Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୪୫ ବର୍ଷରେ ପଦାର୍ପଣ କଲା ଟାଇମଲେସ୍ କ୍ଲାସିକ୍ ଚଳଚିତ୍ର “ଶୋଲେ”; କିଛି ଜଣା, ଅନେକ ଅଜଣା
ବିଶେଷ ଖବର

୪୫ ବର୍ଷରେ ପଦାର୍ପଣ କଲା ଟାଇମଲେସ୍ କ୍ଲାସିକ୍ ଚଳଚିତ୍ର “ଶୋଲେ”; କିଛି ଜଣା, ଅନେକ ଅଜଣା

August 15, 2020No Comments7 Mins Read
Share Facebook Twitter LinkedIn Email WhatsApp Copy Link
Historical film Sholay become 45 years

ବିଜନ କୁମାର ମହାପାତ୍ର

ଏମିତି କିଛି ଭାରତୀୟ ଫିଲ୍ମ ରହିଛି, ଯାହା କି ‘ଟାଇମଲେସ୍ କ୍ଲାସିକ’ ପଯ୍ୟାୟଭୁକ୍ତ ହୋଇଛି। ଭାରତୀୟ ସିନେମା ଇତିହାସରେ ସେସବୁ କାଳଜୟୀ ଫିଲ୍ମ ଭାବେ ସ୍ୱୀକୃତ। ବୋଧହୁଏ ମାହେନ୍ଦ୍ର ବେଳାରେ ହିଁ ଏସବୁ ଚିରସବୁଜ ଓ କ୍ଲାସିକ ଫିଲ୍ମ ନିର୍ମିତ ହୋଇଥିବ। ସେଥିପାଇଁ ତ ରିଲିଜର ଦଶକ ଦଶକ ପରେ ବି ସେସବୁ ଫିଲ୍ମ ନୂଆ ଭଳି ଲାଗେ । ସେହିଭଳି ଏକ ଫିଲ୍ମ ହେଲା ‘ଶୋଲେ’ । ଭାରତର ସର୍ବକାଳିନ ‘କଲ୍ଟ ଫିଲ୍ମ’ ମଧ୍ୟରେ ଅନ୍ୟତମ। ଏକ ମାଇଲଖୁଂଟ ଫିଲ୍ମ ‘ଶୋଲେ’ ରିଲିଜକୁ ପୂରିଛି ୪୫ ବର୍ଷ। କିନ୍ତୁ ଆଜି ବି ଏହି ଫିଲ୍ମ ସିନେପ୍ରେମୀଙ୍କ ପାଇଁ ଅପାସୋରା ହୋଇ ରହିଛି।

୧୯୭୫ ମସିହା ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହୋଇଥିଲା ରମେଶ ସିପ୍ପି ନିର୍ଦ୍ଦେଶିତ ଶୋଲେ। ଅନେକଙ୍କ ମତରେ ଏହା ଥିଲା ଏକ ମସାଲା ମନୋରଂଜନଧର୍ମୀ ଫିଲ୍ମ। ଏକ ରିଭେଂଜ ଡ୍ରାମା, ଯାହା କି ଷ୍ଟାଇଲିସ୍ ଭାବେ ନିର୍ମାଣ କରାଯାଇଥିଲା। ରିଲିଜ୍ ହେବା ପରେ ପ୍ରଥମ ପ୍ରଥମେ ଶୋଲେକୁ ମିଳି ନ ଥିଲା ଦର୍ଶକୀୟ ସମର୍ଥନ। ଫିଲ୍ମ ସମୀକ୍ଷକମାନଙ୍କ ମତାମତ ବି ଉତ୍ସାହଜନକ ନ ଥିଲା। କିନ୍ତୁ ଫିଲ୍ମରେ କିଛି ନୂତନତ୍ୱ ରହିଥିବା ଅନୁଭବ କଲେ ଦର୍ଶକ।

ଫିଲ୍ମର କାହାଣୀ, ଉପସ୍ଥାପନା, ଚରିତ୍ର ଚିତ୍ରଣ,ଅଭିନୟ, ଡାଏଲଗ ଓ ଆକସନରେ ବିଶେଷତ୍ୱ ରହିଥିବା ସେମାନେ ଧୀରେ ଧୀରେ ଅନୁଭବ କଲେ। ତେଣୁ ନକାରାତ୍ମକ ସମୀକ୍ଷା ଓ ମାନ୍ଦା ଓପନିଂ ସତ୍ୱେ ମାଉଥ୍ ଟୁ ମାଉଥ ପବ୍ଲିସିଟି ଫଳରେ ଦର୍ଶକଙ୍କୁ ସିନେମା ହଲକୁ ଟାଣି ଆଣିଲା ଶୋଲେ। କ୍ରମଶଃ ସବୁ ଶୋ ହାଉସଫୁଲ୍ ହେବାରେ ଲାଗିଲା। ପରେ ଭାରତର ସବ ର୍କାଳିନ ସଫଳ ବ୍ଲକବଷ୍ଟର ଭାବେ ରେକର୍ଡ ପରେ ରେକର୍ଡ କରିଚାଲିଲା ଶୋଲେ।

ଭାରତୀୟ ସିନେମାରେ ଆଜି ବି ଶୋଲେକୁ ନେଇ ଅନେକ ଚର୍ଚ୍ଚା ହୁଏ। ସମୀକ୍ଷକମାନେ ଆଜି ବି ଶୋଲେକୁ ନେଇ ନିଜ ନିଜ ଦୃଷ୍ଟିକୋଣରୁ ସମୀକ୍ଷା, ଆଲୋଚନା ଓ ସମାଲୋଚନା କରନ୍ତି । ଏକ ପାନ୍ ଇଣ୍ଡିଆନ୍ କଲ୍ଟ କ୍ଲାସିକରେ ପରିଣତ ହୋଇଥିବା ‘ଶୋଲେ’ ସହ ଜଡିତ ହୋଇ ରହିଛି ଅନେକ ରୋମାଂଚକର ତଥ୍ୟ। କିଛି ଜଣା ଓ ଅନେକ ଅଜଣା।

ଶୋଲେର କାହାଣୀ ଓ ସଂଳାପ ଲେଖିଥିଲେ ସଲିମ-ଜାଭେଦ୍ ଯୋଡି। ଫିଲ୍ମର କାହାଣୀ ତ ଉପରୁ ବେଶ ସାଧାରଣ ଜଣାପଡୁଥିଲା। ଭାରତୀୟ ଢାଂଚାରେ ନିର୍ମିତ ହୋଇଥିବା ଶୋଲେ ଭାରତର ପ୍ରଥମ ୱେଷ୍ଟଣ୍ଣ ର୍ ( ଆମେରିକାର ଏକ ନିର୍ଦ୍ଦିଷ୍ଟ ଜେନର୍ ) ଫିଲ୍ମ ବୋଲି କେହି କେହି ସମୀକ୍ଷକ କହନ୍ତି। ଜାପାନର ପ୍ରସିଦ୍ଧ ନିର୍ଦ୍ଦେଶକ ଆକିରୋ କୁରୋସାୱାଙ୍କ ଫିଲ୍ମ ‘ସେଭେନ୍ ସାମୁରାଇ’ ସମେତ ‘ଡାର୍ଟି ଡଜେନ’, ‘ଦି ମ୍ୟାଗନିଫିସେଂଟ୍ ସେଭେନ’ ‘ଫାଇବ୍ ମ୍ୟାନ ଆର୍ମି ‘ଏବଂ ‘ୱାନସ ଅପନ୍ ଏ ଟାଇମ୍ ଇନ୍ ୱେଷ୍ଟ’ ଦ୍ୱାରା ଅନୁପ୍ରାଣିତ ଥିଲା ଶୋଲେର କାହାଣୀ। ଖୋଦ୍ ଫିଲ୍ମର ଦୁଇ କାହାଣୀ ଓ ଚିତ୍ରନାଟ୍ୟ ଲେଖକ ମଧ୍ୟରୁ ଅନ୍ୟତମ ସଲିମ ଖାନ ଏହା ସ୍ୱୀକାର କରିଥିଲେ। ଏହାଛଡା ଫିଲ୍ମର ଅନେକ ଦୃଶ୍ୟ ବି କିଛ ହଲିଉଡ୍‌ ଫିଲ୍ମରୁ ନକଲ କରାଯାଇଥିଲା।

ସତୁରୀ ଦଶକରେ ହିନ୍ଦି ଫିଲ୍ମର ଅଗ୍ରଣୀ କାହାଣୀକାର –ସଂଳାପ ଲେଖକ ଭାବେ ସଲିମ ଅହମ୍ମଦ ଓ ଜାଭେଦ ଅଖତରଙ୍କ ଯୋଡି ଧୀରେ ଧୀରେ ସଫଳତାର ପାହାଚ ଚଢିବାରେ ଲାଗିଥିଲେ। ଶୋଲେ ପୂବ ର୍ରୁ ସଲିମ-ଜାଭେଦ ଯୋଡି ପ୍ରଯୋଜକ ଜି.ପି ସିପ୍ପି (ନିର୍ଦ୍ଦେଶକ ରମେଶ ସିପ୍ପିଙ୍କ ବାପା ) ଅନ୍ଦାଜ ଓ ସୀତା ଔର ଗୀତା ଫିଲ୍ମରେ କାହାଣୀ ଲେଖକ ଭାବେ କାମ କରିସାରିଥିଲେ। ସଲିମ-ଜାଭେଦ ଯୋଡି ଶୋଲେ ଫିଲ୍ମର କଳ୍ପନା କରି ଏହାର କାହାଣୀ ସଂକ୍ଷେପରେ ଜି.ପି ସିପ୍ପି ଓ ରମେଶ ସିପ୍ପିଙ୍କୁ ଶୁଣାଇଥିଲେ।

ଆଗରୁ ମନମୋହନ ଦେଶାଇ ଓ ପ୍ରକାଶ ମେହେରାଙ୍କ ଭଳି ନିର୍ମାତା ନିର୍ଦ୍ଦେଶକ ଶୋଲେର ସାରାଂଶକୁ ପ୍ରତ୍ୟାଖ୍ୟାନ କରିଦେଇଥିଲ। ସିପ୍ପି ପ୍ରଡକସନ ହାଉସଠାରୁ ସବୁଜ ସଂକେତ ମିଳିଲା ପରେ ସଲିମ-ଜାଭେଜ୍ ଶୋଲେର ପୁରା କାହାଣୀ ସହ ଚିତ୍ରନାଟ୍ୟ ଲେଖିଥିଲେ। ଶୋଲେର କାହାଣୀ ପାଇଁ ସଲିମ-ଜାଭେଦ ଯୋଡିଙ୍କୁ ସେତେବେଳେ ଦେଢ ଲକ୍ଷ ଟଙ୍କା ପାରିଶ୍ରମିକ ମିଳିଥିଲା।

ସଂଜୀବ କୁମାର ଅଭିନୟ କରିଥିବା ଠାକୁର ବଲଦେବ ସିଂହଙ୍କ ଭୂମିକା ପ୍ରଥମେ ଦିଲ୍ଲୀପ କୁମାରଙ୍କୁ ଅଫର୍ କରାଯାଇଥିଲା। କିନ୍ତୁ ଚରିତ୍ରରେ ଗଭୀରତା ନ ଥିବା ଦର୍ଶାଇ ଦିଲ୍ଲୀପ କୁମାର ମନା କରିଦେଇଥିଲେ। ପରେ ସଂଜୀବ କୁମାରଙ୍କୁ ଠାକୁର ବଲଦେବ ସିଂହଙ୍କ ଭୂମିକାରେ ଅଭିନୟ ପାଇଁ ପାଇଁ ଅଫର ଦିଆଯାଇଥିଲା। ହେଲେ ସଂଜୀବ କୁମାର ଖଳନାୟକ ଗବର ସିଂହ ଭୂମିକାରେ ଅଭିନୟ କରିବାକୁ ଇଚ୍ଛୁକ ଥିଲେ।

କିନ୍ତୁ ଗବର ଭଳି ଏକ ଘୃଣ୍ୟ ଡାକୁ ଭୂମିକାରେ ତାଙ୍କୁ କେହି ପସନ୍ଦ କରିବେ ନାହିଁ ବୋଲି ସଲିମ ଅହମ୍ମଦ ସଂଜୀବ କୁମାରଙ୍କୁ ବୁଝାଇବାରେ ସଫଳ ହୋଇଥିଲେ। ପୂର୍ବରୁ ପ୍ରାନ୍‌ଙ୍କ ନାଁ ମଧ୍ୟ ଠାକୁର ଭୂମିକା ପାଇଁ ବିଚାର କରାଯାଇଥିଲା। କିନ୍ତୁ ନିର୍ଦ୍ଦେଶକ ରମେଶ ସିପ୍ପି ସଂଜୀବ କୁମାରଙ୍କୁ ହିଁ ସେହି ଭୂମିକାରେ ନେବାକୁ ନିଷ୍ପତି ନେଇଥିଲେ।

ସେହିପରି ଡାକୁ ଗବର ସିଂହର ଭୂମିକା ପାଇଁ ଡ୍ୟାନି ଡାଞ୍ଜୋପ୍ପା ଥିଲେ ପ୍ରଥମ ପସନ୍ଦ। କିନ୍ତୁ ଡ୍ୟାନି ସେତେବେଳେ ଫିରୋଜ ଖାନଙ୍କ ଫିଲ୍ମ ଧର୍ମାତ୍ମା ଫିଲ୍ମର ସୁଟିଂରେ ବ୍ୟସ୍ତ ଥିଲେ । ସୁଟିଂ ପାଇଁ ତାଙ୍କୁ ଆଫଗାନିସ୍ତାନ ଯିବାକୁ ବି ଥିଲା। ଶେଷରେ ଅମଜାଦ ଖାନ ନାମକ ଜଣେ ନବାଗତ କଳାକାର କରିଥିଲେ ଆଇକନିକ୍ ଭିଲେନ୍ ଗବର୍ ସିଂହର ରୋଲ୍।

ଲେଖକ ସଲିମ ବ୍ୟକ୍ତିଗତ ଭାବେ ଅମଜାଦ ଖାନଙ୍କୁ ଜାଣିଥିଲେ। ତାଙ୍କୁ ସ୍କ୍ରିନଟେଷ୍ଟ୍ ପାଇଁ ଡକାଯାଇଥିଲା ଓ ସେ ଖଳନାୟକ ଗବର ଭୂମିକା ପାଇଁ ମନୋନୀତ ହୋଇଥିଲେ। ବୋଧହୁଏ ଗବର ହେଉଛି ହିନ୍ଦି ସିନେମାର ସବୁଠାରୁ ଲୋକପ୍ରିୟ ଖଳନାୟକ। ଲୋକେ କହନ୍ତି ଯେ, ଲିଡ୍ ଭୂମିକା ଅପେକ୍ଷା ଭିଲେନ ଗବର ସିଂହ ଭୂମିକାରେ ଅମଜାଦ ଖାନଙ୍କ ଦମଦାର ଅଭିନୟ ହିଁ ଶୋଲେର ଲୋକପ୍ରୟିତାର ପ୍ରମୁଖ କାରଣ।

ଶୋଲେ ଏକ ମଲଟିଷ୍ଟାରର୍ ଫିଲ୍ମ ହେବ ବୋଲି ନିଷ୍ପତି ହୋଇଥିଲା। ତେଣୁ ସ୍ୱାଭାବିକ ଭାବେ କାଷ୍ଟିଂ ଥିଲା ଏକ ବଡ ସମସ୍ୟା। ଶୋଲେର ପୂର୍ଣ୍ଣାଙ୍ଗ କାହାଣୀ ଲେଖାଯାଉଥିଲା ବେଳେ କିଏ କେଉଁ ଭୂମିକା କରିବ, ସେ ନେଇ ସଲିମ-ଜାଭେଦ ଓ ନିର୍ଦ୍ଦେଶକ ରମେଶ ସିପ୍ପିଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହେବା ସହ ମତଭେଦ ବି ସୃଷ୍ଟି ହୋଇଥିଲା।

ଜୟ ଭୂମିକାରେ ଧର୍ମେନ୍ଦ୍ର ଓ ବାସନ୍ତୀ ଭୂମିକାରେ ହେମାମାଳିନୀ ଅଭିନୟ କରିବେ ବୋଲି ଚୂଡାନ୍ତ ହୋଇଥିଲା। ସେତେବେଳ ଧମେ ର୍ନ୍ଦ୍ର –ହେମା ଯୋଡି ଥିଲେ ହିଟ୍ ପେୟାର। ସୀତା ଔର ଗୀତା ସମେତ ୫ଟି ହିଟ୍ ଫିଲ୍ମରେ ସେମାନେ ଅଭିନୟ କରିଥିଲେ। ଏହାଛଡା ଧର୍ମେନ୍ଦ୍ର ଓ ହେମାଙ୍କ ରୋମାନ୍‌ସ ସେତେବେଳେ ଚରମ ସୀମାରେ ଥିଲା।

ଫିଲ୍ମର ଦ୍ୱିତୀୟ ମେଲ୍ ଲିଡ୍ ଜୟ ଭୂମିକାରେ ଅଭିନୟ ପାଇଁ ପ୍ରଥମେ ଶତୃଘ୍ନ ସିହ୍ନାଙ୍କ ନାମ ବିଚାରକୁ ଆସିଥିଲା। ସେତେବେଳେ ଶତୃଘ୍ନ ଅଧିକାଂଶ ଫିଲ୍ମରେ ଖଳନାୟକ ଭାବେ ଅଭିନୟ କରି ନିଜର ଏକ ଫ୍ୟାନ ଫଲୋୱିଙ୍ଗ୍ ସୃଷ୍ଟି କରିପାରିଥିଲେ। ଡିଷ୍ଟ୍ରିିବ୍ୟୁଟରମାନେ ବି ଶତୃଘ୍ନଙ୍କ ସପକ୍ଷରେ ଥିଲେ। କିନ୍ତୁ ଲେଖକ ସଲିମ-ଜାଭେଦ ଅମିତାଭ ବଚ୍ଚନଙ୍କୁ ଜୟ ଭୂମିକାରେ ନେବା ପାଇଁ ମତ ଦେଇଥିଲେ।

ସେତେବେଳେ ଜଂଜିର ରିଲିଜ୍ ହୋଇ ନ ଥିଲା। ଆଉ ଅମିତାଭ ଥିଲେ ଜଣ ଫ୍ଲପ୍ ଅଭିନେତା। କିନ୍ତୁ ଅମିତାଭଙ୍କ ଉପରେ ସଲିମ-ଜାଭେଦଙ୍କ ଥିଲା ଗଭୀର ଆସ୍ଥା। ପୂବ ର୍ରୁ ସଲିମ-ଜାଭେଦ ଜଂଜିର ଫିଲ୍ମରେ ଅମିତାଭଙ୍କୁ ନେବା ପାଇଁ ନିର୍ଦ୍ଦେଶକ ପ୍ରକାଶ ମେହେରାଙ୍କୁ ଅନୁରୋଧ କରି ସଫଳ ହୋଇଥିଲେ।

କିନ୍ତୁ ଶୋଲେରେ ଜୟ ଭୂମିକା ପାଇଁ ଶତୃଘ୍ନଙ୍କୁ ଦେବାକୁ ନିର୍ଦ୍ଦେଶକ ରମେଶ ସିପ୍ପି ବିଚାର କରିଥିଲେ ମଧ୍ୟ ଶେଷରେ ଅମିତାଭଙ୍କୁ ହିଁ ନେବା ପାଇଁ ନିଷ୍ପତି ନେଇଥିଲେ। ବମ୍ବେ ଟୁ ଗୋଆ ଏବଂ ଆନନ୍ଦ ଫିଲ୍ମରେ ଅମିତାଭଙ୍କ ଅଭିନୟକୁ ରମେଶ ସିପ୍ପି ପସନ୍ଦ କରିଥିଲେ। ଅମିତାଭ ବଚ୍ଚନଙ୍କ ଉପରେ ସଲିମ –ଜାଭେଦଙ୍କ ଭରସା ବି କାମ ଦେଇଥିଲା। ଏହାଛଡା ଶତୃଘ୍ନ ସିହ୍ନାଙ୍କ ସେତେବେଳେ ଷ୍ଟାର୍ ଥିଲେ।

ଆଉ ଗୋଟିଏ ଫିଲ୍ମରେ ତିନି ତିନି ଜଣ ଷ୍ଟାର ରହିଲେ ଇଗୋ ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା କରିଥିଲେ ରମେଶ ସିପ୍ପି । ତେଣୁ ଜୟ ଭୂମିକାରେ ଅମିତାଭଙ୍କ ଉପରେ ସେ ମୋହର ମାରିଥିଲେ। ଜଂଜିର ରିଲିଜ୍ ହେବା ପୂର୍ବରୁ ଶୋଲେ ପାଇଁ ଅମିତାଭଙ୍କୁ ସାଇନ୍ କରାଯାଇଥିଲା। ଆଉ କେତେକ କହନ୍ତି ଯେ, ଜୟ ଭୂମିକା ପାଇଁ ତାଙ୍କ ନାଁ ସୁପାରିଶ କରିବାକୁ ଅମିତାଭ କୁଆଡେ ଧର୍ମେନ୍ଦ୍ରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଏ ନେଇ ବିବାଦ ରହିଛି।

କୁହାଯାଏ ଯେ, ସଲିମ-ଜାଭେଦ ଫିଲ୍ମର ଡାଏଲଗ ଲେଖିଲା ବେଳେ ଗବର ସିଂହ ଭୂମିକା ବେଶ୍ ଦମଦାର ହୋଇଯାଇଥିଲା। ଗବର ସିଂହ ପାଇଁ ଲେଖାଯାଇଥିବା ଡାଏଲଗ ଶୁଣି ଅମିତାଭ ବଚ୍ଚନ କୁଆଡେ ସେହି ଭୂମିକାରେ ଅଭିନୟ ପାଇଁ ମନ ବଳାଇଥିଲେ। ଗବର ସିଂହ ଚରିତ୍ର ୧୯୫୦ ଦଶକରେ ଚମ୍ବଲ ଉପତ୍ୟକାରେ ଆତଙ୍କ ଖେଳାଇଥିବା ଏକ ଡାକୁ ଉପରେ ଆଧାରିତ ଥିଲା। ସିଏ ଲୋକଙ୍କୁ ଲୁଟ୍ କରିବା ସହ ସେମାନଙ୍କର ହାତ ଓ ନାକ କାଟିଦେଉଥିଲା।

ଏକ ବିଶାଳ କ୍ୟାନଭାସରେ ସୁଟିଂ ହୋଇଥିଲା ଶୋଲେ। ଆକସନ୍ ଦୃଶ୍ୟର ସୁଟିଂ ପାଇଁ ବିଦେଶରୁ ଟେକନିସିଆନ ଆଣିଥିଲେ ରମେଶ ସିପ୍ପି। ବାଙ୍ଗାଲୋର ନିକଟବର୍ତୀ ରାମନଗରମରେ ଶୋଲେର ଅଧିକାଂଶ ସୁଟିଂ ହୋଇଥିଲା। ରାମନଗରମ ହିଁ ଥିଲା ଶୋଲେର କାଳ୍ପନିକ ରାମଗଡ। ଫିଲ୍ମର ପ୍ରସିଦ୍ଧ ଟ୍ରେନ୍ ଡକାୟତି ସିକ୍ୟୁଏନ୍ସ ପାନଭେଲ ନିକଟସ୍ଥ ମୁୂମ୍ବାଇ-ପୁଣେ ଟ୍ରାକରେ ସୁଟିଂ ହୋଇଥିଲା। ଏହି ଦୃୃଶ୍ୟ ୧୯୩୯ର ହଲିଉଡ୍ ଫିଲ୍ମ ଷ୍ଟେଜ୍ କୋଚ୍ ଦ୍ୱାରା ଅନୁପ୍ରାଣିତ ହୋଇଥିଲା।

ନିର୍ଦ୍ଦେଶକ ରମେଶ ସିପ୍ପି ପ୍ରଥମେ ଶୋଲେର ଏକ ଭିନ୍ନ କ୍ଲାଇମାକ୍ସ ସୁଟିଂ କରିଥିଲେ । ସେଥିରେ ଠାକୁର ବଲଦେବ ସିଂହ ଡାକୁ ଗବର ସିଂହଙ୍କୁ ହତ୍ୟା କରି ପ୍ରତିଶୋଧ ନିଏ। କିନ୍ତୁ ସେନସର ବୋର୍ଡ ଏହି ଦୃଶ୍ୟରେ ଆପତି ପ୍ରକାଶ କରିଥିଲା। ଜଣେ ପୂର୍ବତନ ପୋଲିସ ଅଫିସର ଆଇନକୁ ନିଜ ହାତକୁ ନେବା ଦ୍ୱାରା ସମାଜକୁ ଭୁଲ୍ ସନ୍ଦେଶ ଯିବ ବୋଲି ସେନସର ବୋର୍ଡ ଦର୍ଶାଇଥିଲା । ଫଳରେ ସିପ୍ପିଙ୍କୁ କ୍ଲାଇମାକ୍ସ ବଦଳାଇବାକୁ ପଡିଲା।

ଟେକନିକାଲ୍ ଦୃଷ୍ଟିରୁ ବେଶ୍ ଉନ୍ନତ ଥିଲା ଶୋଲେ। ୭୦ଏମଏମ ଫର୍ମାଟରେ ନିର୍ମିତ ହୋଇଥିଲା ଶୋଲେ । ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଷ୍ଟିରିଓଫୋନିକ ସାଉଣ୍ଡ୍ ବ୍ୟବହାର ହୋଇଥିଲା । ମୋଟ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ଶୋଲେ । ସେତେବେଳ ସବୁ କଳାକାରଙ୍କ କଳାକାରଙ୍କ ଦରମା ମାତ୍ର ଥିଲା ୨୦ ଲକ୍ଷ ଟଙ୍କା।

୧୯୭୫ ମସିହା ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ରିଲିଜ୍ ହୋଇଥିଲା ଶୋଲେ। ଖ୍ୟାତନାମା ଚଳଚ୍ଚିତ୍ର ସମୀକ୍ଷକମାନେ ଶୋଲେ ବକ୍ସ ଅଫିସ ସମ୍ଭାବନାକୁ ଖାରଜ କରିଦେଇଥିଲେ। ପ୍ରଥମ କିଛି ଦିନ ବେଶ୍ ମାନ୍ଦାରେ ଚାଲିଲା ଶୋଲେ। ଚାରି ସପ୍ତାହ ପରେ ବିଭିନ୍ନ ଟ୍ରେଡ୍ ପେପର୍ ଶୋଲେ ଏକ ସୁପର ଫ୍ଲପ ଫିଲ୍ମ ବୋଲି ଘୋଷଣା କରିଥିଲେ। ଏହି ରିପୋର୍ଟରେ ବ୍ୟସ୍ତ ହୋଇପଡିଲେ ରମେଶ ସିପ୍ପି। ଏପରିକି କିଛି ଦୃଶ୍ୟର ରିସୁଟିଂ କରିବାକୁ ସେ ଚାହିଁଲେ। କିନ୍ତୁ ରିଲିଜର ତୃତୀୟ ସପ୍ତାହ ବେଳକୁ ଦର୍ଶକମାନେ ଧୀରେ ଧୀରେ ଫିଲ୍ମ ପ୍ରତି ଆଗ୍ରହ ଦେଖାଇବାକୁ ଲାଗିଲେ। ଶୋଲେର ଡାଏଲଗ କହିବା ସହ ଗୀତ ବି ଗୁଣୁଗୁଣାଇଲେ ଦର୍ଶକ। ସକାରାତ୍ମକ ମାଉଥ୍ ପବ୍ଲିସିଟି ପରେ ଶୋଲେ ହାଉସଫୁଲ୍ ଚାଲିଲା। ସମାଲୋଚକମାନଙ୍କ ମୁହଁ ବନ୍ଦ ହୋଇଯାଇଥିଲା।

ନିଜର ଫାଷ୍ଟ ରନ୍‌ରେ ଶୋଲେ ବକ୍ସ ଅଫିସରେ ୧୫ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଅମିତାଭ ବଚ୍ଚନ ଷ୍ଟାରଡମ୍ ପାଇଲେ। ଅମଜାଦ ଖାନ ରାତାରାତି ଷ୍ଟାର ହୋଇଗଲେ। କାହାଣୀ ଓ ସଂଳାପ ଲେଖକ ଭାବେ ସଲିମ-ଜାଭେଦଙ୍କ ଖ୍ୟାତି ବୃଦ୍ଧି ପାଇଲା। ମୁମ୍ବାଇର ଆଇକନିକ୍ ମିନର୍ଭା ଥିଏଟରରେ ଶୋଲେ ଦୀର୍ଘ ୫ ବର୍ଷ ଯାଏଁ ଚାଲିଥିଲା। ୧୯୯୬ ମସିହା ଅଗଷ୍ଟ ୧୫ ତାରିଖରେ ରିଲିଜର ୨୧ତମ ବର୍ଷରେ ଶୋଲେ ପ୍ରଥମ ଥର ପାଇଁ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। ଆଜି ବି ଶୋଲେ ସିନେପ୍ରେମୀଙ୍କୁ ରୋମାଂଚିତ କରେ। ଆଜି ବି ଜୟ-ବୀରୁ, ଠାକୁର, ଗବର ସିଂହ,ବାସନ୍ତୀ, ଶାମ୍ବା ଚରିତ୍ର ଦର୍ଶକଙ୍କ ହୃଦୟରେ ବିରାଜମାନ। ଏହା ହିଁ ତ ଗୋଟିଏ ଟାଇମଲେସ କ୍ଲାସିକ୍‌ର ବୈଶିଷ୍ଟ୍ୟ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଜୁଲାଇ ପହିଲାରୁ ଭିବି – ଜି ରାମ ଜି ଆଇନ୍

May 12, 2026

ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ କେବେ ଘଟିଥିଲା ? ଜାଣନ୍ତୁ ସୁନାର ମୂଲ୍ୟ ହ୍ରାସର ଇତିହାସ ବିଷୟରେ

May 12, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.