Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆତ୍ମନିର୍ଭରଶୀଳ ଭାରତ ଯୋଜନା : ପ୍ରଥମ ଦିନରେ 5.9 ଲକ୍ଷ କୋଟିର ପ୍ୟାକେଜ୍‌
ବିଶେଷ ଖବର

ଆତ୍ମନିର୍ଭରଶୀଳ ଭାରତ ଯୋଜନା : ପ୍ରଥମ ଦିନରେ 5.9 ଲକ୍ଷ କୋଟିର ପ୍ୟାକେଜ୍‌

May 13, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ 20 ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ୍‌ମିଟ୍‌ କରି 20 ଲକ୍ଷ ପୁଞ୍ଜିନିବେଶ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ଘୋଷିତ ଏହି ଅର୍ଥରାଶି ସମ୍ପର୍କରେ ଆଜି ଘୋଷଣା କରାଯାଇଛି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ସଚିବ ପ୍ରମୁଖ ଏହି ପ୍ରେସ୍‌ ମିଟ୍‌ରେ ଯୋଗ ଦେଇଥିଲେ । ପ୍ରଥମ ଦିନରେ ସମୁଦାୟ 5.9 ଲକ୍ଷ କୋଟିର ପ୍ୟାକେଜ୍‌ ସମ୍ପର୍କରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରଥମ ଦିନରେ ଏମ୍‌ଏସ୍‌ଏମ୍‌ଇ, ଇପିଏଫ୍‌, ଫାଇନାନ୍ସ, ବିଦ୍ୟୁତ୍‌ ଶିଳ୍ପ ଏବଂ ଆୟକରରେ ମିଳିବାକୁ ଥିବା ଫାଇଦା ସମ୍ପର୍କରେ ଘୋଷଣା କରାଯାଇଛି । ଏମଏସ୍‌ଏମ୍‌ଇ ପାଇଁ 3 ଲକ୍ଷ 70 ହଜାର କୋଟିର ଘୋଷଣା କରାଯାଇଥିବା ବେଳେ ଇପିଏଫ୍‌ ଧାରକଙ୍କ ପାଇଁ 50 ହଜାର କୋଟି ଏବଂ ଫାଇନାନ୍ସ ଓ ଏନ୍‌ବିଏଫ୍‌ସି ପାଇଁ 30 ହଜାର କୋଟିର ଅର୍ଥରାଶି ଘୋଷଣା କରାଯାଇଛି । ବିଦ୍ୟୁତ୍‌ ଶିଳ୍ପ ପାଇଁ 90 ହଜାର କୋଟିର ଘୋଷଣା କରାଯାଇଥିବା ବେଳେ ଆୟକରରେ 50 ହଜାର କୋଟିର ରିହାତି ସମ୍ପର୍କରେ ଘୋଷଣା କରାଯାଇଛି ।

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ସୁଧାର ପାଇଁ ସରକାର 6ଟି ପଦକ୍ଷେପ ଗ୍ରହଣ କରାଯାଇଛି । ଅକ୍ଟୋବର 31 ପର୍ଯ୍ୟନ୍ତ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ବିନା କୌଣସି ଗ୍ୟାରେଣ୍ଟୀରେ 3 ଲକ୍ଷ କୋଟିର ଋଣ ପ୍ରଦାନ କରାଯିବ । ଏହି ଯୋଜନା 45 ଲକ୍ଷ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ଲାଭବାନ ହେବ । 100 କୋଟିର ଟର୍ଣ୍ଣ ଓଭରର ଏମ୍‌ଏସ୍‌ଏମ୍‌ଇ କମ୍ପାନୀକୁ ମଧ୍ୟ ଋଣ ପ୍ରଦାନ ବ୍ୟବସ୍ଥାକୁ ସହଜ କରାଯାଇଛି । 4 ବର୍ଷ ପାଇଁ ଏହି ଋଣ ପ୍ରଦାନ କରାଯାଇଥିବା ବେଳେ ଏକ ବର୍ଷ ପର୍ଯ୍ୟନ୍ତ ମୂଳଧନ ଶୁଝିବାକୁ ପଡିବ ନାହିଁ । ଏନ୍‌ପିଏ ଦ୍ବାରା ପ୍ରପୀଡିତ ଏମ୍‌ଏସ୍‌ଏମ୍‌ଇ ନିମନ୍ତେ 20 ହଜାର କୋଟିର ବ୍ୟବସ୍ଥା କରାଯାଇଥିବା ନେଇ ନିର୍ମଳା ସୂଚନା ଦେଇଥିଲେ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ 50 ହଜାର କୋଟିର ଇକ୍ବିଟି ଫଣ୍ଡ ନେଇ ମଧ୍ୟ ଘୋଷଣା କରାଯାଇଛି । ସଫଳ ଏମ୍‌ଏସ୍‌ଏମ୍‌ଇ ଗୁଡିକୁ ସଫଳତମ କରିବାରେ ଏହା ସହାୟକ ହେବ ବୋଲି ସୀତାରମଣ ପ୍ରକାଶ କରିଥିଲେ । ଏହା ସହିତ ସରକାରଙ୍କ ପକ୍ଷରୁ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପର ପରିଭାଷା ବଦଳା ଯାଇଛି । ପୂର୍ବରୁ 25 ଲକ୍ଷରୁ କମ୍‌ ନିବେଶକୁ କ୍ଷୁଦ୍ର ଶିଳ୍ପ ବର୍ଗରେ ରଖାଯାଇଥିବା ବେଳେ ଏହାକୁ 1 କୋଟିକୁ ବୃଦ୍ଧି କରାଯାଇଛି । 200 କୋଟିରୁ କମ୍‌ର ସରକାରୀ ଟେଣ୍ଡରକୁ ଗ୍ଲୋବାଲ୍‌ ଟେଣ୍ଡର କରାଯିବ ନାହିଁ । କେବଳ ଭାରତୀୟ ଏମ୍‌ଏସ୍‌ଏମ୍‌ଇ ଏହି ଟେଣ୍ଡରରେ ଅଂଶଗ୍ରହଣ କରିବେ । ସେହିପରି କୋଭିଡ୍‌-19 ସମୟରେ ଦେଖାଯାଇଥିବା ସଙ୍କଟ କାରଣରୁ ଏମ୍‌ଏସ୍‌ଏମ୍‌ଇ ଶିଳ୍ପକୁ ଅନ୍‌ଲାଇନ୍‌ କରାଯିବ । ସେହିପରି ଏହି ଶିଳ୍ପରେ ବକେୟା ରହିଥିବା ସରକାରୀ ରାଶି ଆସନ୍ତା 45 ଦିନ ମଧ୍ୟରେ ପ୍ରଦାନ କରାଯିବ ।

ଲକ୍‌ଡାଉନ୍‌ କାରଣରୁ ଦେଶରେ ସମସ୍ତଙ୍କ ବେତନ ଉପରେ ଏହାର ପ୍ରଭାବ ପଡିବାକୁ ଯାଇଛି । ଏଥିପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ କମ୍ପାନୀକୁ 12 ପ୍ରତିଶତ ଇପିଏଫ୍‌ ରାଶି ପ୍ରଦାନ କରାଯାଉଥିବା ବେଳେ ସରକାର ଏହାକୁ 10 ପ୍ରତିଶତକୁ ହ୍ରାସ କରିଛନ୍ତି । ବଳକା ରାଶି ସରକାର ପ୍ରଦାନ କରିବେ । ଏହି ଯୋଜନାରେ ସରକାର 6750 କୋଟିର ସହାୟତା ଘୋଷଣା କରାଯାଇଛି ଏବଂ ଏହା ଦ୍ବାରା କର୍ମଚାରୀଙ୍କ ହାତକୁ ଅଧିକ ଦରମା ଆସିବ । 15 ହଜାରରୁ କମ୍‌ ବେତନ ପାଉଥିବା କର୍ମଚାରୀଙ୍କୁ ସରକାର ଏହି ଯୋଜନାରେ ସାମିଲ କରିଥିବା ବେଳେ ପିଏସ୍‌ୟୁ ଗୁଡିକୁ ଏଥିରୁ ବାଦ ଦିଆଯାଇଛି । 72 ଲକ୍ଷ କର୍ମଚାରୀ ଏହାଦ୍ବାରା ଲାଭବାନ ହେବ । ଏନ୍‌ବିଏଫ୍‌ସି, ହାଉସିଂ ଏବଂ ଫାଇନାନ୍ସ କ୍ଷେତ୍ର ପାଇଁ 30 ହଜାର କୋଟିର ଋଣ ଘୋଷଣା କରାଯାଇଛି ।

ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍‌ ସେବାକୁ ନିଃଶୁଳ୍କ କରାଯାଇଥିବା ବେଳେ ଏହାର ପ୍ରଭାବ ବିଦ୍ୟୁତ ବିତରଣ କମ୍ପାନୀ ଉପରେ ପଡିବାକୁ ଯାଉଛି । ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ 90 ହଜାର କୋଟିର ନିବେଶର ବ୍ୟବସ୍ଥା କରାଯାଇଛି । ସେହିପରି ଦେଶ ବ୍ୟାପୀ ସମସ୍ତ ଠିକାଦାରଙ୍କୁ ରିହାତି ପ୍ରଦାନ କରାଯାଇଛି । ପ୍ରାୟ 6 ମାସ ପର୍ଯ୍ୟନ୍ତ ବିଭିନ୍ନ ଠିକାଦାରଙ୍କୁ ରିହାତି ପ୍ରଦାନ କରାଯିବ । ଏହା ସହିତ ଠିକାଦାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଗ୍ୟାରେଣ୍ଟୀ ଅର୍ଥକୁ ଆଂଶିକ ଭାବରେ ଫେରସ୍ତ କରାଯିବ ଯାହାଦ୍ବାରା ଠିକାଦାରଙ୍କ ନିକଟରେ ଆବଶ୍ୟକୀୟ ଅର୍ଥ ରହିବ । ସେହିପରି କୋଭିଡ୍‌-19 ପ୍ରଭାବରେ ରିଅଲ୍‌ ଇଷ୍ଟେଟ୍‌ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ସମସ୍ତ ପଞ୍ଜୀକରଣକୁ 6 ମାସ ପର୍ଯ୍ୟନ୍ତ ଘୁଞ୍ଚାଇବା ନିମନ୍ତେ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆୟକରରେ ସାଧାରଣ ଲୋକଙ୍କୁ 25 ପ୍ରତିଶତର ରିହାତି ପ୍ରଦାନ କରାଯାଇଛି । ବେତନଧାରୀ ଏବଂ ଅଣବେତନଧାରୀ ଏଥିରୁ ଲାଭବାନ ହୋଇପାରିବେ । ଏହାଦ୍ବାରା ସାଧାରଣ ଜନତାଙ୍କୁ 50 ହଜାର କୋଟିର ଲାଭ ମିଳିବ ବୋଲି କୁହାଯାଇଛି । ସେହିପରି ଆୟକର ଦାଖଲର ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ଏହାକୁ ସେପ୍ଟେମ୍ବର 13 ରଖାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ନଭେମ୍ବର 31କୁ ଘୁଞ୍ଚାଇ ଦିଆଯାଇଛି ।

anuragthakur EPF MSME nirmalasitharaman tds
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026
Latest News

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.