Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାଲେଶ୍ବର, ତିର୍ତ୍ତୋଲ ପରେ ଏବେ ପିପିଲି ଉପନିର୍ବାଚନକୁ ନେଇ ଚର୍ଚ୍ଚା, ଆଶା ଛାଡି ଦେଲେଣି ବିରୋଧୀ
ବିଶେଷ ଖବର

ବାଲେଶ୍ବର, ତିର୍ତ୍ତୋଲ ପରେ ଏବେ ପିପିଲି ଉପନିର୍ବାଚନକୁ ନେଇ ଚର୍ଚ୍ଚା, ଆଶା ଛାଡି ଦେଲେଣି ବିରୋଧୀ

November 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲେଶ୍ବର, ତିର୍ତ୍ତୋଲ ପରେ ଏବେ ପିପିଲି ଉପନିର୍ବାଚନକୁ ନେଇ ଚର୍ଚ୍ଚା, ଆଶା ଛାଡି ଦେଲେଣି ବିରୋଧୀ

ଭୁବନେଶ୍ବର, ଦୁଇ ଉପନିର୍ବାଚନର ଫଳାଫଳ ବାହାରିବା ପରେ ବର୍ତ୍ତମାନ ପିପିଲି ଉପରେ ରାଜନୈତିକ ବିଶେଷଜ୍ଞଙ୍କ ନଜର ନିକ୍ଷେପ ହୋଇଛି। କାରଣ କେତେବେଳେ ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ହେଲେ ତିର୍ତ୍ତୋଲ ଏବଂ ବାଲେଶ୍ବର ଉପନିର୍ବାଚନ ଫଳ ପରେ ବିରୋଧୀ ବିଜେପି ଏବଂ କଂଗ୍ରେସ ହତାସ ହୋଇପଡିଛି। ପିପିଲି ପରି ଗୋଟିଏ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳିରେ ଜିତିବା ସମ୍ଭବ ନୁହେଁ ବୋଲି ସେମାନେ ଅନୁମାନ କରିସାରିଲେଣି।

ପିପିଲି ନିର୍ବାଚନ ମଣ୍ଡଳୀରେ ଦୀର୍ଘ 35 ବର୍ଷ ଧରି ଅଣ କଂଗ୍ରେସ ହାତରେ ରହିଛି। ପ୍ରଦୀପ ମହାରଥୀ ସେଠାରୁ ସାତ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ। ମୁଖ୍ୟତଃ ତାଙ୍କର ଦୃଢ ସଂଗଠନ, ଲୋକଙ୍କ ସହିତ ରହିବା ହିଁ ତାଙ୍କ ବିଜୟର ମୁଖ୍ୟ କାରଣ ଥିଲା। ତାଙ୍କର ଏହି ଲୋକ ସଂପର୍କ ଏବଂ ସଂଗଠନ ଯୋଗୁଁ ସେଠାରେ ବିଜେପି ଓ କଂଗ୍ରେସ ପଶିବା ସମ୍ଭବ ହୋଇପାରି ନାହିଁ।

ଗତ ସାଧାରଣ ନିର୍ବାଚନରେ ପିପିଲିରୁ ପ୍ରଦୀପ ମହାରଥୀ  ୮୮,୫୧୮ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ସେତେବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେପିର ଆଶ୍ରିତ ପଟ୍ଟନାୟକ ୭୨,୭୩୧ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ୯୮୩୦ଖଣ୍ଡ ଭୋଟ ପାଇଥିଲେ। ଅନ୍ୟ ଦଳର କୌଣସି ସ୍ଥିତି ସେଠାରେ ନାହିଁ। ଭୋଟ ପ୍ରତିଶତକୁ ଯଦି ବିଚାର କରାଯାଏ ତେବେ ବିଜେଡି ୫୦.୬୬ ପ୍ରତିଶତ ଭୋଟ ପାଇଥିବାବେଳେ ବିଜେପି ୪୧.୬୨ ପ୍ରତିଶତ ଓ କଂଗ୍ରେସ ପ୍ରାର୍ଥୀ ମାତ୍ର ୫.୬୩ ପ୍ରତିଶତ ଭୋଟ ପାଇଥିଲେ।

ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଲୋକଙ୍କର ତାଙ୍କ ପ୍ରତି କେତେ ଭଲ ପାଇବା ତାହା ବେଶ୍ ପରିଦୃଷ୍ଟ ହୋଇଥିଲା। ତାଙ୍କର ଶ୍ରଦ୍ଧାଞ୍ଜଳୀ ସଭାରେ ଯେପରି ସମାଗମ ହୋଇଥିଲା ତାହା ହିଁ ପ୍ରମାଣିତ କରିଥିଲା ମହାରଥୀଙ୍କ ପ୍ରତି ଲୋକଙ୍କର ଭକ୍ତିଭାବ। ଏପରିକି ତାଙ୍କର ଦଶାହ ବେଳେ ଚାରିଶହ ଲୋକ ସ୍ବଇଚ୍ଛାରେ ଲଣ୍ଡା ହୋଇ ନିଜର ଭଲ ପାଇବାକୁ ପ୍ରମାଣିତ କରିଛନ୍ତି। ବିଭିନ୍ନ ଶ୍ରଦ୍ଧାଞ୍ଜଳୀ ସଭାରେ ଖୋଲାଖୋଲି ଭାବେ ପ୍ରଦୀପ ମହାରଥୀଙ୍କ ଧର୍ମପତ୍ନୀ ପ୍ରତିଭା ମହାରଥୀଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଦାବୀ କରିଛନ୍ତି।

ଅନ୍ୟପଟେ ବିଜେଡିର ନିର୍ବାଚନ ରଣନୀତିକୁ ଯଦି ସମୀକ୍ଷା କରାଯାଏ ତେବେ ପରଲୋକ ବିଧାୟକଙ୍କ ପରିବାରର ଜଣଙ୍କୁ ଟିକେଟ ଦେଇଥାଏ। ବିଜେପୁରରେ ସୁବଳ ସାହୁଙ୍କ ପତ୍ନୀ ରିତା ସାହୁ, ପାଟକୁରାରେ ବେଦପ୍ରକାଶ ଅଗ୍ରୱାଲାଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲା, ତିର୍ତ୍ତୋଲରେ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ବିଜେଡି ଟିକେଟ ଦେଇଛି।

ଦଳର ଏହି ରଣନୀତି ଠିକ୍ ଏବଂ ଲୋକଙ୍କର ଆସ୍ଥାଭାଜନ ହୋଇ ଜିତିବା ସହଜ ହୋଇଛି। ସେହି ନୀତିକୁ ଧରିଲେ ବିଜେଡି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପରିବାରରୁ ନିଶ୍ଚିତ ଜଣଙ୍କୁ ଟିକେଟ ଦେବ। ଆଉ ବିପୁଳ ଭୋଟରେ ସେ ନିଶ୍ଚିତ ଜିତିବେ ବୋଲି ଏବେଠାରୁ ଜଣା ପଡିଗଲାଣି। ଅନ୍ୟ ବିରୋଧୀ ଦଳ କେବଳ ରାଜନୈତିକ ଧର୍ମ ପାଳନ ପାଇଁ ପ୍ରାର୍ଥୀ ଛିଡା କରିବେ। ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର କିମ୍ବା ଜାନୁୟାରୀରେ ତାରିଖ ଘୋଷଣା ହେବ ବୋଲି ଅନୁମାନ କରାଯାଉଛି।

ପିପିଲି ଉପନିର୍ବାଚନ ପ୍ରଦୀପ ମହାରଥୀ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026

ସେବାୟତ ବିବାଦ : ମହାପ୍ରଭୁ ଖେଳି ପାରିଲେନି ଚାପ

April 29, 2026
Latest News

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.