Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡିର ବାଲେଶ୍ବର ସଦର ପ୍ରାର୍ଥୀ, ପୁଣି ଥରେ ଓଡିଶା ରାଜନୀତିରେ ପଶିଲା ରାଜା ସ୍ବାଇଁ ଓ ଚକରା କାହାଣୀ
ବିଶେଷ ଖବର

ବିଜେଡିର ବାଲେଶ୍ବର ସଦର ପ୍ରାର୍ଥୀ, ପୁଣି ଥରେ ଓଡିଶା ରାଜନୀତିରେ ପଶିଲା ରାଜା ସ୍ବାଇଁ ଓ ଚକରା କାହାଣୀ

October 12, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିର ବାଲେଶ୍ବର ସଦର ପ୍ରାର୍ଥୀ, ପୁଣି ଥରେ ଓଡିଶା ରାଜନୀତିରେ ପଶିଲା ରାଜା ସ୍ବାଇଁ ଓ ଚକରା କାହାଣୀ

ଭୁବନେଶ୍ବର, ବିଜେଡି ଉପନିର୍ବାଚନ ପାଇଁ ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦୁଇ ଉପନିର୍ବାଚନରେ ତିର୍ତ୍ତୋଲ ପ୍ରାର୍ଥଙ୍କୁ ନେଇ କାହାରି କିଛି କହିବାର ନାହିଁ। କାରଣ ତାହା ସମସ୍ତେ ଆଶା କରୁଥିଲେ ଯେ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯିବ। ଯଦି ପୂର୍ବ ଉପନିର୍ବାଚନଗୁଡିକୁ ଦୃଷ୍ଟିରେ ନେଲେ ସ୍ପଷ୍ଟ ହୋଇଛି ଯେ, ବିଜେଡି ପରଲୋକଗତ ବିଧାୟକଙ୍କ ସଂପର୍କୀୟଙ୍କୁ ପ୍ରାର୍ଥୀ କରିଛି। ଆଉ ଜିତିଛି ମଧ୍ୟ। ସେହି ହିସାବରେ ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ ନ କରି ବିଜେଡିର ଉପାୟ ନ ଥିଲା।

ହେଲେ ସମସ୍ତଙ୍କର ନଜର ଥିଲା ବାଲେଶ୍ବର ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ। କାରଣ ଏହି ଉପନିର୍ବାଚନ ପାଇଁ ଦୀର୍ଘଦିନ ଧରି ପୂର୍ବତନ ସାଂସଦ ରବି ଜେନା ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ମଧ୍ୟରେ ଛକା ପଞ୍ଚା ଚାଲିଥିଲା। ଉଭୟ ପ୍ରାର୍ଥୀ ହେବେ ବୋଲି କୁଆଡେ ଉପର ମହଲରେ ଦାବୀ କରୁଥିଲେ। ହେଲେ ଦଳ ସେମାନଙ୍କୁ ପ୍ରାର୍ଥୀତ୍ବକୁ ଝୁଲାଇ ରଖିଥିଲା। ଶେଷରେ ରବି ଜେନାଙ୍କୁ ନ ହେଲା ନାଇଁ ଧର୍ମପତ୍ନୀ ସୁହାସିନୀ ଜେନାଙ୍କୁ ପ୍ରାର୍ଥୀ କରାଯାଉ ବୋଲି କୁଆଡେ ଦାବୀ ମଧ୍ୟ କରିଥିଲେ। ହେଲେ ତାହା ମଧ୍ୟ ହେଲା ନାହିଁ। କାରଣ ବର୍ତ୍ତମାନ ପରିସ୍ଥିତିରେ ଦଳ ଅନ୍ୟତମ ଦାବୀଦାର ଜୀବନ ପ୍ରଦୀପ ଦାସଙ୍କ ଅସନ୍ତୁଷ୍ଠ କରାଇବାକୁ ଚାହୁଁ ନ ଥିଲା।

ବାଲେଶ୍ବର କିଏ ପ୍ରାର୍ଥୀ ହେବ ସେଥିପାଇଁ ମନ୍ତ୍ରୀ ପ୍ରତାପ ଜେନା ଏବଂ ଦେବୀ ମିଶ୍ର ପ୍ରମୁଖଙ୍କ ତତ୍ବାବଧାନରେ ବାରମ୍ବାର ବୈଠକ କରାଯାଇଥିଲା। ହେଲେ ଅଡୁଆ ତୁଟିଲା ନାହିଁ। ଶେଷରେ ନିଷ୍ପତି ହେଲା ଯେ, ଉଭୟଙ୍କୁ କିମ୍ବା ଉଭୟଙ୍କ ପରିବାରରୁ କାହାକୁ ହେଲେ ପ୍ରାର୍ଥୀ କରାଯିବ ନାହିଁ। ଏଥିରେ କୁଆଡେ ଉଭୟ ସନ୍ତୁଷ୍ଠ ହୋଇ ରାଜି ହେଲେ। ଏହି ପରିସ୍ଥିତିରେ ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ଅଭିନେତା ଅରିନ୍ଦମ ରାୟଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଲା।

ଏହିପରି ଭାବେ ବିଭିନ୍ନ ନାମକୁ ନେଇ ରାଜ୍ୟ ରାଜନୀତିରେ ବେଶ୍ କିଛି ଦିନ ଧରି ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ହେଲେ ନବୀନ ସେ ସବୁକୁ ପଛରେ ପକାଇ ଜଣେ ଅଚିହ୍ନା ମୁହଁକୁ ପ୍ରାର୍ଥୀ କରି ଛିଡା କରାଇଛନ୍ତି। ସେ ହେଉଛନ୍ତି ସ୍ବରୂପ ଦାସ। ଜଣେ ପୂର୍ବତନ କାଉନସିଲର। ତାଙ୍କର ରାଜନିତୀରେ ସେମିତି ବଳିଷ୍ଠ ଭୂମିକା ନାହିଁ। ବରଂ ସ୍ବରୂପଙ୍କ ଭାଇ ସେଠାରେ ମୁନିସପାଲ ଅଧ୍ୟକ୍ଷ ଥିଲେ। ତାଙ୍କୁ ରାଜନୀତିରେ ଉଣାଅଧିକେ ଜାଣିଛନ୍ତି। ହେଲେ ବିଜେଡି ଏପରି ଜଣେ ବ୍ୟକ୍ତିଙ୍କୁ କଣ ପାଇଁ  ପ୍ରାର୍ଥୀ କଲା ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ବିଜେଡିର ଜଣେ ନେତାଙ୍କ ଭିତିରଆ ସୂଚନା ଅନୁସାରେ ରବି ଜେନାଙ୍କୁ କୁଆଡେ କୁହାଗଲା ଯେ, ତୁମ ତୁମର ପରିବାର ସଦସ୍ୟକୁ ଛାଡି ତିନିଜଣ ଖାସ ସମର୍ଥକଙ୍କ ନାମ ଦିଅ। ଯେଉଁମାନେ ତୁମ କଥାରେ ଚାଲିବେ। ସେହି ହିସାବରେ ରବି ଜେନା କୁଆଡେ ତିନିଜଣଙ୍କ ନାମ ଦେଇଥିଲେ। ସେମାନଙ୍କ ଭିତରେ ଥିଲେ ସ୍ବରୂପ ଦାସ। ଫଳରେ ଦଳ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଦେଲା। ଉଭୟଙ୍କୁ କିମ୍ବା ଉଭୟଙ୍କ ପରିବାରରୁ କାହାକୁ ହେଲେ ପ୍ରାର୍ଥି କରାଗଲା ନାହିଁ। ଫଳେ ଉଭୟ ଖୁସି। ହେଲେ ରବି ଜେନାଙ୍କୁ ଭିତିରଆ ଖୁସି କରିବା ପାଇଁ ତାଙ୍କ ସମର୍ଥକଙ୍କୁ ପ୍ରାର୍ଥୀ କରାଇ ଦିଆଗଲା।

ପ୍ରକୃତରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ତାଙ୍କର ଦଳୀୟ ବ୍ୟାପାର। ହେଲେ ଜଣେ ଅନାମଧେୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାକୁ ନେଇ ଚାରିଆଡେ ଚର୍ଚ୍ଚା ଏବଂ ସମାଲୋଚନା ହେଉଛି। କୁହାଯାଉଛି ଓଡିଶା ରାଜନୀତିରେ ପୁଣି ଥରେ ଆଠଗଡର ରାଜା ସ୍ବାଇଁ ଏବଂ ଚକରା ରାଉତ ଘଟଣାର ପୁନରାବୃତ୍ତି ହେଉଛି।

ଆଜିର ଏପରି ଅନାମଧେୟଙ୍କୁ ଟିକେଟ ଦେବା ଘଟଣାରେ ଆମେ ୨୦୦୯ ନିର୍ବାଚନରେ ଏକ ବଡ କାହାଣୀକୁ ମନେପକାଇବାକୁ ଉଚିତ ମନେକରୁ। ତାହାଥିଲା ଆଠଗଡର ବିଜେଡି ନେତା ରାଜା ସ୍ବାଇଁ ବା ରଣେନ୍ଦ୍ର ପ୍ରତାପ ସ୍ବାଇଙ୍କ ଟିକେଟକୁ ଚକ୍ରାନ୍ତ କରି କାଟି ଦିଆଯାଇଥିଲା। ଆଉ ଏପରି  ସମୟରେ ତାଙ୍କର ପ୍ରାର୍ଥୀ ପତ୍ର ନାକଚ ହେଲା ଯେପରି ସେ ଆଉ ନାମାଙ୍କନ ପତ୍ର ଦାଖଲ କରିପାରିବେ ନାହିଁ। ହେଲେ ସେତେବେଳେ ଅନାମଧେୟ ଏବଂ ରାଜା ସ୍ବାଇଁଙ୍କ ସୁପାରିଶରେ ସ୍ବାଧୀନ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ତାଙ୍କ ବିଶ୍ବସ୍ଥ ରମେଶ ରାଉତ।

ରାଜାଙ୍କର ପ୍ରାର୍ଥୀପତ୍ର ନାକଚ ହେବା ପରେ ସେତେବେଳେ ଦଳ କହିଲା ତୁମର ବିଶ୍ବସ୍ଥ ରମେଶ ରାଉତ ଓରଫ ଚକରାକୁ ସମର୍ଥନ କର। ତାହା ହି ହେଲା। ଆଉ ଚକରା ଜିତିକରି ବିଧାୟକ ହେଲେ। ସେତେବେଳେ ରାଜା ସ୍ବାଇଁ ଭାବିଥିଲେ ଯେ, ସେ ଚକରାକୁ ଉଠ ବସ କରିବେ। ହେଲେ ପରବର୍ତ୍ତି ସମୟରେ ତାହା ହେଲା ନାହିଁ। ଏହି ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଗଲା ଏବଂ ସେଠାରେ ଦୁଇ ବର୍ଷ ପରେ ଉପନିର୍ବାଚନ କରାଗଲା। ଉପନିର୍ବାଚନରେ ଚକରାଙ୍କ କୌଣସି ନାମ ନିଶାନ ରହିଲା ନାହିଁ, ପୁଣିଥରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ ରାଜା ସ୍ବାଇଁ ଜିତିକି ଆସିଲେ।

ଏବେ ବାଲେଶ୍ବର ରାଜନୀତିରେ ତାହା ହିଁ ହେବାକୁ ଯାଉଛି। ସ୍ବରୂପ ଦାସଙ୍କୁ ଦଳ ସବୁ ପ୍ରକାରର କଳବଳ କୌଶଳ ଦେଇ ଜିତାଇ ଦେବ। ହେଲେ ପ୍ରକୃତ କ୍ଷମତା ରହିବ ରବି ଜେନାଙ୍କ ହାତରେ। ତେବେ ଏଥର ଚକରାଙ୍କ ପରି ସ୍ବରୂପଙ୍କ ରୂପ ଯଦି ବଦଳିଯିବ ତେବେ ରବି ଜେନା ହୁଏତ ଭାଣ୍ଡିଆ ହୋଇଯାଇ ପାରନ୍ତି।

ବାଲେଶ୍ବର ଉପନିର୍ବାଚନ ରବି ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆମିର ଖାନଙ୍କ ଭଣଜାଙ୍କୁ ଭାରତ ଛାଡିବା ପାଇଁ ନୋଟିସ

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026
Latest News

କିଏ ହେବ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା, ବିସିସିଆଇର ନୂତନ ଯୋଜନା କ’ଣ?

October 15, 2026

ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆମିର ଖାନଙ୍କ ଭଣଜାଙ୍କୁ ଭାରତ ଛାଡିବା ପାଇଁ ନୋଟିସ

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.