Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜାଣନ୍ତୁ, ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ ସମାରୋହରେ କେତେବେଳେ କଣ କରିବେ
ଜାତୀୟ ଖବର

ଜାଣନ୍ତୁ, ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ ସମାରୋହରେ କେତେବେଳେ କଣ କରିବେ

August 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଐତିହାସିକ ଲାଲକିଲ୍ଲାର ପ୍ରାଚୀର
ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ 'ବନ୍ଦେ ମାତରମ୍'

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭବ୍ୟ ଲାଲକିଲ୍ଲା ଠାରେ ଆୟୋଜିତ ହେବାକୁ ଥିବା ୭୪ତମ ସ୍ୱାଧୀନତା ଦିବସ ସମାରୋହରେ ସାରା ଦେଶର ନେତୃତ୍ୱ ନେବେ। ସେ ଜାତୀୟ ପତାକା ଉତୋଳନ କରିବା ସହିତ ଏହି ଐତିହାସିକ ଅଟ୍ଟାଳିକାର ପ୍ରାଚୀରରୁ ସମଗ୍ର ରାଷ୍ଟ୍ର ଉଦ୍ଦେଶ୍ୟରେ ପାରମ୍ପରିକ ଅଭିଭାଷଣ ରଖିବେ।

ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ଲାହୋର ଗେଟ ନିକଟରେ ସକାଳ ୭ଟା ୧୮ମିନିଟରେ ପହଁଚିବେ। ସେଠାରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଓ ପ୍ରତିରକ୍ଷା ସଚିବ ଡ. ଅଜୟ କୁମାର ସ୍ୱାଗତ କରିବେ। ଏହା ପରେ ଦିଲ୍ଲୀ କ୍ଷେତ୍ରର ଜେନେରାଲ କମାଣ୍ଡିଂ ଅଫିସର (ଜିଓସି) ଲେଫ୍ଟନାଂଟ ଜେନେରାଲ ବିଜୟ କୁମାର ମିଶ୍ରଙ୍କୁ ପ୍ରତିରକ୍ଷା ସଚିବ ପ୍ରଧାନମନ୍ତ୍ରୀଙ୍କ ସହିତ ପରିଚୟ କରାଇ ଦେବେ। ଏହାପରେ ଦିଲ୍ଲୀ କ୍ଷେତ୍ରର ଜିଓସି ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ସ୍ଥଳୀକୁ ପାଛୋଟି ନେବେ। ସେଠାରେ ଆନ୍ତଃସେବା ଏବଂ ପୁଲିସ ଗାର୍ଡମାନେ ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ଜଣାଇବେ। ଏହାପରେ ପ୍ରଧାନମନ୍ତ୍ରୀ ଗାର୍ଡ ଅଫ ଅନର ଗ୍ରହଣ କରିବେ।

ସ୍ଥଳ ସେନା, ନୌସେନା, ବାୟୁସେନା ଏବଂ ଦିଲ୍ଲୀ ପୁଲିସର ୨୪ ଜଣ ଲେଖାଏଁ କାର୍ମିକ ଜଣେ ଅଧିକାରୀଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିବେ। ପ୍ରାଚୀର ତଳେ ଜାତୀୟ ପତାକା ସମ୍ମୁଖରେ ଗାର୍ଡ ଅଫ ଅନର ପ୍ରଦାନ କରାଯିବ। ଚଳିତ ବର୍ଷ ସ୍ଥଳ ସେନାର ସମନ୍ୱୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଉଥିବାରୁ ଲେଫ୍ଟନାଂଟ କଲୋନେଲ ଗୌରବ ଏସ ୟେୱାଲକରଙ୍କ ନେତୃତ୍ୱରେ ଗାର୍ଡ ଅଫ ଅନର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସମୟରେ ସ୍ଥଳସେନା ଦଳର ନେତୃତ୍ୱ ନେବେ ମେଜର ପାଲବିନ୍ଦର ଗ୍ରେୱାଲ, ନୌସେନା ଦଳର ନେତୃତ୍ୱ ଲେଫ୍ଟନାଂଟ କମାଣ୍ଡର କେ.ଭି. ଆର ରେଡ୍ଡୀ, ବାୟୁସେନା ଦଳର ନେତୃତ୍ୱ ସ୍କ୍ୱାର୍ଡନ ଲିଡର ବିକାଶ କୁମାର ଏବଂ ଦିଲ୍ଲୀ ପୁଲିସ ଦଳର ନେତୃତ୍ୱ ନେବେ ଅତିରିକ୍ତ ଆରକ୍ଷୀ ଉପ ଆୟୁକ୍ତ ଶ୍ରୀ ଜିତେନ୍ଦ୍ର କୁମାର ମୀଣା।

ଗାର୍ଡ ଅଫ ଅନର ଗ୍ରହଣ କରିସାରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ପ୍ରାଚୀର ଅଭିମୁଖେ ପ୍ରସ୍ଥାନ କରିବେ। ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ, ସ୍ଥଳସେନା ମୁଖ୍ୟ ଏମ ଏମ ନରୱଣେ, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ଏବଂ ବାୟୁସେନା ମୁଖ୍ୟ ଆର କେ ଏସ ଭଦୌରିଆ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବେ। ଏହାପରେ ଜାତୀୟ ପତାକା ଉତୋଳନ ଲାଗି ଦିଲ୍ଲୀ କ୍ଷେତ୍ରର ଜିଓସି ପ୍ରଧାନମନ୍ତ୍ରୀଙ୍କୁ ମଂଚ ନିକଟକୁ ପାଛୋଟି ନେବେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯିବା ପରେ ନ୍ୟାସନାଲ ଗାର୍ଡ ପକ୍ଷରୁ ଜାତୀୟ ପତାକାକୁ ‘ରାଷ୍ଟ୍ରୀୟ ସଲାମ’ ପ୍ରଦାନ କରାଯିବ। ଜାତୀୟ ପତାକା ଉତୋଳନ ଏବଂ ‘ରାଷ୍ଟ୍ରୀୟ ସଲାମ’ ପ୍ରଦାନ କରାଯିବା ସମୟରେ ସେନାର ଗ୍ରେନେଡିୟର୍ସ ରେଜିମେଂଟାଲ ସେଂଟର ମିଲିଟାରୀ ବାଦ୍ୟ ଦଳ ପକ୍ଷରୁ ଜାତୀୟ ସଙ୍ଗୀତର ଧୂନ ବଜାଯିବ। ୟୁନିଫର୍ମରେ ଥିବା ସମସ୍ତ ସେନା କର୍ମଚାରୀମାନେ ଦଣ୍ଡାୟମାନ ହୋଇ ସାଲୁଟ ମାରିବେ, ଅନ୍ୟମାନେ କେବଳ ଛିଡ଼ା ହୋଇ ଜାତୀୟ ପତାକାକୁ ସମ୍ମାନ ଜଣାଇବେ। ସୁବେଦାର ମେଜର ଅବଦୁଲ ଗନି ସେନା ବାଦ୍ୟ ଦଳର ନେତୃତ୍ୱ ନେବେ।

ମେଜର ଶ୍ୱେତା ପାଣ୍ଡେ ଜାତୀୟ ପତାକା ଉତୋଳନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ସହାୟତା କରିବେ। ତ୍ରିରଙ୍ଗା ଉତୋଳନ ସହିତ ଉତ୍କୃଷ୍ଟ ୨୨୩୩ କ୍ଷେତ୍ରୀୟ ତୋପଚାଳନା ବାହିନୀ (ପାରମ୍ପରିକ)ର ସାହସୀ ବନ୍ଧୁକଧାରୀମାନେ ୨୧ ତୋପ ସଲାମୀ ପ୍ରଦାନ କରିବେ। ତୋପ ସଲାମୀ ଦେଉଥିବା ଦଳର ନେତୃତ୍ୱ ନେବେ ଲେଫ୍ଟନାଂଟ କଲୋନେଲ ଜିତେନ୍ଦ୍ର ସିଂ ମେହତା ଏବଂ ବନ୍ଧୁକଧାରୀ ଅଧିକାରୀ ହେବେ ନାଏବ ସୁବେଦାର (ଏଆଇଜି) ଅନୀଲ ଚାନ୍ଦ।
ଜାତୀୟ ପତାକା ଗାର୍ଡରେ ୩୨ ଜଣ କାର୍ମିକ ଏବଂ ସ୍ଥଳସେନା, ନୌସେନା, ବାୟୁସେନା ଓ ଦିଲ୍ଲୀ ପୁଲିସର ଜଣେ ଲେଖାଏଁ ଅଧିକାରୀ ରହିବେ। ଏମାନେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପତାକା ଉତୋଳନ ସମୟରେ ରାଷ୍ଟ୍ରୀୟ ସଲାମ ପ୍ରଦାନ କରିବେ। ଆନ୍ତଃସେବା ଗାର୍ଡ ଓ ପୁଲିସ ଗାର୍ଡର ନେତୃତ୍ୱ ନେବେ ସ୍ଥଳସେନାର ମେଜର ସୂର୍ଯ୍ୟ ପ୍ରକାଶ।

ସେହିପରି ଲେଫ୍ଟନାଂଟ କମାଣ୍ଡର ବିବେକ ଟିଙ୍ଗଲୋ ଜାତୀୟ ପତାକା ଗାର୍ଡ ପାଇଁ ନୌସେନା ଦଳର ନେତୃତ୍ୱ ନେବେ । ବାୟୁସେନା ଦଳର ନେତୃତ୍ୱ ନେବେ ସ୍କ୍ୱାଡ୍ରନ ଲିଡର ମୟଙ୍କ ଅଭିଷେକ ଓ ଦିଲ୍ଲୀ ପୁଲିସ ଦଳର ନେତୃତ୍ୱ ନେବେ ଅତିରିକ୍ତ ଉପ ଆରକ୍ଷୀ ଆୟୁକ୍ତ ଶ୍ରୀ ସୁଧାଂଶୁ ଧମା।

ଜାତୀୟ ପତାକା ଉତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶେଷ ହେବା ପରେ ଜାତୀୟ ସମର ଶିକ୍ଷାର୍ଥୀବାହିନୀ ପକ୍ଷରୁ ଜାତୀୟ ସଙ୍ଗୀତ ଗାନ କରାଯିବ। ସମସ୍ତଙ୍କୁ ଜାତୀୟ ସଙ୍ଗୀତ ଗାନ ସମୟରେ ସେମାନଙ୍କ ଆସନରୁ ଉଠି ଛିଡ଼ା ହୋଇ ସମ୍ମାନ ପ୍ରଦର୍ଶନ କରିବା ଲାଗି ଅନୁରୋଧ କରାଯାଉଛି । ୟୁନିଫର୍ମରେ ଥିବା ସେନା କର୍ମଚାରୀମାନେ ଏହି ଅବସରରେ ସାଲୁଟ ଜଣାଇବେ।

ଏହି ଜାତୀୟ ଭାବଧାରାର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୫୦୦ ଏନସିସି କ୍ୟାଡେଟ (ସ୍ଥଳସେନା, ନୌସେନା ଏବଂ ବାୟୁସେନା)ମାନେ ଅଂଶଗ୍ରହଣ କରିବେ।

ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026

ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ, ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

September 11, 2026
Latest News

ମୋଦୀଙ୍କ ଜନ୍ମଦିନରେ ପ୍ରତ୍ୟେକ ଘରେ ‘ଆଶୀର୍ବାଦର ଦୀପ’ ଜଳାଇବାକୁ ଆହ୍ୱାନ କଲେ ଉପମୁଖ୍ୟମନ୍ତ୍ରୀ

September 12, 2026

ଭିଜିଲାନ୍ସ ନଜରରେ ଅବକାରୀ ଅଧୀକ୍ଷକ, ସ୍କର୍ପିଓରୁ ମିଳିଲା ୫ ଲକ୍ଷ

September 12, 2026

ସେବା ସଂକଳ୍ପ ଅଭିଯାନ ପାଇଁ ପ୍ରସ୍ତୁତି ଜୋରଦାର କଲା ପଞ୍ଚାୟତିରାଜ ବିଭାଗ

September 12, 2026

ଓଏସ୍ଏସ୍ଏଫ୍ ଯବାନଙ୍କ ପାଇଁ ଏସବିଆଇ ସହ ଓଡ଼ିଶା ପୋଲିସର ଏମ୍ଓୟୁ ସ୍ୱାକ୍ଷର

September 12, 2026

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.