Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ନିର୍ବାଚନ ବିଗୁଲ ଫୁଙ୍କିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନବୀନ ସରକାରଙ୍କୁ ଗାଳି
ବିଶେଷ ଖବର

ଓଡିଶାରେ ନିର୍ବାଚନ ବିଗୁଲ ଫୁଙ୍କିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନବୀନ ସରକାରଙ୍କୁ ଗାଳି

September 22, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାକୁ ସରକାରୀ ଗସ୍ତରେ ଆସିଥିଲେ ମଧ୍ୟ ସେ ତାଳଚେର ଏବଂ ଝାରସୁଗୁଡାରେ ଦଳିୟ କର୍ମିଙ୍କୁ ଯେପରି ଭାଷଣ ଦେଇଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ଯେ, ସେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ମୁଖ୍ୟତଃ ଓଡିଶା ଗସ୍ତ ସଂପୂର୍ଣ୍ଣ ଭାବେ ସରକାରୀ ଥିଲା, ହେଲେ ସରକାରୀ ଗସ୍ତ ସାରି ଉଭୟ ସ୍ଥାନରେ ସେ ଦଳୀୟ ସଭା ମଧ୍ୟ କରିଛନ୍ତି। ଏହି ଦଳୀୟ ସଭାରେ ସେ କେନ୍ଦ୍ରର ବିଜେପି ସରକାରର ସଫଳତା କାହାଣୀ କହିବା ସହିତ ରାଜ୍ୟରେ ନବୀନ ସରକାରଙ୍କ ବିଫଳତାକୁ ବେଶ୍ ବାକ୍ ଚାତୁରୀ ସହ ପରିପ୍ରକାଶ କରିଛନ୍ତି। ତାଙ୍କର ଦୀର୍ଘତ୍ତମ ଭାଷଣର ଯେଉଁ କେତୋଟି ଉଲ୍ଲେଖନୀୟ ପ୍ରସଂଗ ଥିଲା ତାହା ହେଉଛି.

1-କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି. ଏହା ଦ୍ବାରା ଦେଶର 50 କୋଟି ଲୋକ ଉପକୃତ ହେବେ। ହେଲେ ରାଜ୍ୟରେ ନବୀନ ସରକାର ନିଜସ୍ବ ଯୋଜନା କରି କେନ୍ଦ୍ରର ଯୋଜନାକୁ ଲାଗୁ କରୁ ନାହାଁନ୍ତି।

2-କେନ୍ଦ୍ରର ଏହି ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ମୋଦୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି। ରାଜ୍ୟରେ ଏହା ଲଗୁ ନ କଲେ ଓଡିଶାର ଲୋକ ଦିଲ୍ଲୀରେ ମାଗଣା ଚିକିତ୍ସା ହୋଇପାରିବ ନାହିଁ ବୋଲି ମୋଦୀ ସୂଚାଇ ଦେଇଛନ୍ତି।

3-ସବୁ ରାଜ୍ୟରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଭଲଭାବରେ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଓଡିଶାରେ ଯେପରି ହେବା କଥା ତାହା ହୋଇପାରି ନାହିଁ। ଅବଶ୍ୟ ପୂର୍ବ ଅପେକ୍ଷା ବର୍ତ୍ତମାନ ଓଡିଶା ବେଶ୍ ଭଲ କରିଛି। ହେଲେ ଆହୁରି କିଛି କରିବା ଆବଶ୍ୟକ।

4-ରାଜ୍ୟରେ ଶୌଚାଳୟ ନିର୍ମାଣ କ୍ଷେତ୍ରରେ ନବୀନ ସରକାର ଠିକ୍ ଭାବେ କାର୍ଯ୍ୟ କରି ନାହିଁନ୍ତି। ଏପରିକି ଖୋଲା ମଳତ୍ୟାଗ ମଧ୍ୟ ଓଡିଶାରେ ବନ୍ଦ କରାଯାଇପାରି ନାହିଁ। ଏ କ୍ଷେତ୍ରରେ ରାଜ୍ୟ ସରକାର କାମ କରିବା ଆବଶ୍ୟକ ବୋଲି ମୋଦୀ ନବୀନଙ୍କୁ ଉପଦେଶ ଦେଇଛନ୍ତି।

5-ଓଡିଶାର ସ୍ବାସ୍ଥ୍ୟ ସେବା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ମୋଦୀ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁ ହାର ଏପରିକି ଚିକିତ୍ସା ଅବହେଳା କଥା ମଧ୍ୟ କହିଛନ୍ତି।

6-ରାଜ୍ୟରେ ଆଉ ତିନୋଟି ଏୟାର ପୋର୍ଟ କରାଯିବ ବୋଲି ମୋଦୀ ଓଡିଶା ଗସ୍ତ ଅବସରରେ କହିଛନ୍ତି। ଝାରସୁଗୁଡା ବ୍ୟତିତ ସୁନ୍ଦରଗଡ, କୋରାପୁଟ ଓ କଳାହାଣ୍ଡିରେ ମଧ୍ୟ ଏୟାରପୋର୍ଟ କରାଯିବ ।

7-ରାଜ୍ୟରେ ଦିଆଯାଉଥିବା ଟଙ୍କିକିଆ ଚାଉଳ ପ୍ରଦାନରେ କେନ୍ଦ୍ରର ସିଂହଁ ଭାଗ ରହିଛି ବୋଲି ମୋଦୀ ନିଜର ଭାଷଣରେ ଉପସ୍ଥିତ ଜନତାକୁ ବେଶ୍ ଭଲଭାବରେ ବୁଝାଇ ଦେଇଥିଲେ।

8-ପୂର୍ବର କଂଗ୍ରେସ ସରକାର ଓଡିଶାକୁ ମାତ୍ର 88 ହଜାର କୋଟି ପ୍ରଦାନ କରୁଥିବା ବେଳେ ବର୍ତ୍ତମାନର କେନ୍ଦ୍ର ସରକାର ପ୍ରାୟ 2 ଲକ୍ଷ କୋଟି ସହାୟତା ଓଡିଶାକୁ ପ୍ରଦାନ କରାଯାଉଛି।

ଏହି ଭାଷଣରୁ ସ୍ପଷ୍ଟ ହୋଇଛି ଯେ, ମୋଦୀ ସରକାରୀ ଗସ୍ତରେ ଆସି ଦଳୀୟ କର୍ମୀଙ୍କୁ ଏନଡିଏ ସରକାରଙ୍କ ସଫଳତା ଆଉ ବିଜେଡି ସରକାରର ବିଫଳତାକୁ ନିଜ ବାକ ଚାତୁରୀ ମାଧ୍ୟମରେ ବୁଝାଇ ଦେଇଛନ୍ତି। ଏହା ନିର୍ବାଚନ ପ୍ରଚାରଠାରୁ କିଛି କମ ନୁହେଁ ବୋଲି ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସୀମାନ୍ତ ଜିଲ୍ଲା ପୁଲିସ ଅଧୀକ୍ଷକ ସମ୍ମିଳନୀ-୨୦୨୬କୁ ସମ୍ବୋଧିତ କଲେ ଅମିତ ଶାହ

July 10, 2026

ଡେୟାରୀ କ୍ଷେତ୍ରକୁ ମିଳିଲା ଡିଜିଟାଲ୍ ଗତି; ଏକାଧିକ ପୋର୍ଟାଲ ଓ ଏସଓପିର ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ

July 9, 2026

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ

July 9, 2026

ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ: ଯୋଗଦେଲେ ଉପରାଷ୍ଟ୍ରପତି

July 9, 2026
Latest News

ଦେଶରେ ମୌସୁମୀ ସକ୍ରିୟ!: ଆସନ୍ତା ସପ୍ତାହରେ ଅନେକ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

July 10, 2026

ମହଙ୍ଗା ପଡ଼ିପାରେ ହ୍ୱାଟ୍ସଆପରେ ଟିକେଟ୍ ଦେଖାଇବା: ନୂତନ ନିୟମ ଜାରି କଲା ରେଳବାଇ

July 10, 2026

ଲର୍ଡସ୍ ଟେଷ୍ଟ: ଟସ୍ ଜିତିଲା ଇଂଲଣ୍ଡ, ଭାରତର ପ୍ରଥମେ ବ୍ୟାଟିଂ

July 10, 2026

ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା, ଜାଣନ୍ତୁ କଣ

July 10, 2026

ସେଲଫି ନେଲା ଜୀବନ

July 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.