Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଠାଅଶୀ ବର୍ଷ ବୟସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ : ୯୦ ଦଶକର ଆର୍ଥିକ ସୁଧାରର ସୂତ୍ରଧର
ବିଶେଷ ଖବର

ଅଠାଅଶୀ ବର୍ଷ ବୟସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ : ୯୦ ଦଶକର ଆର୍ଥିକ ସୁଧାରର ସୂତ୍ରଧର

September 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୮୮ ବର୍ଷ ବୟସରେ ପାଦ ଦେଇଛନ୍ତି। ୟୁପିଏ ଶାସନ କାଳରେ ଦେଶର ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ଡ. ମନେମାହନ ସିଂ। ନିଜର ନୀରବତା ଗୁଣ ପାଇଁ ସଦାସର୍ବଦା ବିରୋଧୀଙ୍କ ଟାର୍ଗେଟ୍‌ରେ ରହୁଥିବା ମନମୋହନ ସିଂଙ୍କ ସରଳତା ବିରୋଧୀଙ୍କୁ ବିଚଳିତ କରିଥାଏ। ନିରବ ପ୍ରଧାନମନ୍ତ୍ରୀ ଭାବେ ଯେତେ ସମାଲୋଚିତ ହେଲେ ମଧ୍ୟ ଜଣେ ପ୍ରମୁଖ ତଥା ଅର୍ଥଶାସ୍ତ୍ର ଭାବରେ ମନମୋହନ ସିଂ ବେଶ୍‌ ଚର୍ଚ୍ଚିତ।

ରାଜନୀତିର ଜଟିଳ ତଥା କୂଟନୀତିଠାରୁ ଏକ ଅଲଗା ଛବି ରଖିଥିବା ବ୍ୟକ୍ତିତ୍ବ ହେଉଛନ୍ତି ମନମୋହନ ସିଂହ। କଂଗ୍ରେସର ଲୋକପ୍ରିୟ ତଥା ସମ୍ମାନିତ ବ୍ୟକ୍ତି ହେଉଛନ୍ତି ମନମୋହନ ସିଂହ। ଭାରତର ଚଉଦତମ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ହେଉଛନ୍ତି ମନମୋହନ ସିଂ। ଜଣେ ସାଧାରଣ ଓ ସରଳ ବ୍ୟକ୍ତିତ୍ବ ରୂପେ ସର୍ବସାଧାରଣରେ ଉଭା ହୋଇଥିବା ମନମୋହନ ସିଂ ଜଣେ ପ୍ରଫେସର, ଅର୍ଥଶାସ୍ତ୍ରୀ ଓ ରାଜନେତା ରୂପେ ବେଶ୍‌ ପରିଚିତ। ନମ୍ରତା, କର୍ମଠତା ଓ କାର୍ଯ୍ୟ ପ୍ରତି ପ୍ରତିବଦ୍ଧତା ହେଉଛି ତାଙ୍କର ପରିଚୟ। ସେ ୧୯୩୨ ସେପ୍ଟେମ୍ବର ୨୬ ତାରିଖରେ ପଂଜାବର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ମନମୋହନ। ପଞ୍ଜାବ ବିଶ୍ବବିଦ୍ୟାଳୟରୁ କେମ୍ପ୍ରିଜ୍‌ ବିଶ୍ବବିଦ୍ୟାଳୟ। ପୁଣି ଅର୍ଥଶାସ୍ତ୍ର ସମ୍ମାନରେ ଡିଗ୍ରୀ ଅଧିକାର କରିବା ପରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଡି.ଫିଲ୍‌ ମଧ୍ୟ କରିଛନ୍ତି। କିଛି ବର୍ଷ ଶିକ୍ଷକତା କରିବା ସହ ୧୯୮୭ରୁ ୧୯୮୦ ମଧ୍ୟରେ ଜେନଭା ଦକ୍ଷିଣ ଆୟୋଗଙ୍କ ମହାସଚିବ ରୂପେ ମଧ୍ୟ କାର୍ଯ୍ୟ କରିଛନ୍ତି। ୧୯୭୧ରେ ବାଣିଜ୍ୟ ମନ୍ତ୍ରାଳୟର ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରିବା ସହ ନିଜ ଜୀବନକାଳ ମଧ୍ୟରେ ଅର୍ଥ ମନ୍ତ୍ରାଳୟର ସଚିବ, ଯୋଜନା ଆୟୋଗର ଉପାଧ୍ୟକ୍ଷ, ଆରବିଆଇର ଅଧ୍ୟକ୍ଷ ଓ  ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ମନମୋହନ ସିଂ।

ନବେ ଦଶକରେ ଦେଶରେ ଆର୍ଥିକ ସୁଧାର ଆଣିବାରେ ସୂତ୍ରଧରର ଭୂମିକା ନିଭାଇଥିଲେ ଡ. ମନମୋହନ ସିଂ। ୧୯୯୧ରୁ ୧୯୯୬ ମସିହାରେ ଭାରତରେ ଆର୍ଥିକ ସୁଧାର ଆଣିବା ଦିଗରେ ବେଶ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି ମନମୋହନ ସିଂ। ନରସ୍ମିହା ରାଓ ସରକାରଙ୍କ ସମୟରେ ଅର୍ଥମନ୍ତ୍ରୀ ରୂପେ ବଜେଟ୍‌ ଉପସ୍ଥାପନ କରି ଦେଶରେ ଏ ନୂତନ ଆର୍ଥିକ ଦିଗ ଆଣିଥିଲେ ମନମୋହନ ସିଂ। ଦେଶରେ ଆର୍ଥିକ କ୍ରାନ୍ତି ତଥା  ଜଗତୀକରଣର ଆରମ୍ଭ ମନମୋହନ ସିଂ ହିଁ କରିଥିଲେ। ସେହିପରି ଦେଶର ୧୪ତମ ପ୍ରଧାନମନ୍ତ୍ରୀତ୍ବ ସମୟରେ ମନରେଗା ଯୋଜନାର ଆରମ୍ଭ କରିବାର ନିଷ୍ପତ୍ତି ନେଇଥିଲେ। ସେହିପରି୨୦୦୬ ମସିହାରେ ଜୁଲାଇ ୧୮ ତାରିଖରେ ଆମେରିକା ଓ ଭାରତ ମଧ୍ୟରେ ପରମାଣୁ ଚୁକ୍ତି କରିବାରେ ମନମୋହନଙ୍କ ଭୂମିକା ଅନନ୍ୟ। ଲୋକସଭା ନିର୍ବାଚନ ଜିତିନଥିବା ମନମୋହନ ଦେଶର ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି।  ଆଜି  ୮୮ ତମ ଜନ୍ମଦିବସ ଅବସରରେ  ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବା ସହ ଜନ୍ମଦିନର ଅଶେଷ ଶୁଭେଚ୍ଛା। ସମ୍ପ୍ରତି ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାରେ ସରକାର ମନମୋହନଙ୍କ ଉପଦେଶ ନିତାନ୍ତ କାମ୍ୟ ହୋଇପଡିଛି। ଏନଡିଏ ସରକାର ଦଳ ମତ ନିର୍ବିଶେଷରେ ଦେଶର ଆର୍ଥିକ ସୁଧାର ଆଣିବା ଦିଗରେ ମନମୋହନଙ୍କ ଉପଦେଶକୁ ଗ୍ରହଣ କରିବା ଏବେ ଜରୁରୀ ହୋଇପଡିଛି।

Proof of pudding is in eating, says Manmohan Singh - The Hindu

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅଠାଅଶୀ ତମ ଜନ୍ମ ଦିବସ ଏହି ଅବସରରେ ବହୁ ବରିଷ୍ଠ ନେତା ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଦଳୀୟ ନେତା କର୍ମୀଙ୍କ ବ୍ୟତୀତ ବିରୋଧୀ ଦଳ ନେତା ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2026

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.