Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ସନ୍ଧ୍ୟାରେ ଘୋଷଣା ହେବ ସାଧାରଣ ନିର୍ବାଚନ ପାଇଁ ତାରିଖ, ତେବେ ଏଥି ପାଇଁ ନିର୍ବାଚନ କମିଶନ ଅହେତୁକ ବିଳମ୍ବ କରିଛନ୍ତି କି?
ବିଶେଷ ଖବର

ଆଜି ସନ୍ଧ୍ୟାରେ ଘୋଷଣା ହେବ ସାଧାରଣ ନିର୍ବାଚନ ପାଇଁ ତାରିଖ, ତେବେ ଏଥି ପାଇଁ ନିର୍ବାଚନ କମିଶନ ଅହେତୁକ ବିଳମ୍ବ କରିଛନ୍ତି କି?

March 10, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

୨୦୧୮ ଅକ୍ଟୋବର ବେଳକୁ ଶୁଣା ଯାଉଥିଲା ଯେ ଦେଶରେ ଆଗୁଆ ଲୋକସଭା ନିର୍ବାଚନ ଘୋଷଣା ହୋଇଯାଇପାରେ। ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ସହିତ ଲୋକସଭା ନିର୍ବାଚନ ହୋଇଯାଇପାରେ ବୋଲି ସେତେବେଳେ କଲ୍ପନା ଜଳ୍ପନା ପ୍ରକାଶ ପାଇଥିଲା। “ଗୋଟିଏ ଦେଶ, ଗୋଟିଏ ନିର୍ବାଚନ”  କଥା ମଧ୍ୟ ସେତେବେଳେ ଉଠିଥିଲା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ  ବିଜେପି ସଭାପତି ଅମିତ ଶାହା ମଧ୍ୟ ସେ ପ୍ରସଙ୍ଗ ଉଠାଇଥିଲେ। ତେବେ ଉପରୋକ୍ତ ତିନୋଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ବାହାରିଲା ପରେ ବିଜେପି ଆଉ ସେ ପ୍ରସଙ୍ଗ ଉଠାଇନଥିଲା। ଇତି ମଧ୍ୟରେ ସରକାର ବିରୋଧୀ ହାୱା ପ୍ରବଳ ହେବା ପରେ ଅକସ୍ମାତ ପୁଲବାମାରେ ଆତଙ୍କବାଦୀ ଆକ୍ରମଣ ଘଟି ୪୦ ଜଣ ଜବାନ ପ୍ରାଣ ହରାଇଲେ। ତାକୁ ପ୍ରସଙ୍ଗ କରି ସାରା ଦେଶରେ ଏକ ଜାତୀୟ ଉନ୍ମାଦ ସୃଷ୍ଟି କରିବାକୁ ବିଜେପି ତରଫରୁ ଉଦ୍ୟମ କରାଗଲା। ଆଶ୍ଚର୍ୟଜନକ ଭାବରେ ଫେବୃଆରୀ ଶେଷ ସପ୍ତାହରୁ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଥିଲେ ମଧ୍ୟ ନିର୍ବାଚନ କମିଶନ ନୀରବ ରହିଥିଲେ। ଏହି ନୀରବତା କୁ ନେଇ ବିଭିନ୍ନ ରାଜନୈତିକ ଦଳ ତରଫରୁ ନିର୍ବାଚନ କମିଶନଙ୍କୁ ସମାଲୋଚନା କରିବା ଆରମ୍ଭ ହୋଇଥିଲା। ତେବେ ଆଜି ସନ୍ଧ୍ୟାରେ ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି ବୋଲି ଏବେ ଏବେ ଖବର ଆସିଛି।

ଏ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟ  ନିର୍ବାଚନ କମିଶନର ଏସ.ୱାଇ.କୁରେଶୀ ଏକ ଚମତ୍କାର ତଥ୍ୟ ଦେଇଛନ୍ତି। ତାଙ୍କ ଟୁଇଟର ସୂଚନା ଅନୁସାରେ ୨୦୦୪ ସାଧାରଣ ନିର୍ବାଚନ ଫେବୃଆରୀ ୨୯ ରେ ଘୋଷିତ ହୋଇଥିଲା, ଯେତେବେଳେକି ସେବର୍ଷର ଲୋକସଭା ଜୁନ ୧ ତାରିଖରେ ସରୁଥିଲା।  ୨୦୦୯ ପାଇଁ ମାର୍ଚ୍ଚ ୨ ଓ ୨୦୧୪ ପାଇଁ ମାର୍ଚ୍ଚ ୫ ତାରିଖରେ ନିର୍ବାଚନ ଘୋଷଣା ହୋଇଥିଲା। ଏଥର ଷୋଡଶ ଲୋକସଭାର କାର୍ୟକାଳ ଆସନ୍ତା ଜୁନ ୨ ତାରିଖରେ ପୂରିବାକୁ ଯାଉଛି। ତାହାର ଅତିକମରେ ସପ୍ତାହେ ଆଗରୁ ଲୋକସଭା ନିର୍ବାଚନ ସମ୍ପନ୍ନ ହେବା ଉଚିତ। ନିର୍ବାଚନ ପ୍ରକ୍ରିୟାରେ ସବୁ ଦଳ ଓ ସବୁ ଅଞ୍ଚଳ ସମାନୁପାତିକ ପ୍ରଚାର ସୁବିଧା ଯେମିତି ପାଆନ୍ତି ତାହା ଦେଖିବା ନିର୍ବାଚନ କମିଶନଙ୍କ ଦାୟିତ୍ଵ। ହେଲେ ଗତକିଛି ବର୍ଷ ହେଲାଣି ନିର୍ବାଚନ କମିଶନ ଏକ ପ୍ରକାର କାଗଜ ବାଘ ହୋଇ ବସିଛନ୍ତି। ଟି.ଏନ.ଶେଷାନ, ଜେ.ଏମ.ଲିଙ୍ଗଡ଼ୋ ଏବଂ ଏସ.ୱାଇ.କୁରେଶିଙ୍କ ପରି ନିର୍ବାଚନ କମିଶନ ଏବେ ବିରଳ। ସରକାରୀ ଦଳକୁ ସୁହାଇଲା ପରି ନିର୍ବାଚନ ତାରିଖ ଘୋଷଣା ହେଉଛି ବୋଲି ଗୁଜରାଟ ବିଧାନସଭା ନିର୍ବାଚନ ସମୟରୁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏ କ୍ଷେତ୍ରରେ ନିର୍ବାଚନ କମିଶନ ନିଜ ମନୋବୃତ୍ତିର  ସୁଧାର କରୁନାହାନ୍ତି।

ଆଜି ସନ୍ଧ୍ୟା ୫ ଟାରେ ସାମ୍ବାଦିକ ସମ୍ମିଳନୀ ଡାକିବାର ଉଦ୍ଦେଶ୍ୟ ମଧ୍ୟ ପ୍ରଶ୍ନବାଚୀ ଘେରରେ ରହିଛି। ରବିବାର ଛୁଟି ଦିନରେ ଓ ସେ ପୁଣି ସନ୍ଧ୍ୟାରେ ନିର୍ବାଚନ ତାରିଖ ଘୋଷଣା କରିବାର ଉଦ୍ଦେଶ୍ୟ କଣ ବୁଝା ପଡୁନାହିଁ। ସେହିପରି ସେନା ବାହିନୀକୁ ନିର୍ବାଚନ ପ୍ରଚାରରେ ବ୍ୟବହାର ନ କରିବାକୁ ନିର୍ବାଚନ କମିଶନ ଗତକାଲି ନିର୍ଦ୍ଦେଶ ଦେଇଛନ୍ତି। ଖୋଦ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ସେନା ବାହିନୀକୁ ନିଜ ଦଳର ମାସ୍କଟ ଭଳି ଗତ ଦୁଇ ସପ୍ତାହ ଧରି ବ୍ୟବହାର କରି ଆସୁଥିଲେ ମଧ୍ୟ ନିର୍ବାଚନ କମିଶନ ଏ ପ୍ରସଙ୍ଗରେ ନୀରବ ରହିଥିଲେ। ଏକ ଗଣତାନ୍ତ୍ରିକ ଦେଶରେ ନିର୍ବାଚନ କମିଶନ ଭଳି ସଂସ୍ଥା କେବଳ ନିରପେକ୍ଷ ଭଳି ଦିଶିଲେ ଚାଲିବ ନାହିଁ, ତାଙ୍କୁ ନିରପେକ୍ଷ ବୋଲି ଲୋକଙ୍କ ଆଗରେ ପ୍ରମାଣିତ କରିବାକୁ ହେବ। ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ନିର୍ବାଚନ କମିଶନଙ୍କ ହାତକୁ ସାରା ଦେଶର ଅମଲାତନ୍ତ୍ରକୁ ନିୟନ୍ତ୍ରଣ କରିବାର କ୍ଷମତା ମିଳିଯିବ।ଏହି ଶକ୍ତି ବଳରେ ନିର୍ବାଚନ ମୁକ୍ତ ଓ ଅବାଧ ହୋଇଥାଏ। ଆମେ ଆଶା କରିବୁ ଆଜି ସନ୍ଧ୍ୟାରୁ ମାନ୍ୟବର ନିର୍ବାଚନ କମିଶନ ନିଜର ନିରପେକ୍ଷତା ଲୋକଙ୍କ ଆଗରେ ପ୍ରମାଣିତ କରିବେ ଓ ରାଜନୈତିକ ଦଳମାନଙ୍କୁ ସମାନ ଭାବରେ ନିର୍ବାଚନ ପ୍ରଚାରର ସୁଯୋଗ ଦେବେ। ସବୁଠୁ ବଡ କଥା ହେଲା ଦେଶର ନିରପେକ୍ଷ ଓ ଜାତୀୟ ଅନୁଷ୍ଠାନ ସେନାବାହିନୀର ନାଁ ଓ ପ୍ରତୀକ ନେଇ ନିର୍ବାଚନ ପ୍ରଚାରରେ ଅପବ୍ୟବହାର କରୁଥିବା ରାଜନୈତିକ ଦଳମାନଙ୍କ ପ୍ରତି କମିଶନ ଉଚିତ ଦଣ୍ଡ ବିଧାନ କରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

EPF ରେ ବଡ଼ ବୃଦ୍ଧି: 6,857 ଟଙ୍କା ପରିବର୍ତ୍ତେ 11,429 ଟଙ୍କା ହେବ ପେନସନ, ଜାଣନ୍ତୁ ଗଣିତ

September 16, 2026

ସେପ୍ଟେମ୍ବର ୧୭ରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

September 16, 2026

ସମ୍ବଲପୁରରୁ ପାଣିପାଗ ଉପରେ ନଜର ରଖିବ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ରାଡାର୍

September 16, 2026
Latest News

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026

୧୦୦ ମେଟ୍ରିକ୍ ଟନ୍ ପଣ୍ୟ ଅନ୍‌ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ

September 16, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା

September 16, 2026

ଆଇଟିଇଆରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭଲିବଲ କୋର୍ଟ ଉଦ୍‌ଘାଟିତ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.