Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଦଳଡିଆଁ: କଂଗ୍ରେସ ଛାଡି ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ସହ ବହୁନେତା
ବିଶେଷ ଖବର

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଦଳଡିଆଁ: କଂଗ୍ରେସ ଛାଡି ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ସହ ବହୁନେତା

September 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଉପନିର୍ବାଚନ ପାଇଁ ଏବେଠୁ ଚାଲିଲାଣି ଦଳଡିଆଁ।କଂଗ୍ରେସର ହାତଛାଡି ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ,ସରପଞ୍ଚ, ସମିତିସଭ୍ୟଙ୍କ ସହ ଅନେକ ଆଗଧାଡ଼ିର ନେତା ଆଜି ବିଜେପିରେ ମିଶିଥିବାରୁ ତିର୍ତ୍ତୋଲ କଂଗ୍ରେସକୁ ଲାଗିଛି ଏକ ବଡ ଝଟକା।

ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଏଥିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ଦଳର ବହୁ ଆଗଧାଡ଼ିର ନେତାଙ୍କ ସହ ବିଜେଡିର ମଧ୍ୟ କିଛି ନେତା ବିଧିବଦ୍ଧ ଭାବେ ବିଜେପି ଦଳରେ ଯୋଗଦେଇଥିଲେ ।ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ କଂଗ୍ରେସ ଦଳରୁ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା, ତିର୍ତ୍ତୋଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ନାୟକ (ଦିପୁ) କଂଗ୍ରେସ, ତିର୍ତ୍ତୋଲ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ବର୍ତ୍ତମାନ ବିରିତୋଳ ପଞ୍ଚାୟତର ସରପଞ୍ଚ ରୁକସାନା ବେଗମ, ବିରିତୋଳ ପଞ୍ଚାୟତର ନାୟବ ସରପଞ୍ଚ ଅବଦୁଲ କାଦିର୍ ଖାନ୍,ମୁଳସିଂ ପଞ୍ଚାୟତର ସରପଞ୍ଚ ଅନ୍ନପୂର୍ଣ୍ଣା ବିଶ୍ୱାଳ, ମୁଳସିଂ ପଞ୍ଚାୟତର ସମିତି ସଭ୍ୟ ଜ୍ୟୋତିର୍ମୟୀ ମହାନ୍ତି, ମୁଳସିଂ ପଞ୍ଚାୟତର ପୂର୍ବତନ ସରପଞ୍ଚ ମିନତି ଦଳେଇ ,ମୁଳସିଂ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଶରତ ମଲ୍ଲ, ଜଗନ୍ନାଥପୁର ପଞ୍ଚାୟତର ସମିତି ସଭ୍ୟ ସଂଯୁକ୍ତା ଜେନା, କନିମୁଳ ପଞ୍ଚାୟତର ସମିତି ସଭ୍ୟ ରାଣୀ ଚାପେୟା ,କଟରା ପଞ୍ଚାୟତ ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ଅଶୋକ ମଲ୍ଲିକଙ୍କ ସମେତ ଆଗଧାଡ଼ିର ଅନେକ ନେତା ବିଜେପିରେ ମିଶିଥିଲେ।

ଏଥିସହିତ ବିରିଡ଼ି ବ୍ଲକର ଏସି,ଏସଟି ସେଲ୍ କଂଗ୍ରେସ ସଭାପତି ଟୁଟୁ ମଲ୍ଲିକ, ପୂର୍ବତନ ବିଧାୟକ କୈଳାଶ ମଲିକ,ବିରିଡି ବସନ୍ଦରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସ୍ମିତା ଜେନା, ବିରିଡ଼ି ମଙ୍ଗୁଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ସନ୍ତୋଷ ଭୂୟାଁ, ଅଲାଣ୍ଡୋ ପଞ୍ଚାୟତର ଯୁବ କଂଗ୍ରେସ ସଭାପତି ସନ୍ତୋଷ ସ୍ୱାଇଁ, ପ୍ରମୁଖ ବିଜେପି ଦଳରେ ମିଶିବା ସହିତ ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଲେଖ ନାୟକ, ବରାଗୋଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିମଳ ଜେନା, ତରିକୁନ୍ଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ରାଉତଙ୍କ ସମେତ ବହୁ ଆଗଧାଡ଼ିର ନେତା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପି ଦଳରେ ମିଶିଥିଲେ।

କଂଗ୍ରେସ ଦଳର ଆଗଧାଡ଼ିର ନେତା ମାନେ ହାତ ଛାଡି ଯେପରି ଭାବେ ବିଜେପିକୁ କୁଦା ମାରୁଛନ୍ତି ଏଥିରୁ ଲାଗୁଛି ଏଥର ତିର୍ତ୍ତୋଲ ଉପନିର୍ବାଚନର ରଣକ୍ଷେତ୍ରରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି।

କଂଗ୍ରେସ ବିଜେଡି ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ଓଲଟିଲା ବସ : ୨୦ ଗୁରୁତର

April 28, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026
Latest News

ଓଲଟିଲା ବସ : ୨୦ ଗୁରୁତର

April 28, 2026

ତରଭୁଜ ଖାଇ ସମ୍ପୂର୍ଣ୍ଣ ପରିବାରର ମୃତ୍ୟୁ! ବଜାରରୁ ଫଳ କିଣିବା ସମୟରେ ଏହି କଥାଗୁଡ଼ିକ ମନେ ରଖନ୍ତୁ, ନଚେତ୍ ଆସିପାରେ ବିପଦ

April 28, 2026

ଆଜି ଏପ୍ରିଲ ୨୮ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 28, 2026

ବ୍ୟାଙ୍କ ଟଙ୍କା ଦେଲାନି: ଭଉଣୀର ମୃତ ଶରୀର ଆଣିଲା ଭାଇ

April 27, 2026

ଶଶୁର ଘରୁ ଶାଳୀ ଓ ଭିଣେଇଙ୍କ ମୃତଦେହ ଉଦ୍ଧାର

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.