Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗୋଟିଏ ଦେଶ, ଗୋଟିଏ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା ସହିତ ସିକ୍କିମ ଏବଂ ମିଜୋରାମ
ଜାତୀୟ ଖବର

ଗୋଟିଏ ଦେଶ, ଗୋଟିଏ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା ସହିତ ସିକ୍କିମ ଏବଂ ମିଜୋରାମ

June 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Three more States included in One Nation One Card scheme

ନୂଆଦିଲ୍ଲୀ, ଆଜିଠାରୁ ଓଡ଼ିଶା, ସିକ୍କିମ ଓ ମିଜୋରାମ, ସମନ୍ୱିତ ସାଧାରଣ ବଣ୍ଟନ ବ୍ୟବସ୍ଥା (IM-PDS) ଯୋଜନାରେ ସାମିଲ ହେଲା। ଏହି ଘୋଷଣା କରିଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାସୱାନ କହିଛନ୍ତି ।  ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଜରିଆରେ ପଡିକାର୍ଡ ଧାରକ ମାନେ ଦେଶର ଯେ କୌଣସି ସ୍ଥାନରୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରାସନ ସାମଗ୍ରୀ ପାଇପାରିବେ।

ତେବେ ସେମାନଙ୍କ ରାସନ କାର୍ଡକୁ ଆଧାର କାର୍ଡରେ ଇପିଓଏସ ଦ୍ୱାରା ସଂଯୋଗ କରିବାକୁ ହେବ। ଏ ପର୍ଯ୍ୟନ୍ତ ଏହି ସୁବିଧା 17ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଯଥା – ଆନ୍ଧ୍ରପ୍ରଦେଶ, ବିହାର, ଦାଦ୍ରା ଓ ନଗର ହାବେଳୀ, ଡାମନଡିଉ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ, ତେଲଙ୍ଗାନା, ତ୍ରିପୁରା ଏବଂ ଉତ୍ତର ପ୍ରଦେଶରେ ମିଳୁଥିଲା।

ଏହା ବ୍ୟତୀତ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଦ୍ୱାରା ଏହି ସୁବିଧା ଅନ୍ୟ ରାଜ୍ୟଗୁଡିକୁ ମଧ୍ୟ ସଂପ୍ରସାରିତ କରାଯାଉଛି । ଏହି ପରିପ୍ରେକ୍ଷୀରେ 3ଟି ନୂଆ ରାଜ୍ୟ ଏଥିରେ ସାମିଲ ହେବେ। ଏଥିପାଇଁ ଇପିଓଏସ ସଫ୍ଟୱେୟାରକୁ ଉନ୍ନିତ କରାଯିବା ସହ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ କେନ୍ଦ୍ରୀୟ ଏନଆଇସି ଟିମ ଜରିଆରେ କରାଯାଉଛି।

ଏହି ଔପଚାରିକତା ପୂରଣ ପରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନା ବଣ୍ଟନ ବ୍ୟବସ୍ଥା ଜୁନ ମାସଠାରୁ ଆରମ୍ଭ ହୋଇପାରିବ । ଅଗଷ୍ଟ 2020 ସୁଦ୍ଧା ଆଉ ତିନିଟି ରାଜ୍ୟ ଯଥା – ଉତ୍ତରାଖଣ୍ଡ, ନାଗାଲାଣ୍ଡ  ଏବଂ ମଣିପୁର ମଧ୍ୟ ଏହି ଜାତୀୟ କ୍ଲଷ୍ଟରରେ ସାମିଲ ହୋଇଯିବେ । ବିଭାଗ ପକ୍ଷରୁ ବାକି ଅବଶିଷ୍ଟ 13 ରାଜ୍ୟ ଯଥା – ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ଦିଲ୍ଲୀ, ଜମ୍ମ କାଶ୍ମୀର, ଲଦାଖ, ଚଣ୍ଡିଗଡ, ପୁଡୁଚେରି, ତାମିଲନାଡୁ, ଛତିଶଗଡ, ଆଣ୍ଡାମାନ-ନିକୋବର ଓ ଲାକ୍ଷାଦ୍ୱୀପ ଏହି ଜାତୀୟ କ୍ଲଷ୍ଟରରେ ସାମିଲ ହେବା ପାଇଁ ସମସ୍ତ ପ୍ରଚେଷ୍ଟା ଚାଲିଛି ।

ଆସନ୍ତା ବର୍ଷ ମାର୍ଚ୍ଚ 31 ତାରିଖ ସୁଦ୍ଧା ସବୁ ରାଜ୍ୟ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନାରେ ସାମିଲ ହେବା ପରେ ଏହା ଜାତୀୟ ସ୍ତରରେ କାର୍ଯ୍ୟକାରୀ ହେବ ।

ମନ୍ତ୍ରୀ ପାସୱାନ କହିଛନ୍ତି ଯେ, କେନ୍ଦ୍ରୀୟ ବୈଷୟିକ ଦଳ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭାଗୀୟ ଅଧିକାରୀ ଓ ବୈଷୟିକ ଗୋଷ୍ଠୀଙ୍କୁ ଏ ସଂକ୍ରାନ୍ତରେ ଭିଡିଓ କନଫରେନ୍ସିଂ ଜରିଆରେ ତାଲିମ ପ୍ରଦାନ କରୁଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଯେଉଁ ରାସନ କାର୍ଡ ଛ ମାସ ଧରି ଆଧାର ସଂଯୋଗ ହୋଇଥିବ ତାହା ଏହି ଯୋଜନାରେ ସାମିଲ ହୋଇପାରିବ। ଏହା ବ୍ୟତୀତ କେନ୍ଦ୍ରୀୟ ଏନଆଇସି ଟିମ ମଧ୍ୟ ୱାନ ନେସନ, ୱାନ କାର୍ଡ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ରାଜ୍ୟ ଗୁଡିକୁ ନିରବଚ୍ଛିନ୍ନ ଭାବେ ସହାୟତା କରି ଆସୁଛନ୍ତି ।

ଜୁନ ମାସ ଶେଷ ସୁଦ୍ଧା ଯୋଜନାରେ ସାମିଲ ସମସ୍ତ ରାଜ୍ୟ ଜାତୀୟ ଓ ଆନ୍ତଃରାଜ୍ୟ ଦେଣନେଣ ବ୍ୟବସ୍ଥା ଆରମ୍ଭ କରିବାକୁ ଶ୍ରୀ ପାସୱାନ ନିବେଦନ କରିଛନ୍ତି । ଏହା ଫଳରେ ହିତାଧିକାରୀମାନେ ଯେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ଥାଆନ୍ତୁ ନା କାହିଁକି ସେଠାରୁ ନିଜର ରାସନ ସାମଗ୍ରୀ ଉଠାଇପାରିବେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀ ଓ ସୁଲଭ ଦର ଦୋକାନୀମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ଉପରେ ମଧ୍ୟ ପାସୱାନ ଗୁରୁତ୍ୱାରୋପ କରିଛନ୍ତି ।

One Nation One Card scheme
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତକୁ ଲାଇଭ୍‌ କାର୍ଯ୍ୟକ୍ରମର କେନ୍ଦ୍ର ସ୍ଥଳୀରେ ପରିଣତ କରିବା ଲାଗି ରୂପରେଖର ସମୀକ୍ଷା

May 2, 2026

ଭୂମି ସୀମା ମାର୍ଗରେ ଇରାନରୁ ୨,୪୯୦ ଭାରତୀୟଙ୍କୁ ଯାତ୍ରା ସୁବିଧା ଦେଲା ଭାରତୀୟ ଦୂତାବାସ

May 2, 2026

ଶ୍ରମିକଙ୍କୁ ବଡ ଉପହାର : ୧୫ ଲକ୍ଷ ଶ୍ରମିକଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା

May 1, 2026

ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ଦୈନିକ ୧୦୦ ଉଡ଼ାଣ ହ୍ରାସ ହେବ

May 1, 2026
Latest News

କାର୍ ଏବଂ ଟ୍ରକ୍ ଉପରେ 25% ଟାରିଫ ଲାଗୁ କଲେ ଟ୍ରମ୍ପ

May 2, 2026

ଆଜି ମାଟ୍ରିକ ପରୀକ୍ଷା ଫଳ: ପ୍ରଥମ ଥର ପାଇଁ ଇଂରାଜୀ ସହ ଓଡ଼ିଆ ଭାଷାରେ ମିଳିବ ସାର୍ଟିଫିକେଟ୍

May 2, 2026

କଣ ପିତାଙ୍କ ସମ୍ପତ୍ତି ଉପରେ ପୁଅର ସଂପୂର୍ଣ୍ଣ ଅଧିକାର ଅଛି ? ଜାଣନ୍ତୁ ଆଇନ କଣ କହେ

May 2, 2026

ଭାରତକୁ ଲାଇଭ୍‌ କାର୍ଯ୍ୟକ୍ରମର କେନ୍ଦ୍ର ସ୍ଥଳୀରେ ପରିଣତ କରିବା ଲାଗି ରୂପରେଖର ସମୀକ୍ଷା

May 2, 2026

ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ବଡ ଖବର, ପୁରୁଣା ଏବଂ ବନ୍ଦ ଆକାଉଣ୍ଟ ସକ୍ରିୟ ହେବ !

May 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.