Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ‘ଡ୍ରିମ ଗାର୍ଲ’ ହେମା ମାଳିନୀଙ୍କ ଜନ୍ମଦିନ, ୭୨ ବର୍ଷ ବୟସରେ କଲେ ପଦାର୍ପଣ
ଜାତୀୟ ଖବର

ଆଜି ‘ଡ୍ରିମ ଗାର୍ଲ’ ହେମା ମାଳିନୀଙ୍କ ଜନ୍ମଦିନ, ୭୨ ବର୍ଷ ବୟସରେ କଲେ ପଦାର୍ପଣ

October 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି 'ଡ୍ରିମ ଗାର୍ଲ' ହେମା ମାଳିନୀ ୭୨ ବର୍ଷ ବୟସରେ ପଦାର୍ପଣ କଲେ, ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ, ବଲିଉଡର ‘ଡ୍ରିମ୍ ଗାର୍ଲ’ ହେମା ମାଳିନୀ ଆଜି ୭୨ ବର୍ଷ ବୟସରେ ପଦାର୍ପଣ କଲେ। ହେମା ୧୬ ଅକ୍ଟୋବର ୧୯୪୮ ରେ ଜନ୍ମଗ୍ରହଣ କରିଥିଲେ। ହେମାଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କର ବହୁ ପ୍ରଶଂସକଙ୍କ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ସେ ଉଭୟ ଚଳଚିତ୍ର ଏବଂ ରାଜନୀତି ସହିତ ଜଡିତ ଥିବାରୁ ରାଜନୈତିକ ବ୍ୟକ୍ତିମାନେ ମଧ୍ୟ ତାଙ୍କ ଜନ୍ମଦିନର ଶୁଭେଚ୍ଛା ପ୍ରଦାନ କରିଛନ୍ତି।

ହେମା ମାଳିନୀ ଚଳଚିତ୍ର ଜଗତରେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ହେମା ଦକ୍ଷିଣ ଭାରତର ହୋଇଥିବା ସତ୍ବେ ସେ ହିନ୍ଦୀ ସିନେମାରେ ଏକ ବଡ ନାମ ହାସଲ କରିଥିଲେ। ହିନ୍ଦୀ ସିନେମାରେ ତାଙ୍କର ଏହି କାମ ଏବେ ମଧ୍ୟ ସ୍ମରଣୀୟ। ହେମା ଚେନ୍ନାଇର ଏକ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ବେଳେ ଚଳଚ୍ଚିତ୍ର ପାଇଁ ଅଫର ପାଇବା ଆରମ୍ଭ କରିଥିଲେ। ଏହି କାରଣରୁ ସେ ପାଠପଢାରେ ମନୋନିବେଷ କରିପାରିଲେ ନାହିଁ।

ହେମା ମାଳିନୀ ତାଙ୍କ ସମୟର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ତାଙ୍କ ପାଇଁ କେବଳ ପ୍ରଶଂସକ ନୁହଁନ୍ତି ଅନେକ ହିରୋ ମଧ୍ୟ ହୃଦୟ ଭାଙ୍ଗିଥିଲେ। ହେମା ମାଳିନୀ ତାଙ୍କ ଚଳଚ୍ଚିତ୍ର ଯାତ୍ରାରେ ଅନେକ ହିଟ୍ ଏବଂ ସ୍ମରଣୀୟ ଚଳଚ୍ଚିତ୍ର ଦେଇଛନ୍ତି। ଏହାପରେ ସେ ଚଳଚ୍ଚିତ୍ରରୁ ରାଜନୈତିକ କ୍ଷେତ୍ରକୁ ମଧ୍ୟ ଯାତ୍ରା କରିଛି। ଉଭୟ ଚଳଚିତ୍ର ଏବଂ ରାଜନୀତିରେ ନିଜର ଦକ୍ଷତା ପ୍ରତିପାଦନ କରିଆସୁଛନ୍ତି ହେମା ମାଳିନୀ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୧୮ ତାରିଖ ଶନିବାର ଦିନ ସାତୋଟି ରାଶିର ଭାଗ୍ୟ ରହିବ ଭଲ

July 18, 2026

କେଉଁ ମେଡିକାଲ କଲେଜ ପାଇଁ କେତେ ରାଙ୍କ ଆବଶ୍ୟକ? ଜାଣନ୍ତୁ

July 17, 2026

ଜିନ୍ଦ୍‌ଠାରେ ପ୍ରାୟ ୧୪,୭୦୦ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 17, 2026

କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନୁହେଁ, ଜାଣନ୍ତୁ ସୋନମ ୱାଙ୍ଗଚୁକଙ୍କ ଦାବି କ’ଣ?

July 17, 2026
Latest News

ବିଜେପିରେ ସାମିଲ ହେଲେ ବହୁ ବିଜେଡି ଓ କଂଗ୍ରେସ ନେତା

July 18, 2026

ଆଜି ଜୁଲାଇ ୧୮ ତାରିଖ ଶନିବାର ଦିନ ସାତୋଟି ରାଶିର ଭାଗ୍ୟ ରହିବ ଭଲ

July 18, 2026

ପ୍ରକାଶ ପାଇଲା ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା 

July 17, 2026

‘ଇଗ୍ନୋ’ ନାମଲେଖା ଓ ପୁନଃ ପଞ୍ଜୀକରଣ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି

July 17, 2026

କେଉଁ ମେଡିକାଲ କଲେଜ ପାଇଁ କେତେ ରାଙ୍କ ଆବଶ୍ୟକ? ଜାଣନ୍ତୁ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.