Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିରେ ମିଶିବେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ବିଜେପି ନେତାଙ୍କ ସହିତ ଆଲୋଚନା ପାଇଁ ନୂଆଦିଲ୍ଲୀରେ ପକାଇଲେ ଡେରା।
ବିଶେଷ ଖବର

ବିଜେପିରେ ମିଶିବେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ବିଜେପି ନେତାଙ୍କ ସହିତ ଆଲୋଚନା ପାଇଁ ନୂଆଦିଲ୍ଲୀରେ ପକାଇଲେ ଡେରା।

March 9, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବର୍ତ୍ତମାନ ନୂଆଦିଲ୍ଲୀରେ ଅଛନ୍ତି। ତିନିଦିନ ଧରି ସେ ଦିଲ୍ଲୀରେ ଡେରାପକାଇଛନ୍ତି। ନୂଆଦିଲ୍ଲୀ ସୁତ୍ରରୁ ଜଣାପଡିଛି ଯେ, ଦାମ ରାଉତ କୁଆଡେ ବିଜେପିରେ ମିଶିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏଥିମଧ୍ୟରେ ସେ ବିଭିନ୍ନ ନେତାଙ୍କ ସହିତ ଆଲୋଚନା ମଧ୍ୟ କରିଥିବାର ଜଣାପଡିଛି। ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂ ସହିତ ମଧ୍ୟ ଦାମ ଦୀର୍ଘ ସମୟ ଧରି ସାକ୍ଷାତ କରିଛନ୍ତି। ତାଙ୍କ ପାଇଁ କନକ ବର୍ଦ୍ଦନ ସିଂଦେଓ ମଧ୍ୟ ଦିଲ୍ଲୀରେ ଲବି କରୁଛନ୍ତି ବୋଲି ଜଣାପଡିଛି। ଯାହା ଜଣାପଡୁଛି ଯଦି ବିଜେପି ରାଷ୍ଟ୍ରୀୟ ନେତାମାନେ ରାଜି ହୁଅନ୍ତ ତେବେ ଦୁଇ ଦିନ ମଧ୍ୟରେ ଦାମ  ବିଜେପିରେ ମିଶିବେ। ଅନ୍ୟ ଏକ ସୁତ୍ର ଅନୁସାରେ ଜଣାପଡିଛି ଯେ, ଯଦି ବିଜେପିରେ ମିଶିବା ସମ୍ଭବ ହୋଇପାରିବ ନାହିଁ ତେବେ ସେ ବିଜେପି ସମର୍ଥନରେ ବିଜେଡି କିପରି ହାରିବ ତାହାର ରଣନୀତି ତିଆରି କରିବେ। ବହୁ ବର୍ଷ ଧରି ଦାମ ରାଉତ ବିଜେଡିର ଜଣେ ତୁଙ୍ଗ ନେତା ହିସାବରେ ପରିଗଣିତ ଥିଲେ। ସେ ବିଜେଡି ସରକାରରେ ବିଭିନ୍ନ ପଦପଦବୀରେ ମଧ୍ୟ ରହିଛନ୍ତି। ମୁଖ୍ୟତଃ ତାଙ୍କର ତୁଣ୍ଡ ପାଇଁ ମନ୍ତ୍ରୀ ପଦ, ଶେଷରେ ବିଜେଡିର ସଭ୍ୟପଦ ମଧ୍ୟ ଚାଲିଗଲା।  ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ଏକ ମହାମେଣ୍ଟ କରି ବିଜେଡିକୁ ଟକ୍କର ଦେବେ ବୋଲି ଚେଷ୍ଟା କରିଥିଲେ। ହେଲେ ସେହି ମେଣ୍ଟରେ କେହି ଟାଣୁଆ ନେତା ଯୋଗ ନ ଦେବା ପରେ ତାହା ଫସର ଫାଟିଯାଇଥିଲା। ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଯେ କୌଣସି ଉପାୟରେ ଗୋଟିଏ ଭଲ ଦଳକୁ ଯିବା ଚେଷ୍ଟାରେ ଅଛନ୍ତି ଦାମ।

ଖବର ଅନୁସାରେ ଦାମଙ୍କୁ ବିଜେପିରେ ମିଶାଇବା ପାଇଁ ଦଳର କେତେକ ତୁଙ୍ଗ ନେତା ବିରୋଧ କରୁଛନ୍ତି। ବିଜେଡିରେ ଥିବା ବେଳେ ଦାମ ବିଭିନ୍ନ ସମୟରେ ବିଜେପିକୁ ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯେପରି କଟାକ୍ଷ କରିଥିଲେ ତାହା ବର୍ତ୍ତମାନ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରୁଛି। ଏସବୁ ଜାଣିବା ପରେ ମଧ୍ୟ ଦାମ ବିଜେପିରେ ମିଶିବା ପାଇଁ ଚେଷ୍ଠା ଚଳାଇଛନ୍ତି। ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ମନାଇବା ପାଇଁ ଦାମ କେତେକ ବିଜେପି ନେତାଙ୍କୁ ଲଗାଇଦେଇଛନ୍ତି। ଦାମ ଦେଖିଲେ ବର୍ତ୍ତମାନ ରାଜନୈତିକ ପରିସ୍ଥିତିରେ ବିଜେଡିକୁ ଛାଡିଦେଲେ ବିଜେପି ଦ୍ବିତୀୟ ସ୍ଥିତିରେ ରହିବ। ଏପରି କ୍ଷେତ୍ରରେ କଂଗ୍ରେସକୁ ଯିବା ଅପେକ୍ଷା ବିଜେପି ଯିବା ସବୁଠୁ ଭଲ ହେବ ବୋଲି ସେ ଚିନ୍ତା କରି ଏହି ପଦକ୍ଷେପ ନେଉଛନ୍ତି। ପୂର୍ବରୁ ଏହି ଦୁଇ ଦଳରୁ ଦୂରେଇ ରହି ସେ ଏକ ତୃତୀୟ ସାମ୍ମୁଖ୍ୟ ଗଠନ କରିଥିଲେ। ସେଥିରେ ସେ ଆଶା କରିଥଲେ ଯେ ତାଙ୍କ ଦଳରେ ବଡବଡ ନେତା ଯୋଗଦେବେ। ଏଥିପାଇଁ ଦାମ ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ, ବିଜୟ ମହାପାତ୍ର ଏବଂ ବିଜେଡିର କେତେକ ବିଧାୟକ ଏବଂ ସାଂସଦଙ୍କ ସହିତ ମଧ୍ୟ କଥା ହୋଇଥିଲେ। ହେଲେ ପରବର୍ତ୍ତି ପରିସ୍ଥିତିରେ ଏମାନେ କେହି ତାଙ୍କୁ ସାଥ ଦେଲେ ନାହିଁ। ଏପରିକି ତାଙ୍କ ସାଥିରେ ଥିବା ପୂର୍ବତ୍ତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ମଧ୍ୟ ସାଥ୍ ଦେଲେ ନାହିଁ। ବିଜେଡି ନେତା ନ ହେଲେ ମଧ୍ୟ ଅନ୍ତତଃ ପକ୍ଷେ ବିଜୟ, ଦିଲ୍ଲୀପ ଏବଂ ଜୟ ପଣ୍ଡା ତାଙ୍କ ତୃତୀୟ ସାମ୍ମୁଖ୍ୟରେ ଯୋଗ ଦେଇଥିଲେ ସେ କାମ ଚଳାଇ ଦେଇଥାନ୍ତେ। ହେଲେ ସେମାନେ ମଧ୍ୟ ଦାମଙ୍କ ମୁହଁକୁ ଅନାଇଲେ ନାହିଁ। ଫଳରେ ସ୍ଥିତି ନ ଥିବା କେତେକ ନେତାଙ୍କୁ ନେଇ ବିଜେଡିକୁ ମୁକାବିଲା କରିବା ସମ୍ଭବପର ନୁହେଁ ବୋଲି ଦାମ ଅନୁଭବ କରିସାରିଥିଲେ। ସେଥିପାଇଁ ଦାମ ଅନ୍ୟ ଉପାୟ ନ ପାଇ ବର୍ତ୍ତମାନ ବିଜେପି ଶିବିରର ଶରଣ ପଶିଛନ୍ତି। ସବୁ ଦିନ ପାଇଁ ବିଜେପିରେ ନ ରହିଲେ ମଧ୍ୟ ଅନ୍ତତଃ ପକ୍ଷେ ବିଜେଡିକୁ ଟକ୍କର ଦେବା ପାଇଁ ଏହି ନିର୍ବାଚନଟି ଭଲରେ ଭଲରେ ପାର ହୋଇଯିବ ବୋଲି ଦାମ ଚିନ୍ତା କରିଛନ୍ତି।

BJD BJP dama raut
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟର୍ଥ ଗଲା ରୋହିତ ଶର୍ମାଙ୍କ ଶତକୀୟ ପାଳି: ଲର୍ଡସରେ ବିଜୟ ସହିତ ସିରିଜ ଜିତିଲା ଇଂଲଣ୍ଡ

July 20, 2026

ପରିସୀମନ ବିଲ୍‌କୁ ସମର୍ଥନ କରିବ କି ଡିଏମକେ?: ଜାଣନ୍ତୁ ସର୍ବଦଳୀୟ ବୈଠକର ଭିତର କାହାଣୀ

July 19, 2026

ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ ଉପରେ ଚାଲିଲା ବୁଲଡୋଜର: ବିଜେପି କହିଲା…

July 19, 2026

ରାମ ମନ୍ଦିର ଦାନ ଚୋରି ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି କଲେ କଂଗ୍ରେସ ନେତା

July 19, 2026
Latest News

ବ୍ୟର୍ଥ ଗଲା ରୋହିତ ଶର୍ମାଙ୍କ ଶତକୀୟ ପାଳି: ଲର୍ଡସରେ ବିଜୟ ସହିତ ସିରିଜ ଜିତିଲା ଇଂଲଣ୍ଡ

July 20, 2026

ଗୁହାରି କାର୍ଯ୍ୟକ୍ରମର ଦ୍ବିତୀୟ ସଂଧ୍ୟା, ମନମୋହିଲା ଜଗନ୍ନାଥ ସଂଗୀତ ସହିତ ଚିତ୍ରକଳା ପ୍ରଦର୍ଶନୀ

July 19, 2026

ବଡ଼ମାଳରେ ଡିଗ୍ରୀ କଲେଜ ସ୍ଥାପନ ପାଇଁ ସାଧାରଣ ସଭା

July 19, 2026

କାର ସହ ୧୮୬ କେଜି ଗଂଜେଇ ଜବତ: ମାଫିଆ ଫେରାର

July 19, 2026

ଗୁଡୁପାଙ୍ଗି ଗ୍ରାମରେ ଅଚଳ ଜଳ ଯୋଗାଣ ପ୍ରକଳ୍ପ: ନଳକୂପ ଭରସାରେ ଗ୍ରାମବାସୀ

July 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.