Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂତନ ଜାତୀୟ ଶିକ୍ଷା ନୀତି 2020, ଜାଣନ୍ତୁ ନୂଆ ନୀତିର ମୁଖ୍ୟାଂଶ
ଜାତୀୟ ଖବର

ନୂତନ ଜାତୀୟ ଶିକ୍ଷା ନୀତି 2020, ଜାଣନ୍ତୁ ନୂଆ ନୀତିର ମୁଖ୍ୟାଂଶ

July 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ନୂତନ ଜାତୀୟ ଶିକ୍ଷା ନୀତି 2020 ବୁଧବାର, ଜୁଲାଇ 29 ତାରିଖ ପ୍ରକାଶ ପାଇଛି। ଦେଶର ସାମଗ୍ରିକ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର କ୍ୟାବିନେଟ ଏଙାକୁ ଅନୁମୋଦନ କରିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ନୂଆ ଶିକ୍ଷା ନୀତି-2020 ଘୋଷଣା କରିଛନ୍ତି।

ପୂର୍ବରୁ ମେ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଶିକ୍ଷା ନୀତି-2020କୁ ସମୀକ୍ଷା କରିଥିଲେ। ପୂର୍ବତନ ଇସ୍ରୋ ମୁଖ୍ୟ କେ.କସ୍ତୁରୀରଙ୍ଗନଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଦଳ ଏଥିପାଇଁ ଡ୍ରାଫ୍ଟ ତିଆରି କରିଥିଲେ। ଭାରତକୁ ବିଶ୍ବ ସ୍ତରରେ ଜ୍ଞାନର ଏକ ସୁପର ପାୱାର କରିବା ହେଉଛି ନୂଆ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ । କରୋନା ଯୋଗୁଁ ବିଳମ୍ବରେ ସେପ୍ଟମ୍ବର-ଅକ୍ଟୋବରରେ ଆରମ୍ଭ ହେଉଥିବା ନୂଆ ଶିକ୍ଷା ବର୍ଷରୁ ଏହି ନୀତି ଲାଗୁ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ଶିକ୍ଷା ମନ୍ତ୍ରାଳୟ ନାମରେ ପୁନଃ ନାମିତ କରାଯାଇଛି। ତେବେ, ନୂଆ ଶିକ୍ଷା ନୀତିକୁ କ୍ୟାବିନେଟ୍‌ ମଞ୍ଜୁରି ଦେବା ପରେ କ’ଣ କ’ଣ ସବୁ ପରିବର୍ତ୍ତନ ହୋଇଛି ଜାଣନ୍ତୁ ।

ନୂଆ ଶିକ୍ଷା ନୀତିର ମୁଖ୍ୟାଂଶ

-ନୂଆ ଶିକ୍ଷା ନୀତିରେ ଦେଶରେ ସ୍ବାକ୍ଷର ହାର ୧୦୦ ପ୍ରତିଶତ କରାଯିବାର ଲକ୍ଷ୍ୟ ରହିଛି। ଶିକ୍ଷା ‌କ୍ଷେତ୍ରରେ ଜନସାଧାରଣଙ୍କ ସକାଶେ ଅଧିକ ପୁଞ୍ଜି ବିନିଯୋଗ କରି ସରକାର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଚିନ୍ତା କରିଛନ୍ତି।

-ଏଣିକି ଆଉ ୬ ବର୍ଷ ବୟସରୁ ସ୍କୁଲ୍‌ ଶିକ୍ଷା ଆରମ୍ଭ ହେବ ନାହିଁ। ନୂଆ ଶିକ୍ଷା ନୀତି ଅନୁସାରେ ୩ ବର୍ଷରୁ ହିଁ ପିଲାମାନେ ବିଧିବଦ୍ଧ ସ୍କୁଲ୍‌ ଶିକ୍ଷା ଆରମ୍ଭ କରିବେ।

-ଅତି କମ୍‌ରେ ଛାତ୍ରଛାତ୍ରୀମାନେ ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷା ବା ଆଞ୍ଚଳିକ ଭାଷାରେ ପାଠ ପଢ଼ିବେ।

-ଷ‌ଷ୍ଠ ‌ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହୋଇଯିବ। ଏଥିରେ ଇଣ୍ଟର୍ନସିପ୍ ବ୍ୟବସ୍ଥା ମଧ୍ୟ ରହିବ।

-ନୂଆ ଶିକ୍ଷା ନୀତି ଅଧୀନରେ ଏମ୍‌ଫିଲ୍‌‌ ପାଠ୍ୟକ୍ରମ ବନ୍ଦ ହେବ ଏବଂ ସ୍ନାତକ, ସ୍ନାତକୋତର ଏବଂ ପିଏଚ୍‌ଡିସ୍ତରର ସମସ୍ତ କୋର୍ସ‌୍‌କୁ ଆନ୍ତଃବିଭ‌ାଗୀୟ କରାଯିବ।

-ବିଶ୍ବବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଆଡମିସନ୍‌ ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

-ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଶିକ୍ଷା ଫି ଉପରେ ସରକାର ସୀମା ଧାର୍ଯ୍ୟ କରିବେ।

-୧୦+୨ ଢାଞ୍ଚା ବଦଳରେ ୫+୩+୩+୪ ବ୍ୟବସ୍ଥା ପ୍ରଚଳନ କରିବାକୁ ସ୍ଥିର କରାଯାଇଛି।

-୪ ବର୍ଷୀୟା ସ୍ନାତକ ପାଠ୍ୟକ୍ରମ ପୁଣି ଆରମ୍ଭ ହେବ। ତେବେ ବିଏ, ବିଏସ୍‌ସି ଏବଂ ବିଭୋକାଲ କାର୍ଯ୍ୟକ୍ରମ ତିନି ବର୍ଷୀୟା ରହିବ।

-ନୀତିର ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଦେଶର କ୍ୟାମ୍ପସ୍‌ ଖୋଲିବା ଲାଗି ବିଦେଶୀ ବିଶ୍ବବିଦ୍ୟାଳୟଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି।

-ଉଭୟ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ପାଇଁ ଇ-ଶିକ୍ଷା ଯୋଗାଇ ଦେବାକୁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯିବ।

-ସମସ୍ତ ବୃତ୍ତିଗତ ଶିକ୍ଷା ଉଚ୍ଚଶିକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବ।

-ସମସ୍ତ ଭାରତୀୟ ଭାଷାର ସଂରକ୍ଷଣ ଓ ଅଭିବୃଦ୍ଧିକୁ ମିଳିବ ପ୍ରୋତ୍ସାହନା।

-ଛାତ୍ରବୃତ୍ତି ପାଇଁ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ବିକାଶ ପାଇଁ ଜାତୀୟ ସ୍କଲାରସିପ୍‌ ପୋର୍ଟାଲ୍‌ ବିସ୍ତାର କରାଯିବ।

-ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଯଦି ଆଦର୍ଶ ଏବଂ ମାନଦଣ୍ଡକୁ ଅନୁକରଣ ନକରନ୍ତି ‌ତେବେ ଦଣ୍ଡିତ ହେବେ।

ନୂଆଦିଲ୍ଲୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଫ୍ଲୋର ଟେଷ୍ଟ ପୂର୍ବରୁ ଏଆଇଏଡ଼ିଏମକେ ଦୁଇ ଫାଳ

May 12, 2026

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ-ଷ୍ଟାଲିନ୍ ଙ୍କ ଆଲିଙ୍ଗନ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.