Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆମ୍ଫାନର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ : ମୁଖ୍ୟ ଶାସନ ସଚିବ
ବିଶେଷ ଖବର

ଆମ୍ଫାନର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ : ମୁଖ୍ୟ ଶାସନ ସଚିବ

May 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଅମ୍ଫାନ୍‌ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ଏବଂ ଏସ୍‌ଆରସି ପ୍ରଦୀପ୍‌ ଜେନାଙ୍କ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରାଯାଇ ଏହି ସୂଚନା ଦିଆଯାଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ନିରନ୍ତର ଯୋଗାଯୋଗ ଜାରି ରହିଛି । ଏହା ସହିତ 4 ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ 4 ଜିଲ୍ଲାର ଦାୟିତ୍ବ ପ୍ରଦାନ କରାଯାଇଛି । ବାଲେଶ୍ବର ଜିଲ୍ଲା ପାଇଁ ମଧୁସୂଦନ ପାଢୀ, ଭଦ୍ରକ ପାଇଁ ସୁଶୀଲ ଲୋହାନି, କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା ଏବଂ ଜଗତସିଂହପୁର ପାଇଁ ଶାଶ୍ବତ ମିଶ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି 4 ପ୍ରଶାସନିକ ଅଧିକାରୀ ଉକ୍ତ ଜିଲ୍ଲା ମାନଙ୍କରେ ପୂର୍ବରୁ କାର୍ଯ୍ୟ କରିଛନ୍ତି । ଏହା ସହିତ ରାଜ୍ୟ ସରକାର ବାତ୍ୟାକୁ ନେଇ ସରକାର ନିଜର ପୂର୍ବ ଅଭିଜ୍ଞତାର ବିନିଯୋଗ କରିବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଯଦି ବିଦ୍ୟୁତ ସରବରାହ ବିଛିନ୍ନ ହୁଏ ଏହାକୁ ତୁରନ୍ତ ପୁନର୍ବ୍ୟବସ୍ଥିତ କରିବାର ପ୍ରୟାସ କରାଯିବ ।

12ଟି ଜିଲ୍ଲାକୁ ସମୁଦାୟ 13ଟି ଏନ୍‌ଡିଆରଏଫ୍‌ ଟିମ୍‌, 15ଟି ଓଡ୍ରାଫ୍‌ ଟିମ୍‌ ଏବଂ 217ଟି ଅଗ୍ନିଶମ ବିଭାଗ ଟିମ୍‌ ପଠାଯାଇଛି । ଏହି 217ଟି ଟିମ୍‌ 509ଟି ସବ୍‌ଟିମ୍‌ ହୋଇ କାମ କରିପାରିବେ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନର ମତ ଦେଇଛନ୍ତି । ସେହିପରି ଏନ୍‌ଡିଆରଏଫ୍‌ର 6ଟି ଟିମ୍‌, 5ଟି ଓଡ୍ରାଫ୍‌ ଟିମ୍‌ ଏବଂ 17ଟି ଅଗ୍ନିଶମ ବିଭାଗ ଟିମ୍‌ ରିଜର୍ଭ ଭାବରେ ରଖାଯାଇଛି । ଆସନ୍ତା କାଲି ଏହାକୁ ନେଇ ଜିଲ୍ଲାପାଳଙ୍କ ସହିତ ଆଉ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରଣ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା କାଲି ସୁଦ୍ଧା ଏହାକୁ ସମାପ୍ତ କରିବାର ଯୋଜନା ରଖାଯାଇଛି । ବର୍ତ୍ତମାନ 598ଟି ବାତ୍ୟା ଆଶ୍ରୟସ୍ଥଳ ରହିଛି । ସମସ୍ତ ଟ୍ୟାଙ୍କର ଗୁଡିକୁ ପାଣିରେ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି । ରାଜ୍ୟରେ ଉପଲବ୍ଧ ରହିଥିବା ସମସ୍ତ ହୋର୍ଡିଂ ଗୁଡିକୁ ହଟାଯିବାର ପ୍ରୟାସ କରାଯାଉଥିବା ନେଇ ଏସ୍‌ଆରସି ସୂଚନା ଦେଇଛନ୍ତି । ସମୁଦ୍ର ମଧ୍ୟକୁ ଯାଇଥିବା 4 ହଜାର ବୋଟ୍‌ ବର୍ତ୍ତମାନ ସୁଦ୍ଧା ଫେରି ଆସିଥିବା ଜଣାପଡିଛି ।

amphan asittripathy SRC
Share. Facebook Twitter LinkedIn Email WhatsApp Copy Link

Related Posts

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026
Latest News

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.