Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡି ପ୍ରତି ଆଗ୍ରହ ଦେଖାଉଛନ୍ତି ପୂର୍ବତନ ମନ୍ତ୍ରୀ ଦାମ ରାଉତ। ପୁଅଝିଅଙ୍କୁ ବିଜେଡିରେ ଥଇଥାନ ପାଇଁ ଚାଲିଛି ଡିଲ,କଣ ରହିଛି ଦାମଙ୍କ ଡିଲ ?
ବିଶେଷ ଖବର

ବିଜେଡି ପ୍ରତି ଆଗ୍ରହ ଦେଖାଉଛନ୍ତି ପୂର୍ବତନ ମନ୍ତ୍ରୀ ଦାମ ରାଉତ। ପୁଅଝିଅଙ୍କୁ ବିଜେଡିରେ ଥଇଥାନ ପାଇଁ ଚାଲିଛି ଡିଲ,କଣ ରହିଛି ଦାମଙ୍କ ଡିଲ ?

March 13, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Ex minister Damodar Raut may comeback BJD
Ex minister Damodar Raut may comeback BJD

ସମୀକ୍ଷା ବ୍ୟୁରୋ

ଓଡିଶାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କୁ ନେଇ ବର୍ତ୍ତମାନ ଉଡୁଛି ବଡ ଖବର। ତାହା ହେଉଛି ଦାମ ପୁଣି ଥରେ ବିଜେଡି ଆଡକୁ ଢଳିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ଖବର ବର୍ତ୍ତମାନ ଭୁବନେଶ୍ବର ରାଜନୀତିକୁ ସରଗରମ କରିଦେଇଛି। ବିଜେଡିରୁ ବହିସ୍କୃତ ହେବା ପରେ ଦାମ କଂଗ୍ରେସରେ ଯୋଗ ଦେଉଛନ୍ତି ବୋଲି ପ୍ରଚାର ହେଲା। ଏହାପରେ ସେ ବିଜେପିରେ ଯୋଗ ଦେଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଲା। ଏହା ସତ ଯେ, ଦାମ ବିଜେପିରେ ମିଶିବା ପାଇଁ ନୂଆ ଦିଲ୍ଲୀରେ ଡେରା ପକାଇଥିଲେ। ହେଲେ ବିଜେପି ସହିତ ଦାମ କଣ ଡିଲ କରିବାକୁ ଚାହୁଁଥିଲେ କେଜାଣି ତାଙ୍କର ବିଜେପି ଯିବାର ସ୍ବପ୍ନ ସାକାର ହେଲା ନାହିଁ। ସବୁଆଡୁ ବିଫଳ ହେବା ପରେ ଶେଷରେ ଦାମ ଆଉ ଏକ ଗୋଟି ଚଳାନା କରିଛନ୍ତି। ତାହା ହେଉଛି ବିଜେଡି। ବର୍ତ୍ତମାନ ଦାମ ନିଜ ପାଇଁ ନ ହେଲା ନାହିଁ ବିଜେଡିରୁ କିପିର ତାଙ୍କ ପୁଅ ଓ ଝିଅ ଟିକେଟ ପାଇବେ ସେ ନେଇ ଚେଷ୍ଠା ଆରମ୍ଭ କରିଥିବା ଜଣାପଡିଛି। ପୁଅ ସମ୍ବିତଙ୍କୁ ପାରାଦ୍ବୀପ ଏବଂ ଝିଅ ପ୍ରୀତିନନ୍ଦାଙ୍କୁ ଭୁବନେଶ୍ବର ଉତ୍ତର ବିଧାନସଭା ପାଇଁ ବିଜେଡିରୁ ଟିକେଟ ଦେବାକୁ ଚଳାଇଛନ୍ତି ଚେଷ୍ଠା। ଭିତିରି ଖବର ଅନୁସାରେ ଦାମଙ୍କ ଏହି ପ୍ରସ୍ତାବରେ କୁଆଡେ ବିଜେଡି ବଡପଣ୍ଡାମାନେ ରାଜି ହୋଇଛନ୍ତି। ହେଲେ ସେମାନେ ମଧ୍ୟ କେତେକ ସର୍ତ୍ତ ରଖିଛନ୍ତି। ତାହା ହେଲା

1-ପାରାଦ୍ବୀପରେ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ ଦିଆଯିବ, ହେଲେ ତାଙ୍କ ପାଇଁ ଦାମ ସମସ୍ତ ସହଯୋଗର ହାତ ବଢାଇବେ। ପ୍ରଚାର କରିବେ ଏବଂ ସେ କେମିତି ଜିତିବେ ସେ ଦାୟିତ୍ବ ଦାମ ନେବେ।

2- ତାଙ୍କର ଝିଅ ପ୍ରୀତିନନ୍ଦା ରାଉତରାୟଙ୍କୁ ବିଧାୟକ ଟିକେଟ ଦିଆଯିବ ନାହିଁ। ବରମ୍ ତାଙ୍କୁ ଭୁବନେଶ୍ବର ମହାନଗରର ନିଗମର ମେୟର କରାଯିବ। ପ୍ରୀତି ଭୁବନେଶ୍ବରର କର୍ପୋରେଟର ଥିଲେ, ସେ ଭୁବନେଶ୍ବର ମହାନଗରର ରାଜନୀତି ସହ ଜଡିତ ଥିବାରୁ ବିଜେଡି ଏହି ପ୍ରସ୍ତାବ ଦେଇଛି।

3-ଯେଉଁ ଶେଷ ପ୍ରସ୍ତାବ ରହିଛି ତାହା ହେଲା ଦାମ କୌଣସି ଦଳରେ ସାମିଲ ହେବେ ନାହିଁ  କି ସେ ବିଜେଡିରେ ଯୋଗ ଦେବେ ନାହିଁ। ହେଲେ ପରୋକ୍ଷରେ ବିଜେଡିକୁ ସାହାଯ୍ୟ କରିବେ।

ଏହି ପ୍ରସ୍ତାବ ଦାମଙ୍କୁ ଦିଆଯିବା ପରେ ସେ କୁଆଡେ ଏହାକୁ ନେଇ ଚିନ୍ତା କରୁଛନ୍ତି। ଏପରିକି ଏଥିରେ ରାଜି ହେବା ପାଇଁ ପାରିବାରିକ ଚାପ ପ୍ରବଳ ପଡୁଛି। ପ୍ରଥମ ଦୁଇଟି ପ୍ରସ୍ତାବ ନିଜେ ଦାମ ଦେଇଥିବାରୁ ସେଥିରେ କିଛି ଆପତ୍ତି ନାହିଁ। ହେଲେ ଶେଷ ପ୍ରସ୍ତାବର ଦାମ ସଂଶୋଧନ କରିବା ପାଇଁ ଚାହାଁନ୍ତି। ତାହା ହେଲା ସେ ବିଜେଡିରେ ପୁଣି ଥରେ ଯୋଗ ଦେବେ କି ନ ଦେବେ ତାହା ଭିନ୍ନ କଥା। ହେଲେ ବିଜେଡି ତାଙ୍କ ଉପରୁ ବହିସ୍କାର ଆଦେଶ ପ୍ରତ୍ୟାହାର କରୁ ବୋଲି ଦାମ ଚାହାଁନ୍ତି। ଏଥିସହିତ ସେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ସହିତ ସିଧା କଥା ହେବା ପାଇଁ ଚାହାଁନ୍ତି ବୋଲି ଜଣାପଡିଛି। ହେଲେ ବିଜେଡିର ଯେଉଁ ବରିଷ୍ଠ ନେତାମାନେ ମଧ୍ୟସ୍ଥି କରୁଛନ୍ତି ସେମାନେ ନବୀନଙ୍କ ସହିତ ଦାମଙ୍କ ଭେଟଘାଟକୁ ବିରୋଧ କରୁଛନ୍ତି। କାରଣ ଦାମଙ୍କ ତୁଣ୍ଡରେ ନିୟନ୍ତ୍ରଣ ନ ଥିବାରୁ ସେ କାଳେ କଣ କହିଦେବେ ସେହି ଭୟ ସମସ୍ତଙ୍କୁ ଗୋଡାଇଛି। ପୁଣି ଥରେ ଦାମଙ୍କ ଅନୁରୋଧକୁ ବଡପଣ୍ଡାମାନେ ପରିବର୍ତ୍ତନ କରି ତାଙ୍କ ସହିତ ଆଲୋଚନା କରିଛନ୍ତି। ତାହା ହେଲା ପ୍ରଥମେ ଦାମ ଏହି ତିନୋଟି ସର୍ତ୍ତରେ ସଂପୂର୍ଣ୍ଣ ରାଜି ହୁଅନ୍ତୁ। ନବୀନଙ୍କ ସହିତ ଭେଟଘାଟ ପରବର୍ତ୍ତି ସମୟରେ ଅର୍ଥାତ ନିର୍ବାଚନ ପରେ କରାଯିବ ବୋଲି ଜଣାଇ ଦିଆଯାଇଛି। ହେଲେ ଦାମ କୁଆଡେ ଏଥିରେ ରାଜି ହେଉ ନ ଥିବାର ଜଣାପଡିଛି। ସେ ମଧ୍ୟସ୍ଥିଙ୍କୁ ପୁଣି କହିଛନ୍ତି ଯେ, ଏହି ସର୍ତ୍ତଗୁଡିକ ନବୀନ ଖୋଦ ତାଙ୍କ ପାଟିରେ କୁହନ୍ତୁ। ତାହା ହେଲେ ମୁଁ ବାହାରେ ରହି ବିଜେଡିକୁ ସଂପୂର୍ଣ୍ଣ ସାହାର୍ଯ୍ୟ କରିବି ବୋଲି ଦାମ ସଫାସଫା ଶୁଣେଇ ଦେଇଛନ୍ତି। ଏହାକୁ ନେଇ ପୁଣି ଥିରେ ବିଜେଡି ବଡପଣ୍ଡାମାନେ ଚିନ୍ତା କରୁଛନ୍ତି। ଏପରିକି ତାଙ୍କୁ ନବୀନ ନିବାସ ଡାକିବା ପାଇଁ ମଧ୍ୟ ଯୋଜନା ଚାଲିଛି ବୋଲି ଜଣାପଡିଛି।

ବର୍ତ୍ତମାନ ପାରାଦ୍ବୀପର ଯାହା ପରିସ୍ଥିତି ସେଠାରେ ଦାମ ହିଁ ଏକମାତ୍ର ଭରସା ବୋଲି ବିଜେଡି ଜାଣିସାରିଲାଣି। ତାଙ୍କୁ ବାହାର କରି ତାଙ୍କୁ ପୁଅଙ୍କୁ ଟିକେଟ ଦେବା ପାଇଁ ବିଜେଡି ନିଷ୍ପତି କରିଛି। ହେଲେ ଏହାକୁ ନେଇ ବିରୋଧୀ କାଳେ ପରିବାର ଭିତରେ ବିଜେଡି ଫାଟ ସୃଷ୍ଟି କରୁଛି ବୋଲି ସମାଲୋଚନା କରିବେ ସେ ଭୟ ରହିଛି। ଯେହେତୁ ଜଗତସିଂହପୁର ଜିଲ୍ଲାରେ ଦାମଙ୍କ ସଂଗଠନ ରହିଛି ସେଥିପାଇଁ ତାଙ୍କୁ ହାତଛଡା ନ କରିବା ପାଇଁ ବିଜେଡି ଚାହୁଁଛି। ଅନ୍ୟପକ୍ଷରେ ନିଜେ ଦାମ ବିଜେଡିରୁ ବହିସ୍କୃତ ହେବା ପରେ ରାଜନୀତିରୁ ସେ ଏକ ପ୍ରକାରର ସନ୍ୟାସ ନେବା ଅବସ୍ଥା ହୋଇଯାଇଛି। କାରଣ ମହାମେଣ୍ଟ କରି ବିଜେଡିକୁ ଟକ୍କର ଦେବେ ବୋଲି ଯେଉଁ ଆଶା କରିଥିଲେ,ତାହା ହେଲା ନାହିଁ। କାରଣ ଦାମ ଭାବିଥିଲେ ହେଲେ ଯେ, ମହାମେଣ୍ଟ ଗଠନ କଲେ ସେଥିରେ ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଏବଂ ପଞ୍ଚାନନ କାନୁନଗୋ ପରି ବଡବଡ ହସ୍ତୀମାନେ ଯୋଗଦେବେ। ହେଲେ ବୈଜୟନ୍ତ ବିଜେପିରେ ଯୋଗ ଦେଇଦେଲେ, ବିଜୟ ଏବଂ ଦିଲ୍ଲୀପ ଦାମଙ୍କୁ ସହଯୋଗ କଲେ ନାହିଁ। ଫଳରେ ଦାମ ଦିଗହରା ହୋଇ ବିଜେପି ସହିତ ସାମିଲ ହେବେ ବୋଲି ଚେଷ୍ଠା ଆରମ୍ଭ କଲେ। ଏପରିକି ଦିଲ୍ଲୀ ଯାଇ ସେଠାରେ ଲବି ମଧ୍ୟ କରିଥିଲେ। କଣ ହେଲା କେଜାଣି ଓଡିଶା ଫେରି ଦାମ କହିଲେ ଯେ କୈଣସି ନିଷ୍ପତି ହୋଇ ନାହିଁ। ମହାମେଣ୍ଟ, କଂଗ୍ରେସ ଏବଂ ବିଜେପିରୁ ନିରାଶ ହେବା ପରେ ଶେଷରେ ତାଙ୍କ ହାତଗଢା ଦଳ ବିଜେଡି ଆଡକୁ ଢଳିବା ପାଇଁ ଦାମ ବାଧ୍ୟ ହେଉଛନ୍ତି ବୋଲି କୁହାଯାଇପାରେ।

BJD BJP damodarraut NaveenPatnaik
Share. Facebook Twitter LinkedIn Email WhatsApp Copy Link

Related Posts

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026
Latest News

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.