Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମୁକାବିଲା; ମୁଖା ଓ ଟୀକାର ସଙ୍କଟ- ସାଧାରଣ ଜନତା ସବୁ କଥାରେ ଭକୁଆ!!
ବିଶେଷ ଖବର

କରୋନା ମୁକାବିଲା; ମୁଖା ଓ ଟୀକାର ସଙ୍କଟ- ସାଧାରଣ ଜନତା ସବୁ କଥାରେ ଭକୁଆ!!

July 22, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସୁସ୍ଥ ଲୋକ ବାହାରକୁ ଗଲାବେଳେ ମୁଖା ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ- ମାର୍ଚ୍ଚ ଦ୍ଵିତୀୟ ସପ୍ତାହ ବେଳକୁ ଭାରତର ପ୍ରାୟ ସବୁ ଡାକ୍ତର ଏକଥା କହୁଥିଲେ। ଭୁବନେଶ୍ୱର ଏମ୍ସ ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ନିର୍ଦ୍ଦିଷ୍ଟ ଭାବରେ ଏ କଥା ବହୁ ଟେଲିଭିଜନ ଆଲୋଚନାରେ କହିଛନ୍ତି। ସେହି ସମୟରେ ଓଡିଶା ସରକାରଙ୍କର କୋଭିଡ ମୁଖପାତ୍ର ସୁବ୍ରତ ବାଗଚି ମଧ୍ୟ ସେକଥା କହୁଥିଲେ। ତେବେ ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ସମସ୍ତଙ୍କ କଥା ବଦଳିଗଲା। ଭାରତ ସରକାର ଓ ରାଜ୍ୟ ସରକାର ଗୁଡିକ ସାଧାରଣ ସ୍ଥାନରେ ମୁଖା ପିନ୍ଧିବା ବାଧ୍ୟତାମୂଳକ ବୋଲି ଆଇନ କଲେ ଓ ଏହାକୁ ନ ମାନିଲେ ଜରିମାନାର ବନ୍ଦୋବସ୍ତ କଲେ। ଆଗରୁ ମୁଖାର ଆବଶ୍ୟକତା ନାହିଁ ବୋଲି କହୁଥିବା ସରକାର ହଠାତ ମୁଖା  ହିଁ ଭୂତାଣୁ ରୋକିବାର ଏକମାତ୍ର ମାର୍ଗ ବୋଲି କହିଲେ। ତେବେ ମୁଖା ବାଧ୍ୟତାମୂଳକ ହେବା ପରେ ଆଉ ଗୋଟେ କଥା ମଧ୍ୟ କୁହାଗଲା। ସ୍ଵତନ୍ତ୍ର ପ୍ରକ୍ରିୟାରେ ତିଆରି ହେଉଥିବା ଏନ-୯୫ ମୁଖା ସମସ୍ତଙ୍କୁ ଯୋଗାଇବା ସମ୍ଭବ ନୁହେଁ। ତେଣୁ ସାଧାରଣ ଲୋକ କପଡାରେ ତିଆରି ମୁଖା ପିନ୍ଧନ୍ତୁ। ଲୋକେ ସେକଥା ମଧ୍ୟ ମାନିଲେ। କରୋନା ଭୂତାଣୁ ଭୟରେ ମୁଖା ଆମ ଜୀବନର ଏକ ଅପରିହାର୍ୟ ଅଙ୍ଗ ପାଲଟିଗଲା।ଭଳିକି ଭଳି ମୁଖା ର ଏକ ବିରାଟ ବଜାର ବଢି ଉଠିଲା।

ପ୍ରାଥମିକ ଭାବରେ ଏନ-୯୫ ମୁଖା କେବଳ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ପୋଲିସ, ସଫେଇ କର୍ମଚାରୀ ଓ ଏହି ସଂଗ୍ରାମର ପ୍ରମୁଖ ଯୋଦ୍ଧା ମାନଙ୍କୁ ଯୋଗାଇ ଦିଆ ଯାଇଥିଲା। ତେବେ ସମୟ କ୍ରମେ ବଜାରକୁ ଏନ-୯୫ ମୁଖା ଆସିଲା ଓ ତାକୁ ସାଧାରଣ ଲୋକ ମଧ୍ୟ ବ୍ୟବହାର କରିବା ଆରମ୍ଭ କଲେ। କପଡା ମୁଖା ତୁଳନାରେ ଏନ-୯୫ ମୁଖା ପିନ୍ଧିବା ଅଧିକ ସୁବିଧାଜନକ ଥିଲା। ଏନ-୯୫ ମୁଖାରେ ଶ୍ଵାସ ନିର୍ଗତ ହେବା ଲାଗି ଛିଦ୍ର ବା ଭାଲ୍ଵ ରହିଥାଏ। ତେଣୁ ଅଣନିଶ୍ଵାସୀ ନ ହେବା ଲାଗି ଲୋକେ ଏନ-୯୫ ମୁଖା ପସନ୍ଦ କଲେ। ଇତି ମଧ୍ୟରେ ଚାରି ମାସ ବିତି ଗଲାଣି ଓ ଲୋକେ ଏଠି ସହ ଅଭ୍ୟସ୍ତ ହୋଇ ସାରିଲେଣି। ଦୁଇ ଦିନ ତଳେ ହଠାତ ଭାରତ ସରକାର ଏକ ଚିଠି ଲେଖି ତାଗିଦ କରିଛନ୍ତି ଯେ ଏନ-୯୫ ମୁଖା ପିନ୍ଧିବା କ୍ଷତିକାରକ। ଏହା ସଂକ୍ରମଣ ବଢାଇବାରେ ସହାୟକ ହେବ ବୋଲି କୁହା ଯାଉଛି। ଶ୍ବାସରୁ ନିର୍ଗତ ଭୂତାଣୁ କୁ ଏହା ରୋକି ପାରିବ ନାହିଁ ବୋଲି କୁହା ଯାଉଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ନାକ, ଆଖି ଓ ପାଟି ରୁ ନିର୍ଗତ ହେଉଥିବା ଜଳକଣା (ଡ୍ରପ୍ଳେଟ) ମାଧ୍ୟମରେ ଭୂତାଣୁ ସଂକ୍ରମିତ ହୁଏ ବୋଲି ଆମେ ଜାଣିଛୁ। ହଠାତ ପବନ ଓ ଶ୍ଵାସକ୍ରିୟାରେ ଏହାର ସଂକ୍ରମଣ ଘଟୁଛି ବୋଲି ଏବେ କୁହା ଗଲାଣି। ଯଦି ଶ୍ଵାସ ପ୍ରଶ୍ଵାସ ମାଧ୍ୟମରେ ସଂକ୍ରମଣ ସତରେ ହେଉଥିବ ତା ହେଲେ, ମୁଖା ମାଧ୍ୟମରେ ଏହାକୁ ରୋକା ଯାଇପାରିବ କି? ବାସ୍ତବରେ ଆମେ ସାଧାରଣ ଲୋକେ କରୋନା ସଂକ୍ରମଣକୁ ନେଇ ଅଧିକରୁ ଅଧିକ ଦ୍ଵନ୍ଦ୍ଵ ରେ ରହିବାକୁ ବାଧ୍ୟ। ଆମକୁ ବିଭିନ୍ନ ସମୟରେ ପରଷ୍ପର ବିରୋଧୀ ତଥ୍ୟ ଦେଇ ବଡ ଅସୁବିଧାରେ  ପକାଯାଉଛି। ମୁଖାକୁ ନେଇ ଆଉ ଏକ ତଥ୍ୟ ମଧ୍ୟ ଲୋକଙ୍କୁ ଅସୁବିଧାରେ ପକାଉଛି। ଡାକ୍ତରମାନେ କହୁଛନ୍ତି, ଯେ କୌଣସି ମୁଖାକୁ ୨ ଘଣ୍ଟାରୁ ଅଧିକ ବ୍ୟବହାର କରିବା ଉଚିତ ନୁହେଁ। ପ୍ରତି ଦୁଇ ଘଣ୍ଟା ରେ ନୂଆ ମୁଖା ବଦଳ କରିବା ବାସ୍ତବରେ ସମ୍ଭବ କି?

ମୁଖା ସହିତ କରୋନା ଚିକିତ୍ସା କୁ ନେଇ ମଧ୍ୟ ସରକାରୀ ସ୍ତରରେ ଅନେକ ବିରୋଧାଭାସ ଦେଖା ଯାଉଛି। ଦିଲ୍ଲୀ ସରକାର ଯେତେବେଳେ ଗୁରୁତର କରୋନା ରୋଗୀଙ୍କର ଚିକିତ୍ସା ଲାଗି ପ୍ଲାଜମା ଥେରାପି ଆରମ୍ଭ କଲେ, କେନ୍ଦ୍ର ସରକାର ଏହାକୁ ବିରୋଧ କଲେ। ଏପରିକି ଦେଶର ସର୍ବୋଚ୍ଚ ଆୟୁର୍ବିଜ୍ଞାନ ଗବେଷଣା ସଂସ୍ଥା ଏହାକୁ ବିରୋଧ କଲା। ତେବେ ମାତ୍ର କେଇ ସପ୍ତାହ ଭିତରେ ପ୍ଲାଜମା ଥେରାପି ଗୁରୁତର କରୋନା  ରୋଗୀଙ୍କ ଲାଗି ଏକ ସଫଳ ଚିକିତ୍ସା ବୋଲି ସ୍ଵୀକାର କରାଗଲା। ଏବେ ସବୁଠି ପ୍ଲାଜମା ଥେରାପିର ବ୍ୟବହାର ବଢି ଚାଲିଛି।

କରୋନା ର ଔଷଧ ନାହିଁ ବୋଲି ଆଜି ବି କୁହା ଯାଉଛି, ହେଲେ ପୃଥିବୀରେ ୬୦% ଲୋକ ଆରୋଗ୍ଯ ଲାଭ କରୁଛନ୍ତି କେମିତି। ଅନେକ ଦେଶରେ ଆରୋଗ୍ଯ ହାର ୯୪-୯୫% ରେ ପହଞ୍ଚିଲାଣି। ବିନା ଔଷଧରେ ଲୋକେ ଆପେ ଆପେ ଆରୋଗ୍ଯ ଲାଭ କରୁଛନ୍ତି କି? ସଂକ୍ରମଣ ବଢିବା ସହିତ ଆରୋଗ୍ଯ ଲାଭର ମାତ୍ରା ମଧ୍ୟ ବଢୁଛି। ଏଥିପାଇଁ କିଛି କିଛି ଔଷଧ ବାହାରିଲାଣି ଓ ସେସବୁ କାମରେ ଲାଗୁଛି ନିଶ୍ଚୟ। ଏହି ପ୍ରକ୍ରିୟାରେ କରୋନାର ପ୍ରତିଷେଧକ ଟୀକାକୁ ନେଇ ମଧ୍ୟ ଅନେକ ପ୍ରକାର ଅପତଥ୍ୟ ଓ ଅନ୍ତର୍ଦ୍ଵନ୍ଦ୍ଵ ଆମେ ଦେଖୁଛୁ। ଅତି କମରେ ୨୩ ପ୍ରକାର ଟୀକାକୁ ନେଇ ଏବେ ସାରା ପୃଥିବୀରେ ପରୀକ୍ଷା ନିରୀକ୍ଷା ଚାଲିଛି। ହେଲେ ଟୀକା ତିଆରି କରିବା, ବିଭିନ୍ନ ସ୍ତରରେ ପରୀକ୍ଷା କରିବା, ସ୍ଵୀକୃତି ପାଇବା ଏବଂ ସର୍ବ ସାଧାରଣଙ୍କ ଲାଗି ଉତ୍ପାଦନ କରିବାର ପ୍ରକ୍ରିୟା ଟି ସମୟ ସାପେକ୍ଷ। ଏହା ୩ ମାସ କି ୬ ମାସର ବ୍ୟାପାର ନୁହେଁ। ପ୍ରତିଷେଧକ ଟୀକା ଏକ ଦୀର୍ଘସ୍ଥାୟୀ ସମାଧାନ, ଏହା ମହାମାରୀକୁ ତୁରନ୍ତ ଅଟକାଇ ପାରିବ ନାହିଁ।

ଶହେ ତିରିଶ କୋଟି ଲୋକଙ୍କର ଏକ ଦେଶରେ ଯେ କୌଣସି ସରକାରୀ ନିଷ୍ପତ୍ତି ଲାଗୁ କରିବା ପୂର୍ବରୁ, ସେ ବିଷୟରେ ବ୍ୟାପକ ବିତର୍କ ଓ ବିମର୍ଶ ହେବା ଜରୁରୀ। କରୋନା ମୁକାବିଲା କ୍ଷେତ୍ରରେ ଆମେ ଦେଖୁଛୁ, ଅନେକ ସମୟରେ ଅନ୍ଧାରରେ ବାଡି ବୁଲା ଚାଲିଛି। ମୁଖା, ଟୀକା ଓ ଚିକିତ୍ସା ବାବଦରେ  ଆମେ ବାରମ୍ବାର ଭକୁଆ ହୋଇ ସରକାରୀ ନିର୍ଦ୍ଦେଶକୁ ବୁଝି ପାରୁନୁ।

କରୋନା ମୁକାବିଲା
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026

ରାଶିଫଳ: ଆଜି ଏପ୍ରିଲ ୨୯ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.