Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମିଡିଆକୁ ଢାଲ କରି ମିଛକୁ ସତ ପ୍ରମାଣିତ କରିବାର ଅପଚେଷ୍ଠା, ଓଡିଶାରେ ଏକ ଭିନ୍ନ ଧାରା ଅୟାରମ୍ଭ
ବିଶେଷ ଖବର

ମିଡିଆକୁ ଢାଲ କରି ମିଛକୁ ସତ ପ୍ରମାଣିତ କରିବାର ଅପଚେଷ୍ଠା, ଓଡିଶାରେ ଏକ ଭିନ୍ନ ଧାରା ଅୟାରମ୍ଭ

November 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମିଡିଆକୁ ଢାଲ କରି ମିଛକୁ ସତ ପ୍ରମାଣିତ କରିବାର ଅପଚେଷ୍ଠା, ଓଡିଶାରେ ଏକ ନୂଆ ଧାରା

ଭୁବନେଶ୍ୱର: ଗତ କିଛିଦିନ ହେଲା ରାଜ୍ୟ ପ୍ରତିଷ୍ଠିତ ମିଡିଆ ହାଉସ ଓ ଟିଭି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳର ନେତାମାନେ ହଜମ କରି ପାରୁ ନାହାନ୍ତି। ବିରୋଧୀଙ୍କ ଭାଷାରେ ସରକାର ଜାଣିଶୁଣି ଏଭଳି କରୁଛନ୍ତି। ତେବେ ଦୋଷୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ବିରୋଧୀଙ୍କ ଭାଷାରେ ବୋଧହୁଏ ଭୁଲ। ଅନ୍ୟପକ୍ଷରେ ତଥ୍ୟ ଅନୁଶୀଳନ କରି ସରକାର ଯଥାର୍ଥ ପଦକ୍ଷେପ ନେଉଛନ୍ତି ବୋଲି କୁହାଯିବ ନାହିଁ କାହିଁକି। ସରକାର କେବେ ତ୍ରୁଟି ନଥାଇ ଆକ୍ରୋଶ ମୂଳକ ପଦକ୍ଷେପ ନିଅନ୍ତି ନାହିଁ। ବରଂ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସର୍ବଦା ଜନକଲ୍ୟାଣ କାର୍ଯ୍ୟ କରି ସାଧରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ କାର୍ଯ୍ୟ କରନ୍ତି।

ଦୀର୍ଘ ବର୍ଷର ଧରି ବିଜେଡି ସରକାରକୁ ବଦନାମ କରିବାକୁ ବିରୋଧୀଙ୍କ ଚକ୍ରାନ୍ତ ଅନେକବାର ଭଣ୍ଡୁର ହୋଇଛି। ତଥାପି ବିଜେଡି କିମ୍ବା ଦଳର ମୁଖିଆ ସେଭଳି କାହାର କ୍ଷତି କରି ନାହାନ୍ତି। ଯେହେତୁ ବର୍ତ୍ତମାନ ବିରୋଧୀଙ୍କ ପାଖରେ ସରକାର ବିରୋଧରେ କୌଣସି ପ୍ରସଙ୍ଗ ନାହିଁ, ତେଣୁ ସେମାନେ ମିଡିଆ ହାଉସ ତାୱାରେ ନିଜ ରୁଟି ସେକିବା କାର୍ଯ୍ୟରେ ଲାଗି ପଡିଛନ୍ତି।

ଏହାଦ୍ୱାରା ମିଡିଆ ହାଉସର ଦୁର୍ନୀତି ଲୁଚିଯିବ ଭାବି ଏଭଳି ପ୍ରସଙ୍ଗକୁ ଢାଲ କରୁଛନ୍ତି କିଛି ବିରୋଧୀ ଦଳ ନେତା। ସେମାନେ ଜାଣିରଖିବା ଉଚିତ ଯେ, ସମ୍ପୃକ୍ତ ମିଡିଆ ହାଉସରେ ପରିଚାଳନାଗତ ଅନେକ ତ୍ରୁଟି କ୍ଷତିଗ୍ରସ୍ତମାନେ ହିଁ ପଦାକୁ ଆଣୁଛନ୍ତି। ତ୍ରୁଟିଗୁଡିକ ଧରା ପଡିଯିବାରୁ, ଭୟରେ ମିଡିଆ ହାଉସ ମୁଖିଆ ନିଜ ଦୋଷ ମିଡିଆ ଆଳରେ ସରକାରଙ୍କ ଆଡକୁ ଠେଲି ଚାଲିଛନ୍ତି। କିନ୍ତୁ ସାମ୍ନାକୁ ଆସୁଥିବା ତଥ୍ୟରେ ସେ କେତେ ଦୁର୍ନୀତି କରିଛନ୍ତି ତାହା ଲୋକଙ୍କୁ ଜଣାଉ ନାହାନ୍ତି।

ମିଡିଆ ଦ୍ୱାରା ମନଗଢା କାହାଣୀ ଲେଖି ଲୋକଙ୍କ ଆଗରେ ଭଲ ହେବାକୁ ଚେଷ୍ଟା କରୁଛନ୍ତି। ନାବାଳିକା ଦୁଷ୍କର୍ମ ହେଉ କି ସାରୁଅ ଜମି ଦୁର୍ନୀତି, ଏଥିରେ ଅନେକ ରହସ୍ୟ ଲୁଚି ରହିଛି। ପ୍ରଶାସନ ଏଗୁଡିକ ଲୋକଲୋଚନକୁ ଆଣି ନ୍ୟାୟ ସମସ୍ତଙ୍କ ପାଇଁ ସମାନ ବୋଲି ଚେଷ୍ଟା ଚଳାଇଥିଲା ବେଳେ ଚୋର ନିଜକୁ ସାଧୁ କହିଲା ଭଳି ଅନେକ କଥା ପଦାରେ ପଡୁଛି।

ସରକାରଙ୍କୁ ମିଛ ଦୋଷାରୋପ ମାଧ୍ୟମରେ ଯେତେ ଚେଷ୍ଟା କଲେ ବି ସତ କଣ ଲୋକ ଜାଣନ୍ତି। ତେଣୁ ଅନ୍ୟାୟ ଭାବେ ନିଜ ବ୍ୟବସାୟ ବଢାଇବାକୁ ସମ୍ପୃକ୍ତ ମିଡିଆ ହାଉସ ନିଜ କର୍ମଚାରୀଙ୍କୁ ସରକାରଙ୍କ ବିରୋଧରେ କାର୍ଯ୍ୟ ଲଗାଇଛନ୍ତି। ଏହା କେତେ ଯଥାର୍ଥ ତାହା ରାଜ୍ୟର ଜନସାଧାରଣ ବିଚାର କରୁଛନ୍ତି। ତେଣୁ ଗୋଟେ ଜନପ୍ରିୟ ସରକାର ବିରୋଧରେ ଯେତେ କଳଙ୍କ ଲଗାଇଲେ ବି ଲୋକ ବୁଝିଛନ୍ତି ସତ କଣ।

ଓଟିଭି ଓଟିଭି ଏମଡିଙ୍କୁ ସମନ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026
Latest News

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.