ଆସନ୍ତାକାଲି ଖୋଲିବ ସିନେମା ହଲ, ହେଲେ ଜାଣନ୍ତୁ କେମିତି ବସିବେ ଦର୍ଶକ

Published: Oct 14, 2020, 12:40 pm IST

ନୂଆଦିଲ୍ଲୀ, ଅନଲକ ୫.୦ ହିସାବରେ ଅକ୍ଟୋବର ୧୫ ତାରିଖରେ ଦେଶର ସିନେମା ହଲ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ସେହି ଅନୁସାରେ ଆସନ୍ତାକାଲି ଦେଶର ସମସ୍ତ ସିନେମା ହଲ ଖୋଲିବ। ତେବେ ସେଥିପାଇଁ କେନ୍ଦ୍ର ସରକାର ଯେଉଁ ଗାଇଡ ଲାଇନ ଜାରି କରିଛନ୍ତି ସେହି ହିସାବରେ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି।

ସିନେମା ହଲ ଖୋଲିବା ପାଇଁ ସୂଚନା ଓ ପ୍ରସାରଣ ବିଭାଗ ତରଫରୁ ଯେଉଁ ଗାଇଡ ଲାଇନ ଜାରି କରାଯାଇଛି ତାହା ହେଲା

୧-ଗୋଟିଏ ହଲରେ ଯେତିକି ଆସନ ଥିବ ତାହା ପାଚଶ ପ୍ରତିଶତ ଦର୍ଶକଙ୍କ ପାଇଁ ଟିକେଟ ଦିଆଯିବ। ଅର୍ଥାତ ପାଚଶ ପ୍ରତିଶତ ଦର୍ଶକ ବସିପାରିବେ।

୨-ହଲ ଭିତରେ ଦର୍ଶକମାନେ ଗୋଟିଏ ଗୋଟିଏ ସିଟ ଛାଡି ଛାଡି ବସିବେ

୩-ସମସ୍ତ ଦର୍ଶକଙ୍କୁ ଗେଟ ମୁହଁରେ ଥର୍ମାଲ ସ୍କ୍ରିନିଂ କରାଯିବ

୪-ସବୁ ଦର୍ଶକଙ୍କର ଫୋନ ନମ୍ବର ରଖାଯିବ। ଫଳରେ ସେମାନଙ୍କୁ ଟ୍ରସିଂ କରିବାରେ ସୁବିଧା ହେବ।

୫-ସିନେମା ହଲ କର୍ମଚାରୀମାନେ ଭଲ ଭାବରେ କୋଭିଡ ନିୟମ ପାଳନ କରି ମାସ୍କ ଏବଂ ଫେସ ଗ୍ଲାସ ଏବଂ ଗ୍ଲୋବସ ପିନ୍ଧି କାର‌୍ୟ୍ୟ କରିବେ।

୬-ପ୍ରତି ସୋ ଆରମ୍ଭ ହେବା ପୂର୍ବରୁ ହଲକୁ ଏବଂ ସିଟ୍ ଗୁଡିକୁ ସାନାଟାଇଜେନ କରିବା ବାଧ୍ୟତା ମୂଳକ

ଏସବୁକୁ ଦୃଷ୍ଟିରେ ରଖି କେତେକ ସିନେମା ହଲ କର୍ତ୍ତୁପକ୍ଷ କର୍ମଚାରୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦେଇଛନ୍ତି। ଦର୍ଶକଙ୍କୁ କିପରି ସମ୍ମୁଖୀନ ହେବେ ଏବଂ ସେମାନଙ୍କୁ କିପରି କୋଭିଡ ଗାଇଡ ଲାଇନ ନେଇ ସଚେତନ କରିବେ ପ୍ରଶିକ୍ଷଣ ନେଇଥିବାର ଜଣାପଡିଛି।

କରୋନା ଯୋଗୁଁ ଗତ ୬ ମାସ ଧରି ଦେଶରେ ସମସ୍ତ ସିନେମା ହଲ ବନ୍ଦ ରହିଛି। ଫଳରେ ମନୋରଂଜନ ଶିଳ୍ପର ବ୍ୟାପକ କ୍ଷତି ଘଟିବାରେ ଲାଗିଛି। ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି। ବର୍ତ୍ତମାନ ଓଡିଶାରେ କୌଣସି ସିନେମା ହଲ ଖୋଲିବ ନାହିଁ। କାରଣ ରାଜ୍ୟ ସରକାର ସିନେମା ହଲଗୁଡିକ ଆସନ୍ତା ୩୧ ତାରିଖ ପର‌୍ୟ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଅନ୍ୟ ରାଜ୍ୟରେ ସିନେମା ହଲ ଖୋଲିଲେ ମଧ୍ୟ ଦର୍ଶକ କେତେଦୂର ଆସିବେ ସେ ନେଇ ରହିଛି ସନ୍ଦେହ।

Related posts