Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆକାଶମାର୍ଗରୁ ବାତ୍ୟା ପ୍ରପୀଡିତ ଅଞ୍ଚଳ ଦେଖିଲେ ମୁଖ୍ୟମନ୍ତ୍ରୀ: ତିନି ଦିନ ମଧ୍ୟରେ ଫସଲ କ୍ଷୟକ୍ଷତି ରିପୋର୍ଟ
ବିଶେଷ ଖବର

ଆକାଶମାର୍ଗରୁ ବାତ୍ୟା ପ୍ରପୀଡିତ ଅଞ୍ଚଳ ଦେଖିଲେ ମୁଖ୍ୟମନ୍ତ୍ରୀ: ତିନି ଦିନ ମଧ୍ୟରେ ଫସଲ କ୍ଷୟକ୍ଷତି ରିପୋର୍ଟ

May 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି। ସାମୁଦ୍ରିକ ବାତ୍ୟା ଆମ୍ପାନ ପ୍ରଭାବରେ ଉତ୍ତର ଓଡିଶାର 4 ଜିଲ୍ଲା ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳ ପରିଦର୍ଶନ କରିବା ସହିତ ଆକାଶ ମାର୍ଗରୁ ସର୍ବେକ୍ଷଣ କରିଛନ୍ତି। ଏପରି ଘଡିସନ୍ଧି ମୂହୂର୍ତ୍ତରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ପ୍ରତି ସହାୟତାର ହାତ ବଢାଇବା ସହିତ ମୁଖ୍ୟ ଶାସନ ସଚିବଙ୍କୁ ମମତାଙ୍କ ସହିତ ନିରନ୍ତର ସମ୍ପର୍କରେ ରହିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି। ଏହା ସହିତ ମମତାଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରଭାବିତ ଜିଲ୍ଲାକୁ ଆକାଶ ମାର୍ଗରେ ଗସ୍ତ କରିବା ସହିତ ଦୁଃଖ ପ୍ରକାଶ କରିଛନ୍ତି। ବିଭିନ୍ନ କ୍ଷତିଗ୍ରସ୍ତ ସଡକ ପଥ ଏବଂ ବିଦ୍ୟୁତ୍‌ ଖୁଣ୍ଟ ଗୁଡିକର ନିର୍ମାଣ ତ୍ବରିତ ଭାବରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେସୁ ଅଧୀନରେ ରହିଥିବା ବିଦ୍ୟୁତ୍‌ ଗ୍ରୀଡ୍‌ ଗୁଡିକରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏବଂ ନେସ୍କୋ ଅଧୀନରେ ରହିଥିବା ବିଦ୍ୟୁତ୍‌ ଗ୍ରୀଡ୍‌ ଗୁଡିକରେ 72 ଘଣ୍ଟା ମଧ୍ୟରେ ବିଦ୍ୟୁତ୍‌ ସେବା ପୁନର୍ସ୍ଥାପିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଫସଲ କ୍ଷୟକ୍ଷତିର ରିପୋର୍ଟ ତିନିଦିନ ମଧ୍ୟରେ ଏବଂ ଏକ ସପ୍ତାହ ମଧ୍ୟରେ ଘରଭଙ୍ଗା ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆମ୍ପାନ ପ୍ରଭାବରେ ରାଜ୍ୟର 89ଟି ବ୍ଲକ୍‌ର 44 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ampan naveenpattnaik
Share. Facebook Twitter LinkedIn Email WhatsApp Copy Link

Related Posts

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026
Latest News

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଆମେରିକୀୟ ଏଫ-୩୫ ଲଢ଼ୁଆ ବିମାନକୁ ଖସାଇଲା ଇରାନ: ପାଇଲଟ୍‌ ଅଟକ

April 3, 2026

ରାଜ୍ୟସଭା ନିର୍ବାଚନ ପାଇଁ ବଢିବ ସମସ୍ୟା!: ହ୍ରାସ ପାଉଛି ମଧ୍ୟପ୍ରଦେଶରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା

April 3, 2026

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.