Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ : କରୋନା ଲଢେଇରେ ଜୁନ୍‌ ମାସ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ
ବିଶେଷ ଖବର

ରାଜ୍ୟବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ : କରୋନା ଲଢେଇରେ ଜୁନ୍‌ ମାସ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ

June 4, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟବାସୀଙ୍କୁ ଆଜି ପୁଣିଥରେ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କରୋନାରୁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । କରୋନା ବିରୋଧରେ ଜାରି ରହିଥିବା ଲଢେଇ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଲଢେଇ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟୀକା ବା ଔଷଧ ବାହାରି ନଥିବାରୁ ଲୋକେ ସଚେତନ ରହିବା ଏହି ଭୂତାଣୁରୁ ରକ୍ଷା ପାଇବାର ଶ୍ରେଷ୍ଠ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ଆସନ୍ତା ଜୁନ୍‌ 10 ସୁଦ୍ଧା ମୌସୁମୀ ରାଜ୍ୟରେ ପ୍ରବେଶ କରିବ । ଏହି ସମୟରେ ବର୍ଷା କାରଣରୁ ଆମକୁ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି । କରୋନା ଲଢେଇରେ ଜୁନ୍‌ ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତେଣୁ ଲୋକେ ଏହାକୁ ହାଲୁକା ଭାବରେ ନ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟ ମଧ୍ୟକୁ 5 ଲକ୍ଷରୁ ଅଧିକ ଓଡିଆ ଭାଇ ଭଉଣୀ ଘରକୁ ଫେରିଛନ୍ତି । ସେମାନେ ଫେରିବା ଦ୍ବାରା ଯେଉଁ ପ୍ରଭାବ ପଡିବ ତାହା ଆସନ୍ତା 15-20 ଦିନ ମଧ୍ୟରେ କମିଯିବ । ସେହିପରି ଜୁନ୍‌ 10ରୁ ମୌସୁମୀ ବର୍ଷା ଆରମ୍ଭ ହେବାର ସୂଚନା ମିଳୁଛି । ଏହି ସମୟରେ ଥଣ୍ଡା, କାଶ, ଜ୍ବର ବିଶେଷ ଭାବରେ ଦେଖାଦେଇଥାଏ । ଏହି ଦୁଇଟି କାରଣରୁ ଆସନ୍ତା 25 ଦିନ ରାଜ୍ୟ ବାସୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ଲଢେଇ ଉପରେ ଆମର ସଫଳତା ନିର୍ଭର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 15 ଦିନ ତଳେ ଦେଶରେ ଦୈନିକ 3 ହଜାର ଲୋକ ସଂକ୍ରମିତ ହେଉଥିବା ବେଳେ ଏବେ ଏହି ସଂଖ୍ୟା 10 ହଜାରରେ ପହଞ୍ଚିଲାଣି । ତେଣୁ ବିଶେଷ କାମ ନଥିଲେ ଘରୁ ନବାହାରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସାଧାରଣ ଲୋକଙ୍କ ଚଳାଚଳ କମ୍‌ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ କରାଯାଉଥିବା ବେଳେ ଚଳିତ ମାସରେ 11 ଜିଲ୍ଲାରେ ସାପ୍ତାହିକ ଦୁଇ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଏବଂ ରବିବାରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଜୁନ୍‌ ମାସରେ ଯଦି 8 ଦିନ ଘରେ ରହିବା ତେବେ ସଂକ୍ରମଣରୁ 8 ଦିନ ଦୂରରେ ରହିପାରିବା । ସେହିପରି ପ୍ରତ୍ୟହ ରାତି 7ଟାରୁ ଭୋର୍‌ 5ଟା ଯାଏଁ କର୍ଫ୍ୟୁ ଲଗାଯାଇଛି । ଦୈନିକ 10 ଘଣ୍ଟା କର୍ଫ୍ୟୁ ହିସାବରେ 300 ଘଣ୍ଟା ଘରେ ରହିବାକୁ ପଡୁଛି । ସଟ୍‌ଡାଉନ୍‌ ସହିତ ଏହାକୁ ମିଶାଇଲେ ଆମେ 17 ଦିନ ଘରେ ରହିବା ଯାହା ସଂକ୍ରମଣକୁ ରୋକିବାରେ ସହାୟକ ହେବ ।

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ :
1 . ଘରେ ରୁହନ୍ତୁ, ଜରୁରୀ କାମ ନଥିଲେ ବାହାରକୁ ଯାଆନ୍ତୁ ନାହିଁ ।
2. ଘରୁ ବାହାରକୁ ବାହାରିଲେ ମାସ୍କ ଲଗାନ୍ତୁ । ସଠିକ୍‌ ଭାବରେ ମାସ୍କ ଲଗାଇଲେ କରୋନା ସଂକ୍ରମଣ 90 ପ୍ରତିଶତ ହ୍ରାସ ପାଇବ ।
3. ହାଟ, ବଜାର, ଅଫିସ୍‌ ସବୁଠାରେ ସାମାଜିକ ଦୂରତ୍ବର ପାଳନ କରନ୍ତୁ ।
4. ବାହାରୁ ଘରକୁ ଫେରିଲେ ପ୍ରଥମେ 20 ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ଧୁଅନ୍ତୁ ।
5 . 65 ବର୍ଷରୁ ଅଧିକ ବ୍ୟକ୍ତିବିଶେଷ, ଗୁରୁତର ରୋଗୀ, ଗର୍ଭବତୀ ମହିଳା ଏବଂ 10 ବର୍ଷରୁ କମ୍‌ ଶିଶୁଙ୍କୁ ବାହାରକୁ ଛାଡନ୍ତୁ ନାହିଁ ।

ଜୀବନ ଓ ଜୀବିକା ମାନବ ଜୀବନର ଦୁଇଟି ଅଭିନ୍ନ ଅଙ୍ଗ । ସୁସ୍ଥ ରହିଲେ ଜୀବିକା ଆଗକୁ ବଢିବ । ଜୀବିକାକୁ ଆଗକୁ ବଢାଇବା ପାଇଁ ଲକ୍‌ଡାଉନ୍‌ କୋହଳ କରାଯାଇଥିବା ବେଳେ ଜୀବନ ବଞ୍ଚାଇବାର ପ୍ରୟାସ ମଧ୍ୟ ଜାରି ରହିଛି । ଆତ୍ମସଂଯମତା ହିଁ କରୋନା ସଙ୍କଟରୁ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ବଞ୍ଚାଇ ପାରିବ । ଏହା ସହିତ ଜୁନ୍‌ ମାସ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଘରେ ରହିବା ସହିତ ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ କରନ୍ତୁ ଆମେ ଏହି ଯୁଦ୍ଧରେ ନିଶ୍ଚୟ ବିଜୟୀ ହେବା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

corona covid19 naveenpattnaik
Share. Facebook Twitter LinkedIn Email WhatsApp Copy Link

Related Posts

ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍‌ଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ଓଲିଉଡ୍ ଜଗତରେ ଶୋକର ଛାୟା

October 5, 2026

ଏବେ ନୂଆ ରୂପରେ କଳିଙ୍ଗ ଷ୍ଟୁଡ଼ିଓ, ସ୍ୱତନ୍ତ୍ର ଆର୍କାଇଭ୍‌ ଓ ମ୍ୟୁଜିୟମର ଶୁଭାରମ୍ଭ

October 5, 2026

ଖୁବ୍‌ଶୀଘ୍ର ଏସ୍‌ଆଇ ପରୀକ୍ଷା, ଆସନ୍ତା ସପ୍ତାହରେ ବିଧିବଦ୍ଧ ବିଜ୍ଞପ୍ତି

October 5, 2026

୨୦୨୬ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ବିଜେତା ଘୋଷଣା

October 5, 2026
Latest News

‘ଭୋଟ ଚୋରି’ ଅଭିଯୋଗକୁ ନେଇ ତୀବ୍ର ହେବ ରାଜନୀତି, ମଇଦାନକୁ ଓହ୍ଲାଇବ କଂଗ୍ରେସ

October 5, 2026

ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍‌ଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ଓଲିଉଡ୍ ଜଗତରେ ଶୋକର ଛାୟା

October 5, 2026

ବାଣପୁର ସ୍ଥିତ ବରବରା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ!

October 5, 2026

ଏବେ ନୂଆ ରୂପରେ କଳିଙ୍ଗ ଷ୍ଟୁଡ଼ିଓ, ସ୍ୱତନ୍ତ୍ର ଆର୍କାଇଭ୍‌ ଓ ମ୍ୟୁଜିୟମର ଶୁଭାରମ୍ଭ

October 5, 2026

ଖୋରଧା: ଜିଲ୍ଲା ପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.