Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତିର୍ତ୍ତୋଲ ଦଖଲ ପାଇଁ ବିଜେଡିର ଚକ୍ରବ୍ୟୁହ : ୬୧ ପଞ୍ଚାୟତ ପାଇଁ ୪୨ ନେତାଙ୍କୁ ଦାୟିତ୍ୱ
ବିଶେଷ ଖବର

ତିର୍ତ୍ତୋଲ ଦଖଲ ପାଇଁ ବିଜେଡିର ଚକ୍ରବ୍ୟୁହ : ୬୧ ପଞ୍ଚାୟତ ପାଇଁ ୪୨ ନେତାଙ୍କୁ ଦାୟିତ୍ୱ

October 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଉପନିର୍ବାଚନ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। । ତିର୍ତ୍ତୋଲ ବିଧାନସଭା କ୍ଷେତ୍ର ଗତ ୩ଟି ନିର୍ବାଚନରେ ବିଜେଡ଼ି ଦଖଲରେ ରହିଛି। ରବିନ୍ଦ୍ର ନାଥ ଭୋଇ, ରାଜଶ୍ରୀ ମଲ୍ଲିକ ଓ ବିଷ୍ଣୁ ଚରଣ ଦାସ ୩ଟି ନିର୍ବାଚନରେ ଦଳର ବିଜୟ ପତାକା ଏଠାରେ ଉଡ଼ାଇଛନ୍ତି। ମାତ୍ର ଏବେ ବିଷ୍ଣୁଙ୍କ ପରଲୋକ ପରେ ଅନୁଷ୍ଠିତ ହେବାକୁଥିବା ଉପନିର୍ବାଚନରେ ପୁଣିଥରେ ବିଜେଡି ବାଜି ମାରିବାକୁ ଆରମ୍ଭ କରିଛି ଚକ୍ରବ୍ୟୁହ। ପରଲୋକଗତ ବିଷ୍ଣୁଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି। ଯଦିଓ ଦଳୀୟ ପ୍ରା୍‍ର୍ଥୀ ନାମାଙ୍କନପତ୍ର ଦାଖଲ କରି ନାହାନ୍ତି, ଦଳ କିନ୍ତୁ ଢ଼େର ଦିନ ପୂର୍ବରୁ ଏଥିପାଇଁ ଆରମ୍ଭ କରିଛି ବିଜୟ ଯୋଜନା।

ତିର୍ତୋଲ ନିର୍ବାଚନମଣ୍ଡଳୀ ଅଧିନସ୍ଥ ବିରିଡ଼ି ବ୍ଲକର ୨୧, ରଘୁନାଥପୁର ୧୯ ଓ ତିର୍ତୋଲ ବ୍ଲକ୍‍ ୨୧ ପଞ୍ଚାୟତ ନିମନ୍ତେ ମୋଟ ୪୦ ଜଣ ଦଳୀୟ ନେତାଙ୍କୁ ଦାୟିତ୍ୱ ଦିଆଯାଇଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି ।ଏ ମାନଙ୍କ ବ୍ୟତୀତ ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି ଓ ପୂର୍ବତନ ତିର୍ତୋଲ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ କେନ୍ଦ୍ରୀୟ ଟିମରେ ରଖାଯାଇଛି।

ମୋଟ ଉପରେ ବର୍ତମାନ ସୁଦ୍ଧା ୩ ବ୍ଲକର ୬୧ ପଞ୍ଚାୟତ ନିମନ୍ତେ ୩୯ଜଣ ନେତା ଦଳର ବିଜୟ ନିମନ୍ତେ ଦାୟିତ୍ୱ ନେଇଛନ୍ତି। ଏହି ନେତାମାନେ ବିଭିନ୍ନ ପଞ୍ଚାୟତରେ ଦଳର ସଙ୍ଗଠନକୁ ଅନୁଧ୍ୟାନ କରିବେ ଓ ନିର୍ବାଚନ ପ୍ରଚାର ନିମନ୍ତେ ଦଳୀୟ କର୍ମୀଙ୍କୁ ପ୍ରସ୍ତୁତ କରିବେ ବୋଲି ସୂଚନା ମିଳିଛି ।  ଗତ ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବିଷ୍ଣୁ ଚରଣ ଦାସ ଏଠାରୁ ୪୦ ହଜାରରୁ ଅଧିକ ଭୋଟରେ ପ୍ରତିପକ୍ଷ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ । ଏବେ ବିଜେପିର ତତକାଳୀନ ପ୍ରାର୍ଥୀ

ରମାକାନ୍ତ ଭୋଇ ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି । ଏହି ସ୍ଥିତିରେ  ପୂର୍ବାପେକ୍ଷା ଅଧିକ ବ୍ୟବଧାନରେ ବିଜୟୀ ହେବ ବୋଲି ବିଜେଡ଼ି ଆଶା ବାନ୍ଧିଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ଉପନିର୍ବାଚନ ରେକର୍ଡ଼ ଦେଖିଲେ ବିଜେଡ଼ି ପ୍ରାୟତଃ ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିଛି । ଆଗାମୀ ନିର୍ବାଚନରେ ମଧ୍ୟ ଦଳ ବିଜୟୀ ହେବ ବୋଲି ଆକଳନ କରିଛି । ତଥାପି କୌଣସି ପରିସ୍ଥିତିରେ କୌଣସି ନିର୍ବାଚନକୁ ହାଲୁକା ଭାବରେ ଦଳ ନେଇ ନାହିଁ ଓ ଏହି କ୍ରମରେ ତିର୍ତ୍ତୋଲରେ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି।

ତିର୍ତୋଲ ବ୍ଲକର ୨୧ ପଞ୍ଚାୟତ ନିମନ୍ତେ ଟିମ୍‍ ଲିଡ଼ର ରହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ। ତାଙ୍କ ଅଧୀନରେ ଆଉ ୧୧ ଜଣ ନେତାଙ୍କୁ ବିଭିନ୍ନ ପଞ୍ଚାୟତ ନିମନ୍ତେ ଦାୟିତ୍ୱ ଦିଆଯାଇଛି। ବିଧାୟକ ଶଶିଭୂଷଣ ବେହେରା, ସମ୍ବିତ ରାଉତରାୟଙ୍କ ସହ ଜନ୍ମେଜୟ ଲେଙ୍କା, ପୂର୍ଣ୍ଣ ସ୍ୱାଇଁ, ପ୍ରମୋଦ ଜେନା, ଜ୍ୟୋତିଷ ଦାସ, ସନ୍ତୋଷ ପଟ୍ଟନାୟକ, ବସନ୍ତ ବିଶ୍ୱାଳ, ସବିତା ମହାପାତ୍ର, ଯୁଗଳ କିଶୋର ନାୟକ, ସଞ୍ଜୟ ଅଗ୍ରୱାଲ ତିର୍ତୋଲ ବ୍ଲକ୍‍ ଦାୟିତ୍ୱରେ ରହିିଥିବା ଜଣାପଡ଼ିଛି।

ବିରିଡ଼ି ବ୍ଲକ୍‍ ନିମନ୍ତେ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁଙ୍କୁ ଦିଆଯାଇଛି ଟିମ୍‍ ଲିଡ଼ର ଦାୟିତ୍ୱ। ଏହି ଦଳରେ ମନ୍ତ୍ରୀ ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା, ବିଧାୟକ ଚନ୍ଦ୍ରସାରଥୀ ବେହେରା, ଦେବୀରଞ୍ଜନ ତ୍ରିପାଠୀ, ରମେଶ ବେହେରା, ସାରଦା ପ୍ରସାଦ ଜେନା ଅଭିନେତା ଅରିନ୍ଦମ ରାୟ, ସ୍ୱାଧୀନ ନାୟକ ଏହି ଟିମରେ ରହିଛନ୍ତି।

ରଘୁନାଥପୁର ବ୍ଲକ ଟିମ୍‍ ଲିଡ଼ର ଭାବରେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କୁ କରାଯାଇଛି ଟିମ ଲିଡ଼ର। ଏହି ଟିମରେ ଆହୁରି ୧୨ ଜଣଙ୍କୁ ତାଙ୍କ ସହଯୋଗ ନିମନ୍ତେ ଦାୟିତ୍ଵ ଦିଆଯାଇଛି । ବିଧାୟକ ପ୍ରଶାନ୍ତ ବେହେରା, ପ୍ରୀତିରଞ୍ଜନ ବେହେରା, ବିଶ୍ୱରଞ୍ଜନ ମହାନ୍ତି, ମୁନ୍ନା ଖାଁ, ସୌଭାଗ୍ୟ ନାୟକ, ଦିବାକର ପାତ୍ର, କିଶୋର ତରାଇ, ରାଜା ଚକ୍ର, କୈଳାସ ପରିଡ଼ା, ବିଦ୍ୟାଧର ସ୍ୱାଇଁ, କିଶୋର ନାୟକ, ଦୁର୍ଗା ସାମନ୍ତରାୟଙ୍କୁ ସାମିଲ କରାଯାଇଥିବା ସୂଚନା ମିଳିଛି।

Odisha Byelection ଉପନିର୍ବାଚନ ତିର୍ତ୍ତୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.