Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରତ ଆଠ ସାଂସଦଙ୍କ ନିକଟରେ ହଠାତ ଜଣେ ପହଞ୍ଚି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ
ଜାତୀୟ ଖବର

ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରତ ଆଠ ସାଂସଦଙ୍କ ନିକଟରେ ହଠାତ ଜଣେ ପହଞ୍ଚି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ

September 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Singing, sitting on grass: 8 suspended MPs continue dharna

ନୂଆଦିଲ୍ଲୀ, ଗତକାଲି ସଂସଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧରଣାରେ ବସିଥିବା ଆଠ ନିଳମ୍ବିତ ସାଂସଦଙ୍କୁ ଜଣେ ଆଶ୍ଚର୍ଯ୍ୟ ପରିଦର୍ଶକ ମିଳିଯାଇଥିଲେ। ସେମାନେ କେବେ ଭାବି ନ ଥିଲେ ଯେ, ତାଙ୍କ ଧାରଣା ସ୍ଥଳକୁ ସେ ବ୍ୟକ୍ତି ଜଣଙ୍କ ଏପରି ରାତିରେ ଆସିବେ। ତେବେ କେବେଳ ସେ ବ୍ୟକ୍ତିଙ୍କୁ ଦେଖିକି ନୁହେଁ ସେମାନେ ଆହୁରି ଏକ ଜିନିଷ ଦେଖି ଆଶ୍ଚର‌୍ୟ୍ୟ ହୋଇଗଲେ। ତାହା ହେଲା ସେ ବ୍ୟକ୍ତି ଜଣଙ୍କ ହାତରେ ଚା ଓ ବିସ୍କୁଟ ଧରି ସେମାନଙ୍କ ପାଖକୁ ଆସିଛନ୍ତି।

ଏପରି ପରିସ୍ଥିତିରେ ଧାରଣାରେ ବସିଥିବା ଆଠ ସାଂସଦ କଣ କରିବେ କିଛି ବୁଝିପାରିଲେ ନାହିଁ। ତେବେ ସେ ବ୍ୟକ୍ତି ଜଣଙ୍କ ବ୍ୟାଗରୁ ଚା ବିସ୍କୁଟ ବାହାର କରି ସମସ୍ତଙ୍କୁ ଖାଇବା ପାଇଁ ଅନୁରୋଧ କଲେ। ଏତେ ବଡ ବ୍ୟକ୍ତି ନିଜେ ଚା ପିଇବା ପାଇଁ କହୁଛନ୍ତି ଯେତେବେଳେ ସାଂସଦମାନଙ୍କ ମୁଣ୍ଡ ଖରାପ ହୋଇଗଲା। ଅମାନିଆ ସାଂସଦ ଶୃଙ୍ଖଳିତ ଛାତ୍ରଙ୍କ ପରି ସେମାନେ ସମସ୍ତେ ଚା ଓ ବିସ୍କୁଟ ଖାଇଲେ।

ତେବେ ସେ ବ୍ୟକ୍ତି ଜଣଙ୍କ ଆଉ କେହି ନୁହଁନ୍ତି ସେ ହେଉଛନ୍ତ ଖୋଦ୍ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ। ଯାହାଙ୍କୁ ସେମାନେ ଅଶାଳିନ ବ୍ୟବହାର ପ୍ରଦର୍ଶନ କରି ନିଳମ୍ବିତ ହୋଇଥିଲେ ସେ ହିଁ ତାଙ୍କ ଧାରଣାସ୍ଥଳରେ ଚା ଧରି ଉପସ୍ଥିତ। ଏପରି ପରିସ୍ଥିତିରେ ବିଶୃଙ୍ଖଳିତ ସାଂସଦ ଚୁପଚାପ ଏବଂ ନିଜକୁ ନିଜେ ଶୃଙ୍ଖଳିତ ହୋଇ ତାଙ୍କୁ ସମ୍ମାନିତ କଲେ।

ନିଲମ୍ବିତ ହୋଇଥିବା କଂଗ୍ରେସ ସାଂସଦ ରିପୁନ ବୋରା କହିଛନ୍ତି ଯେ ହରିବଂଶ ସେମାନଙ୍କୁ କହିଥିଲେ ଯେ ସେ ଜଣେ ସହକର୍ମୀ ଭାବରେ ସେମାନଙ୍କୁ ଭେଟିବାକୁ ଆସିଛନ୍ତି। କିନ୍ତୁ ଏପର‌୍ୟ୍ୟନ୍ତ କୈଣସି ସରକାରୀ ପ୍ରତିନିଧି ସେମାନଙ୍କୁ ଭେଟିବାକୁ ଆସି ନାହାଁନ୍ତି।

ନିଲମ୍ବିତ ହୋଇଥିବା ଆଠଜଣ ରାଜ୍ୟସଭା ସଦସ୍ୟ ଉଚ୍ଚ ସୁରକ୍ଷା ବଳୟ ଭିତରେ ଥିବା ସଂସଦ ପରିସରର ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇଛନ୍ତି। ସେମାନେ ବିଛଣା ଧରି ଛାଉଣି ପକାଇ ରାତି ତମାମ ସେହିଠାରେ ଅଛନ୍ତି। ଗତ ରବିବାର ଦିନ ଗୃହ ଭିତରେ ସେମାନେ ଉପାଧ୍ୟକ୍ଷଙ୍କୁ ଅଶାଳିନ ଆଚରଣ ପ୍ରଦର୍ଶନ କରିଥିଲେ। ଏହି ଆଚରଣ ପାଇଁ ରାଜ୍ୟସଭା ଅଧ୍ୟକ୍ଷ ସୋମବାର ଦିନ ସେମାନଙ୍କୁ ନିଲମ୍ବନ କଲେ। ସେହି ନିଲମ୍ବନକୁ ବିରୋଧ କରି ଏହି ଆଠ ଜଣ ସାଂସଦ ଦିନରାତି ଧାରଣାରେ ବସି ରହିଛନ୍ତି।

ଏହି ବିରୋଧ କେବେ ଶେଷ ହେବ ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ସଂଜୟ ସିଂ କହିଛନ୍ତି ଯେବେ ନିଲମ୍ବନ ପ୍ରତ୍ୟାହାର କରାଯିବା ଉପରେ ନିର୍ଭର କରୁଛି। ସମସ୍ତ ଆଠଜଣ ସଦସ୍ୟ ରାତିସାରା ଗାନ୍ଧୀ ମୂର୍ତ୍ତି ନିକଟରେ ବସି ଗୀତ ଗାଇ ସ୍ଲୋଗାନ ଦେଇଥିଲେ ଏବଂ ଧାରଣାରୁ ଉଠିବାକୁ ମନା କରିଦେଇଥିଲେ। ଏହି ଆଠ ଜଣ ସାଂସଦ ହେଉଛନ୍ତି – ତୃଣମୂଳ କଂଗ୍ରେସର ଡେରେକ ଓ’ବ୍ରାଇନ୍ ଏବଂ ଡୋଲା ସେନ୍, ରାଜୀବ ସତ୍ତାଭ, ରିପୁନ୍ ବୋରା, ଏବଂ କଂଗ୍ରେସର ସୟଦ ନାସିର୍ ହୁସେନ୍, ଆପର ସଞ୍ଜୟ ସିଂ ଏବଂ ସି.ପି.-ଏମ୍ ର କେ କେ ରାଗମ୍ ଏବଂ ଇ କରିମ୍।

ରାଜ୍ୟସଭା ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026
Latest News

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.