Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନଙ୍କ ଉପନିର୍ବାଚନ ଭାଷଣ: ସଂକ୍ଷିପ୍ତ ହେଲେ ମଧ୍ୟ ସବୁ ବର୍ଗକୁ ଆକୃଷ୍ଠ କରିବାର ରହିଛି କଳା ଓ କୌଶଳ
ବିଶେଷ ଖବର

ନବୀନଙ୍କ ଉପନିର୍ବାଚନ ଭାଷଣ: ସଂକ୍ଷିପ୍ତ ହେଲେ ମଧ୍ୟ ସବୁ ବର୍ଗକୁ ଆକୃଷ୍ଠ କରିବାର ରହିଛି କଳା ଓ କୌଶଳ

October 30, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନବୀନଙ୍କ ଉପନିର୍ବାଚନ ଭାଷଣ: ସଂକ୍ଷିପ୍ତ ହେଲେ ମଧ୍ୟ ସବୁ ବର୍ଗକୁ ଆକୃଷ୍ଠ କରିବାର ରହିଛି କଳା ଓ କୌଶଳ

ଭୁବନେଶ୍ବର, ଉପନିର୍ବାଚନ ପାଇଁ ନବୀନ ତାଙ୍କର ପ୍ରଚାର ଶେଷ କରିଛନ୍ତି। ଦୁଇଟି ଉପନିର୍ବାଚନ ପାଇଁ ସେ ଦୁଇଥର ଭିଡିଓ କନଫ୍ରେସିଂ ମାଧ୍ୟମରେ ଭାଷଣ ଦେଇ ଭୋଟରଙ୍କୁ ଆକୃଷ୍ଠ କରିବାକୁ ଚେଷ୍ଠା କରିଛନ୍ତି। ତେବେ ତାହା ଲୋକଙ୍କୁ କେତେ ଆକୃଷ୍ଠ କରିଛି ତାହା ଭିନ୍ନ କଥା ହେଲେ ଏହି ଭାଷଣ ଥିଲା ଏକ ଭିନ୍ନ ପ୍ରକାରର। ମାତ୍ର ୫ରୁ ୮ ମିନିଟ ମଧ୍ୟରେ ହୁଏତ ଭାଷଣର ଅବଧି ହେବ, ହେଲେ ସେହି ସଂକ୍ଷିପ୍ତ ଭାଷଣରେ ବିଭିନ୍ନ ବର୍ଗର ଲୋକଙ୍କୁ କିପରି ବାନ୍ଧି ରଖିହେବ ସେ କଳା ଓ କୌଶଳ ଏହି ଭାଷଣରେ ଦେଖିବାକୁ ମିଳିଛି। ସାଧାରଣତଃ ନିର୍ବାଚନରେ ନେତାମାନେ ବଡବଡ କଥା କହିଥାନ୍ତି। ହେଲେ ନବୀନଙ୍କ ଏହି ସଂକ୍ଷିପ୍ତ ଭାଷଣରେ ସେପରି କିଛି ନ ଥିଲା। ଯାହା ଥିଲା ତାହା ବହୁ ଗୁରୁତ୍ବପୂର୍ଣ୍ଣ ଏବଂ ଲୋକଙ୍କୁ ଆକୃଷ୍ଠ କରିବାର କୌଶଳ।

ଉଭୟ ତିର୍ତ୍ତୋଲ ଏବଂ ବାଲେଶ୍ବର ଭାଷଣ ଉପରେ ଯଦି ଆଲୋଚନା କରାଯାଏ ତେବେ ଉଭୟରେ ନବୀନ ପ୍ରଥମେ ଧର୍ମ ଏବଂ ଆଞ୍ଚଳିକବାଦକୁ ପ୍ରାଧାନ୍ୟ ଦେଇଛନ୍ତି। ଯାହା ସେହି ଅଞ୍ଚଳର ଲୋକଙ୍କ ପାଇଁ ବେଶ୍ ଗୁରୁତ୍ବ ବହନ କରେ। ପ୍ରଥମେ ତିର୍ତ୍ତୋଲର ଭାଷଣରେ ସେ ଆରମ୍ଭ କଲେ ମା ସାରଳାଙ୍କ ପବିତ୍ର କ୍ଷେତ୍ରର ମୋର ତିର୍ତ୍ତୋଲ ଭାଇ ଓ ଭଉଣୀମାନେ। ସେହିପରି ବାଲେଶ୍ବରରେ ତାଙ୍କର ଭାଷଣ ଆରମ୍ଭ ହେଲା ଫକୀର ମୋହନଙ୍କ ଭୂମି ବାଲେଶ୍ବରର ମୋର ଭାଇ ଓ ଭଉଣୀମାନେ।

ସମସ୍ତେ ଜାଣନ୍ତି ଯେ ଯଦି କେହି ନିଜ ଅଞ୍ଚଳର କଥା କହେ ତେବେ ତାହା ସେହି ଅଞ୍ଚଳର ଲୋକଙ୍କୁ ବହୁତ ଭଲ ଲାଗେ। ହେଲେ ଯେତେବେଳେ ନବୀନଙ୍କ ପରି ବ୍ୟକ୍ତିତ୍ବ ସେହି ଅଞ୍ଚଳର ଦେବଦେବୀ ଏବଂ ମହାପୁରୁଷଙ୍କ କଥା କହୁଛନ୍ତି ତାହା ଲୋକଙ୍କୁ ବେଶ୍ ଉତ୍ସାହିତ କରିଛି। ଏହା ଥିଲା ନବୀନଙ୍କ ଲୋକଙ୍କ ପ୍ରତି ଭଲ ପାଇବା ପାଇଁ ଭାଷଣର ଏକ କଳା। ବାଲେଶ୍ବରରେ ନବୀନ କହିଲେ, ଫକୀରମୋହନ ହେଉଛନ୍ତି ମୋର ପ୍ରିୟ ଲେଖକ, ତାଙ୍କ ରେବତୀ ଗଳ୍ପ ମୋତେ ସବୁଠୁ ଭଲ ଲାଗେ। ଏହା ବାଲେଶ୍ବର ସଦର ବାସୀ ଶୁଣିବା ପରେ ନିଶ୍ଚିତ ଖୁସି ହେବେ ଏଥିରେ ସନ୍ଦେହ ନାହିଁ।

ଏହାର ପରବର୍ତ୍ତି ଭାଷଣକୁ ଯଦି ତର୍ଜମା କରାଯାଏ ତେବେ ତାହା ଥିଲା ସଂପ୍ରାତିକ କରୋନା ମାହାମାରୀ ଏବଂ ମହାବାତ୍ୟାର ପ୍ରସଂଗ। ସେ ତାଙ୍କ ଭାଷଣରେ ବେଶ୍ ଚତୁରତାର ସହ ଏହି ଦୁଇ ପ୍ରସଂଗକୁ ନିର୍ବାଚନ ଭାଷଣ ସହ ସୁନ୍ଦର ଭାବେ ଯୋଡିଛନ୍ତି। ଯଦି ନବୀନ ଏହି ଦୁଇଟି ପ୍ରସଂଗ ତାଙ୍କ ଭାଷଣରେ ରଖି ନ ଥାଆନ୍ତେ ତେବେ ହୁଏତ ଏହା ଅଧୁରା ଭାଷଣ ବୋଲି ଧରାଯାଇ ଥାଆନ୍ତା। ବଡ ଚତୁରତା ସହ ନବୀନ ମହାମାରୀ ସହିତ ଭୋଟ ଭାଷଣକୁ ମିଶ୍ରଣ କରିଛନ୍ତି।

ସେ କହିଛନ୍ତି ‘ମୁଁ ଯାଇଥିଲେ ଆପଣମାନେ ସମସ୍ତେ ନିଶ୍ଚିତ ଆସି ଥାଆନ୍ତେ। ହେଲେ କରୋନା ସମୟରେ ଆପଣମାନଙ୍କୁ ବିପଦରେ ନ ପକାଇବା ପାଇଁ ମୁଁ ଭିଡିଓ କନଫ୍ରେସିଂରେ ଭେଟୁଛି।’ ଏହି କଥାରେ ନବୀନଙ୍କୁ ଦୁଇଟି ଫାଇଦା ମିଳିଲା। ପ୍ରଥମତଃ ସେ ମଇଦାନକୁ ନ ଯିବାଟା ଠିକ୍ ବୋଲି ପ୍ରମାଣିତ କରିବା ଏବଂ କରୋନା ପାଇଁ ଲୋକଙ୍କୁ ସୁରକ୍ଷିତ ରଖିବା। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ନବୀନ କହିଲେ ଯେ, ‘କରୋନା ପରେ ମୁଁ ଆପଣଙ୍କ ଅଞ୍ଚଳକୁ ଯିବି, ବିକାଶ କାମ ତଦାରଖ କରିବି, ଆପଣମାନଙ୍କ ସହିତ ମିଶିବି।’ ଏହି କେଇ ଧାଡି ଦୁଇ ନିର୍ବାଚନ ମଣ୍ଡଳୀର କର୍ମିଙ୍କୁ ବେଶ୍ ଉତ୍ସାହିତ କରିଛି।

ସେହିପରି ମହିଳାମାନଙ୍କୁ ଆକର୍ଷିତ କରିବା ପାଇଁ ନବୀନ ଉଭୟ ନିର୍ବାଚନ ମଣ୍ଡଳୀରେ ଗୋଟିଏ କଥା କହିଛନ୍ତି। ତା ହେଉଛି ‘ମିଶନ ଶକ୍ତି’ ର ମହିଳାମାନେ ବେଶ୍ ଭଲ କାମ କରୁଛନ୍ତି। ଆପଣମାନେ ଭଲ କାମ କରୁଥିବାରୁ ମୁଁ ଖୁସି।’ ଏହି କେତେ ଧାଡି ହିଁ ଉଭୟ ନିର୍ବାଚନ ମଣ୍ଡଳୀର ମହିଳାମାନଙ୍କୁ ବେଶ୍ ଆକର୍ଷିତ କରିଛି। ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରଶଂସା କରୁଛନ୍ତି ଜାଣିବା ପରେ ସେମାନେ ଖୁସି ହେବା ନିଶ୍ଚିତ। ଯାହାକୁ କୁହାଯିବ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହା ହେଲା ନବୀନ ଭିନ୍ନ ଏକ କଳା ଓ କୌଶଳ।

ନବୀନଙ୍କ ଏହା ଏକ ନିର୍ବାଚନୀ ଭାଷଣ ହୋଇଥିଲେ ମଧ୍ୟ ଏଥିରେ ରାଜନୀତି ଥିଲା କମ ସାମାଜିକ ବାର୍ତ୍ତା ଥିଲା ବେଶୀ । ରାଜନୈତିକ ନେତା ଭାବେ ସେ କେବଳ ନିଜେ କଣ କରିଛନ୍ତି ତାହାର ଏକ ଛୋଟିଆ ରୂପରେଖଟିଏ ପ୍ରଦାନ କରିଛନ୍ତି। ହେଲେ ସେ କେଉଁଠି ହେଲେ ରାଜନୈତିକ ପ୍ରତିଶ୍ରୁତିଟିଏ ଦେଇ ନାହାଁନ୍ତି। କେବଳ ବାଲେଶ୍ବର ପାଇଁ ସେ କହିଛନ୍ତି ଯେ, ବିଜେପୁର ପରି ବାଲେଶ୍ବରର ବିକାଶ ଦାୟିତ୍ବ ମୁଁ ନିଜେ ନେବି। ଆଜିକାଲିର ଯୁଗକୁ ଦେଖିଲେ ନେତାମାନେ ନିର୍ବାଚନ ସମୟରେ କେବଳ ପ୍ରତିଶୃତି ଦିଅନ୍ତି ହେଲେ ନିର୍ବାଚନ ପରେ ତାହା ଭୁଲି ଯାଆନ୍ତି। କିନ୍ତୁ ନବୀନଙ୍କ ଏହି ଭାଷଣରେ ତାହା ଦେଖିବାକୁ ମିଳି ନ ଥିଲା।

ତେବେ ଭାଷଣ ଶେଷରେ ନବୀନ ଉଭୟ ନିର୍ବାଚନମଣ୍ଡଳୀର କର୍ମିମାନଙ୍କୁ ଯାହା କହିଛନ୍ତି ତାହା ମଧ୍ୟ ବେଶ୍ ଚତୁରତା ଯୁକ୍ତ ନିର୍ବାଚନ ପ୍ରଚାର ବୋଲି କୁହାଯିବ। ଉଭୟ ନିର୍ବାଚନ ମଣ୍ଡଳୀର କର୍ମିଙ୍କୁ ସେ କହିଛନ୍ତି ‘ଆପଣ ଏବଂ ଆପଣଙ୍କ ପରିବାରର ମୋ ପାଇଁ ବେଶ୍ ମୂଲ୍ୟବାନ। କୋଭିଡ କଟକଣା ଭିତରେ ସୁରକ୍ଷିତ ଭାବେ ଆପଣମାନେ ଭୋଟ ଦେବାକୁ ଯାଆନ୍ତୁ। ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ।’ କରୋନା ସଚେତନତା ବାର୍ତ୍ତା ସହିତ ଶଙ୍ଖ ଚିହ୍ନରେ ଭୋଟ ଦେବା ପ୍ରସଂଗକୁ ଯୋଡି ନବୀନ ସୁନ୍ଦର ଭାବେ ଏହାକୁ ଉପସ୍ଥାପିତ କରିଛନ୍ତି। କହିବାକୁ ଗଲେ କରୋନା ସଚେତନତା ବାର୍ତ୍ତା ମାଧ୍ୟମରେ ଭୋଟ ପ୍ରଚାର କିପରି କରାଯାଏ ତାହା ନବୀନଙ୍କ ଭାଷଣରେ ପ୍ରତିୟମାନ ହୋଇଛି।

ଓଡିଶା ଉପନିର୍ବାଚନ ତିର୍ତ୍ତୋଲ ଉପନିର୍ବାଚନ ବାଲେଶ୍ବର ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.