Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ଉପନିର୍ବାଚନ ଅଙ୍କ କଷା: କଂଗ୍ରେସ ପଛୁଆ, ମଝିରେ ବିଜେପି, ବାଜି ମାରିପାରେ ବିଜେଡି
ଜାତୀୟ ଖବର

ଓଡିଶା ଉପନିର୍ବାଚନ ଅଙ୍କ କଷା: କଂଗ୍ରେସ ପଛୁଆ, ମଝିରେ ବିଜେପି, ବାଜି ମାରିପାରେ ବିଜେଡି

October 29, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ଉପନିର୍ବାଚନ ଅଙ୍କ କଷା: କଂଗ୍ରେସ ପଛୁଆ, ମଝିରେ ବିଜେପି, ବାଜି ମାରିପାରେ ବିଜେଡି

ଭୁବନେଶ୍ୱର: ନଭେମ୍ବର ୩ ତାରିଖରେ ରାଜ୍ୟର ଦୁଇଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ। ଏଥିପାଇଁ ସବୁ ଦଳରୁ ଜୋରଦାର ପ୍ରଚାର ଚାଲିଛି। ଦୁଇ ଜଣ କେନ୍ଦ୍ରମନ୍ତ୍ରୀ, ଖୋଦ ମୁଖ୍ୟମନ୍ତ୍ରୀଙ୍କ ସହିତ ଗଣ୍ଡଗଣ୍ଡା ନେତା ଏହି ଉପନିର୍ବାଚନ ପାଣିପାଗକୁ ଗରମ କରି ଦେଇଛନ୍ତି। ଯଦି ବିଗତ ୨୧ ବର୍ଷର ରାଜ୍ୟର ନିର୍ବାଚନ ଏବଂ ଉପନିର୍ବାଚନକୁ ସମୀକ୍ଷା କରାଯାଏ ତେବେ ସବୁଥିରେ ବିଜୁ ଜନତା ଦଳ ହିଁ ବାଜି ମାରିଛି। ବର୍ତ୍ତମାନ ସୁଦ୍ଧା ବିଜେଡିକୁ ଟପି ପାରିବାର କ୍ଷମତା ଆଉ କୌଣସି ରାଜନୈତିକ ଦଳ ପାଖରେ ନାହିଁ।

ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ବାକ୍ୟ ଓଡିଶାବାସୀଙ୍କ ହୃଦୟକୁ ଚହଲାଇ ଦେଇଥିଲା। ତାହା ହେଉଛି ଆପଣ ମାନେ ଖୁସି ତ! ମୁଁ ବି ଖୁସି। ବାସ ଏତିକିରେ ଭୋଟ ବାକ୍ସ ଫୁଲ। ଏହି କଥା କେଇ ପଦରେ କଣ କିମିଆଁ ଅଛି କେଜାଣି ଓଡ଼ିଆ ଲୋକଙ୍କ ମନ କିଣି ନେଇଥିଲେ ନବୀନ। ବିଜେଡିର ଭୋଟ ଗଣିତ ଆଗରେ ବିରୋଧୀଙ୍କ ସବୁ ଚକ୍ରାନ୍ତ ସବୁ ଆହ୍ୱାନ ଫେଲ ମାରିଛି।

ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ର ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ତଥାପି ରାଜ୍ୟ ନିର୍ବାଚନ ଇତିହାସରେ ଜଗତସିଂହଁପୁର ଜିଲ୍ଲା ସବୁବେଳେ ଗୁରୁତ୍ୱ ବହନ କରିଛି। କାରଣ ଅତୀତରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଇତିହାସ ଦେଖିଲେ ଏଠାରୁ କଂଗ୍ରେସ ପ୍ରାର୍ଥୀ ବସନ୍ତ ବିଶ୍ୱାଳ ନିର୍ବାଚନ ଜିଣି ରାଜ୍ୟ ରାଜନୀତିରେ ଜଣେ ଚର୍ଚ୍ଚିତ ନେତା ହୋଇ ପାରିଥିଲେ।

ବର୍ତ୍ତମାନର ସ୍ଥିତିକୁ ଦେଖିଲେ ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡିର ସ୍ଥିତି ଖୁବ ଭଲ ଅଛି। ଯଦିଓ ଦୁଇଟି ଆସନରେ ତୀବ୍ର ପ୍ରତିଦ୍ବନ୍ଦିତା ଚାଲିଛି ତନ୍ମଧ୍ୟରୁ ବାଲେଶ୍ୱର ସଦର ଅପେକ୍ଷା ତିର୍ତ୍ତୋଲରେ ବିଜେଡି ଖୁବ ମଜବୁତ ସ୍ଥିତିରେ ରହିଥିବା ଜଣାପଡିଛି।  ହେଲେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ସହରାଞ୍ଚଳ ଭୋଟର ବିଜେପି ସପକ୍ଷରେ ଥିବାବେଳେ ପଞ୍ଚାୟତ ସ୍ତରରେ ବିଜେଡି  ସ୍ଥିତି ଖୁବ ଭଲ। ବିଶେଷକରି ଗ୍ରାମାଞ୍ଚଳର ମହିଳା ଭୋଟର ବିଜେପି ଅପେକ୍ଷା ନବୀନଙ୍କ ପ୍ରତି ଅଧିକ ଆସ୍ଥା ପ୍ରକଟ କରୁଥିବାର ଜଣାପଡିଛି।

ଗତ ସାଧାରଣ ନିର୍ବାଚନରେ ବାଲେଶ୍ବର ଆସନରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ଜିତିଥିଲେ। ତାଙ୍କର ପରଲୋକ ପରେ ପୁତ୍ର ମାନସ ନିର୍ବାଚନ ମଇଦାନରେ ଲଢେଇ କରୁଛନ୍ତି। ଫଳରେ ବିଜେପି ଏଥର ସମବେଦନା ଭୋଟ ହାତେଇବା ସମ୍ଭାବନା ରହିଛି। ଏଥିସହିତ ବିଜେପିର ରାଜ୍ୟ ନେତା ଓ ଦୁଇ କେନ୍ଦ୍ର ମନ୍ତ୍ରୀ, ମାନସଙ୍କ ପ୍ରଚାର ପାଇଁ ଜୋରଦାର ଲାଗି ପଡିଛନ୍ତି। ଏପରିକି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଘରକୁ ଘର ବୁଲି ବିଜେପିକୁ ଜିତାଇବା ପାଇଁ ଉଦ୍ୟମ ମଧ୍ୟ ଜାରି ରଖିଛନ୍ତି।

ଅନ୍ୟପକ୍ଷେ ତିର୍ତ୍ତୋଲ ଆସନରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ ନିର୍ବାଚିତ ହୋଇଥିଲେ। ବିଷ୍ଣୁଙ୍କ ଦେହାନ୍ତ ଯୋଗୁଁ ବର୍ତ୍ତମାନ ଉପନିର୍ବାଚନରେ ତାଙ୍କ ପୁତ୍ର ମଧ୍ୟ ବିଜେଡିରୁ ନିର୍ବାଚନରେ ଲଢ଼ୁଛନ୍ତି। ବିଜେଡି ସୁପ୍ରିମୋ ପୁଣି ଥରେ ସ୍ବର୍ଗତ ଦାସଙ୍କ ଲୋକପ୍ରିୟତାକୁ ଭରସା କରି ଏହି ଆସନରେ ତାଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ଟିକଟ ଦେଇଛନ୍ତି। ଏଠାରୁ ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା, କଂଗ୍ରେସର ହିଂମାଶୁ ଭୂଷଣ ମଲ୍ଲିକ, ସିପିଆଇର ବିଜୟ କୁମାର ଭୋଇଙ୍କ ସମେତ ୫ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ମୋଟାମୋଟି ଦେଖିବାକୁ ଗଲେ ଏଠାରେ ବିଜେଡିର ପଲା ଭାରି ରହିଛି।

ଯଦିଓ ତିର୍ତ୍ତୋଲରେ ବିଜେପି ପ୍ରାର୍ଥୀ ପ୍ରଚାର ମଇଦାନରେ ପ୍ରଭାବ ଦେଖାଇଛନ୍ତି, ହେଲେ ଏଠାରେ ବିଜେଡି ସମବେଦନା ଭୋଟ ହାତେଇବେ। କଂଗ୍ରେସ ଏଠାରେ ଭଲ ପ୍ରାର୍ଥୀ ଦେଇଛି। ହେଲେ ପୂର୍ବ ନିର୍ବାଚନ ଫଳାଫଳ ଦେଖିଲେ କଂଗ୍ରେସ ହାତରେ ସେମିତି ଭୋଟ ନାହିଁ। ବାଲେଶ୍ୱର ସଦରରେ ମଧ୍ୟ କଂଗ୍ରେସ ଜଣେ ମହିଳା ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ଟିକଟ ଦେଇଛି। ପ୍ରାର୍ଥୀ ହିସାବରେ ମମତା ଭଲ ପ୍ରାର୍ଥୀ ହୋଇ ଥିଲେ ମଧ୍ୟ ଏଠାରେ ବିଜେଡିର ସ୍ୱରୂପ କୁମାର ଦାସ ଓ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ଟକ୍କର ଦେଇପାରିଲା ଭଳି ମନେ ହେଉ ନାହିଁ। ତେଣୁ କହିବାକୁ ଗଲେ ଉପ ନିର୍ବାଚନ ବିଜେଡି-ବିଜେପି ମଧ୍ୟରେ ଚାଲିଛି ଲଢେଇ।

ଓଡିଶା ଉପନିର୍ବାଚନ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଏସଆଇଆର ସମେତ ସମସ୍ତ ନିଷ୍ପତ୍ତି ପୂର୍ଣ୍ଣ ନିର୍ବାଚନ ଆୟୋଗର ସର୍ବସମ୍ମତ ନିଷ୍ପତ୍ତି: ଇସି

September 23, 2026

ଏସବିଆଇ ବ୍ୟାଙ୍କିଙ୍ଗ୍‌ ଓ ଅର୍ଥନୀତି ସମ୍ମିଳନୀ ୨୦୨୬କୁ ଉଦଘାଟନ କଲେ ଡକ୍ଟର ପି.କେ. ମିଶ୍ର

September 23, 2026

ଲଗାଣ ବର୍ଷା ସ୍ଥିତିର ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

September 23, 2026

ଏସୀୟ କ୍ରୀଡ଼ା ଫାଇନାଲରେ ନିରାଶ କଲେ ମନୁ ଭାକର

September 23, 2026
Latest News

ଏସଆଇଆର ସମେତ ସମସ୍ତ ନିଷ୍ପତ୍ତି ପୂର୍ଣ୍ଣ ନିର୍ବାଚନ ଆୟୋଗର ସର୍ବସମ୍ମତ ନିଷ୍ପତ୍ତି: ଇସି

September 23, 2026

୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗ, ଦେଢ଼ଶୁର ଗିରଫ

September 23, 2026

ମନ୍ଥର ହେଲା ଗଭୀର ଅବପାତର ଗତି, ଦକ୍ଷିଣ ଓଡ଼ିଶାରେ ବଢ଼ିଲା ବର୍ଷା ଚିନ୍ତା

September 23, 2026

ନୂଆପଲ୍ଲୀରେ ଚାଞ୍ଚଲ୍ୟ: ପତ୍ନୀଙ୍କୁ ତାୱାରେ ପିଟି ହତ୍ୟା

September 23, 2026

ଆତ୍ମହତ୍ୟା ପ୍ରବଣତା: ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ପାଳନ ନିର୍ଦ୍ଦେଶ ଦେଲେ ଓଏଚ୍‌ଆର୍‌ସି

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.