Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଭିନେତା ତଥା ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଧାନସଭା ପ୍ରାର୍ଥୀ ହେବାକୁ ଆଗ୍ରହୀ, ଚିଲିକାରୁ ପ୍ରାର୍ଥୀ ପାଇଁ ସୁପ୍ରିମୋଙ୍କ ପାଖରେ କଲେ ଗୁହାରୀ
ବିଶେଷ ଖବର

ଅଭିନେତା ତଥା ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଧାନସଭା ପ୍ରାର୍ଥୀ ହେବାକୁ ଆଗ୍ରହୀ, ଚିଲିକାରୁ ପ୍ରାର୍ଥୀ ପାଇଁ ସୁପ୍ରିମୋଙ୍କ ପାଖରେ କଲେ ଗୁହାରୀ

March 28, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
MP Sidhanta Mohaptra has interested for assembly
MP Sidhanta Mohaptra has interested for assembly

ସମୀକ୍ଷା ବ୍ୟୁରୋ

ଅଭିନେତାରୁ ନେତା ଆଉ ନେତାରୁ ସାଂସଦ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ବ୍ରହ୍ମପୁର ଟିକେଟ କଟିବା ପରେ ସେ ବିଧାନସଭା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ସିଦ୍ଧାନ୍ତ ନିଜର ଇଚ୍ଛାକୁ ଦଳର ସୁପ୍ରିମେ଼ୋ ନବୀନ ପଟ୍ଟନାୟକଙ୍କ ନିକଟରେ ଜଣାଇଛନ୍ତି। ବିଜେଡିର ଭିତିରଆ ଖବର ଅନୁସାରେ ସିଦ୍ଧାନ୍ତ କୁଆଡେ ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଚାହିଁଛନ୍ତି। ସିଦ୍ଧାନ୍ତଙ୍କ ଯୁକ୍ତି ହେଲା ଯେ, ସେ ଚିଲିକା ନିର୍ବାଚନ ମଣ୍ଡଳୀ ସହିତ ବହୁ ବର୍ଷ ଧରି ସଂପର୍କରେ ଅଛନ୍ତି। ତାଙ୍କର ବାପା ଡାକ୍ତର ମନମୋହନ ମହାପାତ୍ର ସେ ଅଞ୍ଚଳର ଜଣେ ପ୍ରତିଷ୍ଠିତ ଚିକିତ୍ସକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ମାମୁଁ ଘର ମଧ୍ୟ ବାଲୁଗାଁ। ସେଥିପାଇଁ ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରାଯାଉ ବୋଲି ଦାବୀ କରିଛନ୍ତି। ତେବେ ଏ ପର୍ଯ୍ୟନ୍ତ ବିଜେଡି ସୁପ୍ରିମୋ କୌଣସି ସିଦ୍ଧାନ୍ତରେ ପହଁଚି ନାହାଁନ୍ତି।

ସିଦ୍ଧାନ୍ତ ଏଥର ମଧ୍ୟ ବ୍ରହ୍ମପୁର ଆସନରୁ ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ଥିଲେ। ହେଲେ ଗଂଜାମ ରାଜନୈତିକ କନ୍ଦଳ ଭିତରେ ତାଙ୍କର ଟିକେଟ କଟିଗଲା। ୨୦୦୯ ମସିହାରେ ଯେତେବେଳେ ବିଜେଡି ସିଦ୍ଧାନ୍ତଙ୍କୁ ବ୍ରହ୍ମପୁର ଲୋକସଭା ଆସନ ଟିକେଟ ଦେଇଥିଲା, ସେତେବେଳେ ରାଜନୈତିକ ମହଲରେ ଏକ ଚର୍ଚ୍ଚାର ବିଷୟ ଥିଲା। କାରଣ ସେତେବେଳେ ତତକାଳୀନ କେନ୍ଦ୍ର ମନ୍ତ୍ରୀ ଥିବା ଚନ୍ଦ୍ରଶେଖର ସାହୁଙ୍କୁ ସେ ଟକ୍କର ଦେଇଥିଲେ। ଚନ୍ଦ୍ରଶେଖରଙ୍କ ପରି ଜଣେ ଟାଣୁଆ ନେତାଙ୍କୁ ସିଦ୍ଧାନ୍ତ ହରାଇବା ଏକ ବଡ ଉଦାହରଣ ସୃଷ୍ଟି ହୋଇଥିଲା। ଏହାପରେ ନବୀନ ୨୦୧୪ରେ ମଧ୍ୟ ତାଙ୍କୁ ଟିକେଟ ଦେଇଥିଲେ। ହେଲେ ଏଥର ଟିକେଟ ନ ମିଳିବାରୁ ନିରାଶ ସିଦ୍ଧାନ୍ତ ନିର୍ବାଚନ ମଇଦାରୁ ନ ହଟିବା ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଆଶା କରିଛନ୍ତି।

ତେବେ ଦଳ ପୂର୍ବରୁ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ମନୋନିତ କରିଥିଲା। ସେଥିପାଇଁ ଦଳୀୟ ସୁପ୍ରିମୋ ପାଟ୍ଟଶାଣୀଙ୍କୁ ନବୀନ ନିବାସ ଡାକି ଏ ସଂପର୍କରେ ତାଙ୍କର ମତ ମଧ୍ୟ ନେଇଥିଲେ। ସୁପ୍ରିମୋ କହିଥିଲେ ଯେ, ତୁମକୁ ଆଉ ଭୁବନେଶ୍ବର ଆସନ ଦିଆଯିବ ନାହିଁ। ତୁମେ କେନ୍ଦ୍ରାପଡା ଲୋକସଭା ପାଇଁ ପ୍ରାର୍ଥୀ ହୁଅ। ହେଲେ ସେତେବେଳେ ପ୍ରସନ୍ନ ପାଟ୍ଟଶାଣୀ କେନ୍ଦ୍ରାପଡା ଯିବାକୁ ମନା କରିଥିଲେ। ଏହାପରେ ପୁଣି ଥରେ ସୁପ୍ରିମୋ ତାଙ୍କୁ ଚିଲିକାରୁ ପ୍ରାର୍ଥୀ ହେବା ପାଇଁ କହିଥିଲେ। ହେଲେ ସେ ରୋକଠୋକ ମନାକରି କହିଥିଲେ ଯେ, ଭୁବନେଶ୍ବର ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ଲଢେଇ କରିବେ ନାହିଁ। ଅନ୍ୟପକ୍ଷରେ ଭଲ ଭାଷଣ ଦେଇପାରୁଥିବା ଏବଂ ନିର୍ମଳ ଭାବମୂର୍ତ୍ତି ଥିବା ବାବା ପାଟ୍ଟଶାଣୀଙ୍କୁ ଦଳ ନିରାଶ କରିବାକୁ ଚାହୁଁ ନ ଥିଲା। ଏ ସବୁ ପ୍ରସ୍ତାବରେ ପାଟ୍ଟଶାଣୀ ରାଜି ନ ହେବାରୁ ତାଙ୍କୁ ଦଳ ରାଜ୍ୟସଭା ଥୋପ ଦେଇ ସନ୍ତୁଷ୍ଠ କରାଇ ଦେଇଛି। ନଚେତ ସେ ମଧ୍ୟ ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାର ନିଷ୍ପତି ହୋଇଥିଲା।

ଅନ୍ୟପଟେ ଚିଲିକା ପାଇଁ ଆଉ ଜଣେ ବିଧାୟକ ମଧ୍ୟ ଆଖି ପକାଇଛନ୍ତି। ସେ ହେଉଛନ୍ତି ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ। ପ୍ରଶାନ୍ତଙ୍କୁ ଏଥର ବେଗୁନିଆ ଟିକେଟ ଦିଆଯାଉ ନାହିଁ ବୋଲି ସେ ସ୍ପଷ୍ଟ ହୋଇସାରିଲେଣି। ସେଥିପାଇଁ ତାଙ୍କୁ ଚିଲିକାରୁ ପ୍ରାର୍ଥୀ କରାଯାଉ ବୋଲି କୁଆଡେ ପ୍ରଶାନ୍ତ ସୁପ୍ରିମୋଙ୍କୁ ଜଣାଇଛନ୍ତି। ତାଙ୍କର ଦାବୀ ହେଲା ସେ ଏକଦା ଖୋର୍ଦ୍ଧାର ଜିଲ୍ଲା ସଭାପତି ଥିବା ବେଳେ ଚିଲିକା ସହିତ ଘନିଷ୍ଠ ସଂପର୍କରେ ଅଛନ୍ତି। ଅନ୍ୟପଟେ ଚିଲିକା ଏକ ଖଣ୍ଡାୟତ ବହୁଳ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ସେଠାରେ ଜଣେ ଖଣ୍ଡାୟତ ପ୍ରାର୍ଥୀର ଆବଶ୍ୟକତା ରହିଛି। ସେଥିପାଇଁ ସେ ମଧ୍ୟ ସୁପ୍ରିମୋଙ୍କୁ ଏହି ପ୍ରସ୍ତାବ ଦେଇଥିବାର ଜଣାପଡିଛି। ଏସବୁ ଭିତରେ ବର୍ତ୍ତମାନ ବିଜେଡି କାହାକୁ ପ୍ରାର୍ଥୀ କରିବ କାହାକୁ କାଟିବ ସେ ନିଷ୍ପତି ନେଇପାରି ନାହିଁ।

 

assembly BJD BJP election Odisha
Share. Facebook Twitter LinkedIn Email WhatsApp Copy Link

Related Posts

ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କ ପାଇଁ ବଡ଼ ଖବର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

May 19, 2026

ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି

May 19, 2026

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026
Latest News

ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କ ପାଇଁ ବଡ଼ ଖବର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

May 19, 2026

SEBI Office in Bhubaneswar: ଖୁବ ଶିଘ୍ର ଭୁବନେଶ୍ବରରେ ଖୋଲିବ ସେବି ଅଫିସ

May 19, 2026

‘ଯେଉଁମାନେ କାପୁରୁଷ ଥିଲେ ସେମାନେ ମୁସଲମାନ ହୋଇଗଲେ’: ମଞ୍ଚରୁ କହିଲେ ରାଜା ଭାଇୟା

May 19, 2026

ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

May 19, 2026

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.