Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂଆ ଶିକ୍ଷା ନୀତି ଦେଶରେ ନଲେଜ ହବ୍ ରେ ପରିଣତ କରିବ, ରାଜ୍ୟପାଳ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଦୃଢକ୍ତି
ଜାତୀୟ ଖବର

ନୂଆ ଶିକ୍ଷା ନୀତି ଦେଶରେ ନଲେଜ ହବ୍ ରେ ପରିଣତ କରିବ, ରାଜ୍ୟପାଳ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଦୃଢକ୍ତି

September 7, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link
ନୂଆ ଶିକ୍ଷା ନୀତି ଦେଶରେ ନଲେଜ ହବ୍ ରେ ପରିଣତ କରିବ, ରାଜ୍ୟପାଳ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଦୃଢକ୍ତି

ନୂଆଦିଲ୍ଲୀ, ନୂତନ ଶିକ୍ଷାନୀତି ୨୦୨୦ ଉପରେ ଆଜି ସାରାଦିନ ଏକ ସମ୍ମିଳନୀ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଗଣ, ପ୍ରଶାସକ ଏବଂ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ଏହି ନୂଆ ନୀତିର ଲକ୍ଷ୍ୟ ଓ ଆଦର୍ଶ ସଂପର୍କରେ ଏକମତ ହୋଇଛନ୍ତି । ସେମାନେ କହିଛନ୍ତି ଯେ ଏହି ଶିକ୍ଷାନୀତି କେବଳ ଏକ ମାମୁଲି ନଥି ନୁହେଁ, ଏହା ଦେଶର ଆକାଂକ୍ଷା ପରିପୂରଣ ପାଇଁ ଏକ ଉଦ୍ୟମ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଶିକ୍ଷାନୀତି ଉପରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀକୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କାର‌୍ୟ୍ୟକ୍ରମ ନୂଆ ଶିକ୍ଷାନୀତିକୁ କାର‌୍ୟ୍ୟକାରୀ କରିବା ଦିଗରେ ବିଶେଷ ଗୁରୁତ୍ୱ ବହନ କରେ । ନୂଆ ଶିକ୍ଷାନୀତିକୁ ସମସ୍ତେ ସ୍ୱାଗତ କରୁଛନ୍ତି। ଲୋକେ ଏହାକୁ ନିଜର ବୋଲି ଭାବୁଥିବାରୁ ଏଥିପ୍ରତି ସମର୍ଥନ ବୃଦ୍ଧି ପାଇଛି। ବିପୁଳ ଜନସମର୍ଥନ ଓ ଗ୍ରହଣୀୟତା ଉପରେ ହିଁ ଯେକୌଣସି ନୀତିର ସଫଳତା ନିର୍ଭର କରେ। ଏଥିରେ ବ୍ୟାପକଭାବେ ବିଭିନ୍ନ ପକ୍ଷ ସଂପୃକ୍ତ ହୋଇ ଅବଦାନ ରଖିଥିବାରୁ ଏହାର ମାଲିକାନା ବସ୍ତୁତଃ ସେହିମାନଙ୍କ ହାତରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଆମ ପଟରୁ ଯେତେବେଳେ ସର୍ବାଧିକ ନମନୀୟତା ପ୍ରଦର୍ଶନ କରିବା ସେତେବେଳେ ଯାଇ ଏହି ନୂଆ ଶିକ୍ଷାନୀତି ବିଶେଷ ଫଳ ଦେଇପାରିବ। ଏହି ନୀତି ସମଗ୍ର ଦେଶର ଏବଂ କୌଣସି ନିର୍ଦ୍ଦିଷ୍ଟ ସରକାରର ନୁହେଁ ବୋଲି ସେ ଗୁରୁତ୍ୱର ସହ କହିଛନ୍ତି। ଏହି ନୀତି ଲୋକଙ୍କ ଆଶା ଆକାଂକ୍ଷାର ଫଳ ବୋଲି ସେ ଦୃଢତାର ସହ ମତ ଦେଇଛନ୍ତି। ତେଣୁ ନୂଆ ଶିକ୍ଷାନୀତିକୁ ଅକ୍ଷରେ ଅକ୍ଷରେ କାର‌୍ୟ୍ୟକାରୀ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି।

ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କହିଛନ୍ତି ଯେ ଜାତୀୟ ଶିକ୍ଷାନୀତି ଦେଶକୁ, ବିଶେଷକରି ଯୁବ ସମାଜକୁ ଏକବିଂଶ ଶତାବ୍ଦୀର ଆଶା ଆକାଙ୍‌କ୍ଷା ପୂରଣ ଦିଗରେ ଆଗେଇ ନେବ। ଏହି ଐତିହାସିକ ଦସ୍ତାବିଜ ପ୍ରସ୍ତୁତ କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱ ଓ ପ୍ରେରଣାଦାୟୀ ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ମଧ୍ୟ ଏହି ଶିକ୍ଷାନୀତି ପ୍ରସ୍ତୁତିରେ ଡ. କସ୍ତୁରୀରଙ୍ଗନ ଏବଂ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି ଯେ, ଏହିମାନଙ୍କ ଅବଦାନ ଫଳରେ ନୂଆ ଶିକ୍ଷାନୀତି ଆକାର ନେଇପାରିଛି ଏବଂ ବ୍ୟାପକ ବିଚାରବିମର୍ଶ ପରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରସ୍ତାବଗୁଡିକୁ ଗ୍ରହଣ କରାଯାଇ ଏହି ଦସ୍ତାବିଜ ପ୍ରସ୍ତୁତ ହୋଇଛି । ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ୨.୫ ଲକ୍ଷ ଗ୍ରାମପଞ୍ଚାୟତ, ୧୨,୫୦୦ରୁ ଅଧିକ ପୌରସଂସ୍ଥା ଏବଂ ପ୍ରାୟ ୬୭୫ ଜିଲାରୁ ଯେଉଁସବୁ ପ୍ରସ୍ତାବମାନ ଆସିଥିଲା ତାହାକୁ ବିଚାରକୁ ନିଆଯାଇଛି । ସେ କହିଛନ୍ତି ଯେ ଯଦି ପରିବର୍ତ୍ତନଗୁଡିକୁ ସଫଳତାର ସହ କାର‌୍ୟ୍ୟକାରୀ କରାଯାଏ, ତାହାହେଲେ ଭାରତ ଏକ ଶିକ୍ଷା ମହାଶକ୍ତିରେ ପରିଣତ ହେବ ।

ନୂଆ ଶିକ୍ଷାନୀତି ବିଷୟରେ ବିସ୍ତାରିତଭାବେ ଆଲୋଚନା କରି ରାଷ୍ଟ୍ରପତି କହିଛନ୍ତି ଯେ ରାଜ୍ୟପାଳମାନେ ପ୍ରାଦେଶିକ ବିଶ୍ୱବିଦ୍ୟାଳୟର କୁଳାଧିପତି ହୋଇଥିବାରୁ ନୂତନ ଶିକ୍ଷାନୀତି କାର‌୍ୟ୍ୟକାରୀ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଦେଶରେ ଏବେ ପ୍ରାୟ ୪୦୦ ରାଜ୍ୟ ବିଶ୍ୱବିଦ୍ୟାଳୟ ରହିଛି ଏବଂ ଏସବୁ ସହ ପ୍ରାୟ ୪୦ ହଜାର କଲେଜ ସହବନ୍ଧିତ । ତେଣୁ ଏସବୁ ବିଶ୍ୱବିଦ୍ୟାଳୟ ସହ ନୂଆ ଶିକ୍ଷାନୀତିର କାର‌୍ୟ୍ୟକାରିତା ସଂପର୍କରେ ଆଲୋଚନା ଏବଂ ସମନ୍ୱୟ ରଖିବା ଏକାନ୍ତ ଅପରିହାର‌୍ୟ୍ୟ । ରାଜ୍ୟପାଳମାନେ କୁଳାଧିପତି ହୋଇଥିବାରୁ ଏ କ୍ଷେତ୍ରରେ ବିଶେଷ ଭୂମିକା ନିର୍ବାହ କରିପାରିବେ ବୋଲି ରାଷ୍ଟ୍ରପତି ମତ ଦେଇଛନ୍ତି ।

ନୂଆ ଶିକ୍ଷାନୀତି ସଂପର୍କରେ ରାଜ୍ୟପାଳମାନଙ୍କୁ ସୂଚନା ଦେଇ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ଏହି ଦସ୍ତାବିଜରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦିଆଯାଇ ସେମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରେ ୨୦୨୫ ସୁଦ୍ଧା ପ୍ରାଥମିକ ଶ୍ରେଣୀସ୍ତରରେ ସମସ୍ତଙ୍କୁ ମୌଳିକ ସାକ୍ଷରତା ଏବଂ ସର୍ବନିମ୍ନ ଗଣିତ ଦକ୍ଷତା ନିଶ୍ଚିତ କରିବାର ପ୍ରୟାସ କରାଯାଇଛି ।

ନୂଆ ଶିକ୍ଷାନୀତିରେ ଶିକ୍ଷକମାନଙ୍କ ଭୂମିକା ସଂପର୍କରେ ରାଷ୍ଟ୍ରପତି କହିଛନ୍ତି ଯେ ନୂତନ ବ୍ୟବସ୍ଥାରେ ସେମାନଙ୍କର ମୁଖ୍ୟ ଭୂମିକା ରହିବ । ସବୁଠୁ ଉଦୀୟମାନ ଓ ପ୍ରତିଭାବାନ ପ୍ରାର୍ଥୀମାନଙ୍କୁ ଶିକ୍ଷକ ବୃତ୍ତି ପାଇଁ ବଛାଯିବ । ଏହାକୁ ଦୃଷ୍ଟିରେ ରଖି ଏକ ନୂଆ ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଆସନ୍ତାବର୍ଷ ଶେଷସୁଦ୍ଧା ପ୍ରସ୍ତୁତ କରାଯିବ ।

ଧନ୍ଦାମୂଳକ ଶିକ୍ଷା ସଂପର୍କରେ ଉଲ୍ଲେଖକରି ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀୟ ଶ୍ରମଶକ୍ତିର ପାଞ୍ଚ ଭାଗରୁ କମ୍ ଲୋକ ଆନୁଷ୍ଠାନିକ ଧନ୍ଦାମୂଳକ ଶିକ୍ଷା ଲାଭ କରିବାର ସୁଯୋଗ ପାଇଥାନ୍ତି। ପାଶ୍ଚାତ୍ୟ ଦେଶଗୁଡିକରେ ଦିଆଯାଉଥିବା ଧନ୍ଦାମୂଳକ ଶିକ୍ଷା ତୁଳନାରେ ଏହା ନଗଣ୍ୟ। ତେଣୁ ନୂଆ ଶିକ୍ଷାନୀତିର ଧନ୍ଦାମୂଳକ ଶିକ୍ଷା ଏବେ ପ୍ରମୁଖ ଧାରାର ଶିକ୍ଷାର ଏକ ଅଂଶଭାବେ ବିବେଚିତ ହେବ ଏବଂ ଏହାକୁ ସମାନ ମର‌୍ୟ୍ୟାଦା ପ୍ରଦାନ କରାଯିବ। ଏହା ଫଳରେ ଛାତ୍ରଛାତ୍ରୀମାନେ ଅଧିକ କୁଶଳୀ ହେବାସହ ସେମାନଙ୍କ ମଧ୍ୟରେ ଶ୍ରମ ପ୍ରତି ମର‌୍ୟ୍ୟାଦା ଓ ସମ୍ମାନ ସୃଷ୍ଟି ହେବ।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାଦାନର ମାଧ୍ୟମ ହେବା ଉଚିତ ବୋଲି ଅଧିକାଂଶ ମହଲରୁ ମତପ୍ରକାଶ ପାଇଛି । ତେଣୁ ତାହାକୁ ବିଚାରକୁ ନେଇ ନୂଆ ଶିକ୍ଷାନୀତିରେ ତ୍ରିଭାଷୀ ସୂତ୍ରକୁ ଗ୍ରହଣ କରାଯାଇଛି । ଏହା ଫଳରେ ଭାରତୀୟ ଭାଷା, କଳା ଓ ସଂସ୍କୃତିକୁ ଲାଭ ମିଳିବ ଏବଂ ଏହା ଦେଶର ଏକତା ଓ ଅଖଣ୍ଡତା ସୁରକ୍ଷିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଦେଶର ଭାଷାଗତ ବିବିଧତା ଦୃଷ୍ଟିରୁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ।

ସେ କହିଛନ୍ତି ଯେ ଗୋଟିଏ ବୃହତ୍ ମଲ୍‌ଟି ଡିସିପ୍ଲିନାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ପ୍ରତ୍ୟେକ ଜିଲା କିମ୍ବା ତାହାର ଆଖପାଖରେ ୨୦୩୦ ସୁଦ୍ଧା ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରଖାଯାଇଛି । ଏ ସବୁ ଶିକ୍ଷାନୁଷ୍ଠାନ ଶିକ୍ଷା ଦୃଷ୍ଟିରୁ ପଛୁଆ ଅଞ୍ଚଳରେ ପ୍ରତିଷ୍ଠା କରାଯିବ। ନୂଆ ଶିକ୍ଷାନୀତିରେ ଏହି ବ୍ୟବସ୍ଥା ରହିଛି । ଏହା ଫଳରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଗୋଷ୍ଠୀ ଉତ୍ତମମାନର ଉଚ୍ଚଶିକ୍ଷା ପାଇବାର ସୁଯୋଗ ଲାଭ କରିବେ । ଏହାଛଡା ଭାରତକୁ ଗ୍ଲୋବାଲ ଷ୍ଟଡି ଡେଷ୍ଟିନେସନରେ ପରିଣତ କରିବା ପାଇଁ ଉଦ୍ୟମ କରାଯାଉଛି । ସେଥିପାଇଁ ପ୍ରତିଷ୍ଠିତ ବିଦେଶୀ ବିଶ୍ୱବିଦ୍ୟାଳୟ ସମୂହକୁ ଭାରତରେ ଶିକ୍ଷାଦାନ କରିବା ପାଇଁ ଅନୁମତି ଦିଆଯିବ ।

ରାଜ୍ୟପାଳମାନଙ୍କର ଆଗ୍ରହକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ କେତେକ ଇତିମଧ୍ୟରେ ନୂଆ ଜାତୀୟ ଶିକ୍ଷାନୀତିକୁ କାର‌୍ୟ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ସେମାନେ ନିଜ ନିଜର ଶିକ୍ଷାମନ୍ତ୍ରୀ ଓ କୁଳପତିମାନଙ୍କ ସହ କଥାବାର୍ତ୍ତା କଲେଣି । ଏହାକୁ ସେ ସ୍ୱାଗତ କରିବା ସହ ନୂଆ ଶିକ୍ଷାନୀତିର କାର‌୍ୟ୍ୟକାରିତା ପାଇଁ ଏକ ବିଷୟଭିତ୍ତିକ ଭର୍ଚୁଆଲ ସମ୍ମିଳନୀ ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏ ସଂପର୍କରେ ମଧ୍ୟ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପ୍ରସ୍ତାବ ଲୋଡିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ ରାଜ୍ୟପାଳବୃନ୍ଦ ଓ ଶିକ୍ଷାମନ୍ତ୍ରୀଗଣଙ୍କ ଅବଦାନ ଫଳରେ ଜାତୀୟ ଶିକ୍ଷାନୀତି କାର‌୍ୟ୍ୟକାରୀ ହୋଇପାରିବ ଏବଂ ନୂଆ ଶିକ୍ଷାନୀତି ଭାରତକୁ ଏକ ନଲେଜ ହବ୍‌ରେ ପରିଣତ କରିପାରିବା ଘେନି ସେ ଆଶାବାଦୀ ।

ନରେନ୍ଦ୍ର ମୋଦୀ ରାଜ୍ୟପାଳ ସମ୍ମିଳନୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ବଡ଼ ସତର୍କତା: ବିଜ୍ଞପ୍ତି ଜାରି କଲା ବିମାନ କମ୍ପାନୀ

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.