Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ସଂକ୍ରମଣ ତାଲିକାରେ ତୃତୀୟ ସ୍ଥାନରେ ଭାରତ, ଆଗକୁ ପ୍ରଥମ ହେବାର ସମ୍ଭାବନା!!
ବିଶେଷ ଖବର

କରୋନା ସଂକ୍ରମଣ ତାଲିକାରେ ତୃତୀୟ ସ୍ଥାନରେ ଭାରତ, ଆଗକୁ ପ୍ରଥମ ହେବାର ସମ୍ଭାବନା!!

July 7, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଯେ କୌଣସି ସଫଳତାର ତାଲିକାରେ ପ୍ରଥମ ତିନୋଟି ସ୍ଥାନରେ ରହିବାର ଅଲଗା ଆନନ୍ଦ ରହିଛି। ହେଲେ କରୋନା ସଂକ୍ରମଣ ର ତାଲିକାରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିବା, କେବଳ ଚିନ୍ତାଜନକ ନୁହେଁ, ଏହା ଅନେକାଂଶରେ ବିପଜ୍ଜନକ। ପୃଥିବୀର ସବୁଠୁ କଠୋର ଲକ ଡାଉନ ଓ ସରକାର କୃତ ମାନବୀୟ ସଙ୍କଟ ପରେ ମଧ୍ୟ ଆମେ କରୋନା ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଲେ କେମିତି? ଆଜି ପୃଥିବୀର ଯେଉଁ ତିନୋଟି ଦେଶ ପ୍ରଥମ ତିନୋଟି ସ୍ଥାନରେ ରହିଛନ୍ତି, ସେହି ତିନୋଟି ଦେଶର ନେତୃତ୍ଵ ସବୁବେଳେ କୋଭିଡ-୧୯ ମୁକାବିଲାକୁ ଏକ ଯୁଦ୍ଧ ବୋଲି କହି ଆସିଛନ୍ତି।

କରୋନା ମୁକାବିଲାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ, ବ୍ରାଜିଲ ରାଷ୍ଟ୍ରପତି ଜୈର ବଲସାନାରୋ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ୟଶୈଳୀ ପ୍ରାୟ ସମାନ। ଏମାନେ ମହାମାରୀ ମୁକାବିଲାରେ ବିଜ୍ଞାନ ତୁଳନାରେ ରାଜନୀତିକୁ ଅଧିକ ପ୍ରାଧାନ୍ଯ ଦେଇଛନ୍ତି। ଲୋକଙ୍କୁ ସତର୍କ ଓ ସଚେତନ କରିବା ପରିବର୍ତ୍ତେ ଅଧିକ ବିଭାଜିତ ଏବଂ ଅନ୍ଧବିଶ୍ଵାସୀ ହେବାର ସୁଯୋଗ ତିଆରି କରିଛନ୍ତି। ଗଣତାନ୍ତ୍ରିକ ତଥା ବୈଜ୍ଞାନିକ ପ୍ରକ୍ରିୟାକୁ ଅଣଦେଖା ଏହି ତିନି ରାଷ୍ଟ୍ରମୁଖ୍ୟ ନିଜକୁ ଅଧିକ ଶକ୍ତିଶାଳୀ ପ୍ରମାଣିତ କରିବା ପାଇଁ ଅଧିକ ତତ୍ପରତା ଦେଖାଇଛନ୍ତି। ସେମାନଙ୍କ ହମବଡା ବ୍ୟକ୍ତିତ୍ବର ପରିଣତି ଲୋକଙ୍କୁ ଭୋଗିବାକୁ ପଡିଛି। ଆଜି ଆମେରିକାରେ ପ୍ରାୟ ୩୦ ଲକ୍ଷ ଆକ୍ରାନ୍ତ ଏବଂ ୧ ଲକ୍ଷ ୩୦ ହଜାର ମୃତ, ବ୍ରାଜିଲରେ ୧୬ ଲକ୍ଷ ଆକ୍ରାନ୍ତ ଏବଂ ୬୫ ହଜାର ମୃତ ତଥା ଭାରତରେ ପ୍ରାୟ ୭ ଲକ୍ଷ ୧୦ ହଜାର ଆକ୍ରାନ୍ତ ଏବଂ ୨୦ ହଜାର ମୃତଙ୍କର ଏକ ଦୁର୍ଭାଗ୍ୟଜନକ ତାଲିକା ଆମେ ଦେଖୁଛୁ। ଏହା ପଛରେ ଏହି ତିନୋଟି ରାଷ୍ଟ୍ରର ମୁଖିଆଙ୍କର ନେତୃତ୍ବଗତ ଅପାରଗତା ନିଶ୍ଚିତ ଭାବରେ ଦାୟୀ।

ଏହି ସମୟ ଖଣ୍ଡରେ କୋଭିଡ-୧୯ ମୁକାବିଲା ପାଇଁ ଅନ୍ୟ ରାଷ୍ଟ୍ର ମାନଙ୍କ ଉଦ୍ୟମ ଓ ରଣନୀତି ତଥା ସେସବୁର ସଫଳତା ସହିତ ଆମେ ନିଜକୁ ତୁଳନା କରି ଦେଖିବା ଉଚିତ ହେବ। ମାର୍ଚ୍ଚ-ମଇରେ ସର୍ବାଧିକ ଆକ୍ରାନ୍ତ ଇଟାଲୀ, ସ୍ପେନ, ଫ୍ରାନ୍ସ ଓ ଇଂଲଣ୍ଡ ର ସଂକ୍ରମଣ ଗ୍ରାଫ ସହିତ ଆମେ ନିଜକୁ ତୁଳନା କରିଦେଖିବା। ଇଟାଲୀ ରେ ମାର୍ଚ୍ଚ ୨୧ତାରିଖ ଦିନ ସର୍ବାଧିକ ୬୫୫୩ ଜଣ ଆକ୍ରାନ୍ତ ହେବା ପରେ, ସେଠାରେ ସଂକ୍ରମଣ ହାର କମିବା ଆରମ୍ଭ ହୋଇଥିଲା। କ୍ରମେ କ୍ରମେ ଦୈନିକ ସାଢେ ଛଅ ହଜାର ପଜିଟିଭ କେସରୁ ଇଟାଲୀ ଏବେ ଦୈନିକ ପ୍ରାୟ ୨୦୦ ସଂଖ୍ୟା କୁ କମି ଆସିଛି। ସ୍ପେନରେ ମାର୍ଚ୍ଚ ୨୬ ତାରିଖ ସର୍ବାଧିକ ୮୨୭୧ ପଜିଟିଭ କେସ ପରେ ଏବେ ସେଠାରେ ୩୫୦-୪୦୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫ୍ରାନ୍ସ ରେ ମଧ୍ୟ ମାର୍ଚ୍ଚ ୩୧ ରେ ସର୍ବାଧିକ ୭୫୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ହେଲେ ବର୍ତ୍ତମାନ ସେଠାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫୦୦। ସଂକ୍ରମଣ ର ଶୀର୍ଷରେ ପହଞ୍ଚିଲା ପରେ ଏହି ସବୁ ଦେଶରେ କରୋନା ତରଙ୍ଗ ଭାଙ୍ଗିବା ଆରମ୍ଭ ହୋଇଛି।

ଏହାର ଠିକ ବିପରୀତ ସ୍ଥିତି ଆମେରିକା, ବ୍ରାଜିଲ ଓ ଭାରତରେ ଦେଖିବାକୁ ମିଳିଛି। ଏହି ତିନୋଟି ପ୍ରମୁଖ ଆକ୍ରାନ୍ତ ଦେଶରେ ସଂକ୍ରମଣ କମିବାର କୌଣସି ସଙ୍କେତ ଦେଖିବାକୁ ମିଳୁନାହିଁ। ଆମେରିକାରେ ଏପ୍ରିଲ ୧ ତାରିଖରୁ ପ୍ରତିଦିନ ୩୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ଜୁଲାଇ ୨ ତାରିଖ ଦିନ ଆମେରିକାରେ ସର୍ବାଧିକ ୫୭,୨୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବ୍ରାଜିଲରେ ମଧ୍ୟ ଦୈନିକ ହାରାହାରି ସଂକ୍ରମଣ ହାର ୩୦ ହଜାର ରହିଛି। ଭାରତରେ ସଂକ୍ରମଣର ସ୍ଥିତି କ୍ରମାଗତ ଭାବରେ ବଢି ଚାଲିଛି। ଆମ ଦେଶରେ ଗତ ଜୁନ ୪ ତାରିଖରୁ ଦୈନିକ ୧୦ ହଜାର ସଂକ୍ରମଣ ବଢି ବଢି ଏବେ ଆମେ ୨୦ ହଜାର+ ରେ ପହଞ୍ଚିଲେଣି।ଜୁଲାଇ ପ୍ରଥମ ସପ୍ତାହରୁ ଆମର ସଂକ୍ରମଣ ହାର ଦୈନିକ ୨୦ ହଜାରରୁ ଅଧିକ ରହୁଛି। ଅନ୍ୟ ଦେଶରେ ସଂକ୍ରମଣ କମୁଥିବା ବେଳେ ଆମେରିକା, ବ୍ରାଜିଲ ଏବଂ ଭାରତ ଏହାର ବ୍ୟତିକ୍ରମ ହେବାର କାରଣ କଣ?

ରାଜନୈତିକ ଭାବରେ କରୋନା ସଙ୍କଟର ମୁକାବିଲା କ୍ଷେତ୍ରରେ ଆମର ନେତୃତ୍ଵ ସବୁବେଳେ ନିଜକୁ କେନ୍ଦ୍ରରେ ରଖି ଚିନ୍ତା କରି ଆସିଛନ୍ତି। ବାସ୍ତବ କ୍ଷେତ୍ରରେ ରାଜ୍ୟ ଗୁଡିକ କରୋନା ମୁକାବିଲା ପାଇଁ କାମ କରୁଥିବା ବେଳେ, କେନ୍ଦ୍ର ସରକାର ଅନେକାଂଶରେ ନିଜର ନୀତି ଓ ନିଷ୍ପତ୍ତିକୁ ରାଜ୍ଯମାନଙ୍କ ଉପରେ ଲଦି ଦେବାକୁ ଉଦ୍ୟମ କରିଛନ୍ତି। ମାର୍ଚ୍ଚ-୨୫ର ତରବରିଆ ଲକ ଡାଉନ କରୋନା ସଂକ୍ରମଣ ମୁକାବିଲାରେ ସହାୟକ ହେବା ପରିବର୍ତ୍ତେ, ଅଧିକ ସଙ୍କଟ ସୃଷ୍ଟି କଲା। ଲୋକଙ୍କୁ ସେମାନଙ୍କର ମୌଳିକ ବଞ୍ଚିବାର ସାଧନ ନଦେଇ ଘର ଭିତରେ ଜୋର କରି ଅଟକ ରଖିବାର ପରିଣତି ଦେଶର ସବୁଠୁ ବଡ ଶ୍ରମ ସଙ୍କଟ ତିଆରି କଲା। ମଇ ୧୫ ତାରିଖ ପର୍ୟନ୍ତ ତାଲାବନ୍ଦ ଚଳାଇ ରଖିବା ସହିତ ଆମର ପରୀକ୍ଷା କରିବାର ଧାରା ବଢିବା ଉଚିତ ଥିଲା। ହେଲେ ମଇ ୧୫ ସୁଦ୍ଧା ଆମର ପରୀକ୍ଷା ସଂଖ୍ୟା ଥିଲା ମାତ୍ର ୨୧ ଲକ୍ଷ। କେବଳ ଭାଷଣ ଓ ରାଜନୈତିକ ଔପଚାରିକତାରେ ଆମର ଯୁଦ୍ଧ ସୀମିତ ରହିଲା। ଆଗାମୀ ଦୁଇମାସ ଦେଶରେ ସଂକ୍ରମଣ ଅତ୍ୟଧିକ ବ୍ୟାପକ ହେବ ବୋଲି ଏବେ ଆକଳନ କରାଯାଉଛି। ସଂକ୍ରମଣ ଉଗ୍ର ହେବା ବେଳକୁ ଆମ ପାଖରେ ଅଧିକ ସାଧନ ଆଉ ନାହିଁ। ବର୍ତ୍ତମାନର ସଂକ୍ରମଣ ଧାରା ଯଦି ଅବ୍ଯାହତ ରହେ ତାହେଲେ ଜନସଂଖ୍ୟା ଦୃଷ୍ଟିରୁ ଅଗଷ୍ଟ ମାସ ବେଳକୁ ଆମେ ହୁଏତ ପୃଥିବୀର ସର୍ବ ବୃହତ ସଂକ୍ରମିତ ରାଷ୍ଟ୍ର ହେବାର ସମ୍ଭାବନାକୁ ଆଡେଇ ଦେଇ ହେବନାହିଁ ।

coronaupdate india
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀଙ୍କ ନାମ, ସେପଟେ ଦିଲ୍ଲୀପ ରାୟ କଲେ ଘୋଷଣା

March 3, 2026

ଇରାନରେ ପରମାଣୁ ବିକିରଣ ବ୍ୟାପିଲେ କେତେ ଦେଶ ବିପଦରେ ପଡ଼ିବେ?: ଜାଣନ୍ତୁ ସବିକିଛି

March 3, 2026

ୟୁଏଇରେ ଫସି ରହିଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି: ଜାଣନ୍ତୁ ଦୂତାବାସ କ’ଣ କହିଛି?

March 3, 2026
Latest News

ହୋଲି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ: ମାତା ଲକ୍ଷ୍ମୀଙ୍କ ମିଳିବ ଆଶୀର୍ବାଦ

March 4, 2026

ହୋଲିରେ ମଦ୍ୟପାନ କରି ଗାଡି ଚଲାଉଥିଲେ ହୋଇଯା’ନ୍ତୁ ସାବଧାନ!: କାର୍ଯ୍ୟାନୁଷ୍ଠାନ ନେବ ପୋଲିସ

March 4, 2026

ଆଜି ମାର୍ଚ୍ଚ ୪ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

March 4, 2026

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.