ ଯୁଦ୍ଧରେ ନୀରବ କାହିଁକି ? ଗଂଜାମ ଜିଲ୍ଲାରେ ଭୟଙ୍କର ବିପର୍ଯ୍ୟୟ ବିଗତ ଦଶବର୍ଷ ଭିତରେ ଅନେକ ଆସିଛି। ଏଇ ମଧ୍ୟ ଫାଇଲିନ୍‌, ଫନି, ହୁଡ଼୍‌ହୁଡ଼୍ ବାତ୍ୟାକୁ କ’ଣ ମୁକାବିଲା କରିବାରେ ପ୍ରଶାସନ ସିଦ୍ଧହସ୍ତ ଥିଲା ଏହାର ପ୍ରମାଣପତ୍ର ମଧ୍ୟ ଜିଲ୍ଲାକୁ ମିଳିଥିଲା। ଆଜି କିନ୍ତୁ ଜୀବନ ସ୍ୱାସ୍ଥ୍ୟ ସଂକଟକୁ ଡ଼ାକି ଆଣି ଲୋକଙ୍କ ଉପରେ ଲଦି ଦେଲେ ତଥାପି ଜିଲ୍ଲାବାସୀ ନୀରବରେ କ’ଣ ସହ୍ୟ କରିଯିବେ? ଦେଢ଼ମାସ ଆଗରୁ ପ୍ରବାସୀ ଓଡ଼ିଆ ଜିଲ୍ଲାବାସୀଙ୍କୁ ଆଣିଥିଲେ ଟଳି ଯାଇଥାନ୍ତା ଆତଙ୍କର ସଂକଟ। ଶିଳ୍ପ ନାହିଁ କି ପାଣି ନାହିଁ ବୋଲି କେତେ ନେତା ସ୍ୱର ଉଠାଇ କ୍ଷମତାର ଦୁର୍ଗରେ ପ୍ରବେଶ କରିଲେ।

ଏଇ କ୍ଷମତାକେନ୍ଦ୍ର ଗଂଜାମରେ କିଏ ବିରୋଧୀ କିଏ ଶାସନ କଳର ମିତ୍ର ବାରିବା ମଧ୍ୟ ଆଦୌ ସହଜ ନୁହେଁ। ଏମାନେ ଦିନରେ ବସନ୍ତ, ରାତିରେ ବାସନ୍ତୀ ପରି ଜୀବନ୍ତ ଅଭିନୟ କରନ୍ତି। ଆଜି ଯଦି ଗଂଜାମ ଜିଲ୍ଲାବାସୀ କରୋନା ବିପତ୍ତି ମୁହଁକୁ ଠେଲି ହୋଇଯାଏ ବୁଦ୍ଧିଜୀବୀ ସମାଜ ପଳାତକ ନ ସାଜି ଏଇ କୋଭିଡ଼୍ ଯୁଦ୍ଧ ସମୟରେ ଠିକ୍ ଓ ଭୁଲ ବ୍ୟବଧାନକୁ ବୁଝି ସରକାରଙ୍କୁ ଠିକଣା ପରାମର୍ଶ ଦେବାର ଆଜି ଅବସର ଆସିଛି। ପ୍ରଶାସନ କଳର ପାରିବାର ପଣିଆ ଦିନକୁ ଦିନ ଢ଼ିଲା ହେବା ଫଳରେ ଏଠାକୁ ତିନ ତିନୋଟି ଆଇଏଏସ୍ ପଦାଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏଇ ପ୍ରଶାସନ ଚାହିଁଥିଲେ ପ୍ରବାସୀ ଓଡ଼ିଆଙ୍କୁ ବହୁ ଆଗରୁ ଗଂଜାମକୁ ଫେରାଇ ଆଣିବାରେ ସମର୍ଥ ହୋଇ ଜିଲ୍ଲାବାସୀଙ୍କୁ ସୁରକ୍ଷିତ ଆଶ୍ୱାସନା ଦେବାର ସାମର୍ଥ୍ୟ ପ୍ରକାଶ କରିଥାନ୍ତା। ଆଜି ଛତୁଫୁଟିଲା ପରି କରୋନା ରୋଗୀଙ୍କୁ ଅଣ୍ଟିରେ ଧରିଛି ଗଂଜାମ ଜିଲ୍ଲା ପ୍ରଶାସନ। ଅଧିକାଂଶ ରୋଗୀ ଉଦ୍ଧତ। ଟିକିଏ ଗଳାବାଟ ମିଳିଲେ ବୁଣିଦେବେ ବିହନ। ସରିଯିବ ଅନେକ ସଂସାର ବଦଳିଯିବ ଭାଗ୍ୟ। ଆଗକୁ ଆସନ୍ତୁ ସଂଗଠନ, ବୁଦ୍ଧିଜୀବୀ ବିଚାର କରନ୍ତୁ। ଗଂଜାମ ଜିଲ୍ଲାକୁ ବିପଦ ମୁହଁରୁ ଟାଳିବା ପାଇଁ ନିଅନ୍ତୁ ଶପଥ। ଯଦି ସଂଗଠନ ଗୁଡ଼ିକ ପରସ୍ପର ଏକତାର ସୂତ୍ରରେ ବାନ୍ଧି ହୋଇ କୋବିଡ଼ ଯୁଦ୍ଧରେ ଯୋଦ୍ଧା ହୋଇ ଠିଆ ହେବେ ନିଶ୍ଚୟ ଜିଲ୍ଲାର ମହାବିପତ୍ତି ଟଳିବ ଏବଂ କରୋନା ହାରିବ।

corona Ganjam
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତିଦିନ କେବଳ ୧୫ଟି ଜାହାଜକୁ ଅନୁମତି: ହର୍ମୁଜ୍ ପ୍ରଣାଳୀ ଉପରେ କଠୋର ସର୍ତ୍ତ ରଖିଲା ଇରାନ୍

April 9, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ୍: ପଶ୍ଚିମବଙ୍ଗ ପାଇଁ ଛଅଟି ଗ୍ୟାରେଣ୍ଟି ଘୋଷଣା

April 9, 2026

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 9, 2026
Latest News

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲାକୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

April 10, 2026

ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

April 10, 2026

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.