Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ବର ଓ କେନ୍ଦ୍ରାପଡା ଲୋକସଭା ପାଇଁ କାହାକୁ ଟିକେଟ ଦିଆଯିବ ସେହି ଚିନ୍ତାରେ ବିଜେଡି, ଅନ୍ୟସବୁ ସଂସଦୀୟ ଆସନରେ ନୂଆ ପ୍ରାର୍ଥୀ ଦେବାକୁ ଦଳର ନିଷ୍ପତି।
ବିଶେଷ ଖବର

ଭୁବନେଶ୍ବର ଓ କେନ୍ଦ୍ରାପଡା ଲୋକସଭା ପାଇଁ କାହାକୁ ଟିକେଟ ଦିଆଯିବ ସେହି ଚିନ୍ତାରେ ବିଜେଡି, ଅନ୍ୟସବୁ ସଂସଦୀୟ ଆସନରେ ନୂଆ ପ୍ରାର୍ଥୀ ଦେବାକୁ ଦଳର ନିଷ୍ପତି।

March 10, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ନିର୍ବାଚନ ସମୟ ଯେତିକି ପାଖେଇ ପାଖେଇ ଆସୁଛି. ବିଜେଡିର ଚିନ୍ତା ସେତିକି ବଢିବାରେ ଲାଗିଛି। ଧିରେ ଧିରେ ଦଳରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢୁଥିବାରୁ ଏଥର କାହାକୁ ଟିକେଟ ଦିଆଯିବ କାହାକୁ ନାହିଁ ସେହି ଚିନ୍ତାରେ ବର୍ତ୍ତମାନ ବିଜେଡି ସୁପ୍ରିମୋ । ତେବେ ବିଜେଡି ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ହୋଇଛି ଭୁବନେଶ୍ବର ଓ କେନ୍ଦ୍ରପଡା ଲୋକସଭା ଆସନ। କାରଣ ଭୁବନେଶ୍ବରରେ ବିଜେପିରୁ ଅପରାଜିତା ଷଡଙ୍ଗୀ ପ୍ରାର୍ଥୀ ହେଉଛନ୍ତି ଏବଂ ସେ ଏବେଠାରୁ ଯେପରି ପ୍ରଚାର କରିବାରେ ଲାଗିଛନ୍ତି, ତାହା ବିଜେଡିକୁ ଚିନ୍ତାରେ ପକାଇଛି। ଏଥିସହିତ ଅପରାଜିତା ବିଏମସି କମିଶନର ଥିବା ବେଳେ ଯେପରି କାମ କରିଛନ୍ତି କାଳେ ତାହା ଭୋଟରେ ପରିବର୍ତ୍ତନ ହୋଇଯିବ ସେ ନେଇ ବର୍ତ୍ତମାନ ବିଜେଡିର ଚିନ୍ତା ବଢିଯାଇଛି। ସେହିପରି କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡା ବିଜେପି ବ୍ରାଣ୍ଡରେ ପ୍ରତିଦ୍ବନ୍ଦିତା କଲେ କାଳେ ଜିତିଯିବେ ସେ ଭୟ ମଧ୍ୟ ବିଜେଡିର ରହିଛି। ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀକୁ ଦଳ ପୂର୍ବରୁ ପରିବର୍ତ୍ତନ କରି ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବ ବୋଲି ଚିନ୍ତା କରିଥିଲା। ହେଲେ ଅପରାଜିତା ଆସିବା ପରେ ବିଜେଡିର ସେ ରଣନୀତିରେ ପରିବର୍ତ୍ତନ କରିବାକୁ ବାଧ୍ୟ ହେବ। ବର୍ତ୍ତମାନ ସ୍ଥିତିରେ ଭୁବନେଶ୍ବର ଆସନ ପାଇଁ ପ୍ରସନ୍ନ ପାଟ୍ଟଶାଣୀଙ୍କ ବ୍ୟତିତ ଆଉ କେହି ଭଲ ବିକଳ୍ପ ବିଜେଡି ହାତରେ ନାହିଁ। ଫଳରେ ଭୁବନେଶ୍ବର ଓ କେନ୍ଦ୍ରାପଡା ଲୋକସଭା ଆସନରେ କାହାକୁ ପ୍ରାର୍ଥି କରାଯିବ ସେ ନେଇ ବିଜେଡି ଚିନ୍ତାରେ ଅଛି।

ବର୍ତ୍ତମାନ 21 ସଂସଦୀୟ ନିର୍ବାଚନ ମଣ୍ଡଳୀ ଉପରେ ପର୍ଯ୍ୟାଲୋଚନା କଲେ ଜଣାପଡେ ଯେ, କେନ୍ଦ୍ରପଡା ସହ ବିଜେଡି ଆଉ ତିନୋଟି ସ୍ଥାନରେ ନୂଆ ପ୍ରାର୍ଥୀ ଦେବାକୁ ବାଧ୍ୟ। ସେ ତିନୋଟି ହେଲା ମୟୁରଭଂଜ,ଆସିକା ଓ ଢେଙ୍କାନାଳ। କାରଣ ଆସିକା ସାଂସଦ ଲଡୁକିଶୋର ସ୍ଵାଇଁଙ୍କର ଦେହାନ୍ତ ହୋଇଥିଲାବେଳେ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି। ସେହିପରି ଦଳର ଭାବମୂର୍ତ୍ତୀ ଦୃଷ୍ଟିରୁ ମୟୂରଭ଼ଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଚିଟଫଣ୍ଡ ମାମଲାରେ ଜେଲ ଯାଇଥିବାରୁ ତାଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦିଆଯିବ। ବିଜେଡିର ଏହି ଚାରି ଆସନ ସହିତ ଯେଉଁ ସବୁ ଆସନରେ ସାଂସଦ ମାନଙ୍କ ଲୋକପ୍ରିୟତା କମିଛି  କିମ୍ବା  ସଂସଦରେ ଯେଉଁମାନଙ୍କ ପ୍ରଦର୍ଶନ ଭଲ ନାହିଁ ସେହି ସବୁ  ସ୍ଥାନରେ ମଧ୍ୟ ଦଳ ନୂଆ ପ୍ରାର୍ଥୀ ଦେବ। ଲୋକସଭା ଓ ବିଧାନସଭା ନିର୍ବାଚନ ଏକସଙ୍ଗେ ହେଉଥିବାରୁ ବିଧାୟକଙ୍କ ସହ ସୁସଂପର୍କ ଥିବା ପ୍ରାର୍ଥୀଙ୍କୁ ମଧ୍ୟ ଚୟନ ବେଳେ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡିଛି। ଫଳରେ ଏଥର ବିଜେଡି ପ୍ରାୟତଃ 90 ପ୍ରତିଶତ ଆସନରେ ନୂଆ ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି। କେନ୍ଦୁଝର, ସମ୍ବଲପୁର,ବରଗଡ, ଜଗତସିଂହପୁର,ବ୍ରହ୍ମପୁର, ସୁନ୍ଦରଗଡ ଆଦି ଆସନରେ ନୂଆ ପ୍ରାର୍ଥୀ ଦେବା ପାଇଁ ଦଳ ଚିନ୍ତା କରୁଛି। ଅନ୍ୟପକ୍ଷରେ କେତେକ ବରିଷ୍ଠ ସାଂସଦଙ୍କୁ ବିଜେଡି ଏଥର ସାଂସଦ ଟିକେଟ ନ ଦେଇ ବିଧାନସଭା ଟିକେଟ ଦେବା ପାଇଁ ମଧ୍ୟ ଯୋଜନା କରୁଥିବାର ଜଣାପଡିଛି। ଅନ୍ୟପଟେ ବିଜେଡି ସୁପ୍ରିମୋ ମହିଳା ସଂରକ୍ଷଣକୁ ଗୁରୁତ୍ବ ଦେଉଥିବାରୁ ଏଥରି ସଂସଦ ଟିକେଟ ଅଧିକ ମହିଳାଙ୍କୁ ଦିଆଯିବାର ସମ୍ଭାବନା ମଧ୍ୟ ରହିଛି।

ସେହିପରି ଅନ୍ୟ ଦଳରୁ ଆସି ବିଜେଡିରେ ମିଶିଥିବା କିଛି ନେତାଙ୍କୁ ମଧ୍ୟ ଟିକେଟ ମିଳିବାର ସମ୍ଭାବନା ରହିଛି। ବ୍ରହ୍ମପୁର ଆସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଓ ସୁନ୍ଦରଗଡ ଆସନରେ କଂଗ୍ରେସ ନେତା ହେମାନନ୍ଦ ବିଶ୍ଵାଳଙ୍କ ଝିଅ ସୁନୀତା ବିଶ୍ଵାଳଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଚନ୍ଦ୍ରଶେଖର ପୂର୍ବରୁ ବ୍ରହ୍ମପୁର ଆସନରୁ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ଗଂଜାମ ଜିଲ୍ଲାରେ ଅନ୍ୟ ନେତାମାନଙ୍କ ଅପେକ୍ଷା ଚନ୍ଦ୍ରଶେଖରଙ୍କ ଭାବମୂର୍ତ୍ତୀ ବେଶ ଭଲ ରହିଛି। ସେହିପରି କଂଗ୍ରେସ ସାଂସଦ ଭାବେ ହେମାନନ୍ଦ ବିଶ୍ଵାଳ ସୁନ୍ଦରଗଡ ଆସନରୁ ପୂର୍ବରୁ ଜିତିଛନ୍ତି। ଏବେ ସେହି ଆସନରେ କଂଗ୍ରେସ ପକ୍ଷରୁ ବିଧାୟକ ଜର୍ଜ ତିର୍କୀଙ୍କୁ ପ୍ରାର୍ଥୀ କରାଯିବାର ସମ୍ଭାବନା ଅଧିକ ଥିବାରୁ ସେଠାରେ ବିଜେଡି ସୁନୀତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଚାଲିଛି।  ଏହି ଆସନରୁ ବର୍ତ୍ତମାନ ବିଜେପି  ତରଫରୁ ପୁଣି ଥରେ ପ୍ରାର୍ଥୀ ହେବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ହେଲେ ଏଥର ତାଙ୍କ ପାଇଁ ଦିଲ୍ଲୀପ ରାୟ ଅଡୁଆ ସୃଷ୍ଟି ହୋଇଛି। କାରଣ ବିଧାୟକ ଦିଲ୍ଲୀପ ରାୟ ବିଜେପିରୁ ଇସ୍ଥଫା ଦେଇଥିବାରୁ ପରିସ୍ଥିତି ବଦଳିଯାଇଛି। ବିଜେପି ଏହି ଆସନରେ ଏବେ ବ୍ୟାକଫୁଟରେ ଥିବାର କୁହାଯାଉଛି । ଗତ ନିର୍ବାଚନରେ ସୁନ୍ଦରଗଡରୁ ହକି ଷ୍ଟାର ଦିଲ୍ଲୀପ ତିର୍କୀ ବିଜେଡିରୁ ପ୍ରାର୍ଥୀ ହୋଇ ହାରିଯାଇଥିଲେ। ପ୍ରଶାସକ ଅରୂପ ପଟ୍ଟନାୟକଙ୍କ ପରି ପୂର୍ବତ୍ତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ସମ୍ବଲପୁର ଲୋକସଭା ଆସନରେ ବିଜେଡି ତରଫରୁ ଲଢିବା ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି। ଏହିପରି ଦେଖିଲେ 21 ସଂସଦୀୟ ଆସନରେ,ବିଜେଡି ପ୍ରାୟ 80 ପ୍ରତିଶତ ସ୍ଥାନରେ ନୂଆ ମୁହଁ ଦେବାକୁ ବାଧ୍ୟ ହେବ ବୋଲି ଜଣାପଡିଛି।

assembly BJD election mp odishanews parliament
Share. Facebook Twitter LinkedIn Email WhatsApp Copy Link

Related Posts

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026
Latest News

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.