Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମାଗଣା ତେଲ ବନାମ ମହଙ୍ଗା ତେଲ
ବିଶେଷ ଖବର

ମାଗଣା ତେଲ ବନାମ ମହଙ୍ଗା ତେଲ

September 30, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମୋତେ ପେଟ୍ରୋଲ ଦର ବାଧୁନାଇଁ କାରଣ ମୋତେ ପେଟ୍ରୋଲ ମାଗଣାରେ ମିଳୁଛି – କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ ଏମିତି କିଛି ବକ୍ତବ୍ୟ ରଖିଥିଲେ। ସତ କଥା, ମନ୍ତ୍ରୀମାନଙ୍କୁ ହାତରୁ ପଇସା ଦେଇ ତେଲ ପକେଇବାକୁ ପଡୁନି। ତେଣୁ ଆଜି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ଯେତେବେଳେ ଆକାଶ ଛୁଆଁ ହୋଇସାରିଛି, ସେତେବେଳେ ସାଧାରଣ ମଣିଷର ଆଖିରୁ ଲୁହ ଶୁଖୁନଥିବା ବେଳେ ଏହାକୁ ନେଇ ଶାସକ ଦଳର ନେତା ଓ ମନ୍ତ୍ରୀ ମାନେ ବେଶ ଆନନ୍ଦରେ ଅଛନ୍ତି। ୨୦୧୪ ପୂର୍ବରୁ ଯେତେବେଳେ ତେଲ ଦର ବଢୁଥିଲା, ସେତେବେଳେ ସଂସଦରୁ ସଡକ ପର୍ଯନ୍ତ ସବୁକିଛି ଥଋ ଉଠୁଥିଲା। ଆନ୍ତର୍ଜାତୀୟ ବଜାରରେ ସେତେବେଳେ ତେଲର ବ୍ୟାରେଲ ପିଛା ମୂଲ୍ୟ ପ୍ରାୟ ୧୨୦ ଡଲାର ଥିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଥିଲା ୬୩।  ତେବେ ଆଜି ବିଶ୍ଵ ବଜାରରେ ତେଲର ବ୍ୟାରେଲ ପିଛା ମୂଲ୍ୟ ୭୩-୭୫ ଡଲାର ଥିବା ବେଳେ ଡଲାର ର ଭାରତୀୟ ମୂଲ୍ୟ ୭୩ ଟଙ୍କା ପାଖାପାଖି ହେଲାଣି। ତେଲର ବଜାର ପରିସ୍ଥିତି ୨୦୧୧୩-୧୪ ତୁଳନାରେ ଆଜି ବେଶ ଭଲ ରହିଛି। ତଥାପି ଆଜି ଓଡିଶାରେ ପେଟ୍ରୋଲ ଲିଟର ପିଛା ୮୨.୧୩ ପଇସାରେ ବିକ୍ରି ହେଉଥିବାବେଳେ ମୁମ୍ବାଇ ରେ ଏହା ୯୦.୫୭ ଟଙ୍କା ରେ ପହଞ୍ଚି ସାରିଛି। ୨୦୧୩ ରେ ସତୁରୀ ଟଙ୍କା ଦେଇ ପେଟ୍ରୋଲ କିଣୁଥିବା ଗ୍ରାହକ ପ୍ରବଳ ପାଟିଗୋଳ କରୁଥିବାବେଳେ, ଆଜି ସମସ୍ତେ ଚୁପ। ଏହାର କାରଣ କଣ?

ସୌଭାଗ୍ୟ ହେଉ କି ଦୁର୍ଭାଗ୍ୟ ଗତ ସାଢେ ଚାରି ବର୍ଷ ହେଲା ଜଣେ ଓଡିଆ  କେନ୍ଦ୍ରରେ ପେଟ୍ରୋଲ ବିଭାଗର ମନ୍ତ୍ରୀ ଅଛନ୍ତି। ଏହି ବିଭାଗର ମନ୍ତ୍ରୀ ହେଲାପରେ ବିଶ୍ଵବଜାରରେ କଞ୍ଚା ତେଲର ଦର ଢେର କମିଯାଇଥିଲା। ଗୋଟେ ସମୟରେ ଏହା ବ୍ୟାରେଲ ପିଛା ୩୦ ଡଲାର କୁ ଖସି ଆସିଥିଲା। ତେବେ ବିଶ୍ଵ ବଜାରରେ ଆସିଥିବା ଏହି ଭଲ ସମୟର ଲାଭ ତେଲ ଉପଭୋକ୍ତା ମାନଙ୍କୁ ମିଳିଲା ନାହିଁ। ତେଲ ଦର କମ ଥିବାବେଳେ ଅବକାରୀ ଟିକସକୁ ୧୦୦% ରୁ ଅଧିକ ବଢାଇ ଦିଆଗଲା। ତେବେ ବିଶ୍ଵ ବଜାରରେ ତେଲ ମୂଲ୍ୟ କମିବା ହେତୁ ଭାରତ ସରକାର ପ୍ରାୟ ୧୧ ଲକ୍ଷ କୋଟି ଟଙ୍କାର ଲାଭ କରିଥିଲେ। ସେ ଲାଭର କୌଣସି ଅଂଶ ସାଧାରଣ ଲୋକ ପାଇନଥିବା ବେଳେ ଆଜିର ଦରବୃଦ୍ଧି ର ବୋଝ ଲୋକଙ୍କ ଉପରେ ଲଦିବାର କାରଣ କଣ?

ପୂର୍ବରୁ ତେଲ ଦର  ବଢିବା ଓ ଛିଡିବା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରାଯାଉଥିଲା। ସେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ଆଜିର ପ୍ରଧାନମନ୍ତ୍ରୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅପାରଗ ଶାସନ କାରଣରୁ ତେଲ ଦର ବାଢୁଛି ବୋଲି କହୁଥିଲେ। ତେବେ ଆଜିର ତେଲ ଦର ପାଇଁ କାହାର ଅପାରଗତା ଦାୟୀ ସେକଥା ଆମେ ପଚାରିବା ନିହାତି ଉଚିତ ହେବ। ତେବେ ଆଜିର ଶାସନ ଦାୟିତ୍ବରେ ମନ୍ତ୍ରୀମାନଙ୍କୁ ପ୍ରଶ୍ନ ପଚାରିଲେ ଜେଲ ଯିବାର ଡର କିଛି ନୁହେଁ। ତେଲ ଡର କାହିଁକି ଏତେ ବଢୁଛି ବୋଲି ପ୍ରଶ୍ନ ପଚାରି ବହୁ ଲୋକ ଶାସକ ଦଳର ଖେଞ୍ଚା ଖାଇ ସାରିଲେଣି। କିଛି ଦିନ ତଳେ ଆମ ରାଜ୍ୟର ଏକ ସାଧାରଣ ସଭାରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେହିଜଣେ ପେଟ୍ରୋଲ ଦର  କଥା ପଚାରିବାରୁ ମନ୍ତ୍ରୀ ମହୋଦଯ ଫଁ ଫଁ ହୋଇ କହିଥିଲେ- ମୁଁ ମୋଦୀଙ୍କ ହନୁମାନ, ମୋ ଲାଞ୍ଜ ରେ ନିଆଁ ଲଗେଇବାକୁ ସାହସ କରନ୍ତୁ ନାଇଁ। ପେଟ୍ରୋଲ ଦର ନିୟନ୍ତ୍ରଣରେ ବ୍ୟର୍ଥ ହୋଇଥିବା ମନ୍ତ୍ରୀ ହନୁମାନ ହୁଅନ୍ତୁ କି ରାବଣ ସେଥିରେ ସାଧାରଣ ଜନତାର କିଛି ଯାଏ ଆସେ ନାହିଁ। ତେବେ ଲୋକଙ୍କ ମୌଳିକ ସମସ୍ୟା ପ୍ରତି ଏ ସରକାର ଯେ କେତେ ଉଦାସୀନ ତାହାର ଏହା ଏକ ଛୋଟିଆ ଉଦାହରଣ ମାତ୍ର।

ଇତି ମଧ୍ୟରେ ଧର୍ମେନ୍ଦ୍ର ବାବୁ ତେଲ ଦର ବଢିବାର ବିଭିନ୍ନ ବିଚିତ୍ର କାରଣ ମାନ ଦର୍ଶାଇଛନ୍ତି। ପ୍ରଥମେ କୁହାଗଲା, ଏଥିଲାଗି ବିଶ୍ଵ ବଜାର ଦାୟୀ। ତେବେ ବିଶ୍ଵ ବଜାର ରେ ଦର କମ ଥିଲାବେଳେ ଆମକୁ ଲାଭ ମିଳିଥିଲା କି? ତାପରେ କୁହାଗଲା, ଏଥିରୁ ମିଳୁଥିବା ଅର୍ଥ ଜଣ କଲ୍ୟାଣ କାମରେ ଖର୍ଚ୍ଚ ହେଉଛି। ଆଜ୍ଞା, ଏଇ ସରକାର ଆଗରୁ କୌଣସି ଜଣ କଲ୍ୟାଣ ଯୋଜନା ଦେଶରେ ନଥିଲା କି? ଶେଷରେ କୁହା ଯାଉଛି, ଜିଏସଟି ଲାଗୁ ହେଲେ ସବୁ ଠିକ ହୋଇଯିବା ଆମେ ବୁଝି ପାରୁନୁ ଜିଏସଟି ଲାଗୁ କରିବ କିଏ?

୨୦୧୪ ନିର୍ବାଚନରେ ବିଜେପି ବହୁତ ବଡ ବଡ ପୋଷ୍ଟର ମାରି ଲେଖିଥିଲେ, “ବହୁତ ହୁଇ ପେଟ୍ରୋଲ ଔର ଡିଜେଲ କି ମାର, ଅବକି ବାର ମୋଦୀ ସରକାର”। ଆଜି ସେଇ ସମାନ ପୋଷ୍ଟର ଧରି ଆମେ ମାନେ ତାଙ୍କୁ ସ୍ଵାଗତ କରିବା ଏକମାତ୍ର ଉଚିତ ବ୍ୟବସ୍ଥା ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ସଂସଦରେ ପାସ୍ ହେଲା ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍: ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ

July 31, 2026

ପଶ୍ଚିମ ଏସିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

July 31, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026
Latest News

ସଂସଦରେ ପାସ୍ ହେଲା ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍: ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ

July 31, 2026

ପଶ୍ଚିମ ଏସିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

July 31, 2026

ଆଜି ଜୁଲାଇ ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

July 31, 2026

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.